1 min read

ବେଜିଂର ଦାବିକୁ ଭାରତର ଜବାବ “ଆମ ଅଧିକାର ଛାଡ଼ିବୁନି”

ନୂଆଦିଲ୍ଲୀ,୨୫୲୭: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଚୀନର ସେହି ସବୁ ଅଭିଯୋଗକୁ ସ୍ପଷ୍ଟ ଭାବରେ ଖଣ୍ଡନ କରିଛି, ଯେଉଁଠି ଚୀନ୍ ସାର୍ବଭୌମତ୍ୱ ଉଲ୍ଲଂଘନ ଅଭିଯୋଗ କରିଛି। ଏହା ସହ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି, ବେଜିଂ ହିଁ ଭାରତୀୟ ଅଞ୍ଚଳକୁ ଅବୈଧ ଭାବରେ ଦଖଲ କରୁଛି। ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ହୋଇଥିବା ବୈଠକର ସରକାରୀ ବିବରଣୀ ପ୍ରକାଶ କରିବା ପରେ ଏହି ବିବୃତ୍ତି ଆସିଛି। ଜୟଶଙ୍କର କହିଛନ୍ତି, ତାଇୱାନ ଏବଂ ତିବ୍ଦତ ଉପରେ ଭାରତର ସ୍ଥିତି ସମାନ ରହିଛି ଏବଂ ନୂଆଦିଲ୍ଲୀ ଚୀନର ସାର୍ବଭୌମତ୍ବକୁ ସମ୍ମାନ କରିଥାଏ। ନୂଆଦିଲ୍ଲୀରେ ସାପ୍ତାହିକ ଗଣମାଧ୍ୟମ ବ୍ରିଫିଂ ସମୟରେ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଭାରତ ସର୍ବଦା ଚୀନର ସାର୍ବଭୌମତ୍ୱକୁ ସମ୍ମାନ ଦେଇଆସିଛି, କିନ୍ତୁ ସୀମାରେ ବେଜିଂର କାର୍ଯ୍ୟ ବିଷୟରେ ସମାନ କୁହାଯାଇପାରିବ ନାହିଁ। ‘ଯେତେବେଳେ ସାର୍ବଭୌମତ୍ୱ ପ୍ରସଙ୍ଗ ଆସେ, ସେତେବେଳେ ପ୍ରକୃତରେ ଭାରତ ହିଁ ସେଗୁଡ଼ିକୁ ଉଠାଇ ଆସୁଛି। ଭାରତ କୌଣସି ପ୍ରକାରେ ଚୀନର ସାର୍ବଭୌମତ୍ୱ ଉଲ୍ଲଂଘନ କରେ ନାହିଁ ଏବଂ ଏହି ପ୍ରସଙ୍ଗରେ ଏହାର ସ୍ଥିତି ସର୍ବଦା ସ୍ଥିର ରହିଛି।’ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ଚୀନ୍ ୧୯୬୩ ମସିହାରୁ ଜମ୍ମୁ-କାଶ୍ମୀର ଏବଂ ଲଦାଖର କିଛି ଅଂଶକୁ ଅବୈଧ ଭାବରେ ଦଖଲ କରିଆସୁଛି। ନୂଆଦିଲ୍ଲୀ ଏହି ଅଞ୍ଚଳଗୁଡ଼ିକରେ ବେଜିଂର କାର୍ଯ୍ୟକଳାପର ଲଗାତାର ପ୍ରତିବାଦ କରିଆସୁଛି।’ ଏବେ ଜମ୍ମୁ-କଶ୍ମୀର ବହୁ ସ୍ଥାନରେ ଚୀନ୍‌ର ପ୍ରୋଜେକ୍ଟ ବି ଚାଲିଛି। ଗୁରୁବାର ମନିଲାରେ ଆସିଆନ୍ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବେଳେ ଜୟଶଙ୍କର ଓ ୱାଙ୍ଗ ୟିଙ୍କ ମଧ୍ୟରେ ଆଲୋଚନା ହୋଇଛି। ଚୀନ୍ ବିଶେଷଜ୍ଞ ଲେଫ୍ଟନାଣ୍ଟ କର୍ନଲ ରିଟାୟଡ ଜେଏସ୍ ସୋଡି କହିଛନ୍ତି, ଚୀନ୍ ୨୦୩୫ ପର୍ଯ୍ୟନ୍ତ ପାକିସ୍ତାନ ସହ ଭାରତ ବିରୋଧରେ ଯୁଦ୍ଧ ଲଢିବାକୁ ଯୋଜନା କରୁଛି। ପ୍ରଥମେ ତାଇଓ୍ବାନ ସହ ଯୁଦ୍ଧ କରିବ ତା ପରେ ଭାରତ ସହ ଯୁଦ୍ଧ ଲଢିବ। ଏଭଳି ସ୍ଥିତିରେ ଆମକୁ ସତର୍କ ରହିବାକୁ ହେବ। ଅନ୍ୟପକ୍ଷେ ଭାରତ ସେପ୍ଟେମ୍ବରରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ କରିବାକୁ ଯାଉଛି। ଏଥିରେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ ସାମିଲ ହେବାର ଆଶା ରହିଛି।

1 min read

ଫ୍ରାନ୍ସ ଏବଂ ସ୍ପେନ୍‌ରେ ଭୟଙ୍କର ରୂପ ନେଲା ବନାଗ୍ନି

ମାଦ୍ରିଦ୍,୨୫୲୭: ଫ୍ରାନ୍ସ ଓ ସ୍ପେନ୍‌ରେ ଜଙ୍ଗଲ ନିଆଁ ଏବେ ଭୟଙ୍କର ରୂପ ନେଇଛି। ଫ୍ରାନ୍ସର ବୋର୍ଡୋ ଅଞ୍ଚଳରେ ଲାଗିଥିବା ନିଆଁରୁ ୧୯ ହଜାର ହେକ୍ଟରରୁ ଅଧିକ ଜମି ଜଳିସାରିଛି। ବହୁ ଘର କ୍ଷତିଗ୍ରସ୍ତ ହୋଇଛି ଓ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇ ଦିଆଯାଇଛି। ସେଭଳି ସ୍ପେନ୍‌ରେ ମାଡ୍ରିଡ୍‌ର ପଶ୍ଚିମ ଭାଗରେ ନିଆଁ ଲାଗିଥିବାର ଖବର ମିଳିଛି। ଏହାପରେ ସରକାରଙ୍କୁ ଜରୁରୀକାଳୀନ ସ୍ଥିତି ଘୋଷିତ କରିବାକୁ ପଡିଛି।  ଦୁଇ ଦେଶରେ ପ୍ରାୟ ୨.୨୦ ଲକ୍ଷ ଲୋକଙ୍କୁ ନିଜର ଘର ଛାଡିବାକୁ ପଡିଛି। ସ୍ପେନ୍ ଇତିହାସରେ ପ୍ରଥମ ଥର ପାଇଁ ନ୍ୟାସନାଲ ଫାୟର ଏମର୍ଜେନ୍ସି ପରିସ୍ଥିତି ଘୋଷଣା କରିବାକୁ ପଡିଛି। ଏହି ସମୟରେ, ସ୍ପେନ୍ ପୋଲିସ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ସେ କୃଷି ଯନ୍ତ୍ରପାତି ବ୍ୟବହାର କରିଥିଲେ, ଯାହା ଜଙ୍ଗଲ ନିଆଁକୁ ଜାଳି ଦେଇଥିଲା। ଅଧିକାରୀଙ୍କ ଅନୁଯାୟୀ ମରୁଡି ଏବଂ ଭୀଷଣ ଗରମ ଯୋଗୁଁ ଚାଷ ଜମି ଓ ଜଙ୍ଗଲ ବାରୁଦ ଭଳି ଶୁଖିଲା ଥିଲା। କୃଷି ଯନ୍ତ୍ରପାତି ବ୍ୟବହାର କାରଣରୁ ନିଆଁ ଧରି ନେଇଥିଲା। ଏହି ମାମଲାରେ ଆଉ ଜଣେ ବ୍ୟକ୍ତିଙ୍କୁ ନେଇ ତଦନ୍ତ ଚାଲିଛି। ଦୁହିଁଙ୍କ ପାଇଁ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ଘର ହରାଇବାକୁ ପଡିଛି।  ନିଆଁ ଉପରେ ନିୟନ୍ତ୍ରଣ ପାଇବାକୁ ଫ୍ରାନ୍ସ ଓ ସ୍ପେନ୍‌ରେ ହଜାର ହଜାର ଦମକଳକର୍ମୀ, ସେନା ଓ ହେଲିକପ୍ଟରକୁ ଲଗାଯାଇଛି। ୟୁରୋପୀୟ ୟୁନିୟନ ମଧ୍ୟ ଗ୍ରୀସ୍ ଓ କ୍ରୋଏଶିୟା ଭଳି ଦେଶରୁ ସାହାଯ୍ୟ ପଠାଇଛି। ଅତ୍ୟାଧିକ ଗରମ ଓ ଆଦ୍ରତା କମ୍ ଥିବାରୁ ଜଙ୍ଗଲର ନିଆଁ ଦୃତ ଗତିରେ ବ୍ୟାପିବାରେ ଲାଗିଛି। ଫ୍ରାନ୍ସର ବୋର୍ଡୋ ନିକଟରେ ଲାଗିଥିବା ନିଆଁ ଏତେ ଦୃତ ଗତିରେ ବ୍ୟାପି ଯାଇଥିଲା ଯେ, ପୁରା ଅଞ୍ଚଳକୁ ଖାଲି କରିବାକୁ ପଡିଥିଲା। ଏହାଦ୍ବାରା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ କ୍ୟାପ୍ ଫେରେ ମଧ୍ୟ ରହିଛି। ସେଠାରେ କିଛି ଲୋକ ଡଙ୍ଗା ଦ୍ବାରା ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ସେଭଳି ଫ୍ରାନ୍ସରେ ମଧ୍ୟ ହଜାର ହଜାର ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇ ଦିଆଯାଇଛି। ବହୁ ଅଞ୍ଚଳରେ ଥିବା ଲୋକଙ୍କ ଯିବା ଆସିବା ବି ରୋକି ଦିଆଯାଇଛି। ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ନିଆଁ ଲାଗିବା ଦ୍ବାରା ପ୍ରବଳ କ୍ଷତି ହୋଇଛି। ନିଆଁ ଦ୍ବାରା ପ୍ରାୟ ୮୦ ଘର କ୍ଷତିଗ୍ରସ୍ତ ହୋଇଛି ଓ କ୍ୟାମ୍ପସାଇଟ୍ ବି ଜଳି ଯାଇଛି।

1 min read

ହର୍ମୁଜରେ ଏଲପିଜି ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ

ତେହରାନ,୨୫୲୭: ତେହରାନରେ ଥିବା ଭାରତୀୟ ଦୂତାବାସ ରିପୋର୍ଟ କରିଛି ଯେ ଶୁକ୍ରବାର (ଜୁଲାଇ ୨୪) ଦିନ  ଇରାନ ଜଳସୀମାରେ  28 ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ମୋଜାମ୍ବିକ ପତାକା ବିଶିଷ୍ଟ LPG ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। X ରେ ଜାରି ଏକ ବିବୃତ୍ତିରେ, ଦୂତାବାସ ନିଶ୍ଚିତ କରିଛି ଯେ ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଦୂତାବାସ ଅଧିକାରୀମାନେ ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଭାରତୀୟ ସାମୁଦ୍ରିକ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ବାଣିଜ୍ୟ ସଂଘ, ଫରୱାର୍ଡ ସିମେନ୍ସ ୟୁନିଅନ ଅଫ ଇଣ୍ଡିଆ, X ରେ ପୋଷ୍ଟ କରିଛି ଯେ ‘ଦିଶା’ ଜାହାଜ ପର୍ସିଆନ ଉପସାଗରକୁ ଯାଉଥିବା ସମୟରେ ହର୍ମୁଜ ପ୍ରଣାଳୀ ନିକଟରେ ଏକ ଅଜଣା କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ହୋଇଥିଲା। ଇରାନ ଏବଂ ଓମାନ ମଧ୍ୟରେ ଅବସ୍ଥିତ ହର୍ମୁଜ ପ୍ରଣାଳୀରେ ଶତ୍ରୁତା ଆରମ୍ଭ ହେବା ପୂର୍ବରୁ ବିଶ୍ୱର ଶକ୍ତି ଯୋଗାଣର ପ୍ରାୟ ଏକ ପଞ୍ଚମାଂଶ ଏହି ମାର୍ଗ ଦେଇ ଗତି କରୁଥିଲା। ଜୁଲାଇ ମାସର ପ୍ରାରମ୍ଭରେ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଏକ ଦୁର୍ବଳ ଯୁଦ୍ଧବିରାମ ଭାଙ୍ଗିବା ପରଠାରୁ ଉତ୍ତେଜନା ବୃଦ୍ଧି ପାଇଛି, ଯାହା ଫଳରେ ଉଭୟ ପକ୍ଷ ମଧ୍ୟରେ ନୂତନ ଆକ୍ରମଣ ହୋଇଛି ଏବଂ ଏହି ଜଳପଥ ଦେଇ ଜାହାଜ ଚଳାଚଳରେ ଆହୁରି ବାଧା ସୃଷ୍ଟି ହୋଇଛି। ତେହରାନରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ଶୁକ୍ରବାର LPG ଟ୍ୟାଙ୍କର ‘ଦିଶା’ ଉପରେ ଆକ୍ରମଣ ଖବର ପାଇବା ପରେ ତୁରନ୍ତ କୂଟନୈତିକ ପଦକ୍ଷେପ ନିଆଯାଇଥିଲା। ଦୂତାବାସର ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, ‘ଜାହାଜରେ ମୋଟ ୨୮ ଜଣ ଭାରତୀୟ କ୍ରୁ ସଦସ୍ୟ ଅଛନ୍ତି। ଦୂତାବାସ ସମ୍ପୃକ୍ତ ଇରାନୀ କର୍ତ୍ତୃପକ୍ଷଙ୍କ ସହ ସିଧାସଳଖ ଯୋଗାଯୋଗରେ ଅଛି। ଏହା ନିଶ୍ଚିତ ହୋଇଛି ଯେ ଜାହାଜରେ ଥିବା ସମସ୍ତ ଭାରତୀୟ କ୍ରୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।’ ଦୂତାବାସ ସ୍ପଷ୍ଟ କରିଛି ଯେ ଏହା ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ଇରାନୀ ପ୍ରଶାସନ ସହିତ ସମନ୍ବୟ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛି। ବିବୃତ୍ତିରେ ଜାହାଜର କ୍ଷତି କିମ୍ବା ଘଟଣାର ସଠିକ କାରଣ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇ ନାହିଁ।

1 min read

ମହାପ୍ରଭୁଙ୍କ ଦିବ୍ୟ ‘ସୁନାବେଶ’: ଜାଣନ୍ତୁ ୧୪୬୦ ମସିହାରୁ ଆରମ୍ଭ ହୋଇଥିବା ଏହି ଅପୂର୍ବ ପରମ୍ପରାର ଇତିହାସ ଓ ମହତ୍ତ୍ୱ

ପୁରୀ: ଶ୍ରୀମନ୍ଦିରରେ ପାଳିତ ହେଉଥିବା ଅନେକ ନୀତିକାନ୍ତି ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦୁର୍ଲଭ ‘ସୁନାବେଶ’ ବା ‘ରାଜାଧିରାଜ ବେଶ’ ଅନ୍ୟତମ। ଏହି ବେଶରେ ତିନି ଠାକୁର ବିପୁଳ ସ୍ୱର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ✨ ବର୍ଷକୁ ୫ ଥର ଅନୁଷ୍ଠିତ ହୁଏ ସୁନାବେଶ ପରମ୍ପରା ଅନୁଯାୟୀ, ବର୍ଷକୁ ମୋଟ ୫ ଥର ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। ସେଗୁଡ଼ିକ ହେଲା: ଏଥିମଧ୍ୟରୁ କେବଳ ବାହୁଡ଼ା ଏକାଦଶୀ […]

1 min read

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ସୋନମ ଓ଼୍ବାଙ୍ଗଚୁକ୍‌ଙ୍କ ବୟାନ

ନୂଆଦିଲ୍ଲୀ,୨୫୲୭: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଯୁବପିଢ଼ିଙ୍କ ଆକାଂକ୍ଷାକୁ ସମ୍ମାନ ଦେଇ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଇସ୍ତଫା ପଛରେ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ଚାପ ରହିଛି। ତେବେ ସିଜେପି ଆନ୍ଦୋଳନର ୩୬ ଦିନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିବାଦ ମଧ୍ୟରେ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ତାଙ୍କ ଇସ୍ତଫା ପ୍ରଦାନ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଅନଶନରେ ବସିଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଇସ୍ତଫାକୁ ଗଣତନ୍ତ୍ରର ବିଜୟ ବୋଲି ପ୍ରଶଂସା କରିଛନ୍ତି। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ତାଙ୍କ ଇସ୍ତଫା ପଠାଇଛନ୍ତି। ପ୍ରଧାନ କହିଛନ୍ତି ଯେ ରାଷ୍ଟ୍ରର ସେବା ତାଙ୍କ ଜୀବନର ସର୍ୱୋଚ୍ଚ ପ୍ରାଥମିକତା। X ରେ ଏକ ପୋଷ୍ଟରେ, ସୋନମ ଲେଖିଛନ୍ତି, “ଏହା ଗଣତନ୍ତ୍ରର ବିଜୟ। ପ୍ରତ୍ୟକ୍ଷ ଗଣତନ୍ତ୍ର… ରାସ୍ତାରୁ ଜନ୍ମ। ଏହା ଶାନ୍ତି, ଧର୍ଯ୍ୟ ଏବଂ ଦୃଢ଼ତାର ବିଜୟ। CJP ଏବଂ ଦେଶର ‘ଜେନ Z’ଙ୍କୁ ଅଭିନନ୍ଦନ, ଏବଂ ସମସ୍ତ ନାଗରିକଙ୍କୁ ଧନ୍ୟବାଦ ଯେଉଁମାନେ ଭୟକୁ ଦୂରେଇ ଦେଶର ପ୍ରତ୍ୟେକ କୋଣରୁ ସ୍ୱର ଉଠାଇଛନ୍ତି। ଦାୟିତ୍ୱରୁ ସଂସ୍କାର ଆଡ଼କୁ ଗତି କରୁଛନ୍ତି।”

1 min read

ଇଏମ୍‌ଆଇ ଦେବାରେ ଯାଉଛି ପରିବାରର ୬୦% ଆୟ

ନୂଆଦିଲ୍ଲୀ: ଋଣ ନେଇ ନିଜ ଜୀବନର ଗୁରୁତ୍ବପୂର୍ଣ୍ଣ ଅଭିଳାଷ ପୂରଣ କରିବାକୁ ଆଗେଇ ଆସିଥିବା ପରିବାରଗୁଡ଼ିକ ପାଇଁ ମାସିକ କିସ୍ତି ବା ଇଏମ୍‌ଆଇ ମୁଣ୍ଡବ୍ୟଥାର କାରଣ ପାଲଟିିଛି। ଘର କିମ୍ବା ଗାଡ଼ି କିଣିବା ଲାଗି ମୋଟା ଅଙ୍କର ଋଣ ନେଇଥିବା ଗ୍ରାହକମାନଙ୍କ ପରିବାରର ୬୦ ପ୍ରତିଶତ ରୋଜଗାର ଇଏମ୍‌ଆଇ ଗଣିବାରେ ଯାଉଛି ବୋଲି ‘ଏକ୍ସପର୍ଟ ପ୍ୟାନେଲ’ର ଏକ ସର୍ବେକ୍ଷଣରୁ ଜଣାପଡ଼ିଛି। ଏଥିରେ ଭାଗ ନେଇଥିବା ୬୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ସେମାନଙ୍କ ମାସିକ ଆୟ ପୁରା ଇଏମ୍‌ଆଇ ଦେବାରେ ଚାଲିଯାଉଛି। ଅନ୍ୟ ୪୦ ପ୍ରତିଶତ ଗ୍ରାହକ କହିଛନ୍ତି ଯେ ପୁରୁଣା ଋଣ ଶୁଝିବାକୁ ସେମାନେ ଆହୁରି ଋଣ କରିଛନ୍ତି ଓ ଚଳିବା ପାଇଁ ସେମାନଙ୍କୁ କ୍ରେଡିଟ୍‌ କାର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି।ଋଣ ନେଇ ଗ୍ରାହକମାନେ ଏଭଳି ଏକ ଗୋଲକଧନ୍ଦାରେ ଫସିଯାଇଛନ୍ତି, ଯେଉଁଥିରୁ ବାହାରିବାକୁ ସେମାନେ ବାଟ ପାଉନାହାନ୍ତି। ଜୀବନର ବଡ଼ ସଉକ ପୂରଣ କରିବାକୁ ଲୋକମାନେ ଋଣ କରିଥାନ୍ତି ବୋଲି ସାଧାରଣରେ ଯେଉଁ ଭାବନା ରହିଛି ତାହା ସମ୍ପୂର୍ଣ୍ଣ ସତ ନୁ‌ହେଁ। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଅଧିକାଂଶ ଗ୍ରାହକ ନିଜର ଅତ୍ୟାବଶ୍ୟକ କାମ କିମ୍ବା ଏଡ଼ାଇ ହେଉନଥିବା ଖର୍ଚ୍ଚ କରିବାକୁ ଋଣ ନେଇଥିଲେ। ଡାକ୍ତରଖାନା ଖର୍ଚ୍ଚ ବହନ କରିବାକୁ ୨୬ ପ୍ରତିଶତ ଗ୍ରାହକ ଋଣ କରିଥିଲେ। ଅନ୍ୟ ୨୨ ପ୍ରତିଶତ ଗ୍ରାହକ ପରିବାର ସଦସ୍ୟଙ୍କ ବିବାହ ଖର୍ଚ୍ଚ ପାଇଁ ଋଣ ନେଇଥିଲେ। ସେହିପରି ୧୮ ପ୍ରତିଶତ ଗ୍ରାହକ ଚାକିରି ଚାଲିଯିବା କିମ୍ବା ବ୍ୟବସାୟରେ ବିଫଳ ହେବାରୁ ଋଣ କରିବାକୁ ବାଧ୍ୟ ହୋଇଥିଲେ। ଅବଶିଷ୍ଟ ୧୫ ପ୍ରତିଶତ ଗ୍ରାହକ ଘର ଚଳାଇବାକୁ ଋଣ ନେଇଥିବା କହିଥିଲେ।

1 min read

ଆମ ବସ୍‌ରୁ ବାହାରିଲା ଧୂଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ।

ଗୋପ (ପିପିଏସ )ପୁରୀ-କୋଣାର୍କ ରୁଟ୍‌ରେ ଘଟିଛି ଏକ ବଡ଼ ଦୁର୍ଘଟଣା। ଚଳନ୍ତା ‘ଆମ ବସ୍’ରୁ ହଠାତ୍ ପ୍ରବଳ ଧୂଆଁ ବାହାରିବା ସହ ଟାୟାର ଫାଟିଯାଇଛି। ତେବେ ଡ୍ରାଇଭରଙ୍କ ସଠିକ୍ ସମୟରେ ଉପସ୍ଥିତ ବୁଦ୍ଧି ଓ ସଜାଗତା ଯୋଗୁଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୨୦ରୁ ଉର୍ଦ୍ଧ୍ୱ ଯାତ୍ରୀ। ସୂଚନା ଅନୁସାରେ  ପୁରୀ ଓ କୋଣାର୍କ ଆଡ଼ୁ ଗୋପ ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ଏକ ‘ଆମ ବସ୍’। ଗାଡ଼ିଟି ନିଜ ଗତିରେ ଯାଉଥିବା ସମୟରେ ଗୋପ ପଟେଳିଆ ଛକ ନିକଟରେ […]

1 min read

ବକ୍ସ ଅଫିସରେ ଥାଲାପତି ବିଜୟଙ୍କ ଜଲୱା: ଦ୍ୱିତୀୟ ଦିନରେ କମିଲା କଲେକ୍ସନ୍, ତଥାପି ପାର୍ କଲା ୫୦ କୋଟି

ମୁମ୍ବାଇ, ୨୫୲୭: ସାଉଥ୍ ସୁପରଷ୍ଟାର ଥାଲାପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜନ ନାୟକନ୍’ (Jana Nayagan) ବକ୍ସ ଅଫିସରେ ଧମାକାଦାର ପ୍ରଦର୍ଶନ ଜାରି ରଖିଛି। ପ୍ରଥମ ଦିନରେ ଏକ ବଡ଼ ଓପନିଂ କରିଥିବା ଏହି ଫିଲ୍ମର ଆୟ ଦ୍ୱିତୀୟ ଦିନରେ (ଶୁକ୍ରବାର) ଟିକେ ହ୍ରାସ ପାଇଥିଲେ ମଧ୍ୟ, ଏହାର କ୍ରେଜ୍ କମିନାହିଁ। ମାତ୍ର ଦୁଇ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ୫୦ କୋଟି ଟଙ୍କାରୁ ଅଧିକ ନେଟ୍ ଆୟ କରି ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ […]

1 min read

ଯାଜପୁର ଜିଲ୍ଲାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୨୫୲୭: ଯାଜପୁର ଜିଲ୍ଲାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA)’ ଅଧୀନରେ ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ସାମର୍ଥ୍ୟ ଶିବିରଗୁଡ଼ିକର ସଫଳ ଆୟୋଜନ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ADM) ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଶାସନିକ ଭିତ୍ତିଭୂମି ପ୍ରସ୍ତୁତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନେଇ […]

1 min read

ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାର ଆନୁକୁଲ୍ୟରେ ଭଜନ କାର୍ଯ୍ୟକ୍ରମ

ବଲାଙ୍ଗିର, ୨୫୲୭: ସ୍ଥାନୀୟ ରାମ ଚରିତ ମାନସ ମନ୍ଦିର, ଡେର୍ଲିମାର୍କେଟ ପରିସରରେ ଓଡିଆ ସାହିତ୍ୟ ସେବା ଓ ସୁରକ୍ଷା ପରିବାରର ଆନୁକୁଲ୍ୟରେ ରଶ୍ମି ପାତ୍ରଙ୍କ ସଭାପତିତ୍ୱ ଓ ସମ୍ପାଦକ ଦିଲିପ କୁମାର ପୁରୋହିତ ଙ୍କ ନେତୃତ୍ୱରେ ରଥଯାତ୍ରା ଉପଲକ୍ଷେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉଦେ୍ଦଶ୍ୟରେ ଏକ ଭଜନ ସନ୍ଧ୍ୟା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଭବାନୀ ଶଙ୍କର ପଟେଲ ଓ ବଳିଷ୍ଠ ପଧାନ ଉପସ୍ଥିତ ରହି ନିଜସ୍ୱ ଉଚିତ ଭଜନ […]