1 min read

ବିକାଶରେ ଲାଗିଲା ବ୍ରେକ୍: ୧୫ ବର୍ଷ ହେଲା୪ଗ୍ରାମର ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଠପ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହୁଲଡିହା ପଞ୍ଚାୟତରେ ରାସ୍ତା ସମସ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଚାଲିଛି। ପଞ୍ଚାୟତର ୪ଟି ଗାଁକୁ ଯୋଗାଯୋଗ କରୁଥିବା ପ୍ରମୁଖ ରାସ୍ତା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡ଼ିଥିବା ବେଳେ ବିକାଶ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଇଛି। ପଞ୍ଚାୟତର ହରିହରପୁର ମାଝୀସାହିରୁ ଭାୟା ଖଣ୍ଡମୁଣ୍ଡା ଦେଇ କତ୍ରାପାଲି ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ମାଟି ରାସ୍ତାର ଉନ୍ନତୀକରଣ ହୋଇନଥିବାରୁ ଲୋକେ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି। ପ୍ରାୟ ୧୫ ବର୍ଷ ଧରି […]

1 min read

ମରାମତି ଓ ନୂତନ ଶ୍ରେଣୀଗୃହ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଜମନକିରା: ବର୍ଷା ହେଲେ ଶ୍ରେଣୀଗୃହ ଭିତରେ ଝରୁଛି ପାଣି। ଛାତରୁ ପାଣି ଗଳି ଶ୍ରେଣୀଗୃହରେ ଜମିଯାଉଥିବାରୁ ବିପଦସଙ୍କୁଳ ପରିବେଶରେ ପିଲାଙ୍କ ପାଠପଢ଼ା ଚାଲିଛି। ସ୍କୁଲର ଜରାଜୀର୍ଣ୍ଣ ଛାତ ମରାମତି ସହ ଦୁଇଟି ନୂଆ ଶ୍ରେଣୀଗୃହ ନିର୍ମାଣ ଦାବିରେ ଶନିବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲରେ ତାଲା ପକାଇଥିବା ଘଟଣାକୁ ନେଇ ସର୍ବେଜାଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ […]

1 min read

ଆଜିର ରାଶିଫଳ: କାହା ପାଇଁ ଶୁଭ, କାହାକୁ ରହିବାକୁ ପଡ଼ିବ ସାବଧାନ?

ମେଷ: ଆଜି ନୂଆ ଯୋଜନା ଆରମ୍ଭ ପାଇଁ ଭଲ ଦିନ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆର୍ଥିକ ମାମଲାରେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବୃଷ: ଆଜି ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିପାରେ। ବ୍ୟବସାୟରେ ନୂଆ ସୁଯୋଗ ଆସିବ। ପରିବାରରେ ଖୁସିର ପରିବେଶ ରହିବ। ମିଥୁନ: ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ। ବନ୍ଧୁ କିମ୍ବା ସହକର୍ମୀଙ୍କ ସହଯୋଗ ମିଳିବ। ତେବେ କୌଣସି ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। କର୍କଟ: ମନରେ ଥିବା କିଛି ଚିନ୍ତା ଦୂର […]

1 min read

ଅଗଷ୍ଟ ୨୪ରେ ଓଡ଼ିଶାରେ ପ୍ରବଳ ବର୍ଷା; ଅନେକ ଜିଲ୍ଲାକୁ ଭାରୀ ବର୍ଷା ଆଶଙ୍କା

ଭୁବନେଶ୍ୱର, ୨୩/୮: ସକ୍ରିୟ ଲଘୁଚାପ ପ୍ରଭାବରେ ଅଗଷ୍ଟ ୨୪ରେ ଓଡ଼ିଶାର ଅନେକ ଅଞ୍ଚଳରେ ପାଗ ବର୍ଷାମୟ ରହିବ। ରାଜ୍ୟରେ ବିସ୍ତୃତ ଭାବେ ହାଲୁକାରୁ ମଧ୍ୟମ ବର୍ଷା ହେବା ସହ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବର୍ଷା ସହିତ ବଜ୍ରପାତ ଓ ଝଟକା ପବନର ଆଶଙ୍କା ମଧ୍ୟ ରହିଛି। ତେଣୁ ବଜ୍ରପାତ ସମୟରେ ଖୋଲା ସ୍ଥାନରେ ନରହିବା ଏବଂ ଅସୁରକ୍ଷିତ କୋଠା କିମ୍ବା ଗଛ ତଳେ ଆଶ୍ରୟ ନନେବାକୁ ସତର୍କ ରହିବା ଆବଶ୍ୟକ। ଆସନ୍ତାକାଲି ରାଜ୍ୟରେ […]

1 min read

ଚୀନ୍ ଯିବେ ଅଜିତ ଡୋଭାଲ; ସୀମା ବିବାଦ ନେଇ ୱାଙ୍ଗ ୟିଙ୍କ ସହ ୨୫ତମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ, ୨୩/୮: ଭାରତ-ଚୀନ୍ ସୀମା ବିବାଦକୁ ନେଇ କୂଟନୈତିକ ଆଲୋଚନା ପୁଣିଥରେ ଗୁରୁତ୍ୱ ପାଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର, ଅଗଷ୍ଟ ୨୪ରେ ବେଜିଂ ଗସ୍ତ କରିବେ। ସେଠାରେ ଚୀନ୍ ବୈଦେଶିକ ମନ୍ତ୍ରୀ ତଥା ଚୀନ୍‌ର ସ୍ୱତନ୍ତ୍ର ପ୍ରତିନିଧି ୱାଙ୍ଗ ୟିଙ୍କ ସହ ସୀମା ପ୍ରସଙ୍ଗରେ ଆଲୋଚନା କରିବେ। ସରକାରୀ ସୂତ୍ର ଅନୁଯାୟୀ, ଡୋଭାଲ ଓ ୱାଙ୍ଗ ୟି ମଙ୍ଗଳବାର ଭାରତ-ଚୀନ୍ ସ୍ୱତନ୍ତ୍ର ପ୍ରତିନିଧି (SR) ଆଲୋଚନାର ୨୫ତମ ପର୍ଯ୍ୟାୟରେ ଯୋଗଦେବେ। ଏହି ବୈଠକରେ […]

1 min read

ବନ୍ତିଲୋରେ କୋଟି କୋଟି ଟଙ୍କାର ‘ଭୂତ କୋଠା’! ରୋଗୀ ନୁହେଁ, ଗଡୁଛି ମଦ ବୋତଲ।

ଅସ୍ତରଙ୍ଗ, ୨୩/୦୮: ଦୂରରୁ ଦେଖିଲେ ଲାଗିବ ଯେପରି ଏକ ପରିତ୍ୟକ୍ତ କୋଠା। ଚାରିଆଡ଼େ ଅନ୍ଧାର, ପରିସରରେ ମଦ ବୋତଲ, ସିଗାରେଟ୍ ପ୍ୟାକେଟ୍ ଓ ଅଳିଆ ଆବର୍ଜନା। ରୋଗୀଙ୍କ ଚଳପ୍ରଚଳ ବଦଳରେ ଏଠାରେ ନିଶାଡ଼ିଙ୍କ ଆଡ଼ା ଜମୁଥିବା ଅଭିଯୋଗ ହେଉଛି। ଏହା କୌଣସି ଭୂତକୋଠା ନୁହେଁ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ନିର୍ମିତ ବନ୍ତିଲୋ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଚିତ୍ର। ୨୦୨୩ ନଭେମ୍ବର ୩୦ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି […]

1 min read

ବର୍ଷାଦିନେ ପାନୀୟ ଜଳ ପାଇଁ ହନ୍ତସନ୍ତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମବାସୀ

ଭାପୁର, ୨୩/୦୮: ରାଜ୍ୟ ସରକାର ଲୋକମାନଙ୍କୁ ପାଇପ ଯୋଗେ ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ମାଣିବନ୍ଧ ଗ୍ରାମରେ. ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ପମ୍ପ ହାଉସ)ମାଧ୍ୟମରେ ପାଇପ ଯୋଗେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି. ପମ୍ପ ହାଉସରେ ପାଣି ଚଲାଇବା ପାଇଁ କର୍ମଚାରୀ ନିଯୁକ୍ତି କରାଯାଇଛି. କିନ୍ତୁ […]

1 min read

‘ସ୍ପିରିଟ୍‌’କୁ ନେଇ ବଢ଼ିଲା ବିବାଦ; ଦୀପିକାଙ୍କୁ ବାଦ ଦେବା ପଛରେ ଏହି କାରଣ!

ମୁମ୍ବାଇ: ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ **‘ସ୍ପିରିଟ୍‌’**କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଫିଲ୍ମରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ବାଦ ଦିଆଯିବା ପଛର କାରଣକୁ ନେଇ ଏବେ ନୂଆ ଦାବି ସାମ୍ନାକୁ ଆସିଛି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଫିଲ୍ମର ପ୍ରଯୋଜକ ତଥା ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଭାଇ ପ୍ରଣୟ ରେଡ୍ଡୀ ଭାଙ୍ଗା ଦୀପିକାଙ୍କୁ ଫିଲ୍ମରୁ ହଟାଯିବା ସମ୍ପର୍କରେ ଦାବି କରିଛନ୍ତି। ପ୍ରଣୟଙ୍କ କହିବା ଅନୁଯାୟୀ, ଦୀପିକା ଫିଲ୍ମ ପାଇଁ ଏକ ବଡ଼ […]

1 min read

କିଡ୍‌ନି ଷ୍ଟୋନ୍ ସମସ୍ୟାରୁ ମୁକ୍ତି ଦେବ ‘କୋଲଥ ଡାଲି’: ଜାଣନ୍ତୁ ଏହାର ଅଦ୍ଭୁତ ଫାଇଦା ଓ ସେବନ ବିଧି

ଭୁବନେଶ୍ୱର: ଆଜିକାଲିର ଅସନ୍ତୁଳିତ ଜୀବନଶୈଳୀ, କମ୍ ପାଣି ପିଇବା ଓ ଖାଦ୍ୟପେୟ ଯୋଗୁଁ କିଡ୍‌ନି ଷ୍ଟୋନ୍ (ପଥୁରୀ) ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହି ଯନ୍ତ୍ରଣାଦାୟକ ସମସ୍ୟାରୁ ପ୍ରାକୃତିକ ଉପାୟରେ ମୁକ୍ତି ପାଇବା ପାଇଁ ଆମ ରୋଷେଇ ଘରେ ଥିବା ‘କୋଲଥ ଡାଲି’ (Horse Gram) ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇପାରେ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଫାଇଟେଟ୍ସ ଏବଂ ମୂତ୍ରବର୍ଦ୍ଧକ (Diuretic) ଗୁଣ କିଡ୍‌ନିରୁ ପଥର ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ। କୋଲଥ ଡାଲିର […]

1 min read

ପୁଣି ନଗଡ଼ାରେ ଅପପୁଷ୍ଟିର ଛାୟା; ୨ ଶିଶୁ ସାମ୍ ଶ୍ରେଣୀଭୁକ୍ତ

କାଳିଆପାଣି: ନଗଡ଼ାରୁ ଅପପୁଷ୍ଟିର ଚିନ୍ତାଜନକ ଚିତ୍ର ପୁଣି ସାମ୍ନାକୁ ଆସିଛି। ସରକାର ଓ ଜିଲ୍ଲା ପ୍ରଶାସନ ଦୀର୍ଘ ବର୍ଷ ଧରି ନଗଡ଼ାର ବିକାଶ ପାଇଁ ପ୍ରୟାସ କରୁଥିଲେ ମଧ୍ୟ ଶିଶୁଙ୍କ ପୁଷ୍ଟି ସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ତଳ ନଗଡ଼ାରେ ଦୁଇ ଜୁଆଙ୍ଗ ଶିଶୁ ସାମ୍ (Severe Acute Malnutrition) ଶ୍ରେଣୀରେ ଥିବା ଜଣାପଡ଼ିଛି। କାନ୍ତ ଓ ମିଟୁ ପ୍ରଧାନଙ୍କ ୩୩ ମାସର ଝିଅ ଜ୍ୟୋତ୍ସ୍ନାରାଣୀ ଏବଂ ଗାଲେ ଓ ମଙ୍ଗୁଳୁ ପ୍ରଧାନଙ୍କ ୧୯ ମାସର ପୁଅ […]