ସ୍ତ୍ରୀକୁ ହତ୍ୟାକାରୀ ପୋଖରୀରେ ଫିଙ୍ଗିଦେଲା ସ୍ୱାମୀ 

ଓଡଗାଁ,, ୧୪୦୮: ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ଗତ ରାତିରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l ସ୍ତ୍ରୀକୁ ନିଜେ ସ୍ୱାମୀ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକ l ଅଭିଯୋଗ ଅନୁଯାଇ ଓଡଗାଁ ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ୱିନୀ ୨୦୨୦ମସିହାରେ ନୟାଗଡ ସଦର ଥାନା ଅଧିନ ଢେଙ୍କେଣା ଗ୍ରାମର ବିନୋଦ ପ୍ରଧାନଙ୍କ ପୁତ୍ର ବକ୍ସିଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଥିଲା l

ବିବାହ ସମୟରେ ଯୌତୁକ ବାବଦକୁ ନଗଦ ଏକଲକ୍ଷ ଟଙ୍କା ଏବଂ ପ୍ରାୟ ୬ଭରିର ସୁନାଗହଣା ଦିଆଯାଇଥିଲା ବୋଲି ତପସ୍ୱିନୀଙ୍କ ମାତା ଭାରତୀ ସାହୁ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି l ବିବାହ ପରେ ତପସ୍ୱିନୀ ନିଜ ଶାଶୂଘର ଢେଙ୍କେଣା ଗ୍ରାମରେ ରହୁଥିଲେ l ସେମାନଙ୍କର ରାକ୍ଷୀ ନାମରେ ଏକ ୪ବର୍ଷର ଝିଅ ମଧ୍ୟ ଅଛି l ବିବାହର କିଛିଦିନ ପରେ ବକ୍ସି ଓଡଗାଁ ଆଦର୍ଶ ଥାନା ଅଧିନ ବେଲଦ୍ୱାର ଗ୍ରାମଠାରେ ଏକ ଫାର୍ମ କରିଥିଲେ l

ଏଣୁ ସେ ନିଜ ସ୍ତ୍ରୀ ଏବଂ ଝିଅ ସହ ସେହିଠାରେ ରହୁଥିଲେ l କିନ୍ତୁ ଏବେ କିଛିବର୍ଷ ହେଲା ଆଉ ୧ଲକ୍ଷ ଟଙ୍କା ବାପଘରୁ ଆଣିବାପାଇଁ ବକ୍ସି ତପସ୍ୱିନୀଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ l ଏଥିପାଇଁ ସେ ତପସ୍ୱିନୀଙ୍କୁ ମାରଧର କରୁଥିବାର ଅଭିଯୋଗ ମଧ୍ୟ ଆସିଛି l ଏହି କାର୍ଯ୍ୟରେ ବକ୍ସିଙ୍କ ବାପା, ମା ଏବଂ ସାନଭାଇ ରଶ୍ମି ପ୍ରଧାନ ସହଯୋଗ କରୁଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି l ଏହି କାରଣରୁ ତପସ୍ୱିନୀ ଅଧିକାଂଶ ସମୟ ତାଙ୍କ ବାପଘର ହରିହରପୁର ଠାରେ ରହୁଥିଲେ l ଗତ ୨୦୨୪ମସିହା ଡିସେମ୍ବର ୧୫ତାରିଖରେ ଭଦ୍ରଲୋକ ମାନଙ୍କ ଉପସ୍ଥିତରେ ନୟାଗଡ ସଦର ଥାନା ଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇ ଉଭୟ ସ୍ୱାମୀ ସ୍ତ୍ରୀ ପୁଣି ଏକାଠି ସମ୍ପର୍କ ମଧ୍ୟରେ ରହିଲେ l

କିନ୍ତୁ ଗତକାଲି ରାତି ୧ଘ. ୪୪ମି. ସମୟରେ ବକ୍ସି ହଠାତ୍ ତାଙ୍କ ଶଶୁର ଘର ଲୋକଙ୍କୁ ଫୋନ୍ ଦ୍ୱାରା ଜଣାଇଥିଲେ ଯେ ତୁମ ଝିଅ ବେହୋସ ହୋଇ ପଡିଛି, ଶୀଘ୍ର ଆସି ପହଞ୍ଚ l ଫୋନ୍ କଲ୍ ପାଇ ତପସ୍ୱିନୀଙ୍କ ପରିବାର ଲୋକ ଓଡଗାଁ ଠାରେ ପହଞ୍ଚିବାପରେ ଜଣା ପଡିଲାଯେ ତାଙ୍କ ଝିଅ ମୃତ୍ୟୁ ବରଣ କରିଛି l ରାତିରେ ନିଜେ ବକ୍ସି ମଧ୍ୟ ପୋଲିସ୍ ସହାୟତା ନମ୍ବର ୧୧୨କୁ ଫୋନ୍ କରିବାସହ ଫାୟାର ଗାଡିକୁ ଫୋନ୍ କରି ନିଜ ଚେଷ୍ଟାରେ ପୋଖରୀ ଭିତରୁ ତପସ୍ୱିନୀଙ୍କ ଶବ ଉଦ୍ଧାର କରିଛି l ପାରିପାର୍ଶ୍ଵିକ ତଦନ୍ତରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରି ପୋଲିସ୍ ମକଦ୍ଦମା ସଂଖ୍ୟା ୨୭୬/୨୬ରେ ଅଭିଯୋଗ ପଞ୍ଜିକରଣ କରି ବକ୍ସିକୁ ଅଟକତ ରଖି ଅଧିକ ତଦନ୍ତ ଚଳାଇଛି l ଆଦର୍ଶ ଥାନା ସଵ୍ ଇନ୍ସପେକ୍ଟର ଚକ୍ରଧର ସିଂ ତଦନ୍ତ ଦାଇତ୍ୱ ନେଇଥିବା ବେଳେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l

Leave A Reply

Your email address will not be published.