କୁତ୍ରିମ ଜଙ୍ଗଲ ଓ ସରୀସୃପ ମାନଙ୍କ ଆଡା ସ୍ଥଳ ପାଲଟିଛି ଆଇ ଲଭ୍ ୟୁ ବାଙ୍କୀ

0
କୁତ୍ରିମ ଜଙ୍ଗଲ ଓ ସରୀସୃପ ମାନଙ୍କ ଆଡା ସ୍ଥଳ ପାଲଟିଛି ଆଇ ଲଭ୍ ୟୁ ବାଙ୍କୀ

ବାଙ୍କୀ: ବାଙ୍କୀ ଡମପଡା ବ୍ଲକ କୁସପଙ୍ଗି ପଞ୍ଚାୟତ ସ୍ଥିତ ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ସୌନ୍ଦଯ୍ୟ କରଣ ପାଇଁ ଲକ୍ଷାଧିକ ସରକାରୀ ଟଙ୍କା ଖର୍ଚ୍ଚ କରି ଆଇ ଲଭ୍ ୟୁ ବାଙ୍କୀ ର ଏକ ସୁନ୍ଦର ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ସେଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ସହିତ ରଙ୍ଗ ବେରଙ୍ଗ ଲାଇଟ୍ ଲଗାଯାଇ ଆଲୋକି କରଣ କରାଯାଇଥିଲା । ଫଳରେ ଯାତାୟାତ କରୁଥିବା ବାଟୋଇ ମାନେ ସେଠାରେ ଅଟକି ଅତି ସୁନ୍ଦର ପ୍ରକଳ୍ପ ର ସୌନ୍ଦର୍ଯ୍ୟ କରଣ କୁ ଦେଖି ସେଲଫି ଉଠାଇ ବାର ମଜା ଉଠାଇଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହାର ରକ୍ଷଣା ବେକ୍ଷଣା ଅଭାବରୁ ଏହି ଆଇ ଲଭ୍ ୟୁ ବାଙ୍କୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିବା ବେଳେ ସରୀସୃପ ଜାତୀୟ ଜନ୍ତୁ ଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି । ଅନ୍ୟପଟେ ପ୍ରକଳ୍ପ ଉଦ୍ଘାଟନ ସମୟରେ ନେତା ଓ ଅଫିସର ବେଶ୍ ଚଳଚଞ୍ଚଳ ରହୁଥିବା ବେଳେ ପ୍ରକଳ୍ପ ର ରକ୍ଷଣ ବେକ୍ଷଣ ପାଇଁ ସ୍ଥାନୀୟ ନେତା ଓ ବିଭିନ୍ନ ଦଳର ରାଜନେତା ଏବଂ ବାଙ୍କୀ ର ବିଭାଗୀୟ ସରକାରୀ ଅଧିକାରୀ ମାନେ ଏହି ରାସ୍ତା ଦେଇ ଯାତାୟତ କରୁଥିଲେ ମଧ୍ୟ କାହାର ନଜର ଏଥିପ୍ରତି କାହିଁକି ପଡୁନାହିଁ ନା ସବୁ ଦେଖି ଜାଣି ନଜାଣିଲା ଭଳି ଅଭିନୟ କରୁଛନ୍ତି ବୋଲି ଜନ ମାନସରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

You may have missed