odisha news
ନୂଆଖାଇ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର; ସିଏମ୍-କିଷାନର ପଞ୍ଚମ କିସ୍ତି ପ୍ରଦାନ
ଭୁବନେଶ୍ୱର: ନୂଆଖାଇ ପର୍ବ ପୂର୍ବରୁ ରାଜ୍ୟର ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କୃଷି ଶିକ୍ଷା ସଦନରେ ଆୟୋଜିତ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଚାଷୀଙ୍କ ଖାତାକୁ ସିଧାସଳଖ ଆର୍ଥିକ ସହାୟତା ପଠାଯାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷ ୩୫ ହଜାର ୯୭୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୩ ହଜାର ୯୪୯ ଜଣ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ଡିବିଟି ମାଧ୍ୟମରେ […]
କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ତୃତୀୟ ମହଲାକୁ ଚଢ଼ିବାକୁ ପଡୁଛି
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ। ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଖକୁ ଖାଦ୍ୟ ଯୋଗାଣ ନହୋଇ ସେମାନଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଆଣିବାକୁ ପଡୁଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀ ଓ ସେମାନଙ୍କ ଆଟେଣ୍ଡାଣ୍ଟମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଅଭିଯୋଗ ଆସିଛି। ନିୟମ ଅନୁଯାୟୀ, ହସ୍ପିଟାଲରେ ରୋଗୀଙ୍କ ପାଖକୁ ଖାଦ୍ୟ ପହଞ୍ଚାଇ ଦିଆଯିବା କଥା। କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲରେ ଖାଦ୍ୟ ଯୋଗାଣ ଦାୟିତ୍ୱ ନେଇଥିବା ସଂସ୍ଥା ଏହି ନିୟମ […]
ସ୍ତ୍ରୀକୁ ହତ୍ୟାକାରୀ ପୋଖରୀରେ ଫିଙ୍ଗିଦେଲା ସ୍ୱାମୀ
ଓଡଗାଁ,, ୧୪୦୮: ଓଡଗାଁ ଆଦର୍ଶ ଥାନା ଅଞ୍ଚଳରେ ଗତ ରାତିରେ ଘଟିଯାଇଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ l ସ୍ତ୍ରୀକୁ ନିଜେ ସ୍ୱାମୀ ହତ୍ୟାକରୀ ପୋଖରୀରେ ଫିଙ୍ଗିଦେଇଥିବା ଅଭିଯୋଗ ଆଣିଲେ ଝିଅର ବାପଘର ଲୋକ l ଅଭିଯୋଗ ଅନୁଯାଇ ଓଡଗାଁ ବ୍ଲକ୍ ଅନ୍ତର୍ଗତ ହରିହରପୁର ଗ୍ରାମର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ୱିନୀ ୨୦୨୦ମସିହାରେ ନୟାଗଡ ସଦର ଥାନା ଅଧିନ ଢେଙ୍କେଣା ଗ୍ରାମର ବିନୋଦ ପ୍ରଧାନଙ୍କ ପୁତ୍ର ବକ୍ସିଙ୍କ ସହ ବୈଦିକ ରୀତିନୀତି ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଥିଲା l […]
ବୌଦ୍ଧ ଗସ୍ତରେ OSSAAT ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ l
ବୌଦ୍ଧ, ୨୧/୦୭: ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAST)ର ନିର୍ଦ୍ଦେଶକ ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ […]
ବନ ବିଭାଗର କାର୍ଯ୍ୟାନୁଷ୍ଠାନ; ମହିଳା ଫରେଷ୍ଟର ନିଲମ୍ବିତ
ବୌଦ୍ଧ/କଣ୍ଟାମାଳ, ୧୨ ଜୁଲାଇ(ଉଦୟ): ବୌଦ୍ଧ ବନଖଣ୍ଡ ଅଧୀନ କଣ୍ଟାମାଳ ରେଞ୍ଜ ବାରପଦର ସେକ୍ସନରେ ଘଟିଥିବା ବ୍ୟାପକ ଗଛ କଟା ଓ ଚୋରାଚାଲାଣ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଅଭିଯୋଗରେ ସଂପୃକ୍ତ ଫରେଷ୍ଟର ବୁଲି ବେହେରାଙ୍କୁ ଆଜି ଚାକିରିରୁ ନିଲମ୍ବନ (ସସପେଣ୍ଡ) କରାଯାଇଛି। ମିଳିଥିବା ସୂଚନା ମୁତାବକ, ଶ୍ରୀମତୀ ବେହେରା ବାରପଦର ସେକ୍ସନର ଫରେଷ୍ଟର ଭାବେ ଦାୟିତ୍ୱରେ ଥିବା ସମୟରେ ସୁଳିଆ ସଂରକ୍ଷିତ ଜଙ୍ଗଲରୁ ବହୁମୂଲ୍ୟବାନ ଗଛ ସବୁ ବେଆଇନ ଭାବେ କଟାଯାଇ ବ୍ୟାପକ ପରିମାଣରେ ଚୋରାଚାଲାଣ ହେଉଥିବା […]
ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ମୁତୟନ ହେବେ ୧୯ IPS
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଉପଯୁକ୍ତ ସହଯୋଗ, ସମନ୍ୱୟ ଏବଂ ନିରନ୍ତର ଯୋଗାଯୋଗ ରକ୍ଷା ଉପରେ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। କୌଣସି ପରିସ୍ଥିତିରେ ଯେପରି ଯୋଗାଯୋଗର ଅଭାବ ନ ରୁହେ, ସେଥିପ୍ରତି ସଜାଗ ରହିବାକୁ ସେ ନିର୍ଦ୍ଦେଶ […]
କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ନଦୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କଟକ, ୧୦ ଜୁଲାଇ (ଉଦୟ): କଟକ ସହରର କାଠଯୋଡ଼ି ନଦୀରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀଘାଟ ଥାନା ପୁଲିସ ଦେବୀଗଡ଼ା ନିକଟ ନଦୀପଠାରୁ ଏହି ରହସ୍ୟଜନକ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍ସିବି (SCB) ମେଡିକାଲକୁ ପଠାଇଛି। ପ୍ରାଥମିକ ଆକଳନ ଅନୁଯାୟୀ, ମୃତ ମହିଳାଙ୍କ ବୟସ ପ୍ରାୟ ୪୦ରୁ ୫୦ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ନଦୀରେ ଭାସୁଥିଲା , […]
