1 min read

ଫ୍ରାନ୍ସରେ ରହୁଥିବା ନାଗରିକଙ୍କ ପାଇଁ ଭାରତ ପକ୍ଷରୁ ପରାମର୍ଶ ଜାରି

ଲେହ/ଜମ୍ମୁ: ଫ୍ରାନ୍ସରେ ଦେଖାଯାଇଥିବା ତୀବ୍ର ଆନ୍ଦୋଳନ ଓ ହିଂସା ଯୋଗୁ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗିଥିବାବେଳେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଓ ସେଠାକୁ ଯାତ୍ରା କରୁଥିବା ଭାରତୀୟ ଲୋକଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ବୁଧବାର ଜାରି ହୋଇଥିବା ପରାମର୍ଶବଳୀରେ ଭାରତୀୟମାନଙ୍କୁ ବଡ଼ ସମାବେଶ ଓ ଭିଡ଼ ସ୍ଥାନଗୁଡ଼ିକୁ ଏଡାଇବାକୁ କୁହାଯାଇଛି। ସ୍ଥାନୀୟ ଫ୍ରାନ୍ସ କର୍ତ୍ତୃପକ୍ଷ ଯେଉଁ ପରାମର୍ଶବଳୀ ଜାରି କରୁଛନ୍ତି ତାକୁ ମାନିବାକୁ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ପରାମର୍ଶ ଜାରି କରିଛି। ଭାରତୀୟମାନଙ୍କୁ ସ୍ଥାନୀୟ ଖବର ମାଧ୍ୟମରେ ଅବଗତ ରହିବା, ସରକାରୀ ଅପଡେଟ୍‌ ଅନୁସରଣ କରିବା ଓ ସାର୍ବଜନୀନ ପରିବହନ କଟକଣା ଯାଞ୍ଚ କରିବାକୁ ପରାମର୍ଶ ଦେଇଛି। ଦୂତାବାସ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ମଧ୍ୟ ଜାରି ହୋଇଛି। ଜରୁରୀକାଳୀନ ସ୍ଥିତିରେ ‌ଯେକୌଣସି ଭାରତୀୟ ପ୍ୟାରିସ୍‌ ସ୍ଥିତ ଦୂତାବାସ ସହିତ ଯୋଗାଯୋଗ କରିପାରିବା ପାଇଁ +୩୩ ୬୪୮୩୪୦୦୬୩ ଓ ମାର୍ସାଇଲ ବାଣିଜ୍ୟିକ ଦୂତାବାସ +୩୩୭୪୩୧୬୨୫୫୯ ରେ ନମ୍ବର ଓ ଇମେଲ ମାଧ୍ୟମରେ ଯୋଗାଯୋଗ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *