Popular News
ରାଜ୍ୟରେ ଆଗାମୀ ୫ ଦିନ ବଜ୍ରପାତ ଓ ଝଡ଼ପବନ ସମ୍ଭାବନା: ୨୦ ଜିଲ୍ଲାକୁ ‘ୟେଲୋ ୱାର୍ଣ୍ଣିଂ’
ଭୁବନେଶ୍ୱର, (୨୧।୦୭): ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଝଡ଼, ବଜ୍ରପାତ ଓ ପ୍ରବଳ ପବନର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଚେତାବନୀ (ୟେଲୋ ୱାର୍ଣ୍ଣିଂ) ଜାରି କରାଯାଇଛି। ସୋମବାର ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ଟ୍ୱିଟ୍ ଜରିଆରେ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ଦିନଗୁଡ଼ିକରେ ପାଣିପାଗର ପୂର୍ବାନୁମାନ ନିମ୍ନମତେ ରହିଛି: ପାଣିପାଗ ପୂର୍ବାନୁମାନ ଓ ୱାର୍ଣ୍ଣିଂ ସୂଚୀ: ଆଶ୍ୱସ୍ତିର ଖବର: ପରବର୍ତ୍ତୀ ୨ […]
ଭୀଷଣ ବର୍ଷା ନେଇ ଆଗାମୀ ୩ ଦିନ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ
ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଭୁବନେଶ୍ୱର,୨୧।୦୭: ଭୀଷଣ ବର୍ଷା ନେଇ ଆଗାମୀ ୩ ଦିନ ଅର୍ଥାତ୍ ୨୦ ତାରିଖ ସକାଳ ଠାରୁ ଆସନ୍ତା ୨୩ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।ଭୀଷଣ ବର୍ଷାର ସମ୍ଭାବନା ନେଇ ଆଗାମୀ ୨୪ ଘଂଟା ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, […]
ପୁରୀ ରଥଯାତ୍ରାରେ ୨ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦।୦୭: ଚଳିତ ବର୍ଷ ପୁରୀ ରଥଯାତ୍ରା ବେଳେ ଭିଡ ଭିତରେ ଅସୁସ୍ଥ ହୋଇ ପ୍ରାଣ ହରାଇଥିବା ଦୁଇ ଜଣ ଶ୍ରଦ୍ଧାଳୁଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଉଭୟଙ୍କ ନିକଟତମ ଆତ୍ମୀୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏହି ସୂଚନା ଦିଆଯାଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଗତ […]
ପବିତ୍ର ହେରାପଞ୍ଚମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (୨୦ ଜୁଲାଇ): ପବିତ୍ର ହେରାପଞ୍ଚମୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ମାଧ୍ୟମରେ ସମସ୍ତ ନେତୃବୃନ୍ଦ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶୁଭେଚ୍ଛା ବାର୍ତ୍ତା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘X’ ରେ […]
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କାର୍ଯ୍ୟ ପ୍ରଭାବିତ
ନୂଆଦିଲ୍ଲୀ, ଜୁଲାଇ ୨୦(PPS): ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ସୋମବାର ବିରୋଧୀଙ୍କ ହଙ୍ଗାମା ଯୋଗୁ ପ୍ରଭାବିତ ହୋଇଥିଲା । ରାମ ମନ୍ଦିରରେ ଦାନ ଚୋରି, ନିଟ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଜନ୍ତର ମନ୍ତରରେ ଛାତ୍ରଙ୍କ ବିରୋଧ ପ୍ରସଙ୍ଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀଙ୍କ କ୍ରମାଗତ ବିରୋଧ ଯୋଗୁଁ ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା । ଶେଷରେ ଉଭୟ ଗୃହକୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ […]
CJP ପ୍ରତିନିଧି ଦଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା
ନୂଆଦିଲ୍ଲୀ, ୨୦।୦୭: ‘କକରୋଚ ଜନତା ପାର୍ଟି’ (CJP) ର ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି। ସିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ସାକ୍ଷାତ କରି ଦୀର୍ଘ ଆଲୋଚନା କରିଛନ୍ତି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ବେଶ୍ ଆଶାଜନକ ରହିଥିଲା ଏବଂ କେନ୍ଦ୍ରମନ୍ତ୍ରୀ ସେମାନଙ୍କର ସମସ୍ତ ବିଷୟକୁ ଗୁରୁତ୍ୱର ସହ ଶୁଣିଥିବା ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ସରକାରଙ୍କ ଆଗରେ ରଖାଗଲା ୩ଟି […]
ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ସଙ୍କଟରେ; ଅଣ୍ଡା ଠାରୁ ପନିପରିବା ସବୁ ଆକାଶ ଛୁଆଁ
ଅସ୍ତରଙ୍ଗ, ୨୦/୦୭: ଥାଳିରେ ଭାତ, ଡାଲି ଆଉ ସାଙ୍ଗରେ ଗୋଟେ ଅଣ୍ଡା କି ପୋଷଣ ଲଡୁ। ରାଜ୍ୟ ସରକାରଙ୍କ ଏହି “ପୋଷଣ” ସ୍ୱପ୍ନ ଏବେ ବଜାର ଦର ଆଗରେ ମଳିନ ପଡୁଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ମଧ୍ୟାହ୍ନ ଭୋଜନ ଯୋଜନା ଏବେ ବଡ ସଙ୍କଟ ଦେଇ ଗତି କରୁଛି। ଅସ୍ତରଙ୍ଗ ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧୀନରେ ମୋଟ ୧୩ ସାଧନ କେନ୍ଦ୍ର ରହିଛି। ଏଥିରେ ୧୩୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ […]
ବର୍ଷାରେ ବୁଡିଲା ଚାଷୀଙ୍କ ସ୍ୱପ୍ନ: ନଦୀ ଜଳସ୍ତର ବୃଦ୍ଧିରୁ ହେକ୍ଟର ହେକ୍ଟର ଏକର ଜମି ଜଳମଗ୍ନ
ଅସ୍ତରଙ୍ଗ, ୨୦/୦୭: ଲଗାଣ ବର୍ଷା ସହ ଦ୍ୱିତୀୟ ଲଘୁଚାପର ପ୍ରଭାବରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଅଞ୍ଚଳର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଠିକ୍ ତଳି ରୁଆ ସମୟରେ ଏଭଳି ବର୍ଷା ଯୋଗୁଁ ହଜାର ହଜାର ଚାଷୀଙ୍କ ମୁଣ୍ଡରେ ହାତ।କାକଟପୁର ନିର୍ବାଚନ ମଣ୍ଡଳୀ ଅଧୀନ କନ୍ତିମଳା ସେତୁ ଦେଇ ପ୍ରବାହିତ ଜଳ କଜଳପାତିଆ, ସନ୍ତରସ, ସମା, କୋତାଙ୍ଗ ସହ ବଙ୍କୁରୀ ଅଞ୍ଚଳରେ ବ୍ୟାପକ ପ୍ରଭାବ ପକାଇଛି। ସେହିପରି ଅସ୍ତରଙ୍ଗ ବ୍ଲକ ଅଧୀନ ଦେବୀ ନଦୀର […]
ଭୁଶୁଡ଼ି ପଡ଼ିଲା ୩୦୦ ବର୍ଷର ପୁରୁଣା ମନ୍ଦିର
ଉତ୍ତର ପ୍ରଦେଶ, ୧୯।୭: ଉତ୍ତର ପ୍ରଦେଶରେ ଗତ ଦୁଇ ଦିନ ହେଉଥିବା ବର୍ଷା କିଛି ଜିଲ୍ଲାରେ ବିପର୍ଯ୍ୟୟ ପାଲଟିଛି। ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜଳାର୍ଣ୍ଣବ ସ୍ଥିତି ଉପୁଜିଛି। ବର୍ଷା ଯୋଗୁଁ ନଦୀଗୁଡ଼ିକରେ ଜଳ ଉଛୁଳିଛି।, ଯାହା ଫଳରେ ନଦୀଗୁଡ଼ିକ ସେମାନଙ୍କର ଭୟଙ୍କର ରୂପ ଦେଖାଇଛନ୍ତି। କିଛି ଜିଲ୍ଲାରେ ନଦୀ ବନ୍ଧ କ୍ଷୟ ହେବା ଆରମ୍ଭ ହୋଇଛି। ଏହି ମଧ୍ୟରେ ସନ୍ତକବିରନଗର ଜିଲ୍ଲାରୁ ଏକ ଦୁର୍ଘଟଣା ଘଟିବାର ସୂଚନା ଆସିଛି। ଧନଘଟା ତହସିଲ ଅଞ୍ଚଳର ବସୱାରୀ ଗାଁରେ ବର୍ଷା ଯୋଗୁଁ ୩୦୦ ବର୍ଷର ପୁରୁଣା ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିର , ରବିବାର ଦ୍ୱିପ୍ରହର ସମୟରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ସୌଭାଗ୍ୟ ଯେ, ଦୁର୍ଘଟଣାରେ କେହି ହତାହତ ହୋଇ ନାହାନ୍ତି। ଗତ ଦିନ ସିଏମ୍ ଯୋଗୀ ଏଠାକୁ ଆସି ଥିଲେ। ସେ ଶ୍ରାବଣ ମାସକୁ ଦେଖି ମନ୍ଦିରର ସୌନ୍ଦର୍ଯ୍ୟକରଣର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ବର୍ତ୍ତମାନ ମନ୍ଦିରରେ ପୂଜା ଜାରି ରଖିବା ପାଇଁ ଭଗ୍ନାବଶେଷ ହଟାଇବା କାମ ଆରମ୍ଭ କରି ଦିଆ ଯାଇଛି। ଅଧିକାରୀମାନେ ଭବ୍ୟ ମନ୍ଦିରର ନିର୍ମାଣର ଆଶ୍ୱାସନା ଦେଇଛନ୍ତି। ଉଲ୍ଲେଖନୀୟ ଯେ, ପ୍ରସିଦ୍ଧ ବାବା ବୈଜୁନାଥ ମନ୍ଦିରରେ ସୋମବାର ସହ ଶ୍ରାବଣ ମାସ ଓ ଶିବରାତ୍ରୀରେ ଶ୍ରଦ୍ଧାଳୁଙ୍କ ଖୁବ୍ ଭିଡ଼ ଲାଗି ଥାଏ। ବର୍ଷା ସାରା ଏଠାରେ ଧାର୍ମିକ ଆୟୋଜନ ଅନୁଷ୍ଠିତ ହୁଏ। ଗତ ୨୫ ଜୁନରେ ରାଜ୍ୟର ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ମନ୍ଦିର ପରିସରକୁ ଆସି ଥିଲେ ଏବଂ ବାବା ବୈଜୁନାଥଙ୍କ ପୂଜା ଅର୍ଚ୍ଚନା କରି ଥିଲେ। ରବିବାର ସକାଳୁ ମଧ୍ୟମ ଧରଣର ହାଲକା ବର୍ଷା ହେଉଥିଲା। ବର୍ଷା ବନ୍ଦ ହେବା ପରେ ଦ୍ୱିପ୍ରହରରେ ମନ୍ଦିରର ଟ୍ରଷ୍ଟିଙ୍କୁ ସୂଚନା ମିଳିଲା ଯେ, ମନ୍ଦିରର ଫାଟ ସୃଷ୍ଟି ହୋଇଛି। କିଛି ଲୋକ ଅନୁଧ୍ୟାନ କରିବାକୁ ମନ୍ଦିର ପରିସରକୁ ଯାଇ ଦେଖିଲେ , ମନ୍ଦିରର ଗର୍ଭଗୃହ ଠାରୁ ଦୂରରେ ଥିବା ପରିସରରେ ବହୁତ ଭକ୍ତ ଓ ଅନ୍ୟ ଲୋକେ କାର୍ଯ୍ୟକ୍ରମ ପାଇଁ ଏକାଠି ହୋଇ ଥିଲେ।
ଆଡ଼ପ ମଣ୍ଡପରେ ଶ୍ରୀ ବଳଦେବଜୀଉ
କେନ୍ଦ୍ରାପଡା, ୧୯।୭: ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୂ ଶ୍ରୀ ବଳଦେବଜୀଉ ଭାଇ ଶ୍ରୀ ଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଶ୍ରୀମନ୍ଦିରରୁ ଗୁଣ୍ଡିଚା ଯାତ୍ରାରେ ମାଉସୀ ମା ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି । ରଥଯାତ୍ରାର ତୃତୀୟ ଦିବସରେ ପହଣ୍ଡି କରିବା ପରେ ଶନିବାର ବିଳମ୍ବିତ ରାତିରେ ଚତୁର୍ଦ୍ଦା ମୂର୍ତ୍ତି ଆଡ଼ପ ମଣ୍ଡପକୁ ବିଜେ କରିଥିଲେ । ଆଡ଼ପ ମଣ୍ଡପ ମଣ୍ଡପରେ ଦର୍ଶନ କରିବାର ପୂଣ୍ୟ ପାଇବା ପାଇଁ ରବିବାର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପ୍ରବଳ ଭିଡ଼ […]
