1 min read

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]

1 min read

ଲଡ଼ୁବାବା ଓ ଦୁତିକେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

ନୟାଗଡ: ବ୍ଲକଅନ୍ତର୍ଗତ ଶରଣକୁଳର ପ୍ରମୁଖ ଶୈବପୀଠ ଲଡୁବାବା ଓ ଓଡ଼ଗାଁ ନିକଟ ଜାମୁପାଟଣା ସ୍ଥିତ ବାବା ଦୁତିକେଶ୍ୱରଙ୍କ ମନ୍ଦିରରେ ସୋମବାର କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।କାଉଡ଼ିଆମାନେ ମାନସିକପୂର୍ଣ୍ଣ ପାଇଁ କଣ୍ଟିଲୋ ମହାନଦୀରୁ ପାଣିଉଠାଇ ଖାଲି ପାଦରେ ଚାଲିଚାଲି ଆସି ଶରଣକୁଳରେ ପହଞ୍ଚିଛନ୍ତି। କାଉଡ଼ିଆମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ପଡ଼ିଆରେ ପାଣିଭାର ରଖିବାର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଖୋଲିବା ପରେ ପ୍ରଥମେ ମହିଳାମାନଙ୍କୁ ପାଣି ଢାଳିବାର ସୁଯୋଗ ଦିଆଯିବା ସହିତ ପରେ ପୁରୁଷ […]

1 min read

ଅଶୋକ ସିଦ୍ଧାର୍ଥଙ୍କୁ ବିଏସପିରୁ ବହିଷ୍କାର କଲେ ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦଳ ଭିତରେ ଏକ ବଡ଼ ଶୃଙ୍ଖଳାଗତ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଏସପି ଜାତୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ଶ୍ୱଶୁର ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅଶୋକ ସିଦ୍ଧାର୍ଥଙ୍କୁ ସେ ଦଳରୁ ସ୍ଥାୟୀ ଭାବେ ବହିଷ୍କାର କରିଛନ୍ତି। ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ”ଏକ୍ସ” ରେ ଏକ ପୋଷ୍ଟ କରି ମାୟାବତୀ ସ୍ପଷ୍ଟ କରିଛନ୍ତି ଯେ, କୌଣସି ପରିସ୍ଥିତିରେ ଅଶୋକ ସିଦ୍ଧାର୍ଥଙ୍କୁ ଆଉ ବିଏସପିକୁ ଫେରାଇ ନିଆଯିବ ନାହିଁ। ମାୟାବତୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ (୨୦୨୫) ମହାରାଷ୍ଟ୍ର ନିର୍ବାଚନ ସମୟରେ ଅନୁଶାସନହୀନତା ଓ ଟିକେଟ ବଣ୍ଟନ ନିୟମ ଉଲ୍ଲଂଘନ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିଲା। ପରେ ଦ୍ୱିତୀୟ ସୁଯୋଗ ଦେଇ କର୍ଣ୍ଣାଟକ, ଓଡ଼ିଶା ଓ ପଶ୍ଚିମବଙ୍ଗର ଦାୟିତ୍ୱ ଦିଆଯାଇଥିଲେ ବି ସେଠାରେ ମଧ୍ୟ ଅନୁଶାସନହୀନତାର ଅଭିଯୋଗ ଆସିଥିଲା। ଏହାସହ ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଦଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଗୁଜବ ପ୍ରସାରଣ କରାଯାଉଥିବାରୁ ଏହି କଠୋର ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ପଞ୍ଜାବ, ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀର ଦାୟିତ୍ୱରେ ଥିବା ରଣଧୀର ସିଂହ ବେନିୱାଲଙ୍କୁ ମଧ୍ୟ ଦଳୀୟ ନିର୍ଦ୍ଦେଶ ଅବମାନନା ଅଭିଯୋଗରେ ବହିଷ୍କାର କରାଯାଇଛି। ସାଂଗଠନିକ ପରିବର୍ତ୍ତନ କରି ରାଜ୍ୟସଭା ସାଂସଦ ରାମଜୀ ଗୌତମଙ୍କୁ ପଞ୍ଜାବର ନୂତନ ପ୍ରଭାରୀ ନିଯୁକ୍ତ କରାଯାଇଛି। ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ନେତାଙ୍କୁ ରାଜ୍ୟ ସଂଗଠନରେ କୌଣସି ପଦବୀ ଦିଆଯିବ ନାହିଁ ବୋଲି ଦଳ ନୀତିଗତ ନିଷ୍ପତ୍ତି ନେଇଥିବା ବେଳେ ଗୁଜବରୁ ଦୂରେଇ ରହିବାକୁ ମାୟାବତୀ କର୍ମୀ ଓ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।

1 min read

ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ

କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍‌ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍‌ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ରବିବାର କହିଛି।ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍‌କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍‌ଟିଏଫ୍‌ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍‌କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍‌ଟିଏଫ୍‌ ଦାବି କରିଛି। ଏହାଛଡ଼ା ହମିମ୍‌କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍‌-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍‌ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍‌ଟିଏଫ୍‌ ହେପାଜତକୁ ପଠାଇଛନ୍ତି।ହମିମ୍‌ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍‌ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି। 

1 min read

ସାଂସଦଙ୍କ ସହ ବାଙ୍କୀର ବନ୍ୟାଞ୍ଚଳ ପରିଦର୍ଶନ କଲେ କୃଷକ ମୋର୍ଚ୍ଚା ସଭାପତି

ବାଙ୍କୀ, ୦୧/୦୮: ମହାନଦୀରେ ଆସିଥିବା ବନ୍ୟା ପ୍ରଭାବରେ ବାଙ୍କୀର ବିଭିନ୍ନ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ପରିବା ଓ ଧାନ ଫସଲର ବ୍ୟାପକ କ୍ଷତି ଘଟିଛି। ଏହି ପରିସ୍ଥିତିର ଅନୁଧ୍ୟାନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ଶନିବାର ବାଙ୍କୀ ବ୍ଲକ ଓ ବାଙ୍କୀ ଡମପଡା ବ୍ଲକର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର […]

1 min read

ତିନି ଦିନ ଧରି ବନ୍ୟା ପାଣି ଘେରରେ ମଣିପୁର ଗ୍ରାମବାସୀ, ବିଧାୟକଙ୍କ ଦ୍ଵାରା ଚୁଡା, ଚିନି, ବିସ୍କୁଟ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଗୋ ଖାଦ୍ୟ ବଣ୍ଟନ

ଭାପୁର, ୧/୮(ପିପିଏସ): ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀରେ ବନ୍ୟା ଆସି ଭାପୁର ବ୍ଲକ୍‌ର ଫତେଗଡ଼ ପଞ୍ଚାୟତ ମଣିପୁର ଗ୍ରାମବାସୀ ଆଜକୁ ୩ଦିନ ଧରି ପାଣି ଘେରରେ ରହିଛନ୍ତି। ଖାଦ୍ୟ, ପିଇବା ପାଣି, ଗୋଖାଦ୍ୟ ଓ ଗମନା ଗମନକୁ ଦୁଷ୍ଟିରେ ରଖି ସ୍ଥାନୀୟ ବିଧାୟକ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି, ବ୍ଳକ ପ୍ରଶାସନ ସହ ବିଭିନ୍ନ ସଂଗଠନ ଆଗେଇ ଆସିଛନ୍ତି। ସ୍ଥାନୀୟ ବିଧାୟକ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ ଚୁଡା, ଚିନି, ବିସ୍କୁଟ ବଣ୍ଟନ କରିଛନ୍ତି […]

1 min read

ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ; ଗାଈ ଫସିଲା, ମାଛ ଗୋଦାମ ଡୁବିଲା, କିନ୍ତୁ ପ୍ରଶାସନ ଆଶ୍ବସ୍ତି ନାହିଁ

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି […]

1 min read

ଅସ୍ତରଙ୍ଗ ବନ୍ୟା ରେ ବ୍ଲକ ପ୍ରଶାସନ ନିଖୋଜ, ବିଧାୟକ ଙ୍କ କଡା କଟାକ୍ଷ

ଅସ୍ତରଙ୍ଗ,୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ଶାଖା ଦେବୀ ନଦୀ ରେ ମଧ୍ୟ ଜଳସ୍ତର ବଢି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ତଳିଆ ଅଞ୍ଚଳ ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶୁକ୍ରବାର ଅପେକ୍ଷା ଶନିବାର ଦେବୀ ର ଜଳସ୍ତର କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ବ୍ଲକ ର ୯ ଟି ଗ୍ରାମରେ ପାଣି ଜମି ରହିଥିବା ବେଳେ ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଏହି ସ୍ଥିତି ର […]

1 min read

ଜଗତସିଂହପୁର ଜଳ ସମ୍ପଦ ବିଭାଗ ଅଧିକାରୀ – ଠିକାଦାର ମିଲିଭଗତ; ଦିନରେ ଗୋଟେ ଠିକାଦାର, ରାତିରେ ଆଉ ଏକ ଠିକାଦାର 

ଅସ୍ତରଙ୍ଗ, ୦୧/୦୮: ମହାନଦୀ ରେ ଜଳସ୍ତର ବୃଦ୍ଧି ପାଇବା ସହିତ ତାର ଶାଖା ଦେବୀ ନଦୀ ମଧ୍ୟ ରୌଦ୍ର ରୂପ ଧାରଣ କରିଛି। ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ସଂଯୋଗ କରୁଥିବା ଅନେକ ସ୍ଥାନରେ ଅଂଚଳ ର ଲୋକ ଯେତେବେଳେ ଘର ବଞ୍ଚାଇବା ପାଇଁ ଚିନ୍ତା କରୁଛନ୍ତି, ସେତେବେଳେ ଜଗତସିଂହପୁର ଜଳସମ୍ପଦ ବିଭାଗ ର କିଛି ଅଧିକାରୀ ଓ ମିଲିଭଗତ ଠିକାଦାର ମାନେ ଚିନ୍ତା କରୁଛନ୍ତି କେମିତି ବନ୍ୟା ରୁ ଅଧିକ ଟଙ୍କା କମାଯିବ।ଆଶ୍ଚର୍ଯ୍ୟ ର […]

1 min read

ବନ୍ୟା ପ୍ରପୀଡ଼ିତଙ୍କୁ ଭେଟିଲେ ସାଂସଦ ,ଜିଲ୍ଲାପାଳ ଓ ଏସପି 

ରଘୁନାଥପୁର, ୧/୮(ପିପିଏସ): ମହାନଦୀରେ ବନ୍ୟା ଆସି ଜଳସ୍ତର ବୃଦ୍ଧି ପାଉଥିବାରୁ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ରଘୁନାଥପୁର ବ୍ଲକ ଅଞ୍ଚଳର ଶତାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ପୂରଣ ଆଦିବାସୀ ସାହିରେ ବନ୍ୟାଜଳ ଚତୁର୍ପାର୍ଶ୍ୱରେ ଘେରି ରହିଥିବା ସ୍ଥଳେ ଲୋକମାନେ ଘରୁ ଯିବାକୁ ଅମଙ୍ଗ ହୋଇଥିଲେ।ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ,ଏଡିଏମ ଜ୍ୟୋତିଶଙ୍କର ରାୟ,ବିଡିଓ ବିରଞ୍ଚି ନାରାୟଣ ବେହେରା,ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ଆଇଆଇସି ପ୍ରେମଜିତ ଦାସ ଗତକାଲି ପୋଲିସ ଫୋର୍ସ ସହ ସେଠାରେ ପହଞ୍ଚି ସେମାନଙ୍କୁ […]