1 min read

କୋଚି ପାଲଟିଲା ‘ଯନ୍ତର ମନ୍ତର’

କୋଚି: ‘କୋଚିରେ ଯନ୍ତର ମନ୍ତର’ ଅଭିଯାନର ଅଂଶ ସ୍ୱରୂପ କକ୍ରୋଚ ଜନତା ପାର୍ଟି (ସିଜେପି) ଦ୍ୱାରା ଆୟୋଜିତ ଏକ ପ୍ରତିବାଦ ରାଲି ଶନିବାର କୋଚିର ମାରିନ୍ ଡ୍ରାଇଭରେ ଆରମ୍ଭ ହୋଇଥିଲା, ଯେଉଁଥିରେ ପ୍ରାୟ ୫୦୦ କର୍ମୀ ଅଂଶଗ୍ରହଣ କରିଥିଲେ। ରାଲିର ନେତୃତ୍ବ ଅଭିନେତା ପ୍ରକାଶ ରାଜ ନେଇଥିଲେ। ସେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଓ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ।ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ଏହି ପ୍ରତିବାଦରେ ଯୋଗଦେବାକୁ କେରଳ ଗସ୍ତ କରିଥିଲେ। କୋଚିନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେ କହିଛନ୍ତି, ଦେଶରେ ଏକ ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ବ୍ୟବସ୍ଥା ସୁନିଶ୍ଚିତ ନହେବା ପର୍ଯ୍ୟନ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ସିଜେପିର ଅଭିଯାନ ଜାରି ରହିବ। ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତାବେଳେ ଦୀପ୍‌କେ ଅଭିଯୋଗ କରିଥିଲେ ଯେ, ବର୍ତ୍ତମାନର ସିିଇସିଙ୍କ ନେତୃତ୍ବରେ ଅନୁଷ୍ଠିତ ହେଉଥିବା ନିର୍ବାଚନ ଉପରେ ବିଶ୍ବାସ କରାଯାଇପାରିବ ନାହିଁ। ଏହି ନିର୍ବାଚନ କେବଳ ଗୋଟିଏ ରାଜ‌ନୈତିକ ଦଳକୁ ଲାଭ ପହଞ୍ଚାଇବା ଲକ୍ଷ୍ୟରେ କରାଯାଉଛି ଓ ଆମ ପାଖରେ ଏହାର ଅନେକ ଉଦାହରଣ ରହିଛି।

Leave a Reply

Your email address will not be published. Required fields are marked *