1 min read

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ଅଗଷ୍ଟ ୨୯ରୁ ବଢ଼ିବ ବର୍ଷା, ଉତ୍ତର ଓଡ଼ିଶାକୁ ଅଧିକ ପ୍ରଭାବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ପ୍ରାୟ ୩.୧ରୁ ୫.୮ କିଲୋମିଟର ଉଚ୍ଚତାରେ ଏହି ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଅଗଷ୍ଟ ୨୯ ତାରିଖରୁ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି ବଢ଼ିପାରେ। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ଅନୁସାରେ, ଆସନ୍ତା କିଛି ଦିନ ରାଜ୍ୟର ଅନେକ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର […]

1 min read

କୋଇଲା ଚୋରିର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତରେ, ଟିମ୍‌ ଜବତ କଲା ୩୦ ହଜାର କିଲୋ କୋଇଲା

ଭୁବନେଶ୍ୱର: ପକ୍କା ଟ୍ରେନ୍‌ରୁ କୋଇଲା ଚୋରି ମାମଲାର ତଦନ୍ତଭାର ଏବେ ଆରପିଏଫ୍‌ (ରେଲ ସୁରକ୍ଷା ବଳ)ର କ୍ରାଇମବ୍ରାଞ୍ଚ ଟିମ୍‌ ହାତକୁ ଯାଇଛି। ଘଟଣାର ତଦନ୍ତ କରି ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ୩୦ ହଜାର କିଲୋ କୋଇଲା, ୨୨୦୦ ଲିଟର ଡିଜେଲ୍‌ ଓ ୨୦୦ ଲିଟର ତେଲ ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ, ମାଫିଆ ଓ ମାଷ୍ଟରମାଇଣ୍ଡଙ୍କ ସନ୍ଧାନ ଜାରି ରହିଛି। ବନ୍ଦରରୁ କୋଇଲା ଚୋରି ଘଟଣାରେ ୨୦୨୪ ମେ’ […]

1 min read

ପ୍ୟାକେଟ୍‌ରେ ଲାଲ୍‌ ଚିହ୍ନ ଦେଖିଲେ ସାବଧାନ! ଜାଣନ୍ତୁ କେଉଁ ଖାଦ୍ୟରେ କେତେ ଲୁଣ, ଚିନି ଓ ଚର୍ବି

ନୂଆଦିଲ୍ଲୀ: ପ୍ୟାକେଟ୍‌ ଖାଦ୍ୟ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଆହୁରି ସଚେତନ ହେବାକୁ ପଡ଼ିପାରେ। ପ୍ୟାକେଟ୍‌ରେ ଥିବା ଜଟିଳ ପୋଷଣ ତାଲିକାକୁ ନପଢ଼ି ମଧ୍ୟ ଖାଦ୍ୟରେ ଅଧିକ ଲୁଣ, ଚିନି ଓ ଚର୍ବି ରହିଛି କି ନାହିଁ, ତାହା ଜାଣିବାର ସୁବିଧା ମିଳିବ। ଏଥିପାଇଁ ଖାଦ୍ୟ ପ୍ୟାକେଟ୍‌ର ସାମ୍ନା ପଟେ ଲାଲ୍‌ ରଙ୍ଗର ଚିହ୍ନ ଲଗାଇବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଅଧିକ ଲୁଣ, ଚିନି କିମ୍ବା ଚର୍ବି ଥିବା ଖାଦ୍ୟକୁ ଗ୍ରାହକ ସହଜରେ ଚିହ୍ନଟ କରିପାରିବେ। […]

1 min read

ପାକିସ୍ତାନରେ ହେବ ଦକ୍ଷିଣ ଏସୀୟ କ୍ରୀଡ଼ା, ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ: ଦୀର୍ଘ ୨୨ ବର୍ଷ ପରେ ପାକିସ୍ତାନରେ ଦକ୍ଷିଣ ଏସୀୟ କ୍ରୀଡ଼ାର ୧୪ତମ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି। ଆସନ୍ତା ବର୍ଷ ଏପ୍ରିଲ ୩ରୁ ୧୧ ତାରିଖ ପର୍ଯ୍ୟନ୍ତ ପାକିସ୍ତାନର ଇସଲାମାବାଦ, ଲାହୋର ଓ ପେଶାୱରରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏହି ସଂସ୍କରଣରେ ୨୮ଟି କ୍ରୀଡ଼ାରେ ମୋଟ ୩୪୬ଟି ପଦକ ପାଇଁ ପ୍ରତିଯୋଗିତା ହେବ। ଆୟୋଜକ ପାକିସ୍ତାନ ସମେତ ଦକ୍ଷିଣ ଏସିଆର ବାଂଲାଦେଶ, ମାଲଦ୍ୱୀପ, ନେପାଳ ଓ ଶ୍ରୀଲଙ୍କାର କ୍ରୀଡ଼ାବିତ୍‌ମାନେ ଏଥିରେ ଅଂଶଗ୍ରହଣ କରିବେ। […]

1 min read

୩ ଦିନ ପରେ ପୁଣି ନେପାଳରେ ବନ୍ୟା ଆଶଙ୍କା! ୭୨ ଘଣ୍ଟା ମଧ୍ୟରେ ଫାଟିପାରେ ବରଫ ହ୍ରଦ

କାଠମାଣ୍ଡୁ: ପଡ଼ୋଶୀ ନେପାଳ ଉପରୁ ଏବେ ବି ଟଳିନାହିଁ ବନ୍ୟା ବିପଦ। ଭୟାବହ ବନ୍ୟା ପରେ ପୁଣି ଏକ ବଡ଼ ଜଳପ୍ରଳୟର ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଆଉ ଏକ ବରଫ ହ୍ରଦ ଫାଟିବାର ଆଶଙ୍କା ନେଇ ଚୀନ୍ ପକ୍ଷରୁ ସତର୍କ କରାଯାଇଥିବା ଦାବି କରାଯାଇଛି। ଯଦି ବରଫ ହ୍ରଦ ଫାଟିଯାଏ, ତେବେ ତିବ୍ବତ ସମେତ ନେପାଳର ତଳିଆ ଅଞ୍ଚଳରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ଫଳରେ ନଦୀଗୁଡ଼ିକର ଜଳସ୍ତର […]

1 min read

ନେପାଳ ବନ୍ୟାର ପ୍ରଭାବ ଭାରତରେ: ୟୁପି-ବିହାରରେ ହାଇ ଆଲର୍ଟ, ଖୋଲିଲା ବ୍ୟାରେଜ୍‌ର ୩୬ ଗେଟ୍

କାଠମାଣ୍ଡୁ: ଚୀନ-ନେପାଳ ସୀମାନ୍ତ ତିବ୍ବତ ନିକଟରେ ହିମସ୍ଖଳନ ପରେ ନଦୀ ବନ୍ଧ ଭାଙ୍ଗିବା ଯୋଗୁ ନେପାଳରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟାର ପ୍ରଭାବ ଏବେ ଭାରତରେ ମଧ୍ୟ ଦେଖାଦେଇଛି। ବିଶେଷକରି ଉତ୍ତର ପ୍ରଦେଶ ଓ ବିହାରରେ ନଦୀଜଳ ବୃଦ୍ଧି ପାଇବାରୁ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ଗଣ୍ଡକ ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ମହାରାଜଗଞ୍ଜରେ ନେପାଳରୁ ଜଳ ଆସୁଥିବା […]

1 min read

ନେପାଳରେ ବନ୍ୟା ବିପର୍ଯ୍ୟୟ: ୧୬୦ ମୃତ, ୭୦୦ରୁ ଅଧିକ ନିଖୋଜ; ସହାୟତାର ହାତ ବଢ଼ାଇଲା ଭାରତ

କାଠମାଣ୍ଡୁ, ୨୭/୮: ନେପାଳରେ ବନ୍ୟା ପରିସ୍ଥିତି ଭୟାବହ ରୂପ ନେଇଛି। ବନ୍ୟା ଓ ଏହାଜନିତ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହି ଦୁର୍ଦ୍ଦିନରେ ପଡ଼ୋଶୀ ନେପାଳକୁ ସହାୟତାର ହାତ ବଢ଼ାଇଛି ଭାରତ। ନେପାଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଭାରତ ପକ୍ଷରୁ ରିଲିଫ ସାମଗ୍ରୀ ପଠାଯାଇଛି। ଏଥିସହ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଭାରତୀୟ ଟିମ୍‌ଗୁଡ଼ିକ ସହଯୋଗ କରୁଥିବା ଜଣାପଡ଼ିଛି। ଏହି ବିପର୍ଯ୍ୟୟକୁ ନେଇ ପ୍ରଧାନମନ୍ତ୍ରୀ […]

1 min read

ସୁଭଦ୍ରା ଯୋଜନାର ୫ମ କିସ୍ତି: ୧.୦୩ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା

ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଆସିଛି ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ନେଇଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୧,୦୩,୨୬,୧୬୨ ଜଣରୁ ଅଧିକ ମହିଳା ଉପକୃତ ହେବେ। ଏଥିପାଇଁ ସରକାର ୫,୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ସିଧାସଳଖ DBT ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ବୋଲି ସୂଚନା ମିଳିଛି। ବିଶେଷକରି, ପ୍ରାୟ […]

1 min read

ଯଶଙ୍କ ‘Toxic’ର ଧମାକାଦାର ଓପନିଂ; ପ୍ରଥମ ଦିନରେ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍

ମୁମ୍ବାଇ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ଯଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Toxic: A Fairy Tale for Grown-Ups’ ବକ୍ସ ଅଫିସ୍‌ରେ ଜୋରଦାର ଆରମ୍ଭ କରିଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଫିଲ୍ମଟି ଭାରତରେ ପ୍ରଥମ ଦିନରେ ପ୍ରାୟ ୮୨.୮୮ କୋଟି ଟଙ୍କା ନେଟ୍ କଲେକ୍ସନ୍ କରିଛି। ଏହାର ଇଣ୍ଡିଆ ଗ୍ରସ୍ କଲେକ୍ସନ୍ ପ୍ରାୟ ୯୭.୮୦ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ପ୍ରଥମ ଦିନରେ ଦେଶର ବିଭିନ୍ନ ସ୍ଥାନରେ ଫିଲ୍ମର ପ୍ରାୟ ୧୯,୨୨୧ଟି ଶୋ’ ହୋଇଥିଲା। ସାମଗ୍ରିକ […]

1 min read

ବାଂଲାଦେଶରେ ହିନ୍ଦୁ ପରିବାର ହତ୍ୟା ମାମଲା; ପୋଷ୍ଟମୋର୍ଟମ୍‌ ରିପୋର୍ଟ ପରେ ପୁଲିସ ତଦନ୍ତ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ: ବାଂଲାଦେଶର ରଙ୍ଗପୁର ଅଞ୍ଚଳରେ ଜଣେ ହିନ୍ଦୁ ପରିବାରର ୪ ଜଣ ସଦସ୍ୟଙ୍କ ହତ୍ୟା ଘଟଣାକୁ ନେଇ ଏବେ ନୂଆ ପ୍ରଶ୍ନ ଉଠିଛି। ପୋଷ୍ଟମୋର୍ଟମ୍‌ ରିପୋର୍ଟରେ ମୃତ୍ୟୁ ସମୟ ସମ୍ପର୍କରେ ମିଳିଥିବା ତଥ୍ୟ ପୁଲିସର ପ୍ରାରମ୍ଭିକ ତଦନ୍ତ ତଥ୍ୟ ସହ ମେଳ ଖାଉନଥିବାରୁ ମାମଲା ଅଧିକ ଜଟିଳ ହୋଇଛି। ରଙ୍ଗପୁରର ମାଛୁଆପାରା ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ହିନ୍ଦୁ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ, ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କ ମୃତଦେହ ଅଗଷ୍ଟ ୨୨ ତାରିଖରେ ନିଜ ଘରୁ […]