1 min read

ଆବର୍ଜନାରେ ପୋତି ହେଉଛି ପୁରୁଣାପଡ଼ା ପୋଖରୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣାପଡ଼ାସ୍ଥିତ ପୋଖରୀ ଏବେ ଜଳାଶୟ ନୁହେଁ, ଆବର୍ଜନାର ଭଣ୍ଡାର ପାଲଟିଛି। ବର୍ଷ ବର୍ଷ ଧରି ପୋଖରୀରେ ଅଳିଆ ଆବର୍ଜନା ପଡ଼ି ଏହା ପୋତି ହେବାକୁ ବସିଛି। ୨୦୨୩ରେ ପୋଖରୀ ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟୀକରଣ ପାଇଁ ୬୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୁଇ ବର୍ଷ ପରେ ମଧ୍ୟ ଏହା ଅଧାପନ୍ତରିଆ ହୋଇପଡ଼ିଛି। ସହରରେ ୧୦ରୁ ଅଧିକ ପୋଖରୀ ଥିବାବେଳେ ଅନେକ ପୋଖରୀ ଆବର୍ଜନାରେ ପୋତି […]

1 min read

ଶିକ୍ଷକ ନିଯୁକ୍ତି ଦାବିରେ ଆଶ୍ରମ ସ୍କୁଲ୍‌ରେ ତାଲା, ଗଛମୂଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣସିଂହପୁର ଗାଁର ଆଶ୍ରମ ସ୍କୁଲ୍‌ରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଗଛମୂଳେ ବସି ପାଠ ପଢୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଉକ୍ତ ଆଶ୍ରମ ସ୍କୁଲ୍‌ରେ ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ […]

1 min read

ସୁନ୍ଦରଗଡ଼ରେ ବିପଦରେ ନଦୀ, ଜଳସ୍ରୋତ ଉପରେ ବଢ଼ୁଛି ସଙ୍କଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରମୁଖ ନଦୀ ଉପରେ ମାଡ଼ି ଆସିଛି ବିପଦ। ହେମଗିରି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳର ଜୀବନରେଖା ବସୁନ୍ଧରା ନଦୀ ଖଣି ଗର୍ଭକୁ ଚାଲିଯାଉଥିବା ବେଳେ ଅନ୍ୟ ଦୁଇ ପ୍ରମୁଖ ଜଳଉତ୍ସ ଚତୁର୍ଧାରା ଓ ଇବ୍ ନଦୀ ମଧ୍ୟ ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ଏକଦା ବର୍ଷସାରା ବସୁନ୍ଧରା ଓ ଚତୁର୍ଧାରା ନଦୀ ଉପରେ ୩୦ରୁ ଅଧିକ ଗାଁର ଲୋକେ ନିର୍ଭର କରୁଥିଲେ। ଜମିକୁ ଜଳସେଚନ ଯୋଗାଇବା ସହ ଲୋକଙ୍କ ତୃଷ୍ଣା ମେଣ୍ଟାଇବାରେ ଏହି ଜଳଉତ୍ସଗୁଡ଼ିକର […]

1 min read

ବିରୋଧୀଙ୍କୁ ଟାର୍ଗେଟ୍ କଲେ ମୋଦୀ, ପୁଣି ଉଠାଇଲେ ‘ଦିମାଗୀ ନଳ’ ପ୍ରସଙ୍ଗ

ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରୀରାମ କଲେଜ୍ ଅଫ୍ କମର୍ସ (ଏସ୍‌ଆର୍‌ସିସି)ର ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି ‘ଦିମାଗୀ ନଳ’ ପ୍ରସଙ୍ଗ ଉଠାଇଛନ୍ତି। ଶନିବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଯୁବପିଢ଼ି, ବିଶେଷକରି ଜେନ୍-ଜିଙ୍କୁ ବିକଶିତ ଭାରତ ପାଇଁ ଉଚ୍ଚାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ମୋଦୀ କହିଥିଲେ, ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ସେ ‘ଦିମାଗୀ ନଳ’ ଶବ୍ଦ ବ୍ୟବହାର କରିଥିଲେ। ଏହି ଶବ୍ଦର ଉଦାହରଣ […]

1 min read

‘ବିଶ୍ୱ ମାନଚିତ୍ର’ ପ୍ରସ୍ତାବକୁ ଭାରତର ବିରୋଧ, ଜାତିସଂଘରେ ସ୍ପଷ୍ଟ କଲା ଆଭିମୁଖ୍ୟ

ନୂଆଦିଲ୍ଲୀ: ଜାତିସଂଘ ମହାସଭାରେ ‘Equal Earth Projection’ ଆଧାରିତ ବିଶ୍ୱ ମାନଚିତ୍ର ସମ୍ପର୍କିତ ପ୍ରସ୍ତାବକୁ ନେଇ ଭାରତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ବୈଦେଶିକ ମନ୍ତ୍ରାଳୟ କହିଛି, ଜାତିସଂଘରେ ଏହି ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ୍‌ ଦେଇଥିଲେ ମଧ୍ୟ ଏହାକୁ ସମର୍ଥନ କରୁନାହିଁ। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଜାତିସଂଘ ମହାସଭା ‘Cartographic Representation and Promoting Equitable Representation at the World’s Regions’ ଶୀର୍ଷକ ପ୍ରସ୍ତାବକୁ ଗ୍ରହଣ କରିଛି। ପ୍ରସ୍ତାବର ଉଦ୍ଦେଶ୍ୟ […]

1 min read

ପର୍ଯ୍ୟଟକ ବଢ଼ୁଛନ୍ତି, ଭିତ୍ତିଭୂମି ବିକାଶରେ ପଛୁଆ ମୟୂରଭଞ୍ଜ

ବାରିପଦା: ଜଙ୍ଗଲ, ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମୟୂରଭଞ୍ଜରେ ପର୍ଯ୍ୟଟନର ଅପାର ସମ୍ଭାବନା ରହିଛି। ଶିମିଳିପାଳ ଜାତୀୟ ଉଦ୍ୟାନ ସମେତ ଅନେକ ଐତିହ୍ୟସ୍ଥଳୀ ଓ ପର୍ଯ୍ୟଟନସ୍ଥଳକୁ ଦେଖିବା ପାଇଁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସୁଛନ୍ତି। ତେବେ ଅନେକ ପର୍ଯ୍ୟଟନସ୍ଥଳୀରେ ମୌଳିକ ଭିତ୍ତିଭୂମିର ଅଭାବ ପର୍ଯ୍ୟଟନ ବିକାଶରେ ବାଧା ସୃଷ୍ଟି କରୁଛି। ସରକାରୀ ତଥ୍ୟ ଅନୁସାରେ, ଗତ ୫ ବର୍ଷରେ ଶିମିଳିପାଳ ସମେତ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ୯୦ ଲକ୍ଷ ୩୭ ହଜାର ୫୧୯ ଜଣ ପର୍ଯ୍ୟଟକ […]

1 min read

ପାହାଡ଼ ଉପରେ ୨୦ ଗାଁ, ବିକାଶରୁ ବଞ୍ଚିତ ହଜାର ହଜାର ଲୋକ

ମାଲକାନଗିରି: ଜିଲ୍ଲାର ବିକାଶ ପାଇଁ ପ୍ରଶାସନ ଯୋଜନା ପରେ ଯୋଜନା କରୁଥିବା ବେଳେ ଦୁର୍ଗମ ପାହାଡ଼ ଉପରେ ରହୁଥିବା ୨୦ଟି ଗାଁର ଚିତ୍ର ଏବେ ବି ଭିନ୍ନ। ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ସୁବିଧା ଅଭାବରେ ଏହି ଗାଁଗୁଡ଼ିକର ଲୋକେ ଦୁର୍ବିଷହ ଜୀବନ କାଟୁଛନ୍ତି। ପ୍ରଶାସନର ବିକାଶର ଚକ ଏଠାକାର ପାହାଡ଼ ଚଢ଼ିପାରୁନଥିବାରୁ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। କୋରୁକୋଣ୍ଡା ବ୍ଲକ୍‌ର ନାକାମାମୁଡ଼ି ପଞ୍ଚାୟତ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ପରିଚିତ […]

1 min read

ଭୁଶୁଡ଼ିବା ଅପେକ୍ଷାରେ ପୁରୁଣା ତହସିଲ କୋଠା: ସୁରକ୍ଷାକୁ ନେଇ ଆଶଙ୍କା ବ୍ରିଟିଶ ଅମଳର କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ

ନବରଙ୍ଗପୁର: ୧୯୩୨ ମସିହାରେ ସାରା ଦେଶରେ ବ୍ରିଟିଶ ସରକାରଙ୍କ ଶାସନ ଚାଲିଥିବା ସମୟରେ ନବରଙ୍ଗପୁରରେ ଏକ ବଡ଼ ଜେଲ୍‌ ସ୍ଥାପନ କରାଯାଇଥିଲା। ଏହି ଜେଲ୍‌ ଏତେ ବଡ଼ ଥିଲା ଯେ ଏହାର ଦୁଇ ପାର୍ଶ୍ୱରେ ସେତେବେଳର ସରକାର ଦୁଇଟି ତହସିଲ ଓ ଜିଲ୍ଲା ଟ୍ରେଜେରୀ ଖୋଲିଥିଲେ। ପରେ ୧୯୩୬ ମସିହାରେ ଏହାର ଗୋଟିଏ ଅଂଶ ଆରମ୍ଭ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ପୁରୁଣା ତହସିଲ କାର୍ଯ୍ୟାଳୟ ମଧ୍ୟ ଏଠାରେ ହିଁ ଚାଲୁଥିଲା। ଆଜି ମଧ୍ୟ ସେହି କାର୍ଯ୍ୟାଳୟ […]

1 min read

ମହୁର ଉପକାରିତା, ସ୍ୱାସ୍ଥ୍ୟ ପାଇଁ ମିଠା ଔଷଧ

ମହୁର ସ୍ୱାଦ ଯେପରି ମିଠା, ଏହାର ଗୁଣ ମଧ୍ୟ ସେହିପରି ଉପକାରୀ। ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ଅନେକଙ୍କ ପାଇଁ ମହୁ ଏକ ପ୍ରିୟ ଖାଦ୍ୟ। ଏଥିରେ ଥିବା ବିଭିନ୍ନ ପୋଷକ ଓ ପ୍ରାକୃତିକ ଉପାଦାନ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଓଜନ ନିୟନ୍ତ୍ରଣରେ ମଧ୍ୟ ମହୁକୁ ଉପଯୋଗ କରାଯାଏ। ସକାଳେ ଖାଲି ପେଟରେ ଏକ ଗ୍ଲାସ୍ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଇବାର ପ୍ରଚଳନ ରହିଛି। ତେବେ ମହୁରେ ମଧ୍ୟ ଚିନି ଓ କ୍ୟାଲୋରି […]

1 min read

ଆଜିର ରାଶିଫଳ: କାହାର ଚମକିବ ଭାଗ୍ୟ, କାହା ପାଇଁ ସତର୍କତାର ଦିନ?

ଭୁବନେଶ୍ୱର: ଆଜିର ଦିନଟି କେତେକ ରାଶି ପାଇଁ ଆର୍ଥିକ ଲାଭ ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିପାରେ। ବନ୍ଧୁ, ସହକର୍ମୀ ଓ ପରିବାରର ସହଯୋଗରେ ଅନେକ ସମସ୍ୟାର ସମାଧାନ ହେବ। ତେବେ ସ୍ୱାସ୍ଥ୍ୟ ଓ ଆର୍ଥିକ ନିଷ୍ପତ୍ତିରେ କେତେକ ରାଶିଙ୍କୁ ସତର୍କ ରହିବାକୁ ପଡ଼ିପାରେ। ♈ ମେଷ ଚାକିରି: ଜରୁରୀ କାମ ସମୟରେ ସରିବ।ବ୍ୟବସାୟ: ଆଶାଜନକ ଲାଭ ମିଳିପାରେ।ଆର୍ଥିକ: ଆୟ ବଢ଼ିବାର ସୁଯୋଗ ରହିଛି।ସ୍ୱାସ୍ଥ୍ୟ: ସାଧାରଣତଃ ଭଲ ରହିବ।ଶୁଭ ରଙ୍ଗ: ନାଲି | ଶୁଭ ସଂଖ୍ୟା: ୯ ♉ […]