ଓଡିଶା
ପ୍ୟାକେଟ୍ରେ ଲାଲ୍ ଚିହ୍ନ ଦେଖିଲେ ସାବଧାନ! ଜାଣନ୍ତୁ କେଉଁ ଖାଦ୍ୟରେ କେତେ ଲୁଣ, ଚିନି ଓ ଚର୍ବି
ନୂଆଦିଲ୍ଲୀ: ପ୍ୟାକେଟ୍ ଖାଦ୍ୟ କିଣିବା ସମୟରେ ଏଣିକି ଗ୍ରାହକଙ୍କୁ ଆହୁରି ସଚେତନ ହେବାକୁ ପଡ଼ିପାରେ। ପ୍ୟାକେଟ୍ରେ ଥିବା ଜଟିଳ ପୋଷଣ ତାଲିକାକୁ ନପଢ଼ି ମଧ୍ୟ ଖାଦ୍ୟରେ ଅଧିକ ଲୁଣ, ଚିନି ଓ ଚର୍ବି ରହିଛି କି ନାହିଁ, ତାହା ଜାଣିବାର ସୁବିଧା ମିଳିବ। ଏଥିପାଇଁ ଖାଦ୍ୟ ପ୍ୟାକେଟ୍ର ସାମ୍ନା ପଟେ ଲାଲ୍ ରଙ୍ଗର ଚିହ୍ନ ଲଗାଇବା ପ୍ରସ୍ତାବ ରହିଛି। ଏହା ଦ୍ୱାରା ଅଧିକ ଲୁଣ, ଚିନି କିମ୍ବା ଚର୍ବି ଥିବା ଖାଦ୍ୟକୁ ଗ୍ରାହକ ସହଜରେ ଚିହ୍ନଟ କରିପାରିବେ। […]
ଆଫଗାନିସ୍ତାନ-ପାକିସ୍ତାନ ସମ୍ପର୍କରେ ପୁଣି ଉତ୍ତେଜନା, ତାଲିବାନର ଗୁରୁତର ଅଭିଯୋଗ
କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ପୁଣିଥରେ ଉତ୍ତେଜନା ବଢ଼ିଛି। ଦିନେ ଦିନେ ତାଲିବାନର ଘନିଷ୍ଠ ସମର୍ଥକ ଭାବେ ପାକିସ୍ତାନକୁ ଦେଖାଯାଉଥିବା ବେଳେ ଏବେ ଦୁଇ ପକ୍ଷ ମଧ୍ୟରେ ଅଭିଯୋଗ-ପ୍ରତ୍ୟାରୋପ ତୀବ୍ର ହୋଇଛି। ତାଲିବାନ ପକ୍ଷରୁ ପାକିସ୍ତାନ ଉପରେ ଗୁରୁତର ଅଭିଯୋଗ ଆଣାଯାଇଛି। ଆଫଗାନିସ୍ତାନର ବଦଖଶାନ ପ୍ରଦେଶରେ ତାଲିବାନ ବିରୋଧୀ ସଶସ୍ତ୍ର ଗୋଷ୍ଠୀଙ୍କୁ ପାକିସ୍ତାନୀ ସେନା ସହାୟତା କରୁଥିବା ତାଲିବାନ ଅଭିଯୋଗ କରିଛି। ଏହାର ଉଦ୍ଦେଶ୍ୟ ଆଫଗାନିସ୍ତାନରେ ଅସ୍ଥିରତା ସୃଷ୍ଟି କରିବା ବୋଲି ତାଲିବାନ […]
ନେପାଳ ବନ୍ୟାର ପ୍ରଭାବ ଭାରତରେ: ୟୁପି-ବିହାରରେ ହାଇ ଆଲର୍ଟ, ଖୋଲିଲା ବ୍ୟାରେଜ୍ର ୩୬ ଗେଟ୍
କାଠମାଣ୍ଡୁ: ଚୀନ-ନେପାଳ ସୀମାନ୍ତ ତିବ୍ବତ ନିକଟରେ ହିମସ୍ଖଳନ ପରେ ନଦୀ ବନ୍ଧ ଭାଙ୍ଗିବା ଯୋଗୁ ନେପାଳରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟାର ପ୍ରଭାବ ଏବେ ଭାରତରେ ମଧ୍ୟ ଦେଖାଦେଇଛି। ବିଶେଷକରି ଉତ୍ତର ପ୍ରଦେଶ ଓ ବିହାରରେ ନଦୀଜଳ ବୃଦ୍ଧି ପାଇବାରୁ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି। ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଓ କୁଶୀନଗର ଜିଲ୍ଲାରେ ଗଣ୍ଡକ ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାରୁ ଅଧିକାରୀମାନେ ସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ମହାରାଜଗଞ୍ଜରେ ନେପାଳରୁ ଜଳ ଆସୁଥିବା […]
ରାଜଭାଷା କାର୍ଯ୍ୟର ସମୀକ୍ଷା: ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ନିରୀକ୍ଷଣ କଲେ ଭର୍ତ୍ତୃହରି
ନୂଆଦିଲ୍ଲୀ: ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ୨୫ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ କେନ୍ଦ୍ର ସରକାରୀ ଓ ଶିକ୍ଷାନୁଷ୍ଠାନରେ ରାଜଭାଷା ସମ୍ପର୍କିତ କାର୍ଯ୍ୟର ନିରୀକ୍ଷଣ ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ, ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ ବଳ (ଆଇଟିବିପି), ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ଇଣ୍ଡିଆନ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ କାଉନସିଲ୍ ଆଦି ପ୍ରମୁଖ ଅନୁଷ୍ଠାନରେ ରାଜଭାଷା କାର୍ଯ୍ୟର ନିରୀକ୍ଷଣ କରାଯାଇଥିଲା। ସେହିପରି […]
ରାଜସ୍ଥାନ ହାଇକୋର୍ଟରେ ବିବାଦ: ମୁଖ୍ୟ ବିଚାରପତିଙ୍କ ବଦଳି ପାଇଁ ସିଜେଆଇଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ ବିଚାରପତି
ନୂଆଦିଲ୍ଲୀ: ଦେଶର ନ୍ୟାୟପାଳିକାରେ ଏକ ଅପ୍ରତ୍ୟାଶିତ ବିବାଦ ସାମ୍ନାକୁ ଆସିଛି। ରାଜସ୍ଥାନ ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ପ୍ରକାଶ ଶର୍ମାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସନ୍ଦୀପ ମେହତା। ଏହି ଅଭିଯୋଗକୁ ନେଇ ଜଷ୍ଟିସ ମେହତା ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଚିଠି ଲେଖି ଜଷ୍ଟିସ ଶର୍ମାଙ୍କୁ ତୁରନ୍ତ ରାଜସ୍ଥାନ ବାହାରକୁ ବଦଳି କରିବାକୁ ଅନୁରୋଧ କରିଛନ୍ତି। ଜଷ୍ଟିସ ମେହତା ଅଗଷ୍ଟ ୨, ୧୦ ଓ ୧୭ ତାରିଖରେ […]
ବାଲ୍ମୀକିକୁ ଜଳ ସମ୍ପଦ ପରିଚାଳନାର ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରାଯିବ
ଭୁବନେଶ୍ୱର: ଓଡ଼ିଶାରେ ଜଳ ସମ୍ପଦ ପରିଚାଳନାକୁ ଅଧିକ ବୈଜ୍ଞାନିକ, ପ୍ରଯୁକ୍ତିଭିତ୍ତିକ ଓ ଦକ୍ଷ କରିବା ସହ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲ୍ମୀ)କୁ ଏକ ଆଧୁନିକ ସେଣ୍ଟର ଅଫ୍ ଏକ୍ସଲେନ୍ସ ଭାବେ ବିକଶିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଏହି ଉଦ୍ଦେଶ୍ୟରେ ୱାଲ୍ମୀ ପକ୍ଷରୁ ଜାତୀୟ ଜଳ ଏକାଡେମୀ (ଏନ୍ଡବ୍ଲ୍ୟୁଏ), ପୁଣେ, ଆଇସିଏଆର୍-ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇସିଏଆର୍-ଆଇଆଇଡବ୍ଲ୍ୟୁଏମ୍), ଭୁବନେଶ୍ୱର ଏବଂ ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍ ଲିମିଟେଡ୍ (ଓସିସିଏଲ୍) ସହ ୩ଟି ବୁଝାମଣାପତ୍ର (ଏମ୍ଓୟୁ) […]
ସୁନ୍ଦରଗଡ଼ରେ ଶିଶୁ ସୁରକ୍ଷା ଯୋଜନା ବାଟବଣା; ସରକାରୀ ସୁବିଧାରୁ ବଞ୍ଚିତ ଅନାଥ ଶିଶୁ
ରାଉରକେଲା: ପିତୃମାତୃହୀନ ଶିଶୁମାନଙ୍କୁ ମୌଳିକ ସୁବିଧା ସହ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଛି। ହେଲେ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ଆଦିବାସୀବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି। ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ହେମଗିରି, ବାଲିଶଙ୍କରା, ସୁନ୍ଦରଗଡ଼, କୁତ୍ରା, ବେଲପାହାଡ଼ା, ରାଉରକେଲା ଓ ଜଗଦା ଭଳି ୭ଟି ସ୍ଥାନରେ ୮ଟି ପଞ୍ଜୀକୃତ ଶିଶୁଯତ୍ନ ଶିକ୍ଷାନୁଷ୍ଠାନ (ସିସିଆଇ) ରହିଛି। ଏଠାରେ ୫ରୁ ୧୫ ବର୍ଷ […]
ଅନୁଗୁଳରେ ବେଆଇନ ଭାବେ ଚାଲିଛି କୋଲ୍ଷ୍ଟକ୍ ୟାର୍ଡ; ଗାଁ ପରିବେଶ ପ୍ରଦୂଷିତ
ଅନୁଗୁଳ/ତାଳଚେର: ଅନୁଗୁଳ ଜିଲ୍ଲାରେ ବେଆଇନ ଭାବେ କୋଲ୍ଷ୍ଟକ୍ ୟାର୍ଡ ଚାଲିଥିବା ଅଭିଯୋଗ ସାମ୍ନାକୁ ଆସିଛି। ରେଲୱେ ସାଇଡିଂ ବଦଳରେ ଘରୋଇ ଜମିରେ ବିପୁଳ ପରିମାଣର କୋଇଲା ଗଚ୍ଛିତ କରାଯାଉଥିବାରୁ ଗାଁର ପରିବେଶ ପ୍ରଦୂଷିତ ହେଉଥିବା ଅଭିଯୋଗ ହୋଇଛି। ଅନୁଗୁଳ ଜିଲ୍ଲା ହଣ୍ଡପା ରେଳଷ୍ଟେସନ ନିକଟରେ ଘରୋଇ ଜମିରେ ବେଆଇନ ଭାବେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରଖାଯାଇଥିବା ନେଇ ଅଭିଯୋଗ ଆସିଛି। ସରକାରୀ ନିୟମକୁ ଅଣଦେଖା କରି ଘରୋଇ ଜମିରେ କୋଇଲା ଷ୍ଟକୟାର୍ଡ କରାଯାଇଥିବା ଦେଖିବାକୁ ମିଳିଛି। […]
ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ
ବାଲିଗୁଡ଼ା: ଖଡ୍ଗ ନଦୀରେ ଡଙ୍ଗା ଓଲଟି ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବୋହୂ ଓ ଶଶୁର ନିଖୋଜ ଅଛନ୍ତି। ଘଟଣାଟି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାକା ଗାଁ ନିକଟ ଖଡ୍ଗ ନଦୀରେ ଘଟିଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଗୁନ୍ଦାନା ମଳିକଙ୍କ ପରିବାର ଡଙ୍ଗାରେ ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରୁଥିଲେ। […]
ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ଷଣ୍ଢ ମୃତ।
ବାଙ୍କୀ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାରହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା ବ୍ଲକ୍ କଇଁମୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ ପାଥପୁର ପଂଚାୟତ ସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାରହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ୱେଷଣ ବେଳେ ପୂର୍ବରୁ ବାରହା […]
