ରାଜ୍ୟ
ବର୍ଷା ଆସିଲେ ତେଲେନଡିହିବାସୀଙ୍କ ଦୁର୍ଦ୍ଦଶା: ନଦୀରେ ପାଣି, ବନ୍ଦ ହୋଇଯାଏ ଯାତାୟାତ
ସୁନ୍ଦରଗଡ଼: ପଚିଶ ଫୁଟ୍ରୁ ଅଧିକ ଉଚ୍ଚ ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ। ଅଭିଭାବକମାନେ ସ୍କୁଲ ପିଲାଙ୍କୁ କାନ୍ଧରେ ବସାଇ ନଦୀ ପାର କରାନ୍ତି। ଗୁରୁତର ରୋଗୀ ଓ ଗର୍ଭବତୀଙ୍କ ପାଇଁ ମଧ୍ୟ ଏହି ନଦୀ ପାର ହେବା ଏକ ବଡ଼ ସମସ୍ୟା ପାଲଟିଛି। ବର୍ଷା ଦିନର ଏଭଳି ଦୁର୍ଦ୍ଦଶା ଭୋଗୁଥିବା ଏହି ଗାଁ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଗୋପାଳପୁର ପଞ୍ଚାୟତର ଏମ୍ସିଏଲ୍ ଅଧିକୃତ ଅଞ୍ଚଳରେ ରହିଛି। ଏମ୍ସିଏଲ୍ ଅଧିକୃତ […]
ଧାନ କ୍ଷେତରେ ରୋଗପୋକର ଦାଉ, ଉତ୍ପାଦନ ନେଇ ଚାଷୀଙ୍କ ଚିନ୍ତା
ଝାରସୁଗୁଡ଼ା, (ହି.ସ.) – ଚଳିତ ଖରିଫ ଋତୁରେ ଝାରସୁଗୁଡ଼ା ଜିଲ୍ଲାର ଧାନ ଚାଷ ଉପରେ ରୋଗପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଲଗାତାର ବର୍ଷା, ମେଘୁଆ ପାଗ ଏବଂ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣର ଅଭାବ ଯୋଗୁଁ ଅନେକ ଅଂଚଳରେ ଧାନ ଗଛ ହଳଦିଆ ପଡ଼ିବା ସହ ଚକଡ଼ା ଓ ଗଣ୍ଠି ପୋକ ଭଳି କୀଟର ପ୍ରାଦୁର୍ଭାବ ଦେଖାଦେଇଛି। ଏହା ଧାନ ଫସଲର ବୃଦ୍ଧି ଓ ଆଗାମୀ ଉତ୍ପାଦନ ଉପରେ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି କରିଛି। କୋଲାବିରା […]
ବାଲେଶ୍ୱରରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର, ଦୀଘାରେ ଅଟକିଛି STF ତଦନ୍ତ
ବାଲେଶ୍ୱର/ଭୁବନେଶ୍ୱର/କୋଲକାତା, (ପିପିଏସ୍): ବାଲେଶ୍ୱର ଭୋଗରାଇରୁ ୫ଟି ଓରାଙ୍ଗଉଟାନ୍ (ବନମଣିଷ) ଉଦ୍ଧାର ଘଟଣାରେ ଏସ୍ଟିଏଫ୍ର ତଦନ୍ତ ଏବେ ଦୀଘାରେ ଅଟକିଛି। ଦୀଘାର ଏକ ହୋଟେଲ ଓ କଲାଗାଡ଼ିକୁ କେନ୍ଦ୍ର କରି ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଚୋରାଚାଲାଣରେ ହୋଟେଲ ମାଲିକ ବାପ-ପୁଅଙ୍କ ଭୂମିକା ନେଇ ସନ୍ଦେହ ଘନୀଭୂତ ହୋଇଛି। ତେବେ ଏପର୍ଯ୍ୟନ୍ତ କାହାରି ଗିରଫଦାରି କିମ୍ବା ଅଟକ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଗତ ୫ ଦିନର ତଦନ୍ତରେ ଏସ୍ଟିଏଫ୍ ୧୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। […]
ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଉଦ୍ଧାର: ଅବୈଧ ଚାଲାଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ
ଭୁବନେଶ୍ୱର, (ପିପିଏସ): ଓଡ଼ିଶାରେ ପାଞ୍ଚଟି ଶିଶୁ ଓରାଙ୍ଗଉଟାନ୍ ଉଦ୍ଧାର ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହିତ, ଏହି ପ୍ରାଣୀମାନେ କେଉଁ ପରିସ୍ଥିତିରେ ଓଡ଼ିଶାରେ ପହଞ୍ଚିଲେ, ସେ ସମ୍ପର୍କରେ ସବିଶେଷ ତଦନ୍ତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍ରେ କୁହାଯାଇଛି, ଦୁବାଇରେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମରେ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଛନ୍ତି ଏବଂ […]
ଖଣ୍ଡପଡ଼ାରେ ୧୦୫ କୋଟିର ୭ ପ୍ରକଳ୍ପର ଶିଳାନ୍ୟାସ
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ଦିଗରେ ବଡ଼ ପଦକ୍ଷେପ: ଭର୍ତ୍ତୃହରି ମହତାବ ଭାପୁର/ଖଣ୍ଡପଡ଼ା : ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀର ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ୧୦୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ୭ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ଓ ସେତୁ ପ୍ରକଳ୍ପର ଶୁଭଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ଏହି ପ୍ରକଳ୍ପଗୁଡ଼ିକ ହାତକୁ ନିଆଯାଇଛି। ଭାପୁର ବ୍ଲକର ୫ଟି ପ୍ରକଳ୍ପ ପାଇଁ ମୋଟ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି। ଏଥିରେ […]
ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ
ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା […]
ସାଳନ୍ଦୀ ନଦୀପଠାରେ ଜବରଦଖଲ, ବଢ଼ୁଛି ବନ୍ୟା ଆଶଙ୍କା
ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନଦୀବନ୍ଧ ଓ ନଦୀପଠାରେ ଜବରଦଖଲ ବଢ଼ୁଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ପ୍ରତିବର୍ଷ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ବାସ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି। କେନ୍ଦୁଝର ଜିଲ୍ଲାର ହଦଗଡ଼ରୁ ଉତ୍ପତ୍ତି ଲାଭ କରିଥିବା ସାଳନ୍ଦୀ ନଦୀ ଭଦ୍ରକ ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ନିକଟରେ ବୈତରଣୀ ନଦୀ ସହ ମିଶିଛି। ତେବେ ଗତ ଦୁଇ ଦଶନ୍ଧି […]
କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ
ଛେଣ୍ଡିପଦାରେ ଦୈନିକ ୯୦୦ରୁ ଅଧିକ କୋଇଲା ଟ୍ରକ୍ ଚଳାଚଳ, ଦୁର୍ଘଟଣା ଆଶଙ୍କାରେ ଲୋକେ ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବା ବେଳେ ବର୍ତ୍ତମାନ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଥିବା ଉତ୍କଳ ବି-୧, ଉତ୍କଳ ବି-୨, ଉତ୍କଳ ସି, ଉତ୍କଳ […]
କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍ଏଫ୍ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ
ପାଇକମାଳ: ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଭୂତମୁଣ୍ଡା-ଅଚ୍ୟୁତପୁର (ଢେଙ୍କିମୁଣ୍ଡା) ଗାଁକୁ ଯାତାୟାତ ରାସ୍ତାର ଅବସ୍ଥା ବର୍ଷା ହେଲେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଭୂତମୁଣ୍ଡାଠାରୁ ମାତ୍ର ପ୍ରାୟ ୧ କିମି ଦୂରରେ ଥିବା ଏହି ଗାଁରେ ୬୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୪୦୦ ଲୋକ ବସବାସ କରୁଛନ୍ତି। ହେଲେ ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତାଟିଏ ଦୀର୍ଘଦିନ ଧରି ହୋଇପାରିନାହିଁ। ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼େ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା […]
ରାଉରକେଲାରେ ସ୍ମାର୍ଟ ସିଟି ବ୍ୟବସ୍ଥା ବେହାଲ, କାଗଜପତ୍ରରେ ସୀମିତ ଆର୍ଏମ୍ସି ସ୍ୱଚ୍ଛତା
ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ସିଭିଲ୍ ଟାଉନସିପ୍ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି—ପ୍ରାୟ ସବୁ ଅଞ୍ଚଳରେ ସମାନ ସ୍ଥିତି। ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ, ଜାତୀୟ ସ୍ୱଚ୍ଛତା ସର୍ଭେକ୍ଷଣ ରାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜ ସ୍ଥିତି ବଜାୟ ରଖିଆସିଛି। ଗତ ୫ ବର୍ଷର ରିପୋର୍ଟ ଦେଖିଲେ ୨୦୨୧ରେ ରାଉରକେଲା ୫୭ତମ, ୨୦୨୨ରେ ୪୫ତମ, ୨୦୨୩ରେ ୧୧୯ତମ ଏବଂ ୨୦୨୪ରେ […]
