Highlight
Popular News
ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ
କୋଲକାତା : ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଖେଳିଯାଇଛି ହଇଚଇ। କୋଲକାତାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ଉଡ଼ାଣ ପୂର୍ବରୁ କ୍ୟାନ୍ସେଲ୍ କରାଯାଇଛି। ବିମାନର ପାଇଖାନାରୁ ଏକ କାଗଜପତ୍ରରେ ଅପହରଣ ଧମକପୂର୍ଣ୍ଣ ନୋଟ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। ନୋଟ୍ ମିଳିବା ପରେ ବିମାନ କର୍ମଚାରୀମାନେ ତତ୍କ୍ଷଣାତ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ଟାଓ୍ବାରକୁ ସତର୍କ କରାଇଥିଲେ। ସୁରକ୍ଷା ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇ ଦିଆଯାଇଥିଲା […]
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା
ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରରେ ଆତଙ୍କୀ ହାମଲା। କାଶ୍ମୀର ଉପତ୍ୟକାର କୁଲଗାମ ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସିଆରପିଏଫ ଦଳ ଉପରେ ଗୁଳି ଚଳାଇଛନ୍ତି। ଗୁଳିଚାଳନା ଫଳରେ ତିନି ଜଣ ସିଆରପିଏଫର ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପାଟ୍ରୋଲିଂ ସମୟରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣ ପରେ ଆତଙ୍କବାଦୀମାନେ ଖସିଯିବାକୁ ଚେଷ୍ଟା କରିଥିଲେ। କୁଲଗାମ କ୍ୱିକ୍ ରିଆକ୍ସନ୍ ଟିମ୍ ଆକ୍ରମଣ ସ୍ଥାନରେ ପହଞ୍ଚିଛି। ଦଳ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି। ସିଆରପିଏଫ ଅନୁଯାୟୀ, […]
କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି
୬୨ ହଜାର କୋଟି ସବ୍ସିଡିକୁ ମଞ୍ଜୁରୀ ଦିଲ୍ଲୀରେ ନିର୍ମାଣ ହେବ ‘ଯୁଗେ ଯୁଗେ ଭାରତ ସଂଗ୍ରହାଳୟ’ ରବି ଋତୁ ପାଇଁ ୬୨ ହଜାର ୩୭୦ କୋଟି ଟଙ୍କାର ସାର ସବ୍ସିଡିକୁ ମଞ୍ଜୁରୀ ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ଟି ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିରେ ପ୍ରଥମ ବଡ଼ ନିଷ୍ପତ୍ତି ହେଉଛି ନର୍ଥ ଏବଂ ସାଉଥ ବ୍ଲକର […]
୧୫ରେ ବଙ୍ଗୋପସାଗରରେ ଅବପାତ!
ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ପାଣିପାଗ ପରିବର୍ତ୍ତନର ସଙ୍କେତ। ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଧୀରେ ଧୀରେ ଏହି ପାଣିପାଗ ପ୍ରଣାଳୀ ଶକ୍ତିଶାଳୀ ହେବା ନେଇ ଆକଳନ କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ୧୪ ତାରିଖ ବେଳକୁ […]
ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬
ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ଭୁବନେଶ୍ୱର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫–୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ପ୍ରଥମ ସ୍ଥାନ ହାସଲ କରିଛି। ସେହିପରି ଓଡ଼ିଶାର ପ୍ରଥମ ରାଜ୍ୟସ୍ତରୀୟ ସ୍ୱଚ୍ଛ ସହର ଭାବେ ଭୁବନେଶ୍ୱରକୁ ସ୍ୱୀକୃତି ମିଳିଛି। ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB) ମଧ୍ୟରେ ଆସିକା ପୌରପାଳିକା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ […]
କଟକ ବାଲିଯାତ୍ରାରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଐତିହାସିକ କଟକ ବାଲିଯାତ୍ରା-୨୦୨୬ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ଆଠ ଦିବସୀୟ ଯାତ୍ରାରେ ଚଳିତ ଥର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ହେବେ। ସେ ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ବାଲିଯାତ୍ରାକୁ ଉଦ୍ଘାଟନ କରିବେ। କଟକ ଜିଲ୍ଲା ପ୍ରସାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କଟକ ବାଲିଯାତ୍ରା ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ […]
ମିସାଇଲ୍ ମାଡ଼ରେ ଥରିଲା ୟେମେନ୍
ନୂଆଦିଲ୍ଲୀ : ୟେମେନରେ ହୁତି ବିଦ୍ରୋହୀ ଏବଂ ସାଉଦି ଆରବ ସମର୍ଥିତ ସରକାରୀ ବାହିନୀ ମଧ୍ୟରେ ପୁନର୍ବାର ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଏମର୍ମନ୍ତୁଦ ଦୁର୍ଘଟଣା ସୃଷ୍ଟି କରିଛି । ଦକ୍ଷିଣ-ପଶ୍ଚିମ ୟେମେନର ତାଏଜ୍ ପ୍ରଦେଶସ୍ଥିତ ‘ଅଲ୍-ୱାଜିଆ’ର ଏକ ବ୍ୟସ୍ତବହୁଳ ବଜାରରେ ଶୁକ୍ରବାର ସକାଳେ ଘଟିଥିବା ଭୀଷଣ ବାୟୁସେନା ଆକ୍ରମଣରେ ଅତିକମ୍ରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ହୁତି ବିଦ୍ରୋହୀଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅନୀସ ଅଲ୍ସବହି ସୋସିଆଲ୍ […]
ବାପା ମାଆଙ୍କ ଆୟ ଆଧାରରେ ସ୍ଥିର ହେବନି ସଂରକ୍ଷଣ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ପରୀକ୍ଷାରେ ଓବିସି କ୍ରିମି ଲେୟର ସଂରକ୍ଷଣ ଉପରେ କେନ୍ଦ୍ର ସରକାର ସଂଶୋଧନ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପିତାମାତାଙ୍କ ଦରମା ଓବିସି ସଂରକ୍ଷଣ ଅନୁସାରେ ‘କ୍ରିମି ଲେୟର’ ସ୍ଥିର କରିବାର ଆଧାର ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୌଣସି ପ୍ରାର୍ଥୀଙ୍କୁ ସଂରକ୍ଷଣ ପରିସରରୁ ବାହାର କରିବା ପାଇଁ କେବଳ ଦରମାକୁ ଆଧାର ଭାବେ ବିବେଚନା କରାଯିବା ଉଚିତ ନୁହେଁ । ଏଥିପାଇଁ ପିତାମାତାଙ୍କ ସାମାଜିକ ସ୍ଥିତି ଏବଂ […]
ମାତ୍ର ୩ ବର୍ଷ ଭିତରେ ମିଳିବ ନ୍ୟାୟ : ଶାହା
ନୂଆଦିଲ୍ଲୀ : ନ୍ୟାୟ ପାଇଁ ବର୍ଷ ବର୍ଷ ଧରି କୋର୍ଟର ଚକ୍କର କାଟିବାରୁ ମୁକ୍ତି ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ମେ’ ୨୦୨୭ ପରେ ରୁଜୁ ହେବାକୁ ଥିବା ସମସ୍ତ ଅପରାଧିକ ମାମଲାରେ ମାତ୍ର ୩ ବର୍ଷ ଭିତରେ ଦୋଷୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ବିକଶିତ କରାଯିବ ବୋଲି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି । ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ପୁଲିସର ତଦନ୍ତଠାରୁ ଆରମ୍ଭ କରି ନ୍ୟାୟିକ ପ୍ରକ୍ରିୟା […]
