ଓଣମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା
1 min read

ଓଣମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଣମ୍ ଅବସରରେ ଦେଶବାସୀଙ୍କୁ, ବିଶେଷକରି ଭାରତ ଓ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି, ନୂଆ ଫସଲ ଆସିବା ସମୟରେ ପ୍ରକୃତି ପ୍ରତି କୃତଜ୍ଞତା ପ୍ରକାଶର ଏକ ପର୍ବ ହେଉଛି ଓଣମ୍। ଏହା କେରଳର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପ୍ରତିଫଳିତ କରେ। ଓଣମ୍ ‘ବିବିଧତାରେ ଏକତା’ର ବାର୍ତ୍ତାକୁ ମଧ୍ୟ ଆହୁରି ମଜବୁତ କରେ।

ନୌକା ଦୌଡ଼, ଲୋକନୃତ୍ୟ, ସଙ୍ଗୀତ ଓ କ୍ରୀଡ଼ା ଭଳି ପରମ୍ପରା ଓଣମ୍ ପର୍ବର ଅବିଚ୍ଛିନ୍ନ ଅଂଶ। ଏଗୁଡ଼ିକ କେରଳର ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରଦର୍ଶନ କରେ।

ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣୁ ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବାକୁ ସମସ୍ତ ନାଗରିକଙ୍କୁ ପ୍ରେରଣା ଦେଉ ବୋଲି ରାଷ୍ଟ୍ରପତି ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *