1 min read

ଆଜିର ରାଶିଫଳ: ୧୨ ରାଶି ପାଇଁ କେମିତି ରହିବ ଦିନ?

ମେଷ: ଆଜି ନୂଆ କାମ ଆରମ୍ଭ କରିବାର ସୁଯୋଗ ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପରିଶ୍ରମର ଭଲ ଫଳ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ବୃଷ: ଆର୍ଥିକ ଦିଗରୁ ଦିନଟି ଭଲ ରହିବ। ଅଟକିଥିବା କାମ ଆଗକୁ ବଢ଼ିପାରେ। ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କ ସହଯୋଗ ମିଳିବ। ମିଥୁନ: ଆଜି ନିଷ୍ପତ୍ତି ନେବା ସମୟରେ ତରବର ହୁଅନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। କର୍କଟ: ପରିବାର ସହ ଭଲ […]

1 min read

ଲୋୟର ସୁକତେଲରେ ବିସ୍ଥାପନ ବିବାଦ: ରାତାରାତି ଆଜବେଷ୍ଟସ୍ ଘର, ଉଠିଲା ଦୁର୍ନୀତି ପ୍ରଶ୍ନ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିଲା। ୨୦୨୪ରେ ପ୍ରକଳ୍ପର ଲୋକାର୍ପଣ ପରେ ବି ବିବାଦ ଥମିନାହିଁ। ବରଂ ବିସ୍ଥାପନ, କ୍ଷତିପୂରଣ ଓ ଦୁର୍ନୀତିକୁ ନେଇ ଏହି ପ୍ରକଳ୍ପ ଅଧିକ ଅପବାଦ ମୁଣ୍ଡାଇଛି। ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ପ୍ରଦାନରେ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ପ୍ରକଳ୍ପ ସହ ସମ୍ପୃକ୍ତ ପୂର୍ବତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ପୂର୍ବତନ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ବିନୟ ଗଡ଼ନାୟକ ଏବଂ ସଦ୍ୟ ଭାବେ ଓଡ଼ିଶା […]

1 min read

ସାଳନ୍ଦୀ ନଦୀପଠାରେ ଜବରଦଖଲ, ବଢ଼ୁଛି ବନ୍ୟା ଆଶଙ୍କା

ଭଦ୍ରକ: ଭଦ୍ରକ ଜିଲ୍ଲାର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ନଦୀବନ୍ଧ ଓ ନଦୀପଠାରେ ଜବରଦଖଲ ବଢ଼ୁଥିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ପ୍ରତିବର୍ଷ ବନ୍ୟା ସ୍ଥିତି ଗମ୍ଭୀର ହେବା ସହ ବାସ ଓ ଚାଷଜମି କ୍ଷତିଗ୍ରସ୍ତ ହେଉଛି। କେନ୍ଦୁଝର ଜିଲ୍ଲାର ହଦଗଡ଼ରୁ ଉତ୍ପତ୍ତି ଲାଭ କରିଥିବା ସାଳନ୍ଦୀ ନଦୀ ଭଦ୍ରକ ଦେଇ ପ୍ରବାହିତ ହୋଇ ଚାନ୍ଦବାଲି ନିକଟରେ ବୈତରଣୀ ନଦୀ ସହ ମିଶିଛି। ତେବେ ଗତ ଦୁଇ ଦଶନ୍ଧି […]

1 min read

FAS ରିପୋର୍ଟରେ ଦାବି; ଭାରତ ପାଖରେ ୧୯୦ ପରମାଣୁ ଅସ୍ତ୍ର!

ନୂଆଦିଲ୍ଲୀ: ଭାରତର ପରମାଣୁ ଅସ୍ତ୍ରଭଣ୍ଡାରରେ ପ୍ରାୟ ୧୯୦ଟି ଯୁଦ୍ଧାସ୍ତ୍ର ଥିବା ଆକଳନ କରିଛି ଆମେରିକାର ଫେଡେରେସନ ଅଫ୍ ଆମେରିକାନ ସାଇଣ୍ଟିଷ୍ଟସ୍‌ (FAS)। ଏଥିରେ ବିକାଶାଧୀନ ନୂତନ କ୍ଷେପଣାସ୍ତ୍ର ପାଇଁ ପ୍ରାୟ ୩୦ଟି ଅତିରିକ୍ତ ପରମାଣୁ ଅସ୍ତ୍ର ସାମିଲ ଥିବା ରିପୋର୍ଟରେ ଦାବି କରାଯାଇଛି। ଖୋଲା ଉତ୍ସ, ସରକାରୀ ତଥ୍ୟ ଏବଂ ବାଣିଜ୍ୟିକ ଉପଗ୍ରହ ଚିତ୍ରର ବିଶ୍ଳେଷଣ ଆଧାରରେ ଏହି ଆକଳନ କରାଯାଇଥିବା କୁହାଯାଇଛି। FAS ଅନୁଯାୟୀ, ଭାରତ ପାଖରେ ବର୍ତ୍ତମାନ ୯ଟି କାର୍ଯ୍ୟକ୍ଷମ ପରମାଣୁ-ସକ୍ଷମ ପ୍ରଣାଳୀ ରହିଛି। […]

1 min read

କୋଇଲା ପରିବହନ ପାଇଁ ରାସ୍ତା ନାହିଁ, ବଢୁଛି ଅସନ୍ତୋଷ

ଛେଣ୍ଡିପଦାରେ ଦୈନିକ ୯୦୦ରୁ ଅଧିକ କୋଇଲା ଟ୍ରକ୍‌ ଚଳାଚଳ, ଦୁର୍ଘଟଣା ଆଶଙ୍କାରେ ଲୋକେ ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳର ଏକାଧିକ ଖଣିରୁ କୋଇଲା ପରିବହନ ହେଉଥିଲେ ମଧ୍ୟ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଛେଣ୍ଡିପଦା ବ୍ଲକ୍‌ ଅଞ୍ଚଳରେ ୪୧ଟି କୋଇଲା ଖଣି ହେବାକୁ ଥିବା ବେଳେ ବର୍ତ୍ତମାନ ୫ଟି ଖଣିରୁ କୋଇଲା ପରିବହନ ହେଉଛି। ରାଇଝରଣରେ ଥିବା ଉତ୍କଳ ବି-୧, ଉତ୍କଳ ବି-୨, ଉତ୍କଳ ସି, ଉତ୍କଳ […]

1 min read

କାଦୁଅ ରାସ୍ତାରେ ଯାତାୟାତ ଦୁର୍ବିଷହ, ଡିଏମ୍‌ଏଫ୍‌ ଅର୍ଥ ବିନିଯୋଗକୁ ନେଇ ଉଠିଲା ପ୍ରଶ୍ନ

ପାଇକମାଳ: ପାଇକମାଳ ବ୍ଲକ କାଂସଡ଼ା ପଞ୍ଚାୟତ ଅନ୍ତର୍ଗତ ଭୂତମୁଣ୍ଡା-ଅଚ୍ୟୁତପୁର (ଢେଙ୍କିମୁଣ୍ଡା) ଗାଁକୁ ଯାତାୟାତ ରାସ୍ତାର ଅବସ୍ଥା ବର୍ଷା ହେଲେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଛି। ଭୂତମୁଣ୍ଡାଠାରୁ ମାତ୍ର ପ୍ରାୟ ୧ କିମି ଦୂରରେ ଥିବା ଏହି ଗାଁରେ ୬୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୪୦୦ ଲୋକ ବସବାସ କରୁଛନ୍ତି। ହେଲେ ଗାଁକୁ ପହଞ୍ଚିବା ପାଇଁ ପକ୍କା ରାସ୍ତାଟିଏ ଦୀର୍ଘଦିନ ଧରି ହୋଇପାରିନାହିଁ। ବର୍ଷା ଋତୁରେ ଏହି ରାସ୍ତାରେ ଯାତାୟାତ ଏକପ୍ରକାର ଦୁର୍ବିଷହ ହୋଇପଡ଼େ। ଛାତ୍ରଛାତ୍ରୀମାନେ ପ୍ରତିଦିନ ଏହି ରାସ୍ତା […]

1 min read

ରାଉରକେଲାରେ ସ୍ମାର୍ଟ ସିଟି ବ୍ୟବସ୍ଥା ବେହାଲ, କାଗଜପତ୍ରରେ ସୀମିତ ଆର୍‌ଏମ୍‌ସି ସ୍ୱଚ୍ଛତା

ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ପରିମଳ ବ୍ୟବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ସ୍ଥାନୀୟ ସିଭିଲ୍ ଟାଉନସିପ୍‌ ହେଉ କି ଗୋପବନ୍ଧୁପାଲି, ମଧୁସୂଦନପାଲି—ପ୍ରାୟ ସବୁ ଅଞ୍ଚଳରେ ସମାନ ସ୍ଥିତି। ରାସ୍ତାଘାଟ, ନାଳନର୍ଦ୍ଦମା ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଛି। ଅନ୍ୟପକ୍ଷରେ, ଜାତୀୟ ସ୍ୱଚ୍ଛତା ସର୍ଭେକ୍ଷଣ ରାଙ୍କିଂରେ ରାଉରକେଲା କ୍ରମାଗତ ଭାବେ ନିଜ ସ୍ଥିତି ବଜାୟ ରଖିଆସିଛି। ଗତ ୫ ବର୍ଷର ରିପୋର୍ଟ ଦେଖିଲେ ୨୦୨୧ରେ ରାଉରକେଲା ୫୭ତମ, ୨୦୨୨ରେ ୪୫ତମ, ୨୦୨୩ରେ ୧୧୯ତମ ଏବଂ ୨୦୨୪ରେ […]

1 min read

ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ଭର୍ତ୍ତୃହରି ମହତାବ; ବିତ୍ତ କମିଟିର ଉଲ୍ଲେଖନୀୟ କାର୍ଯ୍ୟକୁ ମିଳିଲା ସ୍ୱୀକୃତି

ନୂଆଦିଲ୍ଲୀ: ସଂସଦୀୟ ସ୍ଥାୟୀ କମିଟି ଅନ୍ ଫାଇନାନ୍ସର ଉଲ୍ଲେଖନୀୟ କାର୍ଯ୍ୟ ଓ ସଂସଦୀୟ ଅବଦାନକୁ ସ୍ୱୀକୃତି ଦେଇ ୧୬ତମ ସଂସଦ ରତ୍ନ ପୁରସ୍କାର-୨୦୨୬ରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ‘ସଂସଦ ରତ୍ନ ପୁରସ୍କାର’ରେ ସମ୍ମାନିତ କରାଯାଇଛି। କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଦାୟିତ୍ୱବୋଧ, ବ୍ୟାପକ ସଂସଦୀୟ ଯାଞ୍ଚ ଏବଂ ଗଠନମୂଳକ ଆଲୋଚନାକୁ ଏହି ସମ୍ମାନରେ ସ୍ୱୀକୃତି ମିଳିଛି। ୨୦୨୫ରେ ମଧ୍ୟ ଭର୍ତ୍ତୃହରି ମହତାବ ତାଙ୍କର ଉଲ୍ଲେଖନୀୟ ସଂସଦୀୟ ସେବା ପାଇଁ ସଂସଦ ରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିଲେ। […]

1 min read

ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଭର୍ତ୍ତୃହରି ମହତାବ, ବରମ୍ବା-କଟକ ଚିନିକଳ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ: କଟକ ସାଂସଦ ଡ. ଭର୍ତ୍ତୃହରି ମହତାବ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ତାଙ୍କ କର୍ତ୍ତବ୍ୟ ଭବନସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ସାକ୍ଷାତକାର ସମୟରେ ଡ. ମହତାବ ବରମ୍ବା-କଟକରେ ପ୍ରସ୍ତାବିତ ଚିନିକଳର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଆନ୍ତରିକ ନିମନ୍ତ୍ରଣ ଜଣାଇଛନ୍ତି। ବରମ୍ବା-କଟକ ଅଞ୍ଚଳରେ ଚିନିକଳ ପ୍ରତିଷ୍ଠା ହେଲେ ସ୍ଥାନୀୟ ଅର୍ଥନୀତିକୁ ଗତି ମିଳିବା ସହ ଚାଷୀ ଓ ଅଞ୍ଚଳବାସୀଙ୍କ ପାଇଁ […]

1 min read

‘ବନ୍ଦେ ମାତରମ୍’ ଗାଇଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ ; ଜାମ୍ମୁ କାଶ୍ମୀରରେ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ‘ବନ୍ଦେ ମାତରମ୍’ ଗାଇବାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତର ସମସ୍ତ ୬ଟି ପଦ ଗାନ କରାଯାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲାଙ୍କ ସମେତ ଅନେକ ବିଶିଷ୍ଟ ନେତା ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଠିଆ ହୋଇଥିଲେ । ତେବେ କଂଗ୍ରେସକୁ ପୁରା ବନ୍ଦେ ମାତରମ୍ ଗାଇବା ପସନ୍ଦ ନଥିଲା ଏବଂ ଦଳ ଜାମ୍ମୁ କାଶ୍ମୀରରେ ଏହାର ସହଯୋଗୀ ଦଳକୁ ଏହି ପ୍ରସଙ୍ଗରେ ପରାମର୍ଶ ଦେଇଥିଲା । କଂଗ୍ରେସର ଆପତ୍ତି ପରେ ବିଜେପି ମଧ୍ୟ ଏହାର ଜବାବ ଦେଇ ଅଭିଯୋଗ କରିଛି ଯେ, କଂଗ୍ରେସ ଏକବିଂଶ ଶତାବ୍ଦୀର ମୁସଲିମ୍ ଲିଗ୍ ପାଲଟିଛି । ଜାମ୍ମୁ କାଶ୍ମୀରରେ, ଯେଉଁଠାରେ ଆଞ୍ଚଳିକ ରାଜନୈତିକ ଦଳ ୨୦୧୯ ପୂର୍ବରୁ ଧାରା ୩୭୦ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରୁଥିଲେ, ବର୍ତ୍ତମାନ ସେହି କେନ୍ଦ୍ରଶାସିତ ଅଞ୍ଚଳରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ଉତ୍ସବରେ ବନ୍ଦେ ମାତରମର ସମସ୍ତ ୬ଟି ପକ୍ତିଂ ଗାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ସରକାରଙ୍କ ଅନ୍ୟ ପ୍ରମୁଖ ନେତାଙ୍କ ଉପସ୍ଥିତିରେ ଏହି ଉତ୍ସବରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହା ଉପରେ ଆପତ୍ତି ଉଠାଇଛି । କଂଗ୍ରେସ କହିଛି ଯେ, ଏହାର ସହଯୋଗୀମାନେ ସ୍ୱାଧୀନତା ସଂଗ୍ରାମୀଙ୍କ ଚିନ୍ତାଧାରା ଏବଂ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍ । ସ୍ୱାଧୀନତା ସଂଗ୍ରାମୀମାନେ ଗ୍ରହଣ କରିଥିବା ବନ୍ଦେ ମାତରମର କେବଳ ୨ଟି ସଂସ୍କରଣ ଗାନ କରାଯାଉ ବୋଲି ଦଳ ନିବେଦନ କରିଛି ।