1 min read

ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ନୂଆଦିଲ୍ଲୀ, : ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ, ପରୀକ୍ଷାରେ ସୁଧାର ପାଇଁ ସରକାର ବଡ଼ ପଦକ୍ଷେପ ନେଉଛନ୍ତି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଉନ୍ନତ କରାଯାଉଛି। ସେ କହିଛନ୍ତି ଯେ, ଆତଙ୍କବାଦକୁ ଆଶ୍ରୟ ଦେଉ ଥିବା ଦେଶ ସହିତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ଜାତୀୟ ସ୍ୱାର୍ଥ, ବିଶେଷ କରି କୃଷକମାନଙ୍କ ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପ। ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି , ‘ ଅପରେସନ୍ ସିନ୍ଦୂର’ ଆତଙ୍କବାଦୀ ନେଟୱର୍କ ବିରୋଧରେ ସଠିକ ଆକ୍ରମଣ କରିବା, ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତାକୁ ପ୍ରଦର୍ଶିତ କରିଛି। ସେ ସ୍ପଷ୍ଟ କରିଛନ୍ତି ଯେ, ଆତଙ୍କବାଦୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ, ସେମାନେ ଯେଉଁଠି ବି ଲୁଚି ରୁହନ୍ତୁ ନା କାହିଁକି। ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ଭାରତକୁ ନକ୍ସଲ-ମୁକ୍ତ କରିବା ଏକ ବଡ଼ ଜାତୀୟ ସଫଳତା ଏବଂ ବସ୍ତରରେ ଦ୍ରୁତ ଗତିରେ ହେଉଥିବା ବିକାଶ ଓ ସାଂସ୍କୃତିକ ଭାଗିଦାରୀ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ସ୍ୱାଧୀନତାର ପ୍ରକୃତ ଅର୍ଥ ସେତେବେଳେ ପୂରଣ ହୋଇଥାଏ, ଯେତେବେଳେ ଦେଶର ସମସ୍ତ ନାଗରିକଙ୍କୁ ନିଜର ଆକାଂକ୍ଷା ପୂରଣ କରିବା ପାଇଁ ସମାନ ସୁଯୋଗ ମିଳେ ଏବଂ ସେମାନେ ଭାରତକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରିବାର ଲକ୍ଷ୍ୟରେ ନିଜର ଯୋଗଦାନ ଦିଅନ୍ତି। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ସେ କହିଛନ୍ତି ଯେ, ତ୍ରିରଙ୍ଗା ଆମ ସ୍ୱାଧୀନତାର ପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟ ଏହାକୁ ଗର୍ବର ସହ ଉତ୍ତୋଳନ କରନ୍ତି। ରାଷ୍ଟ୍ରପତି କହିଛନ୍ତି , ୧୫ ଅଗଷ୍ଟ ୧୯୪୭ରେ ଭାରତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହୋଇଥିଲା ଏବଂ ପ୍ରତ୍ୟେକ ନାଗରିକ ସ୍ୱାଧୀନ ଭାରତର ଭାଗ୍ୟ ନିର୍ମାତା ପାଲଟି ଥିଲେ। ରାଷ୍ଟ୍ରପତି ମୁର୍ମୁ ଆହୁରି କହିଛନ୍ତି ଯେ, ଦେଶ ଗଠନରେ ଛାତ୍ରଛାତ୍ରୀ, ଶିକ୍ଷକ, ବିଜ୍ଞାନୀ, ଇଞ୍ଜିନିୟର, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଶ୍ରମିକ ଏବଂ କୃଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ଖେଳାଳି, ଶିଳ୍ପୀ, କଳାକାର, ବୁଦ୍ଧିଜୀବୀ, ବେସରକାରୀ ଓ ସରକାରୀ କ୍ଷେତ୍ରର କର୍ମଚାରୀ, ଜନପ୍ରତିନିଧି, ନ୍ୟାୟ ବ୍ୟବସ୍ଥା ସହ ଜଡ଼ିତ ଅଧିକାରୀ, ସରକାରୀ କର୍ମଚାରୀ, ପୁଞ୍ଜିନିବେଶକ ଏବଂ ସାମାଜିକ କର୍ମୀମାନେ ମଧ୍ୟ ରାଷ୍ଟ୍ରର ପ୍ରଗତିରେ ଯୋଗଦାନ ଦେଉଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟଗୁଡ଼ିକୁ ନିଷ୍ଠାର ସହ ପାଳନ କରୁଥିବା ପ୍ରତ୍ୟେକ ନାଗରିକ ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ସକ୍ରିୟ ଭାଗୀଦାର ଅଟନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ନାଗରିକଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ କହିଛନ୍ତି , ଦେଶର ପ୍ରଗତି ହେଉଛି ସମୂହ ପ୍ରୟାସର ଫଳ। ସେ ତିନି ସେନା, ସଶସ୍ତ୍ର ପୁଲିସ ବାହିନୀ ଏବଂ ପୁଲିସ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ଓ ସମର୍ପଣ ଭାବର ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି। ସେ ବିଦେଶରେ ରହୁଥିବା ଭାରତୀୟ ସମୁଦାୟ ଏବଂ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଏହି ବ୍ୟକ୍ତିମାନେ ବୈଶ୍ୱିକ ମଞ୍ଚରେ ଭାରତର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସେ ଦେଶବାସୀଙ୍କୁ ରାଷ୍ଟ୍ର ନିର୍ମାଣର ଭାବନା ସହ ଆଗକୁ ବଢ଼ିବାକୁ ଏବଂ ଭାରତକୁ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପରେ ଯୋଗଦାନ ଦେବାକୁ ଆହ୍ୱାନ କରିଛନ୍ତି।

1 min read

ଡିଜିପି ଭାବେ ନିଯୁକ୍ତ ହେଲେ ୧୯୯୩ ବ୍ୟାଚ୍ IPS ବିନୟତୋଷ

ଭୁବନେଶ୍ବର : ରାଜ୍ୟ ପୁଲିସରେ ବଡ଼ ପରିବର୍ତ୍ତନ୧୯୯୩ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶାର ଅନ୍ତରୀଣ ପୁଲିସ ଡିଜିପି ଭାବେ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ସେ କ୍ରାଇମ୍ ବ୍ରାଞ୍ଚ ଡିଜି ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନର ପୁଲିସ ଡିଜି ୱାଇ. ବି. ଖୁରାନିଆ ଅଗଷ୍ଟ ୧୬ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ ବିନୟତୋଷ ମିଶ୍ର ଅତିରିକ୍ତ ଡିଜିପି ଭାବେ ଦାୟିତ୍ୱ ନେବେ। ଅନ୍ୟପଟେ ରାଜ୍ୟର ନୂଆ ଡିଜିପି ନିଯୁକ୍ତି ପାଇଁ ୟୁପିଏସ୍ସିରେ ଚାଲିଥିବା ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଅଗଷ୍ଟ ୧୮ରେ ସୁପ୍ରିମକୋର୍ଟଙ୍କ ଆଗାମୀ ନିର୍ଦ୍ଦେଶ ଉପରେ ନୂଆ ଡିଜିପି ନିଯୁକ୍ତିର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରିବ। ସେପର୍ଯ୍ୟନ୍ତ ବିନୟତୋଷ ମିଶ୍ର ରାଜ୍ୟ ପୁଲିସର କାମଚଳା ଡିଜିପି ଭାବେ ଦାୟିତ୍ୱ ତୁଲାଇବେ। ନୂଆ ଡିଜିପି ଚୟନ ଓ ନିଯୁକ୍ତ ହେବା ପର୍ଯ୍ୟନ୍ତ ଦାୟିତ୍ବ ତୁଲାଇବେ ବିନୟତୋଷ ମିଶ୍ର।

1 min read

‘ବନ୍ଦେ ମାତରମ୍‌’ର ୧୫୦ତମ ପୂର୍ତ୍ତି; ଲାଲକିଲ୍ଲାରେ ନୂଆ ଇତିହାସ, ତ୍ରିରଙ୍ଗା ସହ ଗୁଞ୍ଜିବ ‘ବନ୍ଦେ ମାତରମ୍‌’

ନୂଆଦିଲ୍ଲୀ: ଆସନ୍ତା ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଶୁଭିବ ଦେଶର ଅନ୍ୟତମ ଜାତୀୟ ଗୀତ ‘ବନ୍ଦେ ମାତରମ୍‌’। ଜାତୀୟ ପତାକା ଉତ୍ତୋଳନ ସମୟରେ ‘ବନ୍ଦେ ମାତରମ୍‌’ ଗାନ କରାଯିବ। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ଜାରି କରାଯାଇଛି। ‘ବନ୍ଦେ ମାତରମ୍‌’ର ୧୫୦ତମ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଆୟୋଜନ କରାଯାଉଛି। ଚଳିତବର୍ଷ ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ ସହ ‘ବନ୍ଦେ ମାତରମ୍‌’ର ସ୍ୱର ସ୍ୱାଧୀନତା ଦିବସ ଉତ୍ସବର […]

1 min read

GSTର ମୂଳ ଉଦ୍ଦେଶ୍ୟକୁ ନେଇ ରାଜସ୍ୱ ବିଭାଗକୁ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅର୍ଥ କମିଟିର ତାଗିଦ

ନୂଆଦିଲ୍ଲୀ, ୧୧ ଅଗଷ୍ଟ: ଦେଶରେ ସାମଗ୍ରୀ ପରିବହନକୁ ଅଧିକ ସୁଗମ ଓ ବାଧାମୁକ୍ତ କରିବା ଲକ୍ଷ୍ୟରେ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଚାଲୁଥିବା ଅନଧିକୃତ ଭୌତିକ ଚେକ୍‌ପୋଷ୍ଟକୁ ନେଇ ଚିନ୍ତା ପ୍ରକାଶ କରିଛି ସଂସଦର ଅର୍ଥ ସମ୍ପର୍କିତ ସ୍ଥାୟୀ କମିଟି। ରାଜ୍ୟ ପୁଲିସ, ବାଣିଜ୍ୟିକ କର ବିଭାଗ ଓ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଲୁଥିବା ଏଭଳି ଚେକ୍‌ପୋଷ୍ଟ ଯୋଗୁଁ ମାଲ ପରିବହନରେ ଅଯଥା ବିଳମ୍ବ ଓ ପରିବହନକାରୀଙ୍କୁ ଅସୁବିଧା ହେଉଥିବା କମିଟି ଦର୍ଶାଇଛି। […]

1 min read

ଶେଖାୱତଙ୍କୁ ଭେଟିଲେ ଭର୍ତ୍ତୃହରି, କଟକ ବିକାଶ ପାଇଁ ହେବ ବଡ଼ ପଦକ୍ଷେପ।

ନୂଆଦିଲ୍ଲୀ, ୧୧ ଅଗଷ୍ଟ : କଟକର ବିକାଶ, ଐତିହ୍ୟର ସୁରକ୍ଷା ଓ ପର୍ଯ୍ୟଟନର ବିକାଶକୁ ନୂଆ ଦିଗ ଦେବା ନେଇ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ କଟକ ସାଂସଦ ଭର୍ତ୍ତୃହରି ମହତାବ ଏକ ସାର୍ଥକ ଓ ଫଳପ୍ରସୂ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ କଟକର ବିକାଶ ସମ୍ପର୍କିତ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ମାନ୍ୟବର ବିଧାୟକ […]

1 min read

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ‘ଗାଁ ମଜଲିସ’ ପୁସ୍ତକ ଭେଟିଦେଲେ ଭର୍ତ୍ତୃହରି ମହତାବ

ସଂସଦର ବର୍ଷାକାଳୀନ ଅଧିବେଶନ-୨୦୨୬: ଓଡ଼ିଶାର ସମୃଦ୍ଧ ସାହିତ୍ୟିକ ଐତିହ୍ୟ ଓ ଜନନୀତିର ହେଲା ଅପୂର୍ବ ସଙ୍ଗମ ନୂଆଦିଲ୍ଲୀ: ଚଳିତ ସଂସଦର ବର୍ଷାକାଳୀନ ଅଧିବେଶନ–୨୦୨୬ ଅବସରରେ କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ଏହି ଅବସରରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ସୌହାର୍ଦ୍ୟପୂର୍ଣ୍ଣ ବିଷୟ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାକ୍ଷାତ୍ ସମୟରେ ଭର୍ତ୍ତୃହରି ମହତାବ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଓଡ଼ିଆ ପ୍ରବନ୍ଧଗୁଡ଼ିକର ସଂକଳନ ‘ଗାଁ ମଜଲିସ’ ପୁସ୍ତକ ଅର୍ଥମନ୍ତ୍ରୀ […]

1 min read

୩୦ କାରିଗରଙ୍କ ୩ ମାସର ପରିଶ୍ରମ: ରାଷ୍ଟ୍ରପତିଙ୍କ ‘ଆଟ୍ ହୋମ୍’ ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ କିଟ୍

ନୂଆଦିଲ୍ଲୀ, ୧୦/୦୮: ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ପାରମ୍ପରିକ ‘ଆଟ୍ ହୋମ୍’ କାର୍ଯ୍ୟକ୍ରମ ପାଇଁ ଏଥର ପ୍ରସ୍ତୁତ ହୋଇଛି ଏକ ସ୍ୱତନ୍ତ୍ର ନିମନ୍ତ୍ରଣ କିଟ୍। ଦେଶର ବିଭିନ୍ନ ଅଞ୍ଚଳର କଳା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଏଥିରେ ସ୍ଥାନ ଦିଆଯାଇଛି। ଏହି କିଟ୍ ପ୍ରସ୍ତୁତିରେ ୧୩୦ ଜଣ କାରିଗର ପ୍ରାୟ ୩ ମାସ ଧରି କାମ କରିଛନ୍ତି। ରାଷ୍ଟ୍ରପତି ଭବନର ଅଧିକାରୀ ଏବଂ ଅହମ୍ମଦାବାଦସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡିଜାଇନ୍‌ର ଟିମ୍ ମିଳିତ […]

1 min read

ସକାଳେ ଖାଲି ପେଟରେ ପିଅନ୍ତୁ କଲରା ରସ: ମିଳିବ ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଫାଇଦା

ସ୍ୱାଦରେ ପିତା ହୋଇଥିଲେ ବି ସ୍ୱାସ୍ଥ୍ୟ ପାଇଁ ଅମୃତ ତୁଲ୍ୟ କଲରା। ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଓ ଅସନ୍ତୁଳିତ ଆହାର ଯୋଗୁଁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହି ସମୟରେ ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ୍ କଲରା ରସ (Bitter Gourd Juice) ପିଇବା ଦ୍ୱାରା ଶରୀରକୁ ଅନେକଗୁଡ଼ିଏ ଆଶ୍ଚର୍ଯ୍ୟଜନକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଏହାର ପ୍ରମୁଖ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ: କିପରି ପ୍ରସ୍ତୁତ କରିବେ? କଲରାକୁ ଭଲ ଭାବରେ ଧୋଇ […]

1 min read

କଲମ୍ବିଆରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୪

ବୋଗୋଟା: ଦକ୍ଷିଣ ଆମେରିକାର କଲମ୍ବିଆରେ ଆଜି ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ପଶ୍ଚିମ କଲମ୍ବିଆରେ ଘଟିଥିବା ଏହି ଭୂମିକମ୍ପର ତୀବ୍ରତା ୭.୪ ଥିବା ଜଣାପଡ଼ିଛି। ଏହାର ଝଟକା ଦେଶର ଏକାଧିକ ସହର ସମେତ ଭେନେଜୁଏଲା ସୀମାନ୍ତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୭ଟା ୩୪ ମିନିଟରେ ଭୂମିକମ୍ପ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ସାନ୍ ଜୋସ୍ ଡେଲ୍ ପାଲମାର ନିକଟରେ ଭୂପୃଷ୍ଠରୁ ପ୍ରାୟ ୧୦୭ କିଲୋମିଟର ଗଭୀରରେ ରହିଥିଲା। ରାଜଧାନୀ […]

1 min read

ଏସବିଆଇରେ ୧,୫୩୮ କ୍ଲର୍କ ପଦବି ପାଇଁ ନିଯୁକ୍ତି ସୁଯୋଗ

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ପକ୍ଷରୁ ୧,୫୩୮ଟି କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି। ଅଗଷ୍ଟ ୭, ୨୦୨୬ରୁ ଆବେଦନ ପ୍ରକ୍ରିୟା ଚାଲୁଥିବା ବେଳେ ଆଶାୟୀ ପ୍ରାର୍ଥୀମାନେ ଅଗଷ୍ଟ ୨୭ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଯୋଗ୍ୟତା ଓ ବୟସ:କ୍ଲର୍କ ପଦବି ପାଇଁ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଡିଗ୍ରି ଥିବା ପ୍ରାର୍ଥୀ ଆବେଦନ କରିପାରିବେ। ସଂରକ୍ଷିତ ବର୍ଗ ପାଇଁ ନିୟମ ଅନୁସାରେ […]