Popular News
ଲଣ୍ଡନରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟରଙ୍କୁ ସମ୍ମାନ
ଲଣ୍ଡନ: ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କ ସାହସ, ଦୃଢ଼ତା ଓ ସଫଳତାକୁ ସମ୍ମାନ ଜଣାଇ ଦକ୍ଷିଣ-ପୂର୍ବ ଲଣ୍ଡନର ଚିଲିକା ରେସ୍ତୋରାଁ ପକ୍ଷରୁ ଏକ ସ୍ୱତନ୍ତ୍ର ସମ୍ମାନ ସମାରୋହ ଆୟୋଜିତ ହୋଇଛି। ଭାରତୀୟ ପରମ୍ପରା ଅନୁଯାୟୀ ଖେଳାଳିମାନଙ୍କୁ ସ୍ୱାଗତ କରାଯାଇଥିଲା। ବ୍ରିଟେନ୍ରେ ରହୁଥିବା ବିଭିନ୍ନ ଭାରତୀୟ ସମୁଦାୟର ପ୍ରତିନିଧି ଓ ସଦସ୍ୟମାନେ ଏକାଠି ହୋଇ ଖେଳାଳିଙ୍କ ସହ ଖୁସି ବାଣ୍ଟିବା ସହ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଦଳର ଏକାଧିକ ଖେଳାଳିଙ୍କ ସହ […]
ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପୁଣି ପ୍ରବଳ ବର୍ଷା
ଭୁବନେଶ୍ୱର, ୧୯/୮: ଲଗାତାର ଲଘୁଚାପ ଯୋଗୁଁ ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ରୁ ୨୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ପୁଣି ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର […]
ବନ୍ଦେ ମାତରମ୍କୁ ନେଇ କଂଗ୍ରେସର ବଡ଼ ନିଷ୍ପତ୍ତି, ୧୯୩୭ ଆଭିମୁଖ୍ୟ ଦୋହରାଇଲା ଦଳ
ନୂଆଦିଲ୍ଲୀ, ୧୯ା୮: ‘ବନ୍ଦେ ମାତରମ୍’କୁ ନେଇ ରାଜନୈତିକ ବିତର୍କ ମଧ୍ୟରେ କଂଗ୍ରେସ କାର୍ଯ୍ୟକାରୀ କମିଟି (CWC) ବୈଠକରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରାଯାଇଛି। ବୁଧବାର ହୋଇଥିବା ବୈଠକରେ ଦଳ ୧୯୩୭ ମସିହାର ନିଷ୍ପତ୍ତିକୁ ଆଧାର କରି ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାନ କରିବା ନେଇ ନିଷ୍ପତ୍ତି ନେଇଛି। ବୈଠକ ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ୧୯୩୭ରେ ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ଗୃହୀତ […]
ଭୋପାଳ ବାର ଆସୋସିଏସନ୍ରେ ମହତାବଙ୍କୁ ସମ୍ବର୍ଦ୍ଧନା, ରାଜଭାଷା ନେଇ ଆଲୋଚନା
ଭୋପାଳ, ୧୯।୮: ଭୋପାଳ ବାର ଆସୋସିଏସନ୍ ପକ୍ଷରୁ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ସମସାମୟିକ ଆଇନଗତ ପ୍ରସଙ୍ଗ ଏବଂ ନ୍ୟାୟାଳୟଗୁଡ଼ିକରେ ରାଜଭାଷାର ଅଧିକ ବ୍ୟବହାର ନେଇ ଫଳପ୍ରସୂ ଆଲୋଚନା ହୋଇଥିବା ମହତାବ ସୋସିଆଲ ମିଡିଆରେ ଜଣାଇଛନ୍ତି। ଭାଷା ଓ ସଂଳାପ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇନ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ବୋଧଗମ୍ୟ କରିବାରେ […]
୫ ଦିନ ପରେ ମିଳିଲେ ନିଖୋଜ ବ୍ୟକ୍ତି, ତାଳଗଛକୁ ଆଶ୍ରୟ କରି ବଞ୍ଚିଥିଲେ
ଧାମନଗର, ୧୯/୮: ଲଗାଣ ବର୍ଷା ଓ ବନ୍ୟା ମଧ୍ୟରେ ୫ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ଉଦ୍ଧାର କରାଯାଇଛି। ବନ୍ୟାପାଣି ମଧ୍ୟରେ ଏକ ତାଳଗଛକୁ ଆଶ୍ରୟ କରି ସେ ଦୀର୍ଘ ୫ ଦିନ ଧରି ରହିଥିଲେ। ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଚାଲିଛି। ଧାମନଗର ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁଁ ବୈତରଣୀ ସମେତ କୋଚିଳା, ଗେଙ୍ଗୁଟି, କଣ୍ଡିଆ, ରେବ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। […]
ହାସିନା ପ୍ରସଙ୍ଗରେ ଅଟକିଲା ତାରେକଙ୍କ ଭାରତ ଗସ୍ତ!
ନୂଆଦିଲ୍ଲୀ, ୧୯/୮: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରେକ ରହମାନଙ୍କ ପ୍ରସ୍ତାବିତ ଭାରତ ଗସ୍ତକୁ ନେଇ ଅନିଶ୍ଚିତତା ଜାରି ରହିଛି। ଭାରତରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଏବେ ଏହି ଗସ୍ତରେ ପ୍ରମୁଖ ବାଧା ଭାବେ ଉଭା ହୋଇଛି। ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ତାରେକଙ୍କ ଭାରତ ଗସ୍ତ ପାଇଁ ଏକ ଅନୁକୂଳ କୂଟନୈତିକ ପରିବେଶ ଆବଶ୍ୟକ। ଏହା ସହ ଶେଖ ହାସିନାଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ବାଂଲାଦେଶକୁ ଫେରାଇବା ପ୍ରସଙ୍ଗରେ […]
ଶାରଳା ପୁରସ୍କାର ପାଇବେ କବି ଆଶୁତୋଷ ପରିଡ଼ା
ଭୁବନେଶ୍ୱର, ୧୯/୮: ଓଡ଼ିଆ ସାହିତ୍ୟ ଜଗତରେ ଖୁସିର ଖବର। ବିଶିଷ୍ଟ କବି ଓ ସାହିତ୍ୟିକ ଆଶୁତୋଷ ପରିଡ଼ାଙ୍କୁ ଚଳିତ ବର୍ଷର ପ୍ରତିଷ୍ଠିତ ଶାରଳା ପୁରସ୍କାର ପ୍ରଦାନ କରାଯିବ। ତାଙ୍କ କବିତା ସଂକଳନ ‘ଅପ୍ରସ୍ତୁତ ମୃତ୍ୟୁ’ ପାଇଁ ଏହି ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି। ୧୯୪୬ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମିତ ଆଶୁତୋଷ ପରିଡ଼ା ଓଡ଼ିଆ କବିତା କ୍ଷେତ୍ରରେ ନିଜସ୍ୱ ସ୍ୱର ଓ ଚିନ୍ତନଶୀଳ ରଚନା ପାଇଁ ପରିଚିତ। ସାହିତ୍ୟ ସହିତ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ତାଙ୍କର […]
ଜୁନାଗଡ଼ରେ ଫେକ୍ UPI ଆପ୍ ଜରିଆରେ ଠକେଇ: ବଣିକ ସଂଘ ହାତରେ ଅଭିଯୁକ୍ତ, ପୋଲିସର କାର୍ଯ୍ୟାନୁଷ୍ଠାନ
ଜୁନାଗଡ଼, ୧୯ା୮ : ଜୁନାଗଡ଼ ସହରରେ ନକଲି UPI ଆପ୍ ବ୍ୟବହାର କରି ଦୋକାନୀଙ୍କୁ ଠକେଇ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ବଣିକ ସଂଘର ସଦସ୍ୟମାନେ କାବୁ କରି ପୋଲିସ ଜିମା ଦେଇଛନ୍ତି। ଅଭିଯୁକ୍ତ ଜଣକ ୨୦ରୁ ଅଧିକ ଦୋକାନୀଙ୍କୁ ଏଭଳି ଉପାୟରେ ଠକିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଅଭିଯୁକ୍ତ ବିଭିନ୍ନ ଦୋକାନରୁ ସାମଗ୍ରୀ କିଣିବା ପରେ ନକଲି UPI ଆପ୍ ଜରିଆରେ ଟଙ୍କା ପୈଠ ହୋଇଥିବା ଭଳି ଦୋକାନୀଙ୍କୁ ଦେଖାଉଥିଲେ। ତେବେ ପ୍ରକୃତରେ ଟଙ୍କା […]
କିଡ୍ନି ଷ୍ଟୋନ୍ ହେଲେ ପୁରୁଷଙ୍କଠାରେ ଦେଖାଯାଏ ଏହି ଲକ୍ଷଣ, କେବେ ଯିବେ ଡାକ୍ତରଙ୍କ ପାଖକୁ?
ନୂଆଦିଲ୍ଲୀ: କିଡନୀ ଷ୍ଟୋନ୍ ବା ବୃକ୍କ ପଥର ସମସ୍ୟା ପୁରୁଷଙ୍କଠାରେ ବିଭିନ୍ନ ଲକ୍ଷଣ ସୃଷ୍ଟି କରିପାରେ। ପଥରର ଆକାର, ଏହା କେଉଁଠି ଅଟକିଛି ଏବଂ ପରିସ୍ରା ଚଳାଚଳରେ କେତେ ମାତ୍ରାରେ ବାଧା ସୃଷ୍ଟି ହେଉଛି, ତାହା ଅନୁସାରେ ଲକ୍ଷଣର ତୀବ୍ରତା ଭିନ୍ନ ହୋଇଥାଏ। ସାଧାରଣତଃ କିଡନୀରୁ ପଥର ୟୁରେଟର୍କୁ ଖସିବା କିମ୍ବା ପରିସ୍ରା ପ୍ରବାହରେ ବାଧା ଦେବା ସମୟରେ ଲକ୍ଷଣ ସ୍ପଷ୍ଟ ହୋଇଥାଏ। ହଠାତ୍ ତଳ ପିଠି କିମ୍ବା ପାର୍ଶ୍ୱରେ ଯନ୍ତ୍ରଣା କିଡନୀ ଷ୍ଟୋନ୍ର ଏକ ପ୍ରମୁଖ […]
ରୋଜମେରି ତେଲରେ କେଶ ବଢ଼େ କି? ଜାଣନ୍ତୁ ବିଶେଷଜ୍ଞଙ୍କ ମତ
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ରୋଜମେରି ତେଲ କେଶ ଝଡ଼ିବା କମାଇବା ଓ କେଶ ବଢ଼ାଇବାରେ ସାହାଯ୍ୟ କରେ ବୋଲି ଅନେକ ଦାବି ଦେଖିବାକୁ ମିଳେ। ଏପରିକି କେତେକ ପୋଷ୍ଟରେ ଏହାକୁ ମିନୋକ୍ସିଡିଲ୍ ସହ ତୁଳନା କରାଯାଉଛି। ତେବେ ରୋଜମେରି ତେଲ ବାସ୍ତବରେ କେତେ ପ୍ରଭାବଶାଳୀ? ବେଙ୍ଗାଲୁରୁର ଡର୍ମାଟୋଲୋଜିଷ୍ଟ ଡା. ସନ୍ଦୀପ ମହାପାତ୍ରଙ୍କ ଅନୁସାରେ, ରୋଜମେରି ତେଲର କେଶ ସ୍ୱାସ୍ଥ୍ୟ ପାଇଁ କିଛି ବୈଜ୍ଞାନିକ ଆଧାର ରହିଛି। ତେବେ ଏହାକୁ ‘ମିରାକଲ୍ କ୍ୟୁର୍’ ବୋଲି ଧରିନେବା ଠିକ୍ ନୁହେଁ। […]
