ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ: ପ୍ରଧାନମନ୍ତ୍ରୀ 
1 min read

ଦୀପାବଳି ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତୀକ: ପ୍ରଧାନମନ୍ତ୍ରୀ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ପର୍ବ ଅନ୍ଧାର ଉପରେ ଆଲୋକ, ମନ୍ଦ ଉପରେ ଭଲ ଓ ନିରାଶା ଉପରେ ଆଶାର ଅନନ୍ତ ବିଜୟର ପ୍ରତୀକ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ପର୍ବ ସମସ୍ତଙ୍କୁ ଦୟା ପ୍ରସାର କରିବା, ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଓ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦେବ। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦେଶର ଯବାନଙ୍କ ସହିତ ଏଥର ଦୀପାବଳି ପାଳନ କରିବି। ଭାରତ ସରକାରଙ୍କ ‘ଜନ ସମ୍ପର୍କ ପୋର୍ଟାଲ୍’ରେ ସେୟାର କରାଯାଇଥିବା ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦୀପାବଳି ଭାରତର ସମୃଦ୍ଧ ପରମ୍ପରାରେ ଗର୍ବ କରିବା ଓ ପାରସ୍ପରିକ ସଂହତିର ବନ୍ଧନକୁ ସୁଦୃଢ଼ କରିବାର ଏକ ଅବସର। ଦୀପାବଳି ପ୍ରତ୍ୟେକ ଘରକୁ ସୁଖ, ସଦ୍ଭାବ ଓ ସମୃଦ୍ଧିରେ ଆଲୋକିତ କରୁ। ଏହି ପର୍ବ ଆମକୁ ଦୟା ପ୍ରସାର କରିବା, ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଓ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମ କରିବାକୁ ପ୍ରେରଣା ଦେଉ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ସମୃଦ୍ଧ ଓ ବିକଶିତ ଭାରତ ନିର୍ମାଣ କରିବା ପାଇଁ ନୂତନ ଶକ୍ତି ଓ ଦୃଢ଼ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ଆହ୍ୱାନ କରିଥିଲେ।

Leave a Reply

Your email address will not be published. Required fields are marked *