ଓଡିଶା
ଭଙ୍ଗା ଛାତ ତଳେ ପାଠପଢ଼ା; ବାଜିରେ ଲାଗିଛି ଛାତ୍ରଛାତ୍ରୀଙ୍କ ଜୀବନ
ପାଠ ପଢ଼ିବାକୁ ବାଜି ଲାଗିଛି ଜୀବନ। ମାସେ କି ଦୁଇ ମାସ ନୁହେଁ, ଦୁଇ ବର୍ଷ ଧରି ପିଲାମାନେ ଭଙ୍ଗାଦଦରା କୋଠାରେ ପାଠ ପଢ଼ୁଛନ୍ତି। ଗୋଟିଏ ଶ୍ରେଣୀରେ ଗୋଟିଏ ଘରେ ତିନୋଟି ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଯାଉଛି। ଫଳରେ ଶିକ୍ଷକମାନଙ୍କୁ ପାଠ ପଢ଼ାଇବାକୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପ୍ରଥମ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଉଥିଲେ, ଅନ୍ୟ ଶ୍ରେଣୀର ପିଲାମାନେ ଚୁପ୍ ହୋଇ ବସି ରହୁଛନ୍ତି। କେତେବେଳେ ଛାତର ସ୍ଲାବ୍ ଖସୁଛି ତ ଆଉ କେତେବେଳେ […]
ଆଜିର ରାଶିଫଳ
ମେଷ ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ପ୍ରୟାସକୁ ପ୍ରଶଂସା ମିଳିବ। ଆର୍ଥିକ ଦିଗରେ ଅଟକିଥିବା କାମ ଆଗକୁ ବଢ଼ିବ। ପରିବାରରେ ଶାନ୍ତି ରହିବ। ବୃଷ ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ନିବେଶ ସମ୍ପର୍କିତ ନିଷ୍ପତ୍ତିରେ ତରବରି ନକରିବା ଭଲ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହୋଇପାରେ। ଘରୋଇ ପରିବେଶ ଖୁସିରେ ଭରିବ। ମିଥୁନ ଶିକ୍ଷା ଓ ଜ୍ଞାନାର୍ଜନ ପାଇଁ ଦିନଟି ଉପଯୁକ୍ତ। ନୂଆ କିଛି ଶିଖିବାର ସୁଯୋଗ ପାଇବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ […]
ଓଟିପି ବ୍ୟବହାର ଅଭିଯୋଗରେ ଧାମନଗର NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନାୟକ ନିଲମ୍ବିତ
ଧାମନଗର: ଧାମନଗର ଏନ୍ ଏ ସି ର ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର କାର୍ଯ୍ୟ ସମୟରେ ବେଆଇନ ଭାବେ ବି ଏଲ ଓ ଙ୍କ ଠାରୁ ଓ ଟି ପି ନେବା ଏବଂ ସେଥିରେ ବେଆଇନ ଭାବେ ଫର୍ମ ୭ କୁ ଅପଲୋଡ କରି ଅପବ୍ୟବହାର ଅଭିଯୋଗରେ କେନ୍ଦ୍ର ନିର୍ବାଚନ ସଚିବ ଙ୍କ ସୁପାରିଶ କ୍ରମେ ଚିଠି ନଂ ୫୯୭୬/୨୬ ଅତିରିକ୍ତ ରାଜ୍ୟ ନିର୍ବାଚନ କମିଶନ ଏବଂ ଓଡ଼ିଶା ସରକାର ଙ୍କ ପ୍ରମୁଖ […]
ଆଜିର ରାଶିଫଳ
ମେଷ: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅଧୂରା କାମ ଶେଷ କରିବାକୁ ଧ୍ୟାନ ଦିଅନ୍ତୁ। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ତରବର ନହେବା ଭଲ। ବୃଷ: ପୁରୁଣା ପରିଚୟ କିମ୍ବା ଅଭିଜ୍ଞତା ଆଜି କାମରେ ଆସିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ସମ୍ପର୍କ ମଧୁର ରହିବ। ମିଥୁନ: ଅଚାନକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ। କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରି କାମ କରନ୍ତୁ। କଥାବାର୍ତ୍ତାରେ ସଂଯମ ରଖିବା ଆବଶ୍ୟକ। କର୍କଟ: ଘର ଓ ଆର୍ଥିକ ଦାୟିତ୍ୱ ଆଜି ପ୍ରମୁଖ ହୋଇପାରେ। […]
ଇଟାଲୀର ସ୍କୁଲ୍ରେ ବୁର୍ଖା-ନିକାବ ଉପରେ ବ୍ୟାନ୍ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ
ରୋମ୍: ଇଟାଲୀର ସ୍କୁଲ୍ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]
ଆଜିର ରାଶିଫଳ
ମେଷ: ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଭୁଲ ବୁଝାମଣା କାରଣରୁ ଆତ୍ମୀୟଙ୍କ ସହ ମନୋମାଳିନ୍ୟ ହୋଇପାରେ। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍ ଚାଲିବ। କଠୋର ପରିଶ୍ରମ ସାଙ୍ଗକୁ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନଥାଇ ମଧ୍ୟ କଷ୍ଟାନ୍ତ ହେବାକୁ ପଡ଼ିବାରୁ ଦୁଃଖ ପ୍ରକାଶ କରିବେ। ସ୍ଥଗିତ କାମକୁ […]
ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି […]
ଅଗ୍ନିସୁରକ୍ଷା ପ୍ରମାଣପତ୍ର ନାହିଁ, ଆବେଦନ ବି କରିନି ପ୍ରଶାସନ
ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପଲର ରାଡାର ଷ୍ଟେସନ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର ଷ୍ଟେସନ୍ର ୫ ମହଲା କୋଠା। କାରଣ ଏହି ଷ୍ଟେସନ୍ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରୀ କାଗଜପତ୍ର ନାହିଁ। ଆଶ୍ଚର୍ଯ୍ୟଜନକ ଭାବେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇନାହିଁ। କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପଲର […]
ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]
ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଦୈନିକ ନମ୍ବର ୫ ଜାତୀୟ ରାଜପଥର ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ୬.୫ କିଲୋମିଟରରାସ୍ତାରେ ୨୦୨୫ ମସିହାରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି। ଇନ୍ଫୋଭ୍ୟାଲି ଥାନା ଅଧୀନରେ ଆସୁଥିବା ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହା ମରଣଯନ୍ତା ପାଲଟିଛି। ଜିଲ୍ଲାର ଅନ୍ୟ ଥାନା ତୁଳନାରେ […]
