ପାକିସ୍ତାନ-ଆଫଗାନ ମଧ୍ୟରେ ଭୟଙ୍କର ଉତ୍ତେଜନା

ନୂଆଦିଲ୍ଲୀ ; ବିବାଦୀୟ ଡୁରାଣ୍ଡ ଲାଇନରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏଥିରେ ୭ ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁଇ ଦେଶ ମଧ୍ୟରେ ଭୟଙ୍କର ସଂଘର୍ଷରେ ୭ ପାକ୍ ସେନାଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନର ପାକଟିଆ ପ୍ରଦେଶର ଦାଣ୍ଡ ପାଟାନ ଜିଲ୍ଲାରେ ଏହି ଯୁଦ୍ଧ ହୋଇଥିଲା। ଏହି ଅଞ୍ଚଳ ଖାର୍ଲାଚି ଫାଟକ ଏବଂ ଟପ୍ ସାର୍ ଏବଂ କୋଞ୍ଜ ଅଲି ସେକ୍ଟର ନିକଟରେ ଅବସ୍ଥିତ । ସୀମାରେ ସୁରକ୍ଷା ବ୍ୟବସ୍ଥା, ଆତଙ୍କବାଦୀଙ୍କ ଗତିବିଧି ଓ ସାମରିକ ଘାଟି ନିର୍ମାଣକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି । ମଧ୍ୟାହ୍ନ ସମୟରେ ଆଫଗାନିସ୍ତାନର ପାକ୍ଟିଆ ପ୍ରଦେଶର ଦାଣ୍ଡ ପାଟନ୍ ଅଞ୍ଚଳରେ ଦୁଇ ପକ୍ଷ ମଧ୍ୟରେ ଭୀଷଣ ଗୁଳିବିନିମୟ ଆରମ୍ଭ ହୋଇଥିଲା । ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଖରଲାଚି ଗେଟ୍ ସହ ଟପ୍ ସର୍ ଓ କୋଞ୍ଜ ଅଲି ଅଞ୍ଚଳରେ ମଧ୍ୟ ସଂଘର୍ଷ ହୋଇଥିଲା । ଏହି ଗୁଳିବିନିମୟ ଯୋଗୁଁ ସୀମାପାର ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି। ସୀମା ନିକଟରେ ରହୁଥିବା ଲୋକମାନେ ଭୟଭୀତ ହୋଇ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇଥିବା ସୂଚନା ମିଳିଛି ।
