Popular News
ଇଟାଲୀର ସ୍କୁଲ୍ରେ ବୁର୍ଖା-ନିକାବ ଉପରେ ବ୍ୟାନ୍ ପ୍ରସ୍ତାବ, ବିଦେଶୀ ଛାତ୍ର ସଂଖ୍ୟା ମଧ୍ୟ ସୀମିତ ହେବ
ରୋମ୍: ଇଟାଲୀର ସ୍କୁଲ୍ଗୁଡ଼ିକରେ ବୁର୍ଖା ଓ ନିକାବ ପିନ୍ଧିବା ଉପରେ ନିଷେଧ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ସେପ୍ଟେମ୍ବର ୨୦, ୨୦୨୬ରେ ଏକ ଦଳୀୟ ଯୁବ ସମାବେଶରେ ମେଲୋନି କହିଥିଲେ ଯେ ଏ ସମ୍ପର୍କିତ ପ୍ରସ୍ତାବ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଆଗତ ହେବ। ତେବେ ଏହା ଏଯାବତ୍ ଆଇନରେ ପରିଣତ ହୋଇନାହିଁ; ଆଗାମୀ ବିଧାନ ପ୍ରକ୍ରିୟା ଶେଷ ହେବା ପରେ ହିଁ ଏହା କାର୍ଯ୍ୟକାରୀ ହୋଇପାରିବ। ମେଲୋନିଙ୍କ ପ୍ରସ୍ତାବରେ କେବଳ ବୁର୍ଖା ଓ ନିକାବ ଉଲ୍ଲେଖ […]
ଆଜିର ରାଶିଫଳ
ମେଷ: ଆଜିର କର୍ମକ୍ଷେତ୍ରରେ ଆଶା ନିଶ୍ଚିତ ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଭୁଲ ବୁଝାମଣା କାରଣରୁ ଆତ୍ମୀୟଙ୍କ ସହ ମନୋମାଳିନ୍ୟ ହୋଇପାରେ। ଆନୁଷ୍ଠାନିକ କାମ, ସଭାସମିତି ଓ ବାଣିଜ୍ୟ, ବ୍ୟବସାୟ ପୂର୍ବବତ୍ ଚାଲିବ। କଠୋର ପରିଶ୍ରମ ସାଙ୍ଗକୁ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲି ମନସ୍ତାପ କରିବେ। ପରିସ୍ଥିତିବଶତଃ ଇଚ୍ଛା ନଥାଇ ମଧ୍ୟ କଷ୍ଟାନ୍ତ ହେବାକୁ ପଡ଼ିବାରୁ ଦୁଃଖ ପ୍ରକାଶ କରିବେ। ସ୍ଥଗିତ କାମକୁ […]
ଜୟଶଙ୍କର, ପୂର୍ବତନ ସେନା ମୁଖ୍ୟ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ଏସ୍ଆଇଆର ନୋଟିସ୍
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଲିଥିବା ନିର୍ବାଚନ କମିଶନଙ୍କ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆରକୁ ନେଇ ଆସିଛି ବଡ଼ ଖବର। କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଓ ପତ୍ନୀ କୟୋକୋ ଏସ୍ ଜୟଶଙ୍କରଙ୍କୁ ନିର୍ବାଚନ କମିଶନ ପଠାଇଛନ୍ତି ଏସ୍ଆଇଆର ନୋଟିସ। ଅର୍ଥାତ ଏମାନେ ଦିଲ୍ଲୀର ଭୋଟର ଭାବେ ସର୍ଭେ ବେଳେ ଚିହ୍ନଟ ହୋଇ ନାହାନ୍ତି। ଏମାନଙ୍କ ବ୍ୟତୀତ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ ଓ ତାଙ୍କ ପରିବାର, ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଓ ତାଙ୍କ ପତ୍ନୀ, […]
କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ
ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]
ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ
ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି […]
ଅଗ୍ନିସୁରକ୍ଷା ପ୍ରମାଣପତ୍ର ନାହିଁ, ଆବେଦନ ବି କରିନି ପ୍ରଶାସନ
ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପଲର ରାଡାର ଷ୍ଟେସନ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର ଷ୍ଟେସନ୍ର ୫ ମହଲା କୋଠା। କାରଣ ଏହି ଷ୍ଟେସନ୍ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରୀ କାଗଜପତ୍ର ନାହିଁ। ଆଶ୍ଚର୍ଯ୍ୟଜନକ ଭାବେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇନାହିଁ। କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପଲର […]
ପାନୀୟ ଜଳ ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ
ରାୟଗଡ଼ା: ବର୍ଷ ବର୍ଷ ଧରି ପାନୀୟ ଜଳ ସମସ୍ୟାରେ ଛଟପଟ ହେଉଥିବା ଅଭିଯୋଗ କରି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଭଟା ପଞ୍ଚାୟତର ଛତ୍ର କଲୋନୀର ଗ୍ରାମବାସୀ ଆଜି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ପାନୀୟ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ତାଲା ଖୋଲାଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଛତ୍ର କଲୋନୀରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେଲା […]
ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର: ଦୈନିକ ନମ୍ବର ୫ ଜାତୀୟ ରାଜପଥର ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ୬.୫ କିଲୋମିଟରରାସ୍ତାରେ ୨୦୨୫ ମସିହାରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି। ଇନ୍ଫୋଭ୍ୟାଲି ଥାନା ଅଧୀନରେ ଆସୁଥିବା ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହା ମରଣଯନ୍ତା ପାଲଟିଛି। ଜିଲ୍ଲାର ଅନ୍ୟ ଥାନା ତୁଳନାରେ […]
ଆଜିର ରାଶିଫଳ
♈ ମେଷ କର୍ମକ୍ଷେତ୍ର: ଆଜି ନୂଆ ଦାୟିତ୍ୱ ମିଳିପାରେ। ଆପଣଙ୍କ ପରିଶ୍ରମକୁ ବରିଷ୍ଠମାନେ ପ୍ରଶଂସା କରିବେ।ଆର୍ଥିକ: ଅଟକିଥିବା ଟଙ୍କା ଫେରିପାଇବାର ସୁଯୋଗ ରହିଛି।ପରିବାର: ଘରେ ଶାନ୍ତି ଓ ସୁଖର ପରିବେଶ ରହିବ।ସ୍ୱାସ୍ଥ୍ୟ: ନିଜ ଖାଦ୍ୟପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ♉ ବୃଷ ବ୍ୟବସାୟ: ପୁରୁଣା ଗ୍ରାହକଙ୍କଠାରୁ ପୁଣି କାମ ମିଳିପାରେ। ନୂଆ ବ୍ୟବସାୟିକ ଯୋଗାଯୋଗ ଲାଭଦାୟକ ହେବ।ଆର୍ଥିକ: ଛୋଟଛୋଟ ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ଉପରେ ନଜର ରଖନ୍ତୁ।ଦାମ୍ପତ୍ୟ: ସାଥୀଙ୍କ ସହ ସୁନ୍ଦର ସମୟ ବିତିବ।ପରାମର୍ଶ: ତରବରିଆ […]
ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଶୋକ
ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ମୃତଦେହଗୁଡ଼ିକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଝରଣାରେ ପ୍ରବଳ ବଢ଼ି ପାଣି ଥିବା ସମୟରେ କାର୍ଟି ଏହାକୁ […]
