ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ
1 min read

ଖଡ୍ଗ ନଦୀରେ ଓଲଟିଲା ଡଙ୍ଗା; ବୋହୂ-ଶଶୁର ନିଖୋଜ

ବାଲିଗୁଡ଼ା: ଖଡ୍ଗ ନଦୀରେ ଡଙ୍ଗା ଓଲଟି ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ସ୍ଥାନୀୟ ଲୋକେ ୬ ଜଣଙ୍କୁ ଉଦ୍ଧାର କରିଥିବାବେଳେ ବୋହୂ ଓ ଶଶୁର ନିଖୋଜ ଅଛନ୍ତି। ଘଟଣାଟି ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡାକା ଗାଁ ନିକଟ ଖଡ୍ଗ ନଦୀରେ ଘଟିଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଶୁଦ୍ଧ କାର୍ଯ୍ୟକ୍ରମ ସାରି ଗୁନ୍ଦାନା ମଳିକଙ୍କ ପରିବାର ଡଙ୍ଗାରେ ଖଡ୍ଗ ନଦୀ ପାର ହୋଇ ନିଜ ଗାଁକୁ ଫେରୁଥିଲେ। ନଦୀ ମଝିରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଡଙ୍ଗାରେ ଥିବା ୮ ଜଣ ଯାତ୍ରୀ ନଦୀ ସ୍ରୋତରେ ଭାସିଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ତେବେ ଗୁନ୍ଦାନା ମଳିକ ଓ ତାଙ୍କ ବୋହୂ ରାଇଙ୍ଗୀ ମଳିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଦୁଇଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଶେଷ ଖବର ସୁଦ୍ଧା ଉଭୟଙ୍କ ସନ୍ଧାନ ମିଳିନାହିଁ। ଘଟଣାକୁ ନେଇ ଅଞ୍ଚଳରେ ଚିନ୍ତାର ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *