1 min read

ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା

ଭୋପାଳ: ମଧ୍ୟପ୍ରଦେଶରେ ଭୂମିକମ୍ପ ଝଟକା । ଶନିବାର ସକାଳ ପ୍ରାୟ ୯ଟା ୧୫ରେ ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ର ଭୂଗର୍ଭରୁ ୧୦ କିଲୋମିଟର ଦୂରରେ ଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । 

Leave a Reply

Your email address will not be published. Required fields are marked *