ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା  ବୋମା ଖାଇ ଷଣ୍ଢ ମୃତ। 
1 min read

ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା  ବୋମା ଖାଇ ଷଣ୍ଢ ମୃତ। 

ବାଙ୍କୀ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାରହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ ଡମପଡା ବ୍ଲକ୍  କଇଁମୁଣ୍ଡି ଗ୍ରାମରେ। ସୂଚନା ଅନୁଯାୟୀ ପାଥପୁର ପଂଚାୟତ ସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାରହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାରହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ୱେଷଣ ବେଳେ ପୂର୍ବରୁ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାକୁ ଖାଇଦେଇଥିଲା । ଫଳରେ ବୋମା ବିସ୍ଫୋରଣରେ ଷଣ୍ଢ ର ମୁହଁ ଛେତେରା ହୋଇଯାଇଥିଲା। କେତେକ ସାମାଜିକ କର୍ମୀ ଙ୍କ ସହଯୋଗରେ ଷଣ୍ଢକୁ ଖୋଜି ତାର ଚିକିତ୍ସା କରାଯାଇଥିଲା। କିନ୍ତୁ ଷଣ୍ଢ ଟି ଚିକିତ୍ସା ସମୟରେ ମୃତ୍ୟୁ ବରଣ କରିଥିଲା । ଜଙ୍ଗଲୀ ଜନ୍ତୁ ବାରହା, କୁଟୁରା, ଠେକୁଆ ଆଦି ବନ୍ୟ ଜନ୍ତୁ ଙ୍କୁ ମାରି ବାହାରେ ବିକ୍ରି କରାଯାଉଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସଚେତନ ପୂର୍ବକ ବନ ବିଭାଗ ଅଧିକାରୀ ଓ କର୍ମଚାରୀ ଏଭଳି କାଣ୍ଡ ଭିଆଉଥିବା ଅସାମାଜିକ ବ୍ୟକ୍ତି ଙ୍କ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଅଂଚଳ ବାସୀ ଦାବି କରିଛନ୍ତି। ଷଣ୍ଢ ଟି ମୃତ୍ୟୁ ବରଣ କରିବା ପରେ ସ୍ଥାନୀୟ ଯୁବକ ମାନେ ଷଣ୍ଢଟିକୁ ପୋତି ଅନ୍ତିମ ସତ୍କାର କରିଥିଲେ।

Leave a Reply

Your email address will not be published. Required fields are marked *