ଘଟଣା-ଦୁର୍ଘଟଣା
ଟିଟିଲାଗଡ଼ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ରେଳ ଚଳାଚଳ ପ୍ରଭାବିତ
ଟିଟିଲାଗଡ଼, ୨୭।୭: ବଲାଙ୍ଗିରରୁ ଆସୁଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି। ଟ୍ରେନ୍ର ଗୋଟିଏ ବଗି ଟ୍ରାକ୍ରୁ ଖସିଯାଇଥିବାରୁ ଏହି ଅଘଟଣ ଘଟିଛି। ଘଟଣା ପରେ ସେହି ରୁଟ୍ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୂଚନା ପାଇବା ସହିତ ରେଳ ବିଭାଗର କର୍ମଚାରୀ ଓ ପ୍ରାଯୁକ୍ତିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଇନ୍ ସ୍ୱାଭାବିକ କରିବା ଏବଂ ଟ୍ରାକ୍ ମରାମତି କାମ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣାରେ କୌଣସି ଜୀବନହାନି […]
ଫ୍ରାନ୍ସ ଏବଂ ସ୍ପେନ୍ରେ ଭୟଙ୍କର ରୂପ ନେଲା ବନାଗ୍ନି
ମାଦ୍ରିଦ୍,୨୫୲୭: ଫ୍ରାନ୍ସ ଓ ସ୍ପେନ୍ରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଇଛି। ଫ୍ରାନ୍ସର ବୋର୍ଡୋ ଅଞ୍ଚଳରେ ଲାଗିଥିବା ନିଆଁରୁ ୧୯ ହଜାର ହେକ୍ଟରରୁ ଅଧିକ ଜମି ଜଳିସାରିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଛି ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେଭଳି ସ୍ପେନ୍ରେ ମାଡ୍ରିଡ୍ର ପଶ୍ଚିମ ଭାଗରେ ନିଆଁ ଲାଗିଥିବାର ଖବର ମିଳିଛି। ଏହାପରେ ସରକାରଙ୍କୁ ଜରୁରୀକାଳୀନ ସ୍ଥିତି ଘୋଷିତ କରିବାକୁ ପଡିଛି। ଦୁଇ ଦେଶରେ ପ୍ରାୟ ୨.୨୦ ଲକ୍ଷ ଲୋକଙ୍କୁ ନିଜର ଘର ଛାଡିବାକୁ ପଡିଛି। ସ୍ପେନ୍ ଇତିହାସରେ ପ୍ରଥମ ଥର ପାଇଁ ନ୍ୟାସନାଲ ଫାୟର ଏମର୍ଜେନ୍ସି ପରିସ୍ଥିତି ଘୋଷଣା କରିବାକୁ ପଡିଛି। ଏହି ସମୟରେ, ସ୍ପେନ୍ ପୋଲିସ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ସେ କୃଷି ଯନ୍ତ୍ରପାତି ବ୍ୟବହାର କରିଥିଲେ, ଯାହା ଜଙ୍ଗଲ ନିଆଁକୁ ଜାଳି ଦେଇଥିଲା। ଅଧିକାରୀଙ୍କ ଅନୁଯାୟୀ ମରୁଡି ଏବଂ ଭୀଷଣ ଗରମ ଯୋଗୁଁ ଚାଷ ଜମି ଓ ଜଙ୍ଗଲ ବାରୁଦ ଭଳି ଶୁଖିଲା ଥିଲା। କୃଷି ଯନ୍ତ୍ରପାତି ବ୍ୟବହାର କାରଣରୁ ନିଆଁ ଧରି ନେଇଥିଲା। ଏହି ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଚାଲିଛି। ଦୁହିଁଙ୍କ ପାଇଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଘର ହରାଇବାକୁ ପଡିଛି। ନିଆଁ ଉପରେ ନିୟନ୍ତ୍ରଣ ପାଇବାକୁ ଫ୍ରାନ୍ସ ଓ ସ୍ପେନ୍ରେ ହଜାର ହଜାର ଦମକଳକର୍ମୀ, ସେନା ଓ ହେଲିକପ୍ଟରକୁ ଲଗାଯାଇଛି। ୟୁରୋପୀୟ ୟୁନିୟନ ମଧ୍ୟ ଗ୍ରୀସ୍ ଓ କ୍ରୋଏଶିୟା ଭଳି ଦେଶରୁ ସାହାଯ୍ୟ ପଠାଇଛି। ଅତ୍ୟାଧିକ ଗରମ ଓ ଆଦ୍ରତା କମ୍ ଥିବାରୁ ଜଙ୍ଗଲର ନିଆଁ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ଫ୍ରାନ୍ସର ବୋର୍ଡୋ ନିକଟରେ ଲାଗିଥିବା ନିଆଁ ଏତେ ଦୃତ ଗତିରେ ବ୍ୟାପି ଯାଇଥିଲା ଯେ, ପୁରା ଅଞ୍ଚଳକୁ ଖାଲି କରିବାକୁ ପଡିଥିଲା। ଏହାଦ୍ବାରା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କ୍ୟାପ୍ ଫେରେ ମଧ୍ୟ ରହିଛି। ସେଠାରେ କିଛି ଲୋକ ଡଙ୍ଗା ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସେଭଳି ଫ୍ରାନ୍ସରେ ମଧ୍ୟ ହଜାର ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ବହୁ ଅଞ୍ଚଳରେ ଥିବା ଲୋକଙ୍କ ଯିବା ଆସିବା ବି ରୋକି ଦିଆଯାଇଛି। ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ନିଆଁ ଲାଗିବା ଦ୍ବାରା ପ୍ରବଳ କ୍ଷତି ହୋଇଛି। ନିଆଁ ଦ୍ବାରା ପ୍ରାୟ ୮୦ ଘର କ୍ଷତିଗ୍ରସ୍ତ ହୋଇଛି ଓ କ୍ୟାମ୍ପସାଇଟ୍ ବି ଜଳି ଯାଇଛି।
ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ
ତେହରାନ,୨୫୲୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ ଇରାନ ଜଳସୀମାରେ 28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ମୋଜାମ୍ବିକ ପତାକା ବିଶିଷ୍ଟ LPG ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। X ରେ ଜାରି ଏକ ବିବୃତ୍ତିରେ, ଦୂତାବାସ ନିଶ୍ଚିତ କରିଛି ଯେ ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଦୂତାବାସ ଅଧିକାରୀମାନେ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଭାରତୀୟ ସାମୁଦ୍ରିକ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ବାଣିଜ୍ୟ ସଂଘ, ଫରୱାର୍ଡ ସିମେନ୍ସ ୟୁନିଅନ ଅଫ ଇଣ୍ଡିଆ, X ରେ ପୋଷ୍ଟ କରିଛି ଯେ ‘ଦିଶା’ ଜାହାଜ ପର୍ସିଆନ ଉପସାଗରକୁ ଯାଉଥିବା ସମୟରେ ହର୍ମୁଜ ପ୍ରଣାଳୀ ନିକଟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ହୋଇଥିଲା। ଇରାନ ଏବଂ ଓମାନ ମଧ୍ୟରେ ଅବସ୍ଥିତ ହର୍ମୁଜ ପ୍ରଣାଳୀରେ ଶତ୍ରୁତା ଆରମ୍ଭ ହେବା ପୂର୍ବରୁ ବିଶ୍ୱର ଶକ୍ତି ଯୋଗାଣର ପ୍ରାୟ ଏକ ପଞ୍ଚମାଂଶ ଏହି ମାର୍ଗ ଦେଇ ଗତି କରୁଥିଲା। ଜୁଲାଇ ମାସର ପ୍ରାରମ୍ଭରେ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଏକ ଦୁର୍ବଳ ଯୁଦ୍ଧବିରାମ ଭାଙ୍ଗିବା ପରଠାରୁ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ନୂତନ ଆକ୍ରମଣ ହୋଇଛି ଏବଂ ଏହି ଜଳପଥ ଦେଇ ଜାହାଜ ଚଳାଚଳରେ ଆହୁରି ବାଧା ସୃଷ୍ଟି ହୋଇଛି। ତେହରାନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ଶୁକ୍ରବାର LPG ଟ୍ୟାଙ୍କର ‘ଦିଶା’ ଉପରେ ଆକ୍ରମଣ ଖବର ପାଇବା ପରେ ତୁରନ୍ତ କୂଟନୈତିକ ପଦକ୍ଷେପ ନିଆଯାଇଥିଲା। ଦୂତାବାସର ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ‘ଜାହାଜରେ ମୋଟ ୨୮ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଦୂତାବାସ ସମ୍ପୃକ୍ତ ଇରାନୀ କର୍ତ୍ତୃପକ୍ଷଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛି। ଏହା ନିଶ୍ଚିତ ହୋଇଛି ଯେ ଜାହାଜରେ ଥିବା ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।’ ଦୂତାବାସ ସ୍ପଷ୍ଟ କରିଛି ଯେ ଏହା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଇରାନୀ ପ୍ରଶାସନ ସହିତ ସମନ୍ବୟ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛି। ବିବୃତ୍ତିରେ ଜାହାଜର କ୍ଷତି କିମ୍ବା ଘଟଣାର ସଠିକ କାରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇ ନାହିଁ।
ଆମ ବସ୍ରୁ ବାହାରିଲା ଧୂଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ।
ଗୋପ (ପିପିଏସ )ପୁରୀ-କୋଣାର୍କ ରୁଟ୍ରେ ଘଟିଛି ଏକ ବଡ଼ ଦୁର୍ଘଟଣା। ଚଳନ୍ତା ‘ଆମ ବସ୍’ରୁ ହଠାତ୍ ପ୍ରବଳ ଧୂଆଁ ବାହାରିବା ସହ ଟାୟାର ଫାଟିଯାଇଛି। ତେବେ ଡ୍ରାଇଭରଙ୍କ ସଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଓ ସଜାଗତା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ସୂଚନା ଅନୁସାରେ ପୁରୀ ଓ କୋଣାର୍କ ଆଡ଼ୁ ଗୋପ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ‘ଆମ ବସ୍’। ଗାଡ଼ିଟି ନିଜ ଗତିରେ ଯାଉଥିବା ସମୟରେ ଗୋପ ପଟେଳିଆ ଛକ ନିକଟରେ […]
ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି
ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ […]
ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର
ବୌଦ୍ଧ, ୨୪/୭: ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ରମାକାନ୍ତ ଦୀପଙ୍କ ପୁଅ ରାଧାକାନ୍ତ ଗୁରୁବାର ରାତିରେ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୩ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ହରଭଙ୍ଗା […]
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ: ପେପର ଲିକ୍ ମାଫିଆଙ୍କ ବିରୁଦ୍ଧରେ ଆସିବ କଠୋର ଆଇନ
ନୂଆଦିଲ୍ଲୀ, ୨୪/୦୭: ଦେଶର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା ନିଟ୍ (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ (Paper Leak) ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିବାଦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅସାଧୁ ଚକ୍ର ଏବଂ ମାଫିଆମାନଙ୍କୁ ଦମନ କରିବା ପାଇଁ ସରକାର ଶୂନ୍ୟ ସହନଶୀଳତା […]
ଜନ୍ତର ମନ୍ତରରୁ ହଟିଲେ କୋକ୍ରୋଚ ଜନତା ପାର୍ଟି ମୁଖ୍ୟ ଅଭିଜିତ ଦୀପକେ, ସ୍ୱାସ୍ଥ୍ୟାବସ୍ଥା ଅସୁସ୍ଥ
ନୂଆଦିଲ୍ଲୀ, ୨୩/୭: ଦିଲ୍ଲୀର ଜନ୍ତର ମନ୍ତରରେ ଗତ ଏକ ମାସରୁ ଅଧିକ ସମୟ ଧରି ପ୍ରତିବାଦ ଜାରି ରଖିଥିବା କୋକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ଅଭିଜିତ ଦୀପକେଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ପ୍ରବଳ ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା କାରଣରୁ ଗୁରୁବାର ଦିନ ତାଙ୍କୁ ପ୍ରତିବାଦ ସ୍ଥଳ ଛାଡିବାକୁ ବାଧ୍ୟ ହେବାକୁ ପଡ଼ିଛି। 🩺 ସୋସିଆଲ ମିଡିଆରେ ଦେଲେ ସୂଚନା ଅଭିଜିତ ଦୀପକେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ଏହି ସୂଚନା […]
ଲାଲଚୌକ ଗୁଳିକାଣ୍ଡର କଡ଼ା ଜବାବ: ଦୁଇ ଲସ୍କର ଆତଙ୍କବାଦୀଙ୍କ ଘର ଭାଙ୍ଗିଲା ପ୍ରଶାସନ
ନୂଆଦିଲ୍ଲୀ, ୨୩/୭: ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ପ୍ରଶାସନ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜମ୍ମୁ-କାଶ୍ମୀର ପୋଲିସର ହେଡ୍ କନଷ୍ଟେବଳଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଲସ୍କର-ଇ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କ ଘରକୁ ଧୂଳିସାତ୍ କରିଦିଆଯାଇଛି। 🚨 କାହିଁକି ନିଆଗଲା ଏହି ପଦକ୍ଷେପ? ବୁଧବାର ଦିନ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ସ୍ଥିତ ଲାଲଚୌକଠାରେ ଆତଙ୍କବାଦୀମାନେ ଅତି ନିକଟରୁ ଟାର୍ଗେଟ କରି ପୋଲିସ ହେଡ୍ କନଷ୍ଟେବଳ ଆଶିକ ହୁସେନ କ୍ୟୁରେସୀଙ୍କ ଉପରେ […]
ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍ଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ, ୨୩/୭: ମେଘାଳୟର ବହୁଚର୍ଚ୍ଚିତ ‘ରାଜା ରଘୁବଂଶୀ ହତ୍ୟା ମାମଲା’ର ମୁଖ୍ୟ ଅଭିଯୁକ୍ତ ସୋନମ୍ଙ୍କୁ ପୁଣିଥରେ ଜେଲ୍ ଯିବାକୁ ପଡ଼ିବ। ସୁପ୍ରିମ୍ କୋର୍ଟ ତାଙ୍କ ଜାମିନ୍ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସୋନମ୍ ଜାମିନ୍ ପାଇବାର ହକ୍ଦାର ନୁହଁନ୍ତି ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। 🏛️ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 🔪 କ’ଣ ଥିଲା ପୂରା ଘଟଣା? […]
