1 min read

‘ହନି ଟ୍ରାପ୍’ରେ ଫସିଗଲେ ୱିଙ୍ଗ କମାଣ୍ଡର

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ହୋଇଛି।  ଉକ୍ତ କମାଣ୍ଡର ଜଣକ ‘ହନି ଟ୍ରାପ୍’ରେ ପଡ଼ି ଦେଶର ଯୁଦ୍ଧ ଯୋଜନା ଏବଂ ସାମରିକ ଘାଟି ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୁଲିସର ଚାର୍ଜସିଟ୍ ଅନୁଯାୟୀ, ଏହି ଅଧିକାରୀ ଜଣକ ଭାରତର ଯୁଦ୍ଧ ରଣନୀତି, ବାୟୁସେନା ଘାଟିର କାର୍ଯ୍ୟକ୍ଷମତା ଏବଂ ଡ୍ରୋନ୍ ଯୁଦ୍ଧ ସମ୍ବନ୍ଧୀୟ ସମ୍ବେଦନଶୀଳ ତଥ୍ୟ ଜଣେ ପାକିସ୍ତାନୀ ଗୁପ୍ତଚରଙ୍କୁ ଦେଇଥିଲେ। ଏହା ବଦଳରେ ତାଙ୍କ ପାଖକୁ  ମହିଳାଙ୍କ ନଗ୍ନ ଫଟୋଚିତ୍ର ପଠାଯାଉଥିବା ଅଭିଯୋଗ ହୋଇଛି। ପୁଲିସ ଉକ୍ତ ଅଧିକାରୀଙ୍କ ବିରୋଧରେ ‘ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ’ (ସରକାରୀ ଗୋପନୀୟତା ଆଇନ) ଏବଂ ଅନ୍ୟାନ୍ୟ ଆଇନଗତ ଧାରା ଅଧୀନରେ ମାମଲା ରୁଜୁ କରିଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଅଧୀନସ୍ଥ ‘କାଉଣ୍ଟର-ଇଣ୍ଟେଲିଜେନ୍ସ ୟୁନିଟ୍’ ପଟିଆଲା ହାଉସ୍ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍‌ରେ ଉଲ୍ଲେଖ ଥିବା ଅଭିଯୋଗ ଅନୁଯାୟୀ, ଉକ୍ତ ଅଧିକାରୀ ଏବଂ ତାଙ୍କ ପାକିସ୍ତାନୀ ସମ୍ପର୍କ ବ୍ୟକ୍ତିଙ୍କ ମଧ୍ୟରେ ଯୋଗାଯୋଗ ୨୦୨୬ ଜାନୁଆରିରୁ ୧୨ରୁ ଏପ୍ରିଲ୍ ୧ ମଧ୍ୟରେ ହୋଇଥିବା ଜଣାପଡ଼ିଛି। 

Leave a Reply

Your email address will not be published. Required fields are marked *