ରାଜ୍ୟ
କୋରାପୁଟରେ ଫିଟ୍ନେସ୍ ଓ ଇନ୍ସୁରାନ୍ସ ନଥାଇ ଚାଲୁଛି ଅଟୋ; ବିପଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା
ଜୟପୁର: କୋରାପୁଟ ଜିଲ୍ଲାର ଜୟପୁର, ସେମିଳିଗୁଡ଼ା, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଓ ଦାମନଯୋଡ଼ି ଅଞ୍ଚଳରେ ଫିଟ୍ନେସ୍ ଓ ଇନ୍ସୁରାନ୍ସ ନଥାଇ ବହୁ ସଂଖ୍ୟାରେ ଅଟୋ ଚଳାଚଳ କରୁଥିବା ଅଭିଯୋଗ ହୋଇଛି। ବିଶେଷକରି ସ୍କୁଲ ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏହା ଚିନ୍ତା ବଢ଼ାଇଛି। ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟକୁ ଅନେକ ଛାତ୍ରଛାତ୍ରୀ ଅଟୋ ଯୋଗେ ଯାତାୟାତ କରୁଛନ୍ତି। ତେବେ ଅନେକ ଅଟୋରେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ […]
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ୨୦୨୬: କେବେ ପାଳନ ହେବ?
ଭୁବନେଶ୍ୱର: ଚଳିତବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନକୁ ନେଇ ତାରିଖରେ ସାମାନ୍ୟ ଭିନ୍ନତା ଦେଖାଯାଉଛି। ସ୍ମାର୍ତ୍ତ ପରମ୍ପରା ଅନୁସାରେ ଶୁକ୍ରବାର, ସେପ୍ଟେମ୍ବର ୪, ୨୦୨୬ରେ ଜନ୍ମାଷ୍ଟମୀ ପାଳନ କରାଯିବ। ଅନ୍ୟପକ୍ଷରେ, ଇସ୍କନ୍ ଓ ବୈଷ୍ଣବ ପରମ୍ପରା ଅନୁସାରେ ଶନିବାର, ସେପ୍ଟେମ୍ବର ୫, ୨୦୨୬ରେ ଏହି ପର୍ବ ପାଳନ ହେବ। ଜନ୍ମାଷ୍ଟମୀର ମୁଖ୍ୟ ଆକର୍ଷଣ ହେଉଛି ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଉପଲବ୍ଧ ତଥ୍ୟ ଅନୁସାରେ ନିଶୀଥ ପୂଜା ମୁହୂର୍ତ୍ତ ରାତି ୧୧ଟା ୫୭ରୁ ଆରମ୍ଭ ହୋଇ ପରବର୍ତ୍ତୀ ଦିନ ୧୨ଟା […]
ଓଡ଼ିଶା ସମବାୟ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ; ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମେଗା ସମବାୟ ସଦସ୍ୟତା ଅଭିଯାନ **‘ସମ୍ବନ୍ଧ’**ର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ […]
ଭାରତରେ ମୁସଲମାନଙ୍କୁ ଚାହୁଁ ନଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତି ନାହିଁ : ଭାଗବତ
ନ୍ୟୁୟର୍କ: ଭାରତର ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନମାନଙ୍କୁ ବାଦ୍ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯେଉଁମାନେ ଭାବନ୍ତି, ସେମାନେ ହିନ୍ଦୁତ୍ୱର ମୂଳ ଧାରଣାକୁ ବୁଝିନାହାନ୍ତି ବୋଲି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନ୍ୟୁୟର୍କର ମାଡିଶନ୍ ସ୍କୋୟାର ଗାର୍ଡେନ୍ରେ ଆୟୋଜିତ ‘ଏକ ବିଶ୍ୱ, ଏକ ମାନବତା’ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଭାଗବତ କହିଥିଲେ, ବିଭିନ୍ନ ଧର୍ମ ଏକ ଭଗବାନଙ୍କ ନିକଟକୁ ପହଞ୍ଚିବାର ଭିନ୍ନ ପଥ। ତେଣୁ ଜଣେ ପ୍ରକୃତ ହିନ୍ଦୁ ମୁସଲମାନଙ୍କୁ ବାଦ୍ […]
ବୃହତ୍ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା: ଜମି ଅଧିଗ୍ରହଣଠାରୁ ଭିତ୍ତିଭୂମି ବିକାଶ ଯାଏଁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ
ଭୁବନେଶ୍ୱର: ଓଡ଼ିଶାରେ ବୃହତ୍ ଶିଳ୍ପ ନିବେଶ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନାଲକୋ ଏବଂ ଆଦାନୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ […]
ଓଡ଼ିଶାରେ ବର୍ଷାର ପ୍ରକୋପ ଜାରି; ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ ବର୍ଷା
ଭୁବନେଶ୍ୱର: ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷକରି ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ଓ ଝଡ଼ ପବନର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ହୋଇପାରେ। ଏହି ଜିଲ୍ଲାଗୁଡ଼ିକ ପାଇଁ ରେଡ୍ […]
ଏମ୍ଏମ୍ଡିଆର୍ ସଂଶୋଧନ ଆଇନକୁ ନେଇ ବିରୋଧୀ ନେତାଙ୍କୁ ନବୀନଙ୍କ ଜବାବ
ଭୁବନେଶ୍ୱର: ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ଆଇନ, ୨୦୨୬କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓଡ଼ିଶାର ସାଂସଦମାନଙ୍କୁ ଦେଇଥିବା ଚିଠିର ପ୍ରତ୍ୟୁତ୍ତର ରଖିଛନ୍ତି ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତଥ୍ୟକୁ ଗୋପନ ରଖି ମିଛ ଭୟ ସୃଷ୍ଟି କରି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଗ୍ରହଣୀୟ ନୁହେଁ ବୋଲି ସେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଗଣତନ୍ତ୍ରରେ ରାଜନୈତିକ ଆଲୋଚନା ଏକ ସ୍ୱାଭାବିକ […]
ଓଡ଼ିଶା ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷା ତାରିଖ ଘୋଷଣା; ଅକ୍ଟୋବର ୨୯ରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ପରୀକ୍ଷା
ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ୍ ସର୍ଭିସ୍ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୧୧ ପର୍ଯ୍ୟନ୍ତ ଏହି ଗୁରୁତ୍ୱପୂର୍ଣ୍ଣ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। OPSCର ସୂଚନା ଅନୁସାରେ, ସମସ୍ତ ପରୀକ୍ଷା ଦୈନିକ ଦୁଇଟି ସିଟିଂରେ ପରିଚାଳିତ ହେବ। ପ୍ରଥମ ସିଟିଂ ପରୀକ୍ଷା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହେବ। ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ […]
ସୁଭଦ୍ରା ଯୋଜନା ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା! ଲାଟ୍ରିନ୍ ଟାଙ୍କିରୁ ମିଳିଲା ମୃତଦେହ
ଢେଙ୍କାନାଳ: ସୁଭଦ୍ରା ଯୋଜନାର ଟଙ୍କାକୁ ନେଇ ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କରି ଘର ପଛପଟେ ଥିବା ପାଇଖାନା ଟାଙ୍କିରେ ମୃତଦେହ ପୋତି ଦେଇଥିବା ଅଭିଯୋଗ ଆସିଛି। ଏଭଳି ଚାଞ୍ଚଲ୍ୟକର ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତର ଜୁଆଙ୍ଗ ସାହିରେ ଘଟିଛି। ସୂଚନା ଅନୁଯାୟୀ, ଗାଁର ଗିରୀଶ ପ୍ରଧାନଙ୍କ ପତ୍ନୀ କୌଶଲ୍ୟା ଶୁକ୍ରବାର ସୁଭଦ୍ରା ଯୋଜନାର ଟଙ୍କା ପାଇଥିଲେ। ଏହି ଟଙ୍କା ଉଠାଇବାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୋଗ ଅନୁସାରେ, ଗିରୀଶ […]
କଳାହାଣ୍ଡିରେ କୁଷ୍ଠରୋଗ ଚିନ୍ତାଜନକ; ୨୦୨୩-୨୪ରେ ସର୍ବାଧିକ ୬୮୬ ନୂଆ ରୋଗୀ ଚିହ୍ନଟ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ନୂଆ ରୋଗୀ ଚିହ୍ନଟ ସଂଖ୍ୟାରେ ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଜାତୀୟ କୁଷ୍ଠରୋଗ ନିରାକରଣ କାର୍ଯ୍ୟକ୍ରମ (NLEP) ସମ୍ପର୍କିତ ରିପୋର୍ଟରେ ୨୦୨୦-୨୧ରୁ ୨୦୨୫-୨୬ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟ ଏହି ଚିତ୍ରକୁ ସାମ୍ନାକୁ ଆଣିଛି। ରିପୋର୍ଟ ଅନୁଯାୟୀ, ୨୦୨୦-୨୧ରେ ୨୯୧ ଜଣ ନୂଆ କୁଷ୍ଠରୋଗୀ ଚିହ୍ନଟ ହୋଇଥିବାବେଳେ ୨୦୨୧-୨୨ରେ ଏହି ସଂଖ୍ୟା ୨୫୧ ରହିଥିଲା। ୨୦୨୨-୨୩ରେ ଏହା ବଢ଼ି ୪୧୫ରେ ପହଞ୍ଚିଥିଲା। ୨୦୨୩-୨୪ରେ ସର୍ବାଧିକ ୬୮୬ ଜଣ ନୂଆ […]
