UGC-NET ଜୁନ୍ ୨୦୨୬: ୩ ବିଷୟର ପରୀକ୍ଷା ପୁଣି ହେବ କି?
1 min read

UGC-NET ଜୁନ୍ ୨୦୨୬: ୩ ବିଷୟର ପରୀକ୍ଷା ପୁଣି ହେବ କି?

ନୂଆଦିଲ୍ଲୀ, ୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ଚର୍ଚ୍ଚା ବଢ଼ିଛି। ଇଂରାଜୀ, କମର୍ସ ଓ ସୋସିଓଲୋଜି—ଏହି ତିନିଟି ବିଷୟର ପରୀକ୍ଷା ପୁଣି କରାଯାଇପାରେ ବୋଲି ସୂଚନା ମିଳିଛି। ତେବେ ଏନେଇ ଅନ୍ତିମ ନିଷ୍ପତ୍ତି ଏଯାଏଁ ସାମ୍ନାକୁ ଆସିନାହିଁ।

ଏହି ତିନି ପେପରକୁ ନେଇ ପ୍ରାର୍ଥୀଙ୍କ ପକ୍ଷରୁ ବିଭିନ୍ନ ଅଭିଯୋଗ ଆସିବା ପରେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଏକ କମିଟି ଗଠନ କରିଥିଲା। ଇଂରାଜୀ ପେପରରେ ପୂର୍ବରୁ ଆସିଥିବା କିଛି ପ୍ରଶ୍ନ ପୁଣି ଥିବା ଅଭିଯୋଗ ହୋଇଥିବା ବେଳେ, ସୋସିଓଲୋଜି ପେପରରେ ଶବ୍ଦ, ଭାଷା ଓ ପ୍ରିଣ୍ଟିଂ ସମ୍ପର୍କିତ ତ୍ରୁଟି ନେଇ ମଧ୍ୟ ଅଭିଯୋଗ ହୋଇଛି।

ଏହି କାରଣରୁ ଇଂରାଜୀ, କମର୍ସ ଓ ସୋସିଓଲୋଜିର ପ୍ରୋଭିଜନାଲ୍ ଆନ୍ସର କି ଏଯାଏଁ ପ୍ରକାଶ ପାଇନାହିଁ। ଅନ୍ୟ ବିଷୟଗୁଡ଼ିକର ଆନ୍ସର କି ଜାରି ହୋଇସାରିଛି।

UGC-NET ଜୁନ୍ ସେସନ୍‌ର ପରୀକ୍ଷା ଜୁନ୍ ୨୨ରୁ ୩୦ ମଧ୍ୟରେ ହୋଇଥିଲା। ଏଥିରେ କମର୍ସ ଜୁନ୍ ୨୪, ଇଂରାଜୀ ଜୁନ୍ ୨୫ ଏବଂ ସୋସିଓଲୋଜି ପରୀକ୍ଷା ଜୁନ୍ ୩୦ରେ ଅନୁଷ୍ଠିତ ହୋଇଥିଲା।

ଅନ୍ୟପକ୍ଷରେ, NTA ପକ୍ଷରୁ ୮୪ଟି ବିଷୟର ପ୍ରୋଭିଜନାଲ୍ ଆନ୍ସର କି ପ୍ରକାଶ କରାଯାଇଛି। ପ୍ରାର୍ଥୀମାନେ ନିଜର ରେକର୍ଡ ହୋଇଥିବା ଉତ୍ତର ସହ ଆନ୍ସର କି ଯାଞ୍ଚ କରିପାରିବେ। ଆନ୍ସର କିକୁ ନେଇ ଆପତ୍ତି ଦାଖଲ କରିବାର ସୁଯୋଗ ମଧ୍ୟ ରହିଛି। ଅଗଷ୍ଟ ୧୮ ରାତି ୧୧:୫୯ ପର୍ଯ୍ୟନ୍ତ ଆପତ୍ତି ଦାଖଲ କରାଯାଇପାରିବ।

Leave a Reply

Your email address will not be published. Required fields are marked *