ଆମ ବସ୍‌ରୁ ବାହାରିଲା ଧୂଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ।
1 min read

ଆମ ବସ୍‌ରୁ ବାହାରିଲା ଧୂଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ।

ଗୋପ (ପିପିଏସ )ପୁରୀ-କୋଣାର୍କ ରୁଟ୍‌ରେ ଘଟିଛି ଏକ ବଡ଼ ଦୁର୍ଘଟଣା। ଚଳନ୍ତା ‘ଆମ ବସ୍’ରୁ ହଠାତ୍ ପ୍ରବଳ ଧୂଆଁ ବାହାରିବା ସହ ଟାୟାର ଫାଟିଯାଇଛି। ତେବେ ଡ୍ରାଇଭରଙ୍କ ସଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଓ ସଜାଗତା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ସୂଚନା ଅନୁସାରେ  ପୁରୀ ଓ କୋଣାର୍କ ଆଡ଼ୁ ଗୋପ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ‘ଆମ ବସ୍’।

ଗାଡ଼ିଟି ନିଜ ଗତିରେ ଯାଉଥିବା ସମୟରେ ଗୋପ ପଟେଳିଆ ଛକ ନିକଟରେ ହଠାତ୍ ବସ୍‌ର ଟାୟାରରୁ ପ୍ରବଳ ଧୂଆଁ ବାହାରିବାରେ ଲାଗିଥିଲା।ଧୂଆଁ ଦେଖିବା ମାତ୍ରେ ବସ୍ ଡ୍ରାଇଭର ଅନିରୁଦ୍ଧ ବାରିକ ଆଦୌ ବ୍ୟସ୍ତ ନହୋଇ ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ରାସ୍ତା କଡ଼ରେ ଅଟକାଇ ବସ୍‌ରେ ଥିବା ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ତୁରନ୍ତ ଓ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇ ଦେଇଥିଲେ।

ଯାତ୍ରୀମାନେ ଓହ୍ଲାଇବାର କିଛି ସମୟ ପରେ ବସ୍‌ର ଟାୟାରଟି ବିସ୍ଫୋରଣ ହୋଇ ଫାଟିଯାଇଥିଲା।ଡ୍ରାଇଭର ଅନିରୁଦ୍ଧଙ୍କ ଏହି ସଠିକ୍ ପଦକ୍ଷେପ ଯୋଗୁଁ ଆଜି ଏକ ବଡ଼ ସମ୍ଭାବ୍ୟ ଦୁର୍ଘଟଣା ଏଡ଼ାଇ ଯାଇଛି। ପରବର୍ତ୍ତୀ ସମୟରେ ଅନ୍ୟ ଏକ ‘ଆମ ବସ୍’ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଗନ୍ତବ୍ୟ ସ୍ଥଳ ଭୁବନେଶ୍ୱର ପଠାଯାଇଛି। ଡ୍ରାଇଭରଙ୍କ ଏହି ସାହସିକତା ଓ ସଜାଗତାକୁ ଏବେ ସ୍ଥାନୀୟ ଲୋକଙ୍କ ସହ ସବୁଠି ପ୍ରଶଂସା କରାଯାଉଛି।ଡ୍ରାଇଭରଙ୍କ ସମୟୋପଯୋଗୀ ନିଷ୍ପତ୍ତି ଯୋଗୁଁ ଆଜି ଏତେ ବଡ଼ ଅପ୍ରୀତିକର ପରିସ୍ଥିତିରୁ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

Leave a Reply

Your email address will not be published. Required fields are marked *