1 min read

ଘର ଛାତରେ ସୋଲାର ପ୍ୟାନେଲ୍‌, ବିଜୁଳି ବିଲ୍‌ରୁ ବଡ଼ ଆଶ୍ୱସ୍ତି

ଭୁବନେଶ୍ୱର: ବଢ଼ୁଥିବା ବିଜୁଳି ବିଲ୍‌ ମଧ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି ଆଣିପାରେ କେନ୍ଦ୍ର ସରକାରଙ୍କ ‘ପିଏମ୍‌ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା’। ଘର ଛାତରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ୍‌ ଲଗାଇ ନିଜେ ବିଜୁଳି ଉତ୍ପାଦନ କରିବା ସହ ମାସକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବାର ସୁଯୋଗ ଏହି ଯୋଜନାରେ ରହିଛି। ମିଳୁଛି ସରକାରୀ ସବସିଡି ଯୋଗ୍ୟ ଉପଭୋକ୍ତାଙ୍କୁ ଘର ଛାତରେ ସୋଲାର ପ୍ୟାନେଲ୍‌ ସ୍ଥାପନ ପାଇଁ କେନ୍ଦ୍ର ସରକାର ସବସିଡି ପ୍ରଦାନ […]

1 min read

UGC-NET ଜୁନ୍ ୨୦୨୬: ୩ ବିଷୟର ପରୀକ୍ଷା ପୁଣି ହେବ କି?

ନୂଆଦିଲ୍ଲୀ, ୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଚର୍ଚ୍ଚା ବଢ଼ିଛି। ଇଂରାଜୀ, କମର୍ସ ଓ ସୋସିଓଲୋଜି—ଏହି ତିନିଟି ବିଷୟର ପରୀକ୍ଷା ପୁଣି କରାଯାଇପାରେ ବୋଲି ସୂଚନା ମିଳିଛି। ତେବେ ଏନେଇ ଅନ୍ତିମ ନିଷ୍ପତ୍ତି ଏଯାଏଁ ସାମ୍ନାକୁ ଆସିନାହିଁ। ଏହି ତିନି ପେପରକୁ ନେଇ ପ୍ରାର୍ଥୀଙ୍କ ପକ୍ଷରୁ ବିଭିନ୍ନ ଅଭିଯୋଗ ଆସିବା ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଏକ କମିଟି ଗଠନ କରିଥିଲା। ଇଂରାଜୀ ପେପରରେ ପୂର୍ବରୁ ଆସିଥିବା କିଛି ପ୍ରଶ୍ନ ପୁଣି ଥିବା ଅଭିଯୋଗ […]

1 min read

ଓଡ଼ିଶାରେ ଭାରି ବର୍ଷା ଆଶଙ୍କା; ମୟୂରଭଞ୍ଜ-ବାଲେଶ୍ୱରକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୬/୮: ବଙ୍ଗୋପସାଗରରେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର ପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ରାଜ୍ୟର ଅନେକ ଅଞ୍ଚଳରେ ଭାରିରୁ ଅତିଭାରି ବର୍ଷା ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଆଜିଠାରୁ ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍‌ ୱାର୍ଣ୍ଣିଂ ଅତିଭାରି ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକର […]

1 min read

ସୂର୍ଯ୍ୟରେ ବିସ୍ଫୋରଣ; ସୋମବାର ପୃଥିବୀକୁ ଆସିପାରେ ଭୂଚୁମ୍ବକୀୟ ଝଡ଼

ନୂଆଦିଲ୍ଲୀ, ୧୬/୮: ସୂର୍ଯ୍ୟରେ ଘଟିଥିବା ଏକ ଶକ୍ତିଶାଳୀ ବିସ୍ଫୋରଣର ପ୍ରଭାବ ପୃଥିବୀରେ ପଡ଼ିପାରେ। ଅଗଷ୍ଟ ୧୪ରେ ସୂର୍ଯ୍ୟପୃଷ୍ଠରେ ଏକ ବିଶାଳ ଚୁମ୍ବକୀୟ ଫିଲାମେଣ୍ଟ ବିସ୍ଫୋରିତ ହେବା ପରେ ବହୁ ପରିମାଣର ଚୁମ୍ବକୀୟ ପ୍ଲାଜ୍‌ମା ମହାକାଶକୁ ନିର୍ଗତ ହୋଇଛି। ଏହି ଘଟଣାକୁ କୋରୋନାଲ ମାସ୍ ଇଜେକ୍ସନ୍‌ (CME) କୁହାଯାଏ। ମହାକାଶ ପାଣିପାଗ ବିଶେଷଜ୍ଞମାନେ ଏହି CMEର ଗତିପଥ ଉପରେ ନଜର ରଖିଛନ୍ତି। ପୂର୍ବାନୁମାନ ଅନୁସାରେ, ଏହା ପୃଥିବୀର ଚୁମ୍ବକୀୟ କ୍ଷେତ୍ରକୁ ସମ୍ପୂର୍ଣ୍ଣ ଭାବେ ଧକ୍କା ଦେବା ପରିବର୍ତ୍ତେ ଆଂଶିକ […]

1 min read

କେକ୍‌ ପାଇଁ ଭିଡ଼ରେ ହଙ୍ଗାମା; ଭାଇରାଲ ହେଉଛି ପାକିସ୍ତାନର ଭିଡିଓ

ନୂଆଦିଲ୍ଲୀ, ୧୫/୮: ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭିଡିଓରେ ପାକିସ୍ତାନୀ ପତାକା ଡିଜାଇନ୍‌ର ଏକ ବଡ଼ କେକ୍‌କୁ ନେଇ ଲୋକଙ୍କ ମଧ୍ୟରେ ହଠାତ୍‌ ଭିଡ଼ ଜମିଥିବା ଦେଖାଯାଉଛି। ଦାବି ଅନୁସାରେ, ଏହି ଘଟଣା ଲାହୋରର ଲିବର୍ଟି ମାର୍କେଟରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମ ସମୟରେ ଘଟିଥିଲା। କେକ୍‌ଟିକୁ ଆନୁଷ୍ଠାନିକ ଭାବେ କାଟିବା ଓ ଲୋକଙ୍କ ମଧ୍ୟରେ ବାଣ୍ଟିବାର ଯୋଜନା ଥିବାବେଳେ, ଏହା ପୂର୍ବରୁ ଅନେକ […]

1 min read

୭୦୭ ବିଲିଅନ ଡଲାର ଟପିଲା ଭାରତର ବିଦେଶୀ ମୁଦ୍ରା ଭଣ୍ଡାର

ନୂଆଦିଲ୍ଲୀ, ୧୫/୮: ଭାରତର ବିଦେଶୀ ମୁଦ୍ରା ଭଣ୍ଡାରରେ ବଡ଼ ବୃଦ୍ଧି ଘଟିଛି। ଅଗଷ୍ଟ ୭ରେ ଶେଷ ହୋଇଥିବା ସପ୍ତାହରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୧୪.୧୩୬ ବିଲିଅନ ଡଲାର ବଢ଼ି ୭୦୭.୦୦୨ ବିଲିଅନ ଡଲାରରେ ପହଞ୍ଚିଛି। ଏହା ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ ଏଯାବତ୍ ସର୍ବାଧିକ ସାପ୍ତାହିକ ବୃଦ୍ଧି ବୋଲି ଜଣାପଡ଼ିଛି। ଏହାର ପୂର୍ବ ସପ୍ତାହ, ଅର୍ଥାତ୍ ଜୁଲାଇ ୩୧ରେ ଶେଷ ହୋଇଥିବା ସପ୍ତାହରେ ମଧ୍ୟ ଭଣ୍ଡାରରେ ୧୦.୫୧୨ ବିଲିଅନ ଡଲାର ବୃଦ୍ଧି ହୋଇଥିଲା। ସେତେବେଳେ ମୋଟ […]

1 min read

ଭାରତକୁ ଶେହବାଜ ସରିଫଙ୍କ ଧମକ; ‘ସିଧାସଳଖ ଜବାବ’ ଦେବ ପାକିସ୍ତାନ

ଇସଲାମାବାଦ, ୧୪/୮: ପାକିସ୍ତାନର ସ୍ୱାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ ଭାରତ ବିରୋଧରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ସିନ୍ଧୁ ଜଳ ଚୁକ୍ତିକୁ ନେଇ ଭାରତ ଉପରେ ଅସନ୍ତୋଷ ପ୍ରକାଶ କରି ସେ କହିଛନ୍ତି, ପାକିସ୍ତାନ ନିଜ ଅଧିକାରର ପାଣି ପ୍ରସଙ୍ଗରେ କୌଣସି ସାଲିସ କରିବ ନାହିଁ ଏବଂ ଆବଶ୍ୟକ ପଡ଼ିଲେ ‘ସିଧାସଳଖ ଜବାବ’ ଦେବ। ପାକିସ୍ତାନର ଏକ କାର୍ଯ୍ୟକ୍ରମରେ ଶେହବାଜ ସରିଫ କହିଛନ୍ତି ଯେ ଦେଶର ପ୍ରତ୍ୟେକ ବୁନ୍ଦା ପାଣି ତାଙ୍କ ପାଇଁ […]

1 min read

୮୦ତମ ସ୍ୱାଧୀନତା ଦିବସ: ତ୍ରିରଙ୍ଗାରେ ରଙ୍ଗିନ ଦେଶ, ସବୁଠି ଦେଶପ୍ରେମର ଉତ୍ସାହ

ନୂଆଦିଲ୍ଲୀ, ୧୫/୮: ୧୯୪୭ରେ ବ୍ରିଟିଶ ଶାସନରୁ ସ୍ୱାଧୀନତା ପାଇଥିବା ଭାରତ ଆଜି ନିଜର ୮୦ତମ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନତାର ୭୯ ବର୍ଷ ପୂରଣ ପରେ ଦେଶବ୍ୟାପୀ ଭାବେ ଏହି ଐତିହାସିକ ଦିବସକୁ ନେଇ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଗାଁଠାରୁ ସହର ଏବଂ ସୀମାନ୍ତ ଅଞ୍ଚଳଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ତ୍ରିରଙ୍ଗାର ରଙ୍ଗରେ ଦେଶପ୍ରେମର ଛବି ଦେଖାଯାଉଛି। ପୂର୍ବରେ ଅରୁଣାଚଳ ପ୍ରଦେଶଠାରୁ ପଶ୍ଚିମରେ ରାଜସ୍ଥାନର ଜୈସଲମେର ଓ ତନୋଟ, ଉତ୍ତରରେ ଲଦାଖର ସୀମାନ୍ତ ଅଞ୍ଚଳଠାରୁ […]

1 min read

ଭାରତ ଆସିବେ ଇରାନ ରାଷ୍ଟ୍ରପତି ପେଜେସ୍କିଆନ; ମୋଦିଙ୍କ ସହ ବୈଠକ ଉପରେ ନଜର

ନୂଆଦିଲ୍ଲୀ/ତେହରାନ, ୧୪/୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ଆସନ୍ତା ସେପ୍ଟେମ୍ବରରେ ଭାରତ ଗସ୍ତରେ ଆସିବେ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା BRICS ଶିଖର ସମ୍ମିଳନୀରେ ସେ ଯୋଗଦେବେ। ଇରାନ ପକ୍ଷରୁ ଶୁକ୍ରବାର ତାଙ୍କ ଭାରତ ଗସ୍ତ ନେଇ ସ୍ପଷ୍ଟ କରାଯାଇଛି। ଚଳିତ ବର୍ଷ BRICSର ଅଧ୍ୟକ୍ଷତା ଭାରତ କରୁଥିବାରୁ ନୂଆଦିଲ୍ଲୀରେ ଏହି ବୈଠକ ଆୟୋଜିତ ହେଉଛି। ପେଜେସ୍କିଆନଙ୍କ ଗସ୍ତକୁ ନେଇ ଦ୍ୱିପାକ୍ଷିକ ସମ୍ପର୍କ ସହ ପଶ୍ଚିମ ଏସିଆର ବର୍ତ୍ତମାନର ସ୍ଥିତି ଉପରେ […]

1 min read

ସ୍ତ୍ରୀକୁ ହତ୍ୟାକାରୀ ପୋଖରୀରେ ଫିଙ୍ଗିଦେଲା ସ୍ୱାମୀ 

ଓଡଗାଁ,, ୧୪୦୮: ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ଗତ ରାତିରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l ସ୍ତ୍ରୀକୁ ନିଜେ ସ୍ୱାମୀ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକ l ଅଭିଯୋଗ ଅନୁଯାଇ ଓଡଗାଁ ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ୱିନୀ ୨୦୨୦ମସିହାରେ ନୟାଗଡ ସଦର ଥାନା ଅଧିନ ଢେଙ୍କେଣା ଗ୍ରାମର ବିନୋଦ ପ୍ରଧାନଙ୍କ ପୁତ୍ର ବକ୍ସିଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଥିଲା l […]