Highlight
Popular News
ଗିରଫ କି ମୃତ୍ୟୁକୁ ନାହିଁ ଭୟ: ଶେଖ ହାସିନା
ନୂଆଦିଲ୍ଲୀ/ଢାକା : ଗିରଫ ହେବାର ଭୟ ନାହିଁ, ନିର୍ଯାତନାକୁ ଭୟ ନାହିଁ, ଏପରିକି ମୃତ୍ୟୁର ଆଶଙ୍କା ଥିଲେ ମଧ୍ୟ ବାଂଲାଦେଶ ଫେରିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗର ମୁଖ୍ୟ ଶେଖ ହସିନା। ଆସନ୍ତା ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ବୋଲି ପୁଣିଥରେ ଘୋଷଣା କରିଛନ୍ତି। ତେବେ ଫେରିବାର ନିର୍ଦ୍ଦିଷ୍ଟ ତାରିଖ ସେ ଜଣାଇ ନାହାନ୍ତି। ୨୦୨୪ ଅଗଷ୍ଟରେ ତାଙ୍କ ସରକାରର ପତନ ପରେ ଶେଖ ହାସିନା ବାଂଲାଦେଶ ଛାଡ଼ି ଭାରତରେ […]
ଫ୍ରାନ୍ସରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପରାମର୍ଶ ଜାରି
ଲେହ/ଜମ୍ମୁ: ଫ୍ରାନ୍ସରେ ଦେଖାଯାଇଥିବା ତୀବ୍ର ଆନ୍ଦୋଳନ ଓ ହିଂସା ଯୋଗୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗିଥିବାବେଳେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଓ ସେଠାକୁ ଯାତ୍ରା କରୁଥିବା ଭାରତୀୟ ଲୋକଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ବୁଧବାର ଜାରି ହୋଇଥିବା ପରାମର୍ଶବଳୀରେ ଭାରତୀୟମାନଙ୍କୁ ବଡ଼ ସମାବେଶ ଓ ଭିଡ଼ ସ୍ଥାନଗୁଡ଼ିକୁ ଏଡାଇବାକୁ କୁହାଯାଇଛି। ସ୍ଥାନୀୟ ଫ୍ରାନ୍ସ କର୍ତ୍ତୃପକ୍ଷ ଯେଉଁ ପରାମର୍ଶବଳୀ ଜାରି କରୁଛନ୍ତି ତାକୁ ମାନିବାକୁ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ପରାମର୍ଶ ଜାରି କରିଛି। ଭାରତୀୟମାନଙ୍କୁ […]
ପାକିସ୍ତାନରେ ରହୁଛି ଦାଉଦ ଇବ୍ରାହିମ୍ : ଭାରତ
ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଅପରାଧିକ ସଂଗଠନ ‘ଡି-କମ୍ପାନୀ’କୁ ଭାରତ-ଆଧାରିତ ଅପରାଧିକ ଗୋଷ୍ଠୀ ଭାବେ ବର୍ଣ୍ଣନା କରିଛନ୍ତି ଜାତିସଂଘର ଜଣେ ସ୍ୱତନ୍ତ୍ର ରିପୋର୍ଟର ।ଯାହାକୁ ନେଇ ତାଙ୍କ ଉପରେ କଡ଼ା ଆପତ୍ତି ଉଠାଇଛି ଭାରତ। ଦାଉଦ ଇବ୍ରାହିମ୍ ପାକିସ୍ତାନରେଲୁଚି ରହିଥିବା ଦାବି କରି ଭାରତ ଜାତିସଂଘର ରିପୋର୍ଟକୁ ତଥ୍ୟଗତ ତ୍ରୁଟିପୂର୍ଣ୍ଣ ଓ ବାସ୍ତବତାରୁ ଭିନ୍ନବୋଲି ସମାଲୋଚନା କରିଛି । ଜାତିସଂଘର ସ୍ୱତନ୍ତ୍ର ରିପୋର୍ଟର ବେନ୍ ସଲ୍ ନିଜ ରିପୋର୍ଟରେଦାଉଦ ଇବ୍ରାହିମ୍କୁ ‘ଡି-କମ୍ପାନୀ’ ନାମକ ଏକ ଭାରତ-ଆଧାରିତ ଅପରାଧିକ […]
ଝଲସୁଛି ରୌପ୍ୟନଗରୀ
କଟକ: ରୌପ୍ୟନଗରୀ କଟକର ଦଶହରା ଆୟୋଜନ ବିଶ୍ବ ପ୍ରସିଦ୍ଧ। ଦଶହରା ସମୟରେ ସୁନା ଓ ଚାନ୍ଦିର ମେଢ଼ ପ୍ରସ୍ତୁତି ପରମ୍ପରା କେବଳ ଦେଶରେ ନୁହେଁ, ବିଶ୍ବରେ ବିରଳ। ଚଳିତ ବର୍ଷ କଟକରେ ୩୬ଟି ଚାନ୍ଦି ମେଢ଼ରେ ମା’ ଦୁର୍ଗା ଓ ମହାଦେବ ପୂଜା ପାଉଥିବା ବେଳେ ୯ଟି ମଣ୍ଡପରେ ମେଢ଼ ଓ ଅଳଙ୍କାରରେ ସୁନା ବ୍ୟବହାର ହେଉଛି। ସୁନା, ଚାନ୍ଦିର ବ୍ୟବହାର ଦୃଷ୍ଟିରୁ ବିଚାର କଲେ କଟକ ଦଶହରା ସବୁଠୁ ବ୍ୟୟବହୁଳ ପୂଜା ଭାବେ ସାରା ଦେଶ ଏମିତିକି ବିଶ୍ବରେ […]
୨୩ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ଥାଇଲାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାବେଳେ ଏହାର ପ୍ରଭାବରେ ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଛି। ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଆସନ୍ତା ୨୧ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିପାରେ। ପରବର୍ତ୍ତୀ ସମୟରେ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ […]
ଭୁବନେଶ୍ୱର ବିମାନବନ୍ଦରରୁ ୮.୫ କେଜି ମାରିଜୁଆନା ଜବତ
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ଜବତ ହୋଇଛି ୮ କିଲୋ ୫୦୦ ଗ୍ରାମର ହାଇଡ୍ରୋପୋନିକ ଗଞ୍ଜେଇ (ମରିଜୁଆନା) । ବ୍ୟାଙ୍କ୍କକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବା ମାତ୍ରେ ପୁଣି ଆରମ୍ଭ ହୋଇଗଲା ଦାମୀ ବିଦେଶୀ ଗଞ୍ଜେଇ ଚାଲାଣ। ମାରିଜୁଆନା ଚାଲାଣ ଅଭିଯୋଗରେ ରାଜ୍ୟ ବାହାରର ୩ ଅଟକ ରଖିଛି DRI ଏବଂ କଣ୍ଟମ୍ସ ବିଭାଗ। ସମସ୍ତ ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ଛି। ପୂର୍ବରୁ ୧୭ ତାରିଖରେ ଭୁବନେଶ୍ବର ଏୟାରପୋର୍ଟରୁ ରାଜସ୍ୱ […]
ଭସାଣ ଶୋଭାଯାତ୍ରାରେ ଡିଜେ ଗାଡ଼ି ମନା
ଭୁବନେଶ୍ୱର : ଭସାଣ ଶୋଭାଯାତ୍ରାରେ ଡିଜେକୁ ନାଁ। ଯିଏ ଡିଜେ ଆଣିବ ହେବ କଡା କାର୍ଯ୍ୟାନୁଷ୍ଠାନ। ମଣ୍ଡପରୁ ମୂର୍ତ୍ତି ବାହାରିବା ସମୟରେ କେହି ଡିଜେ ଗାଡ଼ି ନେଇ ଯାଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ଡିସିପି। ରାତି ୧୦ଟା ପରେ ଉଚ୍ଚ ଶବ୍ଦରେ ମ୍ୟୁଜିକ୍ ବଜାଇବା ଉପରେ ସୁପ୍ରିମକୋର୍ଟଙ୍କ କଟକଣା ରହିଛି। ଏହି ନିୟମକୁ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଭସାଣ ଶୋଭାଯାତ୍ରା ସମୟରେ […]
ଭାଙ୍ଗିଲା ସମାଜବାଦୀ ପାର୍ଟିର ପୂରା ଜିଲ୍ଲା ସଙ୍ଗଠନ
କନ୍ନୌଜ : ବିଜେପି ସଭାରେ ଖାଲି ଚେୟାରକୁ ନେଇ ଅନେକ ଥର କଟାକ୍ଷ କରିଛି ସମାଜବାଦୀ ପାର୍ଟି (SP)। ହେଲେ ଏବେ ନିଜ ଦଳର ସଭାରେ ଖାଲି ଚେୟାର ଦେଖି ଅଡ଼ୁଆରେ ପଡ଼ିଛି ଅଖିଳେଶ ଯାଦବଙ୍କ ପାର୍ଟି। ଉତ୍ତରପ୍ରଦେଶର କନ୍ନୌଜରେ କର୍ମୀ ସମ୍ମିଳନୀରେ ଆଶାନୁରୂପ ଭିଡ଼ ନ ହେବା ପରେ ପୂରା ଜିଲ୍ଲା ସଙ୍ଗଠନକୁ ଭାଙ୍ଗି ଦେଇଛି ସମାଜବାଦୀ ପାର୍ଟି। ଏଥିସହ ବିଭିନ୍ନ ପଦପଦବୀରେ ଥିବା ନେତାଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କନ୍ନୌଜରେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟରେ […]
ଆତଙ୍କବାଦ ଶାନ୍ତି ଏବଂ ବିକାଶ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରେ : ରାଜନାଥ
ଦୁଶାନବେ: ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଭାରତର ଆଭିମୁଖ୍ୟକୁ ଦୋହରାଇଛନ୍ତି। ରାଜନାଥ କହିଛନ୍ତି ଯେ, ଆତଙ୍କବାଦ ଉପରେ କୌଣସି ଦୋମୁହାଁ ମାନଦଣ୍ଡ ରହିବା ଉଚିତ୍ ନୁହେଁ। ସାର୍ବଭୌମତ୍ୱକୁ ସମ୍ମାନ ଦେବା ସହିତ ଦେଶ ଦେଶ ମଧ୍ୟରେ ପାରସ୍ପରିକ ଯୋଗାଯୋଗ ଅତ୍ୟନ୍ତ ଜରୁରୀ। ଆତଙ୍କବାଦକୁ କୌଣସି ପ୍ରକାରେ ଯଥାର୍ଥ କରାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ସମର୍ଥନ କିମ୍ବା ନିରାପଦ ଆଶ୍ରୟ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଆତଙ୍କବାଦର ସମଗ୍ର […]
ପାକିସ୍ତାନ-ଆଫଗାନ ମଧ୍ୟରେ ଭୟଙ୍କର ଉତ୍ତେଜନା
ନୂଆଦିଲ୍ଲୀ ; ବିବାଦୀୟ ଡୁରାଣ୍ଡ ଲାଇନରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏଥିରେ ୭ ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁଇ ଦେଶ ମଧ୍ୟରେ ଭୟଙ୍କର ସଂଘର୍ଷରେ ୭ ପାକ୍ ସେନାଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ପାକଟିଆ ପ୍ରଦେଶର ଦାଣ୍ଡ ପାଟାନ ଜିଲ୍ଲାରେ ଏହି ଯୁଦ୍ଧ ହୋଇଥିଲା। ଏହି ଅଞ୍ଚଳ ଖାର୍ଲାଚି ଫାଟକ ଏବଂ ଟପ୍ ସାର୍ ଏବଂ କୋଞ୍ଜ ଅଲି ସେକ୍ଟର ନିକଟରେ […]
