ଭୋପାଳ ବାର ଆସୋସିଏସନ୍ରେ ମହତାବଙ୍କୁ ସମ୍ବର୍ଦ୍ଧନା, ରାଜଭାଷା ନେଇ ଆଲୋଚନା
ଭୋପାଳ, ୧୯।୮: ଭୋପାଳ ବାର ଆସୋସିଏସନ୍ ପକ୍ଷରୁ ଭର୍ତ୍ତୃହରି ମହତାବଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହା ପରେ ବରିଷ୍ଠ ଆଇନଜୀବୀମାନଙ୍କ ସହ ସମସାମୟିକ ଆଇନଗତ ପ୍ରସଙ୍ଗ ଏବଂ ନ୍ୟାୟାଳୟଗୁଡ଼ିକରେ ରାଜଭାଷାର ଅଧିକ ବ୍ୟବହାର ନେଇ ଫଳପ୍ରସୂ ଆଲୋଚନା ହୋଇଥିବା ମହତାବ ସୋସିଆଲ ମିଡିଆରେ ଜଣାଇଛନ୍ତି।
ଭାଷା ଓ ସଂଳାପ ମାଧ୍ୟମରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସହଜ ଓ ସମାବେଶୀ କରିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଛି। ଆଇନ ବ୍ୟବସ୍ଥାକୁ ସାଧାରଣ ଲୋକଙ୍କ ପାଇଁ ଅଧିକ ବୋଧଗମ୍ୟ କରିବାରେ ଭାଷାର ଗୁରୁତ୍ୱ ରହିଥିବା ମହତାବ ଉଲ୍ଲେଖ କରିଛନ୍ତି।
ସୂଚନାଯୋଗ୍ୟ, ଭୋପାଳ ବାର ଆସୋସିଏସନ୍ ଆସନ୍ତା ବର୍ଷ ଜୁଲାଇରେ ୧୦୦ ବର୍ଷ ପୂରଣ କରିବ।