ଅଧାନିର୍ମିତ ପାଚେରିରେ ସୀମିତ ଦ୍ୱିତୀୟ ଶିଳ୍ପାଞ୍ଚଳ! ସରକାର ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା
1 min read

ଅଧାନିର୍ମିତ ପାଚେରିରେ ସୀମିତ ଦ୍ୱିତୀୟ ଶିଳ୍ପାଞ୍ଚଳ! ସରକାର ଓ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା

ରାଉରକେଲା: କଲୁଙ୍ଗା ପରେ ସୁନ୍ଦରଗଡ଼ର କୁଆରମୁଣ୍ଡାରେ ପ୍ରସ୍ତାବିତ ଦ୍ୱିତୀୟ ଶିଳ୍ପାଞ୍ଚଳ ଏବେ ଅଧାପନ୍ତରିଆ ହୋଇରହିଛି। ଗତ ୩ ବର୍ଷ ମଧ୍ୟରେ ଏଠାରେ କେବଳ ଅଧା ପାଚେରି, ଡ୍ରେନ୍‌ ଓ ପ୍ରାୟ ଅଧା କିଲୋମିଟର ରାସ୍ତା ନିର୍ମାଣ ହୋଇଛି। ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହୀ ଉଦ୍ୟୋଗୀମାନେ ଏଯାଏ ଜମି ପାଇନାହାନ୍ତି।

ପ୍ରଥମ ପର୍ଯ୍ୟାୟରେ ୩୦ରୁ ଅଧିକ କମ୍ପାନୀ ଏଠାରେ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ଦେଖାଇଥିଲେ। ଫୁଡ୍‌ ପ୍ରୋସେସିଂ, ପ୍ଲାଷ୍ଟିକ୍‌, ଚମଡ଼ା, ବୈଦ୍ୟୁତିକ ଯନ୍ତ୍ରପାତି ଓ ଅଟୋମୋବାଇଲ୍‌ ଭଳି ଶିଳ୍ପ ପ୍ରତିଷ୍ଠାର ଯୋଜନା ଥିଲା। ପ୍ରକଳ୍ପ ମାଧ୍ୟମରେ ୫ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରହିଥିଲା।

ପ୍ରାୟ ୫୬ ଏକର ଜମିରୁ ୩୪ ଏକରରେ ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଏବଂ ଅବଶିଷ୍ଟ ଜମିରେ ପାରିପାର୍ଶ୍ୱିକ ବିକାଶର ଯୋଜନା ରହିଥିଲା। ଜଳଯୋଗାଣ, ବିଦ୍ୟୁତ୍‌ ସଂଯୋଗ ଓ ସବ୍‌ଷ୍ଟେସନ୍‌ ନିର୍ମାଣର ପ୍ରସ୍ତାବ ମଧ୍ୟ ଥିଲା।

ହେଲେ ତିନି ବର୍ଷରୁ ଅଧିକ ସମୟ ବିତିଥିଲେ ମଧ୍ୟ ପ୍ରକଳ୍ପ ଅଧାପନ୍ତରିଆ ରହିଛି। ଫଳରେ ଜମି ଓ ଶିଳ୍ପ ୟୁନିଟ୍‌ ସ୍ଥାପନ ପାଇଁ ଅପେକ୍ଷା କରିଥିବା ଉଦ୍ୟୋଗୀଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।

Leave a Reply

Your email address will not be published. Required fields are marked *