ରାଜଭାଷା କାର୍ଯ୍ୟର ସମୀକ୍ଷା: ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ନିରୀକ୍ଷଣ କଲେ ଭର୍ତ୍ତୃହରି
1 min read

ରାଜଭାଷା କାର୍ଯ୍ୟର ସମୀକ୍ଷା: ବିଭିନ୍ନ କେନ୍ଦ୍ରୀୟ ସଂସ୍ଥା ନିରୀକ୍ଷଣ କଲେ ଭର୍ତ୍ତୃହରି

ନୂଆଦିଲ୍ଲୀ: ସଂସଦୀୟ ରାଜଭାଷା କମିଟିର ଉପାଧ୍ୟକ୍ଷ ଭାବେ ଭର୍ତ୍ତୃହରି ମହତାବ ୨୫ ଅଗଷ୍ଟ ୨୦୨୬ରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ କେନ୍ଦ୍ର ସରକାରୀ ଓ ଶିକ୍ଷାନୁଷ୍ଠାନରେ ରାଜଭାଷା ସମ୍ପର୍କିତ କାର୍ଯ୍ୟର ନିରୀକ୍ଷଣ ଓ କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି।

ଏହି ଅବସରରେ ଦିଲ୍ଲୀ ପୁଲିସ ମୁଖ୍ୟାଳୟ, ଇଣ୍ଡୋ-ତିବ୍ବତୀୟ ସୀମା ପୁଲିସ ବଳ (ଆଇଟିବିପି), ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ଇଣ୍ଡିଆନ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ କାଉନସିଲ୍‌ ଆଦି ପ୍ରମୁଖ ଅନୁଷ୍ଠାନରେ ରାଜଭାଷା କାର୍ଯ୍ୟର ନିରୀକ୍ଷଣ କରାଯାଇଥିଲା।

ସେହିପରି କର୍ଣ୍ଣାଲ ଓ ଜିନ୍ଦର ପିଏମ୍‌ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ, ରୋହତକ ଓ ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟ, ଦୌଲତରାମ କଲେଜ, ଆଚାର୍ଯ୍ୟ ନରେନ୍ଦ୍ର ଦେବ କଲେଜ ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ମଧ୍ୟ ରାଜଭାଷା ସମ୍ପର୍କିତ କାର୍ଯ୍ୟର ସମୀକ୍ଷା ହୋଇଥିଲା।

ଦିନର ଶେଷରେ ଦ୍ୱାରକାସ୍ଥିତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ମୁଖ୍ୟାଳୟରେ ମଧ୍ୟ ରାଜଭାଷା ନିରୀକ୍ଷଣ କରାଯାଇଥିଲା।

ଏହି ଅବସରରେ ଭର୍ତ୍ତୃହରି ମହତାବ କହିଛନ୍ତି ଯେ, ରାଜଭାଷା ହିନ୍ଦୀର ପ୍ରଭାବୀ କାର୍ଯ୍ୟାନ୍ୱୟନ କେବଳ ପ୍ରଶାସନିକ ଦାୟିତ୍ୱ ନୁହେଁ, ଏହା ଦେଶର ଭାଷାଗତ ମର୍ଯ୍ୟାଦା ଓ ଜନସାଧାରଣଙ୍କ ସହ ଭାଷାଗତ ସମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

କେନ୍ଦ୍ର ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଜଭାଷା ନୀତିର ସଠିକ୍‌ କାର୍ଯ୍ୟାନ୍ୱୟନ ଓ ବ୍ୟବହାର ବଢ଼ାଇବା ଉପରେ ଏହି ନିରୀକ୍ଷଣରେ ଗୁରୁତ୍ୱ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *