ଜାତୀୟ
ଲୋକସଭାରେ ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ
ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଲୋକସଭାରେ ସୋମବାର ଟ୍ରିବ୍ୟୁନାଲ ସଂସ୍କାର ବିଲ୍, ୨୦୨୬ ପାରିତ ହୋଇଛି। ଏହି ବିଲ୍ରେ ବିଭିନ୍ନ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନିଯୁକ୍ତି, ଯୋଗ୍ୟତା, କାର୍ଯ୍ୟକାଳ ଏବଂ ସେବା ସର୍ତ୍ତାବଳୀକୁ ନେଇ ଏକ ସମାନ ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍ଟିକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ସରକାରଙ୍କ ମତରେ, ଟ୍ରିବ୍ୟୁନାଲ ବ୍ୟବସ୍ଥାରେ ସ୍ପଷ୍ଟତା ଆଣିବା ସହ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ସୁସଂଗଠିତ କରିବା ଏହି ସଂସ୍କାରର ମୁଖ୍ୟ […]
କେରଳର ନାମ ବଦଳିବ, ‘କେରଳମ୍’ ରଖିବାକୁ ଲୋକସଭାରେ ବିଲ୍
ନୂଆଦିଲ୍ଲୀ, ୧୦ ଅଗଷ୍ଟ: କେରଳର ନାମ ପରିବର୍ତ୍ତନ କରି ‘କେରଳମ୍’ ରଖିବା ନେଇ କେନ୍ଦ୍ର ସରକାର ପ୍ରକ୍ରିୟା ଆଗକୁ ବଢ଼ାଇଛନ୍ତି। ଏ ସମ୍ପର୍କିତ ‘କେରଳ (ନାମ ପରିବର୍ତ୍ତନ) ବିଲ୍, ୨୦୨୬’ ଲୋକସଭାରେ ଆଗତ ହୋଇଛି। କେରଳ ବିଧାନସଭା ୨୦୨୪ ଜୁନ୍ ୨୪ ତାରିଖରେ ସର୍ବସମ୍ମତିକ୍ରମେ ରାଜ୍ୟର ନାମ ‘କେରଳ’ରୁ ‘କେରଳମ୍’ କରିବା ପାଇଁ ପ୍ରସ୍ତାବ ପାରିତ କରିଥିଲା। ପରେ କେନ୍ଦ୍ରୀୟ କ୍ୟାବିନେଟ୍ ମଧ୍ୟ ଏହି ନାମ ପରିବର୍ତ୍ତନ ପ୍ରସ୍ତାବକୁ ଅନୁମୋଦନ କରିଥିଲା। ‘କେରଳମ୍’ ହେଉଛି ମାଲାୟାଲମ୍ ଭାଷାରେ […]
ଭାରତୀୟ ନୌସେନାରେ ଯୋଡ଼ିବ ନୂଆ ଯୁଦ୍ଧଜାହାଜ, ଆସନ୍ତାକାଲି କୋଲକାତାରେ ଜଳାବତରଣ
ନୂଆଦିଲ୍ଲୀ, ୧୦ ଅଗଷ୍ଟ: ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନିଆଯାଉଛି। ନୌସେନା ପାଇଁ ନିର୍ମାଣ ହେଉଥିବା ପରବର୍ତ୍ତୀ ପିଢ଼ିର ୧୧ଟି ଯୁଦ୍ଧଜାହାଜ ମଧ୍ୟରୁ ତୃତୀୟ ଜାହାଜଟି ଅଗଷ୍ଟ ୧୧ ତାରିଖରେ କୋଲକାତାରେ ଜଳାବତରଣ କରିବ। ଗାର୍ଡେନ ରିଚ୍ ଶିପବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍ (GRSE) ଓ ଗୋଆ ଶିପୟାର୍ଡ ଲିମିଟେଡ୍ (GSL) ମିଳିତ ଭାବେ ଏହି ଜାହାଜଗୁଡ଼ିକର ନିର୍ମାଣ କରୁଛନ୍ତି। ଏନେଇ ସୋମବାର ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି […]
ମଣିପୁରରେ ତିନି ଜଣ ସନ୍ଦିଗ୍ଧ ଆତଙ୍କବାଦୀ କ୍ୟାଡରଙ୍କୁ ଗିରଫ କଲା ସୁରକ୍ଷା ବାହିନୀ
ଇମ୍ଫାଲ, ଅଗଷ୍ଟ ୧୦: ମଣିପୁରରେ ସୁରକ୍ଷା ବାହିନୀ ପୃଥକ ଅପରେସନରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ତିନି ଜଣ ସନ୍ଦିଗ୍ଧ କ୍ୟାଡରଙ୍କୁ ଗିରଫ କରିଛନ୍ତି ।ସୁରକ୍ଷା ବାହିନୀ ଅଗଷ୍ଟ ୯ ତାରିଖରେ କାକଚିଙ୍ଗ ଜିଲ୍ଲାର କାକଚିଙ୍ଗ ଥାନା ଅନ୍ତର୍ଗତ ନୋଙ୍ଗଜୁବି ଚାଙ୍ଗଫାମ ନିକଟସ୍ଥ ଇକୋ ପାର୍କ ରୋଡ୍ରୁ ଆରପିଏଫ/ପିଏଲଏର ସକ୍ରିୟ କ୍ୟାଡର ଏସ୍/ଏସ୍ କର୍ପୋରାଲ ଥୋନାଓଜାମ ଇବୋଚୌବା ମେଇତେଇ ଓରଫ ଲାମ୍ଟା (୫୬) ଙ୍କୁ ଗିରଫ କରିଥିଲେ । ସେ ଏଲାଙ୍ଗଖାନପୋକପି ମାମାଙ୍ଗ ଲେଇକାଇର ବାସିନ୍ଦା ଏବଂ ବର୍ତ୍ତମାନ […]
କୋଲୋରେକ୍ଟାଲ କ୍ୟାନସରକୁ ନେଇ ଲୋକସଭାରେ ଚିନ୍ତା ପ୍ରକାଶ, ସଚେତନତା ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ: ଦେଶରେ କୋଲୋରେକ୍ଟାଲ କ୍ୟାନସରର ବଢ଼ୁଥିବା ବିପଦକୁ ନେଇ ଲୋକସଭାରେ ଚିନ୍ତା ପ୍ରକାଶ ପାଇଛି। ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ଏହି ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଅନେକ ସମୟରେ ଲୋକେ ଅଣଦେଖା କରୁଥିବା ନେଇ ଗୁରୁତ୍ୱ ଦେଇଛନ୍ତି।ସେ କହିଛନ୍ତି, କୋଲୋରେକ୍ଟାଲ କ୍ୟାନସର ସମ୍ପର୍କରେ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ଆବଶ୍ୟକ। ବିଶେଷକରି ଶରୀରରେ ଦେଖାଦେଉଥିବା ପ୍ରାରମ୍ଭିକ ସଙ୍କେତକୁ ଅଣଦେଖା ନକରି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। କୋଲୋରେକ୍ଟାଲ କ୍ୟାନସର ସମ୍ପର୍କରେ ସଚେତନତା ବଢ଼ାଇବା ସହ ନିୟମିତ […]
ଅରୁଣାଚଳ ପାଇଁ ନୂଆ ମାନଚିତ୍ର ଜାରି କଲା ଭାରତ, ଚୀନ୍କୁ ଦେଲା ବଡ଼ ବାର୍ତ୍ତା
ନୂଆଦିଲ୍ଲୀ, ୧୦।୮ (ପିପିଏସ୍): ଚୀନ୍ ସୀମାନ୍ତରେ ନିଜର ଭୌଗୋଳିକ ଓ ପ୍ରଶାସନିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଦିଗରେ ଭାରତ ସରକାର ଅରୁଣାଚଳ ପ୍ରଦେଶର ଏକ ସଂଶୋଧିତ ସରକାରୀ ମାନଚିତ୍ର ଜାରି କରିଛନ୍ତି। ନୂଆ ମାନଚିତ୍ରରେ ସୀମାନ୍ତର ରଣନୈତିକ ଗୁରୁତ୍ୱ ଥିବା ପାସ୍, ହ୍ରଦ, ଜନବସତି ଓ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକୁ ସାମିଲ କରାଯାଇଛି। ସୂଚନା ଅନୁଯାୟୀ, ସଂଶୋଧିତ ମାନଚିତ୍ରରେ ମୋଟ ୨୭ଟି ପ୍ରମୁଖ ସ୍ଥାନ ଓ ଭୌଗୋଳିକ ଚିହ୍ନକୁ ସ୍ଥାନ […]
ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍କୁ ସମର୍ଥନ ଦେବ ଅକାଳୀ ଦଳ: ବଦଳିଲା ସୁଖବୀରଙ୍କ ସ୍ୱର
ଚଣ୍ଡିଗଡ଼: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର ଠିକ୍ ଦିନକ ପରେ ଶିରୋମଣି ଅକାଳୀ ଦଳ (ଏସଏଡି) ମୁଖ୍ୟ ସୁଖବୀର ସିଂହ ବାଦଲ ନିଜ ରାଜନୈତିକ ଆଭିମୁଖ୍ୟ ବଦଳାଇଛନ୍ତି। ଆସନ୍ତା ସଂସଦ ଅଧିବେଶନରେ ତାଙ୍କ ଦଳ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଉଥିବା ‘ପୁନଃ ସୀମା ନିର୍ଦ୍ଧାରଣ ବିଲ୍’ (Delimitation Bill) ଏବଂ ‘ମହିଳା ସଂରକ୍ଷଣ ବିଲ୍’କୁ ସମ୍ପୂର୍ଣ୍ଣ ସମର୍ଥନ ଦେବ ବୋଲି ବାଦଲ ଶନିବାର ଘୋଷଣା କରିଛନ୍ତି। ମେଣ୍ଟ ଫେରିବା ନେଇ ସଙ୍କେତ? ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ […]
ହନିଟ୍ରାପ୍ରେ ଫସିଲେ ଭାରତୀୟ ବାୟୁସେନା ଅଧିକାରୀ
ନୂଆଦିଲ୍ଲୀ, (ପିପିଏସ୍): ପାକିସ୍ତାନକୁ ଭାରତର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଅଧିକାରୀ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ଏବଂ ସେ ବର୍ତ୍ତମାନ ଜେଲ୍ରେ ଅଛନ୍ତି।ଦିଲ୍ଲୀ ପୁଲିସର ସୂଚନାନୁଯାୟୀ ୱିଙ୍ଗ କମାଣ୍ଡରଙ୍କୁ ଏକ ଫିଲ୍ଡ ୟୁନିଟରେ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ହନି ଟ୍ରାପ୍ ମାଧ୍ୟମରେ ତାଙ୍କୁ ଟାର୍ଗେଟ କରାଯାଇଥିଲା। ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଜଡ଼ିତ ଜଣେ ମହିଳା ସାମାଜିକ ଗଣମାଧ୍ୟମ ଜରିଆରେ ତାଙ୍କ ସହିତ ଯୋଗାଯୋଗ ଏବଂ କଥାବାର୍ତ୍ତା ଆରମ୍ଭ କରିଥିଲେ। ମହିଳା ଜଣକ ଧୀରେ ଧୀରେ ବାୟୁସେନା ଅଧିକାରୀଙ୍କ ବିଶ୍ୱାସ ହାସଲ କରି ଭିଡିଓ କଲ୍ ଏବଂ ଚାଟ୍ ମାଧ୍ୟମରେ ସାମରିକ କାର୍ଯ୍ୟକଳାପ ଏବଂ ସୈନ୍ୟ ମୁତୟନ ସମ୍ପର୍କରେ ସୂଚନା ମାଗିବା ଆରମ୍ଭ କରିଥିଲେ। ବାୟୁସେନା ଅଧିକାରୀଜଣକ ଡିଜିଟାଲ୍ ମାଧ୍ୟମରେ ମହିଳାଙ୍କୁ ବିଭିନ୍ନ ଫଟୋଗ୍ରାଫ୍, ଭିଡିଓ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଡକ୍ୟୁମେଣ୍ଟ ଏବଂ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି।ତଦନ୍ତ ସମୟରେ ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଅଧିକାରୀ ଜଣକ ନିଜର ଜଣେ ସହଯୋଗୀ ଅଧିକାରୀଙ୍କ ମୋବାଇଲ୍ ଫୋନରେ ଏକ ସନ୍ଦିଗ୍ଧ ଆପ୍ ଇନଷ୍ଟଲ୍ କରିଥିଲେ। ଏହି ଆପ୍ ସ୍ପାଏୱେର୍ କିମ୍ବା ରିମୋଟ୍-ଆକ୍ସେସ୍ ମାଲୱେର୍ ଭାବରେ କାର୍ଯ୍ୟ କରିପାରେ, ଯାହା ଡିଭାଇସ୍ ଡାଟା ହାସଲ କରିବା, ଲୋକେସନ ଟ୍ରାକ୍ କରିବା କିମ୍ବା କଥାବାର୍ତ୍ତା ଅଟକାଇବା ପାଇଁ ବ୍ୟବହାର କରାଯାଇପାରିବ। ପୁଲିସ ଏବେ କେତେ ଡାଟା ଲିକ୍ ହୋଇଛି ଏବଂ ଏହାକୁ କିପରି ବ୍ୟବହାର କରାଯାଇଛି ତାହାର ତଦନ୍ତ କରୁଛି।ପୁଲିସ କହିଛି ଯେ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ସଂପୃକ୍ତ ବାୟୁସେନା ଅଧିକାରୀଙ୍କୁ ଯୋଗାଯୋଗ କରିଥିବା ମହିଳା ପାକିସ୍ତାନର ହ୍ୟାଣ୍ଡଲରଙ୍କ ନିର୍ଦେଶରେ କାର୍ଯ୍ୟ କରୁଥିଲେ। ପୁଲିସ ଅଭିଯୁକ୍ତ ଅଧିକାରୀ ଏବଂ ମହିଳାଙ୍କ ମଧ୍ୟରେ ହୋଇଥିବା ଚାଟ୍, ଭିଡିଓ କଲ୍ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଯୋଗାଯୋଗର ରେକର୍ଡ ଯାଞ୍ଚ୍ କରୁଛି। ଅଧିକାରୀ କେତେ ପରିମାଣର ସମ୍ବେଦନଶୀଳ ସାମରିକ ସୂଚନା ସେୟାର କରିଥିଲେ ଏବଂ ଏହି ନେଟୱାର୍କରେ ଅନ୍ୟ ବ୍ୟକ୍ତିମାନେ ସାମିଲ ଅଛନ୍ତି ତାହାର ତଦନ୍ତ ମଧ୍ୟ କରାଯାଉଛି। ଭାରତୀୟ ବାୟୁସେନାର ଗୁଇନ୍ଦା ବିଭାଗ ଏହି ମାମଲା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଲ୍ଲୀ ପୁଲିସକୁ ପ୍ରଦାନ କରିଥିଲା। ଏହାପରେ ୱିଙ୍ଗ କମାଣ୍ଡରଙ୍କୁ ମେ’ ୩୧ ରାତିରେ ଗିରଫ କରାଯାଇଥିଲା। ସଂପୃକ୍ତ ବାୟୁସେନା, ଅଧିକାରୀଙ୍କ ଉପରେ ପୂର୍ବରୁ ନଜର ରଖାଯାଇଥିଲା।
ଭାରତରୁ ବାଂଲାଦେଶ ଗଲା ୫ ହଜାର ମେଟ୍ରିକ ଟନ୍ ଡିଜେଲ
ନୂଆଦିଲ୍ଲୀ, ୭/୮: ବାଂଲାଦେଶରେ ଦେଖାଦେଇଥିବା ଇନ୍ଧନ ସଙ୍କଟ ମଧ୍ୟରେ ଭାରତ ପକ୍ଷରୁ ପ୍ରାୟ ୫,୦୦୦ ମେଟ୍ରିକ ଟନ୍ ଡିଜେଲ ପଠାଯାଉଛି। ବାଂଲାଦେଶ-ଭାରତ ଫ୍ରେଣ୍ଡଶିପ ପାଇପଲାଇନ ମାଧ୍ୟମରେ ଏହି ଡିଜେଲ ଯୋଗାଣ କରାଯାଉଛି। ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଯୋଗୁ ବିଶ୍ୱବ୍ୟାପୀ ଇନ୍ଧନ ଯୋଗାଣ ପ୍ରଭାବିତ ହୋଇଥିବାବେଳେ ବାଂଲାଦେଶରେ ମଧ୍ୟ ଇନ୍ଧନ ଅଭାବ ଦେଖାଦେଇଛି। ବାଂଲାଦେଶ ପେଟ୍ରୋଲିୟମ କର୍ପୋରେସନ୍ (BPC)ର ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର ଅପରାହ୍ନ ୩ଟା ୨୦ ମିନିଟରୁ ଆସାମସ୍ଥିତ ନୁମାଲିଗଡ଼ ରିଫାଇନେରୀ ଲିମିଟେଡ୍ରୁ ଡିଜେଲ […]
ମିଥୁନ ଚକ୍ରବର୍ତ୍ତୀଙ୍କ ସଫଳ ଅସ୍ତ୍ରୋପଚାର, ହସ୍ପିଟାଲରେ ପହଞ୍ଚିଲେ ସିଏମ୍ ସୁବେନ୍ଦୁ ଅଧିକାରୀ
କୋଲକାତା, ୭/୮: ବରିଷ୍ଠ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ପୂର୍ବରୁ ହୋଇଥିବା ଏକ ଆଘାତ ପରେ ଲଗାଯାଇଥିବା ଧାତୁର ପ୍ଲେଟ୍କୁ ଅପସାରଣ କରିବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସହ ସେ ସୁସ୍ଥ ହେଉଥିବା ଜଣାପଡ଼ିଛି। ଅସ୍ତ୍ରୋପଚାର ପରେ ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଙ୍କ ନିରୀକ୍ଷଣରେ ରହିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଜଟିଳତା […]
