1 min read

ଭାରତ ରଚିଲା ଇତିହାସ; ବିଶ୍ୱର ସର୍ବାଧିକ ଉଚ୍ଚତାରେ କଲା IL-76MD ବିମାନର ସଫଳ ଲ୍ୟାଣ୍ଡିଂ

  ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ଆଉ ଏକ ବଡ଼ ସଫଳତା। ଲଦାଖର ନ୍ୟୋମା ଏୟାରଫିଲ୍ଡରେ ୧୩,୬୨୯ ଫୁଟ ଉଚ୍ଚତାରେ ସଫଳତାର ସହ ଅବତରଣ କରି ଇତିହାସ ରଚିଛି ଭାରତୀୟ ବାୟୁସେନାର IL-76MD ହେଭି-ଲିଫ୍ଟ ପରିବହନ ବିମାନ। ଏହି ବିମାନର ଏହା ବିଶ୍ୱର ସର୍ବାଧିକ ଉଚ୍ଚତାରେ ଲ୍ୟାଣ୍ଡିଂ ବୋଲି ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି। ଏହି ସଫଳତା ଭାରତର ସାମରିକ ହାୱାଇ ପରିବହନ କ୍ଷମତାକୁ ଆହୁରି ମଜବୁତ କରିବ।ଏହି ଉପଲବ୍ଧି ଭାରତୀୟ ବାୟୁସେନାର ଖୁବ୍ ଉଚ୍ଚତାରେ ଥିବା ବିମାନ ଇତିହାସରେ […]

1 min read

ଅଯୋଧ୍ୟା ନିଶ୍ଚୟ ଆସନ୍ତୁ, ତେବେ ତା ପୂର୍ବରୁ କ୍ଷମା ମାଗନ୍ତୁ :ଯୋଗୀ

ଅଯୋଧ୍ୟା : ଅଯୋଧ୍ୟା‌ରେ ଦଶମ ଦୀପୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଆଜିର ଅଯୋଧ୍ୟା ତ୍ରେତୟା ଯୁଗର ସ୍ମୃତି ମନେ ପକାଇ ଦେଉଛି। ଶ୍ରୀରାମ ହେଉଛନ୍ତି ଭାରତର ଆତ୍ମସମ୍ମାନ। ଅଯୋଧ୍ୟା ଆଜି ପୁଣି ନିଜର ହଜିଯାଇଥିବା ଗୌରବ ଫେରି ପାଇଛି। ଯେଉଁ ଗୌରବ ପାଇଁ କାରସେବକ ଓ ସନ୍ଥମାନେ ବଳିଦାନ ଦେଇଥିଲେ, […]

1 min read

ମାଗଣାରେ ଛାତ୍ରୀଛାତ୍ରଙ୍କୁ ମିଳିବ ଲାପଟପ

ଚେନ୍ନାଇ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ମାଗଣା ଲାପଟପ ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାର ନାମ ‘ଭେଟ୍ରି ଲାପଟପ ଯୋଜନା’ (Vetri Laptop Scheme) ରଖାଯାଇଛି। ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ (TVK) ସରକାର ଏହି ପଦକ୍ଷେପ ପାଇଁ ୨,୦୦୦ କୋଟି ଟଙ୍କାର ବଜେଟ ମଧ୍ୟ ଆବଣ୍ଟନ କରିଛନ୍ତି; ଯାହା ପ୍ରଥମେ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟରେ ଘୋଷଣା କରାଯାଇଥିଲା। ସମ୍ବାଦ ସଂସ୍ଥା ପିଟିଆଇ (PTI) […]

1 min read

ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ: ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପର୍ବ ଅନ୍ଧାର ଉପରେ ଆଲୋକ, ମନ୍ଦ ଉପରେ ଭଲ ଓ ନିରାଶା ଉପରେ ଆଶାର ଅନନ୍ତ ବିଜୟର ପ୍ରତୀକ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ପର୍ବ ସମସ୍ତଙ୍କୁ ଦୟା ପ୍ରସାର କରିବା, ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଓ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦେବ। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ […]

1 min read

କୋଚି ପାଲଟିଲା ‘ଯନ୍ତର ମନ୍ତର’

କୋଚି: ‘କୋଚିରେ ଯନ୍ତର ମନ୍ତର’ ଅଭିଯାନର ଅଂଶ ସ୍ୱରୂପ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ରାଲି ଶନିବାର କୋଚିର ମାରିନ୍ ଡ୍ରାଇଭରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ କର୍ମୀ ଅଂଶଗ୍ରହଣ କରିଥିଲେ। ରାଲିର ନେତୃତ୍ବ ଅଭିନେତା ପ୍ରକାଶ ରାଜ ନେଇଥିଲେ। ସେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ […]

1 min read

ଦୈନିକ ରାଶିଫଳ

ଆଜି କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ସୁଯୋଗ ଆସିବାର ସମ୍ଭାବନା ରହିଛି। ଆଉ କେତେକ ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ର ଓ ଆର୍ଥିକ କାରବାରରେ ସତର୍କ ରହିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଆଜିର ରାଶିଫଳ। ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ରହିବ। ଅଟକି ରହିଥିବା କାମ ଆଗକୁ ବଢ଼ିପାରେ। ବ୍ୟବସାୟରେ ଲାଭର ସୁଯୋଗ ରହିଛି। ନିଜ କଥା ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ। ବୃଷ: କର୍ମକ୍ଷେତ୍ରରେ ନିଜ ଦକ୍ଷତା ପ୍ରମାଣ କରିବାର ସୁଯୋଗ ମିଳିବ। […]

1 min read

STF ଚଢାଉରେ ୧୧୫୦ ଜିଲାଟିନ୍ ଷ୍ଟିକ୍ ଏବଂ ୯୮୯ ଡିଟୋନେଟର ଜବତ

କୋଲକାତା : ପଶ୍ଚିମବଙ୍ଗରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଚୋରାଚାଲାଣ ବିରୋଧରେ ସ୍ପେଶାଲ ଟାସ୍କ ଫୋର୍ସ (STF) ବଡ଼ ଧରଣର ଅଭିଯାନ ଚଳାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣର ବନ୍ଧୁକ, ଗୁଳି ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଦୁର୍ଗାପୁରରେ ସାମ୍ବାଦିକ ସମ୍ମିଳନୀ କରି STF ଏସ୍‌ପି ସିଦ୍ଧାର୍ଥ ଦାପୋଲା ଏହି ବଡ଼ ସଫଳତା ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଜାମୁଡ଼ିଆ ଓ ପାଣ୍ଡବେଶ୍ୱରରୁ ୩୮ଟି ବେଆଇନ ବନ୍ଧୁକ ଏବଂ ୧୨୨ଟି କାର୍ଟ୍ରିଜ୍ ଜବତ ହୋଇଥିବା ବେଳେ […]

1 min read

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ଶେଖ ହସିନା

ନୂଆଦିଲ୍ଲୀ/ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର ସାମ୍ନା କରିବାକୁ ପଡ଼େ, ତଥାପି ସେ ଆସନ୍ତା ଡିସେମ୍ବର ମାସରେ ଢାକା ଫେରିବେ। ସମ୍ବାଦ ସଂସ୍ଥା ‘ଏପି’ (AP) ସହ ଇ-ମେଲ ମାଧ୍ୟମରେ ହୋଇଥିବା ଏକ ସାକ୍ଷାତକାରରେ ଶେଖ ହସିନା କହିଛନ୍ତି ଯେ, ଯଦି ମୃତ୍ୟୁ ତାଙ୍କ ଭାଗ୍ୟରେ ଲେଖାଥାଏ, ତେବେ ବିଦେଶରେ ରହିବା ଅପେକ୍ଷା ସେ ନିଜ […]

1 min read

ଦୁଇ ଇସିଙ୍କ ଆପତ୍ତି ପରେ ଫର୍ମ-୬ରୁ ଏସ୍‌ଆଇଆର୍‌ ଘୋଷଣାପତ୍ରକୁ ଅଲଗା କଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ଦୁଇ ନିର୍ବାଚନ କମିସନରଙ୍କ ତୀବ୍ର ଆପତ୍ତି ପରେ ଶେଷରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ) ଅନ୍‌ଲାଇନ୍‌ ଭୋଟର ପଞ୍ଜୀକରଣ ଫର୍ମ-୬ରୁ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସମ୍ପର୍କିତ ଘୋଷଣାପତ୍ରକୁ ସମ୍ପୂର୍ଣ୍ଣ ଅଲଗା କରିଛନ୍ତି। ଏଣିକି ଏହି ଦୁଇଟି ଦସ୍ତାବିଜ୍‌ ଅଲଗା ଅଲଗା ଦାଖଲ କରିବାକୁ ପଡ଼ିବ। ଏଥିପାଇଁ ପୃଥକ୍‌ ଓଟିପି ଓ ଇ-ସ୍ୱାକ୍ଷର ଆବଶ୍ୟକ ହେବ। ଯେଉଁ ରାଜ୍ୟଗୁଡ଼ିକରେ ଏସ୍‌ଆଇଆର୍‌ ଜାରି ରହିଛି, ସେଠାରେ ଏହି ନିୟମ ଲାଗୁ ହେବ। ଫର୍ମ-୬ ହେଉଛି ନୂଆ ଭୋଟରଙ୍କ ନାମ […]

1 min read

ମସ୍କ ହରାଇଲେ ୧୧ ଲକ୍ଷ କୋଟି

ନୂଆଦିଲ୍ଲୀ: ଆମେରିକାର ଟେକ୍ସାସ୍‌ରେ ଡେମୋକ୍ରାଟିକ୍ ପାର୍ଟିର ବଡ଼ ବିଜୟ ପରେ ବିଶ୍ୱର ଧନୀ ବ୍ୟବସାୟୀଏଲନ୍ ମସ୍କଙ୍କ ବ୍ୟବସାୟ ସାମ୍ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିଛି। ତାଙ୍କ ମାଲିକାନା ସହ ଜଡ଼ିତ ଟେସ୍‌ଲା ଓ ସ୍ପେସ୍‌ଏକ୍ସର ମୋଟ ବଜାର ପୁଞ୍ଜିରୁ ୧୨୦ ବିଲିୟନ୍ ଡଲାରରୁ ଅଧିକ ଅର୍ଥାତ୍ ପ୍ରାୟ ୧୦.୮୦ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ଡେମୋକ୍ରାଟ୍‌ମାନେ ନିର୍ବାଚନରେ ବଡ଼ ବିଜୟ ହାସଲ କରିବା ପରେ ନିବେଶକମାନେ ମସ୍କଙ୍କ କମ୍ପାନିଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ବୁଧବାର ଆମେରିକାର […]