Highlight
Popular News
‘ହନି ଟ୍ରାପ୍’ରେ ଫସିଗଲେ ୱିଙ୍ଗ କମାଣ୍ଡର
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି। ଉକ୍ତ କମାଣ୍ଡର ଜଣକ ‘ହନି ଟ୍ରାପ୍’ରେ ପଡ଼ି ଦେଶର ଯୁଦ୍ଧ ଯୋଜନା ଏବଂ ସାମରିକ ଘାଟି ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଅନୁଯାୟୀ, ଏହି ଅଧିକାରୀ ଜଣକ ଭାରତର ଯୁଦ୍ଧ ରଣନୀତି, ବାୟୁସେନା ଘାଟିର କାର୍ଯ୍ୟକ୍ଷମତା ଏବଂ ଡ୍ରୋନ୍ ଯୁଦ୍ଧ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଦେଇଥିଲେ। ଏହା ବଦଳରେ ତାଙ୍କ […]
ଆୟୁଷ୍ମାନ କାର୍ଡଧାରୀଙ୍କୁ ଝଟକା! ଘରୋଇ ହସ୍ପିଟାଲରେ ୧୧୨ଟି ରୋଗର ଚିକିତ୍ସା ବନ୍ଦ
ନୁଆଦିଲ୍ଲୀ: ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଅଧୀନରେ, ଗରିବ ଏବଂ ଅଭାବୀ ପରିବାରଗୁଡ଼ିକ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ମାଗଣା ଚିକିତ୍ସା ସୁବିଧା ପାଇଥାନ୍ତି। ଏହି ଯୋଜନା ଅଧୀନରେ ସରକାରୀ ତଥା ବିଭିନ୍ନ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇପାରିବ। ତେବେ, ‘ନ୍ୟାସନାଲ୍ ହେଲ୍ଥ ଅଥରିଟି’ ବର୍ତ୍ତମାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ କିଛି ଚିକିତ୍ସା ପ୍ୟାକେଜରେ ପରିବର୍ତ୍ତନ ଆଣିବା ପାଇଁ ନିର୍ଦ୍ଦେଶ ଜାରି କରିଛି।ଏହାର ଅଂଶବିଶେଷ ଭାବରେ ୧୧୨ ପ୍ରକାରର ଚିକିତ୍ସା କେବଳ ସରକାରୀ ଡାକ୍ତରଖାନାଗୁଡ଼ିକ […]
ମୋଦୀଙ୍କ ଗସ୍ତ ପାଇଁ ନିୟୋଜିତ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କର୍ଣ୍ଣାଟକ ଗସ୍ତ ସମୟରେ ତାଙ୍କ ଯାତ୍ରା ପାଇଁ ନିୟୋଜିତ ଭାରତୀୟ ବାୟୁସେନା ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଶୁକ୍ରବାର ଅପରାହ୍ଣ ପ୍ରାୟ ୩ଟା ୨୦ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ମହୀଶୂରରେ ପହଞ୍ଚିଥିଲେ। ସେଠାରେ ସେ କୋସ୍ମୋସ୍- ମହୀଶୂର ତାରାମଣ୍ଡଳର ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ମୋଟ୍ ତିନିଟି ହେଲିକପ୍ଟର ମହୀଶୂରର ଜୟଚାମରାଜା ୱାଡିୟାର ହେଲିପ୍ୟାଡରେ ଅବତରଣ କରିଥିଲା। କାର୍ଯ୍ୟକ୍ରମ ଶେଷ ହେବା ପରେ ସମସ୍ତ ହେଲିକପ୍ଟର ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବାବେଳେ ସେଥିମଧ୍ୟରୁ ଗୋଟିଏରେ […]
ଶୀତ ଅଧିବେଶନ ପୂର୍ବରୁ ସ୍ୱତନ୍ତ୍ର ସଂସଦ ଅଧିବେଶନ ପାଇଁ ବିଜେପିର ଉଦ୍ୟମ: ଜାତୀୟ ରାଜନୀତିରେ ଚର୍ଚ୍ଚା
PrajatantraEdit Profile ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ଆଗାମୀ ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଦେଶରେ ଏକ ସ୍ୱତନ୍ତ୍ର ସଂସଦ ଅଧିବେଶନ ଡକାଇବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଛି। ସଂସଦରେ କିଛି ଗୁରୁତ୍ୱପୂର୍ଣ୍ଣ ବିଧାନଗତ କାର୍ଯ୍ୟ ଏବଂ ଜାତୀୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନର ଆବଶ୍ୟକତା ରହିଥିବା ଶାସକ ଦଳ ପକ୍ଷରୁ ମତପ୍ରକାଶ ପାଇଛି। ଏହି ପଦକ୍ଷେପକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ […]
ଠପ୍ ହେଲା ମାଇକ୍ରୋସଫ୍ଟ ସେବା: ବିଶ୍ୱବ୍ୟାପୀ ପ୍ରଭାବିତ ହେଲେ ଲକ୍ଷାଧିକ ଉପଭୋକ୍ତା, ଆଉଟଲୁକ୍ ଓ ଟିମ୍ସ୍ କାମ କରିବା ବନ୍ଦ
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର (Microsoft) ସେବା ହଠାତ୍ ଠପ୍ ହୋଇଯିବାରୁ ସାରା ବିଶ୍ୱରେ ବ୍ୟବହାରକାରୀମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଭାରତ ସମେତ ବିଭିନ୍ନ ଦେଶରେ ଲୋକମାନେ ସେମାନଙ୍କର ଆଉଟଲୁକ୍ (Outlook) ଆକାଉଣ୍ଟ୍ ଆକ୍ସେସ୍ କରିପାରି ନାହାନ୍ତି। ଇମେଲ୍ ପଠାଇବା ଏବଂ ଗ୍ରହଣ କରିବାରେ ବାଧା ସୃଷ୍ଟି ହେବାରୁ ବହୁ ବ୍ୟବହାରକାରୀ ହତାଶ ହୋଇପଡ଼ିଥିଲେ। କେବଳ ଇମେଲ୍ ନୁହେଁ, ବରଂ ମାଇକ୍ରୋସଫ୍ଟ ୩୬୫ (Microsoft 365), ଟିମ୍ସ୍ (Teams) ଏବଂ […]
ଟ୍ରେନ୍ରେ ବନ୍ଦ ହୋଇଯିବ RAC ଟିକେଟ୍!
ଟ୍ରେନ୍ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍ ବ୍ୟବସ୍ଥାରେ ରହିଆସିଥିବା RAC (Reservation Against Cancellation) ନିୟମକୁ ବନ୍ଦ କରିବା କିମ୍ବା ଏଥିରେ ପରିବର୍ତ୍ତନ ଆଣିବା ନେଇ ମନ୍ଥନ ଚାଲିଥିବା ସୂଚନା ମିଳିଛି। ତେବେ ଏନେଇ ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏକ ରିପୋର୍ଟ ଅନୁସାରେ, ଯାତ୍ରୀଙ୍କଠାରୁ ମିଳୁଥିବା ମତାମତକୁ ଆଧାର କରି ରେଳବାଇ ଏହି ପୁରୁଣା ବ୍ୟବସ୍ଥାର […]
ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି
କଟକ (ପ୍ରଜାତନ୍ତ୍ର ରିପୋର୍ଟ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆସନ୍ତା ୧୫ ତାରିଖରେ ଅବସର ଗ୍ରହଣ କରିବାକୁ ଥିବାବେଳେ, ତାଙ୍କ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ […]
କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ, ପୋକ୍ସୋ ଆଇନ ଲାଗୁ
ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଏକ ମାମଲା (ଏଫ୍ଆଇଆର୍) ରୁଜୁ ହୋଇଛି। ପୋଲିସ ଏହି ସମ୍ବେଦନଶୀଳ ମାମଲାରେ ପୋକ୍ସୋ (POCSO) ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ (JJ) ଆଇନର କଠୋର ଧାରା ଲାଗୁ କରିଛି। ହାଟିଆ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଡିଏସ୍ପି) ନୀରଜ କୁମାର ଏଫ୍ଆଇଆର୍ ପଞ୍ଜିକରଣକୁ ନିଶ୍ଚିତ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ନାବାଳିକା ଜଣକ ବିଧାୟକଙ୍କ ଘରେ ରହୁଥିବା […]
ବରଫ ପାହାଡ଼ ଭିତରେ ରହିଛି ବିଶ୍ୱର ସର୍ବବୃହତ ବୀଜ ମହାଭଣ୍ଡାର ‘ଡୁମ୍ସଡେ ଭଲ୍ଟ’
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ଭବିଷ୍ୟତରେ ଯଦି କେବେ ମହାପ୍ରଳୟ, ଭୟଙ୍କର ଯୁଦ୍ଧ, ମରୁଡ଼ି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପୃଥିବୀର ସମସ୍ତ ଫସଲ ନଷ୍ଟ ହୋଇଯାଏ, ତେବେ ମଧ୍ୟ ମାନବ ସଭ୍ୟତା ତିଷ୍ଠି ରହିପାରିବ। ମଣିଷର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉତ୍ତର ମେରୁ ନିକଟବର୍ତ୍ତୀ ନରୱେର ସ୍ୱାଲବାର୍ଡ (Svalbard) ଦ୍ୱୀପପୁଞ୍ଜର ଏକ ବରଫ ପାହାଡ଼ ଭିତରେ ନିର୍ମାଣ କରାଯାଇଛି ବିଶ୍ୱର ସର୍ବବୃହତ ବୀଜ ସଂରକ୍ଷଣାଗାର, ଯାହା ‘ଡୁମ୍ସଡେ ଭଲ୍ଟ’ (Doomsday Vault) ବା ‘ସ୍ୱାଲବାର୍ଡ […]
ସରକାର ମୋ ଫୋନ୍ ଟ୍ୟାପିଂ କରୁଛନ୍ତି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ନିର୍ଦ୍ଦେଶରେ ସରକାର ତାଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ କରୁଥିବା ସେ ବଡ଼ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିସ୍ଫୋରକ ବୟାନ ଏବେ ଜାତୀୟ ରାଜନୀତିରେ ତୀବ୍ର ହଲଚଲ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ବିରୋଧରେ ତାଙ୍କ ପାଖରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗର […]
