Highlight
Popular News
କୋଚିଂ ସେଣ୍ଟର ପାଇଁ ନୂଆ ଆଇନ ଆଣୁଛନ୍ତି ଯୋଗୀ ସରକାର
ଲକ୍ଷ୍ନୌ : ଲକ୍ଷ୍ନୌର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୁଡରେଯୋଗୀ ସରକାର । ଉତ୍ତରପ୍ରଦେଶର ଯୋଗୀ ସରକାର କୋଚିଂ ସେଣ୍ଟରଗୁଡ଼ିକ ପାଇଁ କଡ଼ା ଆଇନଆଣିବାକୁ ଯାଉଛନ୍ତି । ୫୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକରଣ କରିବାବାଧ୍ୟତାମୂଳକ କରାଯିବ । ସେମାନଙ୍କୁ ନିଆଁରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣକରିବାକୁ ପଡ଼ିବ । ପଢୁଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକୀୟ ସୁବିଧା ଦେବାକୁ ହେବ ଏବଂ ମଝିରେ ପାଠପଢ଼ାଛାଡ଼ିଲେ ଫି’ ଫେରସ୍ତର […]
୧୧୦୯ ପଏଣ୍ଟ ବଢ଼ିଲା ସେନ୍ସେକ୍ସ
ନୂଆଦିଲ୍ଲୀ : ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। BSEସେନ୍ସେକ୍ସ ଓ NSE ନିଫ୍ଟି ୫୦ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ କାରବାର ଶେଷ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀନିର୍ମଳା ସୀତାରମଣଙ୍କ ଲଙ୍ଗ୍ ଟର୍ମ କ୍ୟାପିଟାଲ୍ ଗେନ୍ସ ଟିକସ ଓ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ ସମ୍ପର୍କିତ ମନ୍ତବ୍ୟ ସହଆଇଟି ଶେୟାରରେ ଜୋରଦାର ବୃଦ୍ଧି ବଜାରକୁ ଶକ୍ତି ଦେଇଛି। ମଙ୍ଗଳବାର କାରବାର ଶେଷରେ BSE ସେନ୍ସେକ୍ସ୧୧୦୯ ପଏଣ୍ଟ ବା ୧.୫୪ ପ୍ରତିଶତ ବୃଦ୍ଧି ପାଇ […]
ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ : ଭାରତ
ନୂଆଦିଲ୍ଲୀ : ଲଦାଖ ପ୍ରସଙ୍ଗରେ ଚାଇନାକୁ କାଉଣ୍ଟର କଲା ଭାରତ। କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତ ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଛି ନୂଆଦିଲ୍ଲୀ। ଭାରତ ସରକାର ଲଦାଖର ୨୮ଟି ରଣନୀତିକ ସ୍ଥଳ ଓ ଭୌଗଳିକ ବିଶେଷତ୍ୱକୁ ଅଧିକୃତ ମାନଚିତ୍ରରେ ସ୍ଥାନିତ କରିଥିବାରୁ ଏହା ବିରୋଧରେ ସ୍ୱର ଉଠାଇଥିଲା ଚାଇନା। ଏହାର ଜବାବ ଏବେ ଭାରତ ପକ୍ଷରୁ ଦିଆଯାଇଛି। ସରକାର ଲଦାଖ ପ୍ରଶାସନ ସହ ଆଲୋଚନା କରି ୨୮ଟି ସ୍ଥାନକୁ ସେଗୁଡ଼ିକ ବିଶେଷତ୍ୱ ଅନୁସାରେ […]
ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବେ ରବର୍ଟ ହଲ୍ ଓ ମାଇକେଲ୍ ଉଡଫୋର୍ଡ
ଷ୍ଟକହୋମ୍: ୨୦୨୬ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିତ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ। ଅର୍ଥନୈତିକ ସ୍ଥିରତା ରକ୍ଷା ପାଇଁ ନୂତନ ଆର୍ଥିକ ମଡେଲ୍ ବିକାଶରେ ସେମାନଙ୍କ ଗବେଷଣାତ୍ମକ ଅବଦାନକୁ ସ୍ୱୀକୃତି ଦେଇ ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ଏହି ପୁରସ୍କାର ଘୋଷଣା କରିଛି। ବିଶ୍ୱର ବିଭିନ୍ନ ଦେଶ ମୁଦ୍ରାସ୍ଫୀତି, ଆର୍ଥିକ ମାନ୍ଦାବସ୍ଥା ଓ ଅର୍ଥନୈତିକ ଅନିଶ୍ଚିତତାର […]
ଜନ୍ତର ମନ୍ତରରେ ଆଉ ହେବନି ଧାରଣା! ପ୍ରତିବାଦ ପାଇଁ ୩ ନୂଆ ସ୍ଥାନ ଚିହ୍ନଟ
ନୂଆଦିଲ୍ଲୀ: ଦିଲ୍ଲୀରେ ଧାରଣା ଓ ପ୍ରତିବାଦ ସ୍ଥଳକୁ ନେଇ ଆସିଛି ବଡ଼ ପରିବର୍ତ୍ତନ। ଏଣିକି ଜନ୍ତର ମନ୍ତର ବଦଳରେ ଅନ୍ୟ ତିନୋଟି ସ୍ଥାନରେ ଆନ୍ଦୋଳନ ଓ ଧାରଣା କରିବାକୁ ପ୍ରସ୍ତାବ ରଖିଛି ଦିଲ୍ଲୀ ପୁଲିସ। ଏଥିପାଇଁ ରାମଲୀଲା ମଇଦାନ, ବୁରାଡ଼ି ମଇଦାନ ଓ ସିବିଡି ମଇଦାନକୁ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ଏନେଇ ଦିଲ୍ଲୀ ପୁଲିସ କମିଶନର ଅନୁରାଗ କୁମାରଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିବା କୁହାଯାଉଛି। ଦୀର୍ଘବର୍ଷ ଧରି ଜନ୍ତର ମନ୍ତର ଦିଲ୍ଲୀର ଏକ ପ୍ରମୁଖ ପ୍ରତିବାଦସ୍ଥଳ […]
ନେପାଳରେ ପୁଣି ଜଳପ୍ରଳୟ!
କାଠମାଣ୍ଡୁ: ନେପାଳର ଗୋର୍ଖା ଜିଲ୍ଲାରେ ବୁଢ଼ୀ ଗଣ୍ଡକୀ ନଦୀରେ ରବିବାର ପୁଣି ଥରେ ଭୟଙ୍କର ବନ୍ୟା ଆସି ବନ୍ୟାଜଳରେ ୬ଟି ସେତୁ ଭାସି ଯାଇଥିବାବେଳେ ୧୦ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଜନବସତିରେ ବନ୍ୟାଜଳ ପଶିଯାଇ ଘରଦ୍ବାରା କ୍ଷତିଗ୍ରସ୍ତ ହୋଇଥିବାବେଳେ ଲୋକମାନେ ଭୟରେ ସୁରକ୍ଷିତ ସ୍ଥାନକୁ ଚାଲି ଯାଇଛନ୍ତି। ପ୍ରଭାବିତ ଅଞ୍ଚଳ ରାଜଧାନୀ କାଠମାଣ୍ଡୁରୁ ପ୍ରାୟ ୧୮୪ କିଲୋମିଟର ଦୂରରେ ଅବସ୍ଥିତ।ବନ୍ୟା ଭୋର ୪ଟାରେ ଜିଲ୍ଲାର ଉତ୍ତର ଭାଗରେ ଆସିଥିଲା। ସୂଚନା ମୁତାବକ, ଗଣ୍ତକୀ ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ […]
ଭାରତରେ ‘ଷ୍ଟାରଲିଙ୍କ’ ଆଣିବା ଜିଦ୍ରେ ଏଲନ୍ ମସ୍କ
ନୂଆଦିଲ୍ଲୀ : ସ୍ପେସ୍ଏକ୍ସ ମୁଖ୍ୟ ଏଲନ୍ ମସ୍କ ଭାରତରେ ନିଜର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ‘ଷ୍ଟାରଲିଙ୍କ’ ଆରମ୍ଭ କରିବା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି। ଭାରତୀୟ ବଜାରରେ ପ୍ରତିଯୋଗିତା ବଢ଼ିଲେ ସାଧାରଣ ଗ୍ରାହକଙ୍କୁ ଅଧିକ ବିକଳ୍ପ ମିଳିବ ଏବଂ ଏହାର ସିଧାସଳଖ ଲାଭ ଉପଭୋକ୍ତାଙ୍କୁ ମିଳିବ ବୋଲି ସେ କହିଛନ୍ତି। ଏହି ପ୍ରସଙ୍ଗରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ମସ୍କ। ଅମ୍ବାନୀଙ୍କ ସମର୍ଥକଙ୍କ ଯୁକ୍ତିକୁ ବିରୋଧାଭାସପୂର୍ଣ୍ଣ ବୋଲି କହିବା ସହ ମସ୍କ ଏହାକୁ ଅଯୌକ୍ତିକ […]
ଲୁପ୍ତପ୍ରାୟ ଟସର ଚାଷ, ତାଲା ପଡ଼ିଛି ସମବାୟ କାର୍ଯ୍ୟାଳୟ
ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍ରେ ଟସର ଚାଷ ଏକଦା ଚାଷୀଙ୍କ ଜୀବିକାର ପ୍ରମୁଖ ମାଧ୍ୟମ ଥିଲା। ହେଲେ ଏବେ ଏହି ଚାଷ ଧୀରେ ଧୀରେ ଲୋପ ପାଇବାକୁ ବସିଛି। ବ୍ଲକ୍ ଅନ୍ତର୍ଗତ ନାଉଲିପଡ଼ା ପଞ୍ଚାୟତର ଛତାବରଠାରେ ଥିବା ଦେବଗଡ଼ ଟସର ଚାଷୀ ସମବାୟ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି। କାର୍ଯ୍ୟାଳୟର ଦାୟିତ୍ୱରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଅଛନ୍ତି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ। ଫଳରେ ଟସର ଚାଷୀମାନେ ନିରାଶ […]
ଜୟଦେବ ବାଟିକାକୁ ନେଇ ଅଭିଯୋଗ, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଥିବା ଜୟଦେବ ବାଟିକା ଦିନେ ପର୍ଯ୍ୟଟକଙ୍କ ମନୋରଞ୍ଜନର ଅନ୍ୟତମ ପ୍ରମୁଖ ସ୍ଥଳ ଥିଲା। ହେଲେ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଓ ପରିଚାଳନାରେ ଅବହେଳା ଯୋଗୁଁ ଏବେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ଏହାର ପ୍ରଭାବ ସ୍ୱରୂପ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବା ସହ ସରକାରଙ୍କ ରାଜସ୍ୱ ମଧ୍ୟ କମିବାରେ ଲାଗିଛି। ପର୍ଯ୍ୟଟନକୁ ଶିଳ୍ପର ମାନ୍ୟତା ଦେବା ସହ ଏହାର ବିକାଶ ଉପରେ ସରକାର ଗୁରୁତ୍ୱ ଦେଉଥିବାବେଳେ ରାଜଧାନୀର ସ୍ମାର୍ଟ ସିଟି ପରିସରରେ ଥିବା […]
ଆଜିର ରାଶିଫଳ
ମେଷ ରାଶି: ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ଅଟେ। କ୍ୟାରିୟରରେ କୌଣସି ବଡ଼ ଟର୍ନିଂ ପଏଣ୍ଟ ଆସିପାରେ। ଅର୍ଥଗତ ଦିଗରୁ ଲାଭ ମିଳିବା ସହ ପରିବାରରେ ହସଖୁସିର ପରିବେଶ ରହିବ। ବୃଷ ରାଶି: ଅଟକି ରହିଥିବା ଟଙ୍କା କିମ୍ବା ଧନ ପ୍ରାପ୍ତିର ଯୋଗ ରହିଛି। ପ୍ରେମ ଜୀବନର ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ। ମିଥୁନ ରାଶି: ସାମାଜିକ ଓ ଆର୍ଥିକ ଯୋଜନା ସଫଳ ହେବ। ବ୍ୟାପାର ଓ ଭାଗିଦାରୀ କାମରେ […]
