ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇଦ୍-ଏ-ମିଲାଦ୍-ଉନ୍-ନବୀ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ନାଗରିକ, ବିଶେଷକରି ମୁସଲିମ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ନିଜ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ, ଇଦ୍-ଏ-ମିଲାଦ୍-ଉନ୍-ନବୀ ପବିତ୍ର ପର୍ବ ପୟଗମ୍ବର ମହମ୍ମଦଙ୍କ ମହାନ ଶିକ୍ଷା ଓ ଆଦର୍ଶକୁ ସ୍ମରଣ କରିବାର ଏକ ଅବସର। ତାଙ୍କ ଶିକ୍ଷା ଆମକୁ ପବିତ୍ର ଆଚରଣ ଓ କର୍ତ୍ତବ୍ୟନିଷ୍ଠାର ପଥରେ ଚାଲିବାକୁ ପ୍ରେରଣା ଦିଏ।
ସେ କହିଛନ୍ତି, ପୟଗମ୍ବର ମହମ୍ମଦଙ୍କ ମହାନ ଆଦର୍ଶ ଆମ ସମସ୍ତଙ୍କୁ ସମାବେଶୀ ଓ ବିକଶିତ ଭାରତ ଗଠନରେ ସକ୍ରିୟ ଭାବେ ଯୋଗଦାନ କରିବାକୁ ପ୍ରେରିତ କରୁ।
ରାଷ୍ଟ୍ରପତି ପ୍ରାର୍ଥନା କରିଛନ୍ତି ଯେ, ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୁସ୍ଥତା ଓ ସମୃଦ୍ଧି ଆଣୁ ଏବଂ ଦେଶର ପ୍ରଗତିରେ ଯୋଗଦାନ କରିବା ପାଇଁ ନାଗରିକମାନଙ୍କୁ ପ୍ରେରଣା ଦେଉ।