1 min read

ଜବାହରଲାଲ ନେହେରୁଙ୍କ ୧୩୭ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ୧୩୭ ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାହରଲାଲା ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଜବାହରଲାଲ ନେହରୁଙ୍କ ଜୟନ୍ତୀ ଅବସରରେ ତାଙ୍କ ସମାଧିସ୍ଥଳ ‘ଶାନ୍ତି ବନ’ ଠାରେ ପ୍ରମୁଖ କଂଗ୍ରେସ ନେତା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି  । କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ ନେତା ଅଶୋକ ଗେହଲଟଙ୍କ ସହ ପ୍ରମୁଖ କଂଗ୍ରେସ ନେତା ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି । ପଣ୍ଡିତ ଜବାହର ଲାଲ ନେହରୁ ୧୮୮୯ ମସିହା ନଭେମ୍ବର ୧୪ ତାରିଖରେ ଆହ୍ଲାବାଦଠାରେ ଜନ୍ମଗ୍ରହଣ କରିଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ ଅବସରରେ ନଭେମ୍ବର ୧୪ ତାରିଖକୁ ‘ଶିଶୁ ଦିବସ’ ଭାବରେ ପାଳନ କରାଯାଏ । ୧୯୬୪ ମସିହାରେ ନେହରୁଙ୍କ ଦେହାନ୍ତ ପରେ, ତାଙ୍କ ଜନ୍ମଦିନକୁ ଜାତୀୟ ଶିଶୁ ଦିବସ ଭାବରେ ପାଳନ ହେଉଛି । ପଣ୍ଡିତ ନେହରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ ଏବଂ ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ‘ଚାଚା ନେହରୁ’ ବୋଲି ଡାକନ୍ତି । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଅନକେ ସ୍ବପ୍ନ ଦେଖିଥିଲେ ନେହରୁ । ତେଣୁ ଆଜି ଦିନକୁ ଉତ୍ସବ ଭାବେ ପାଳନ ହେଉଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜିର ଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି । ସବୁଠାରେ ନେହରୁଙ୍କୁ ସ୍ମରଣ କରାଯାଉଛି ।

Leave a Reply

Your email address will not be published. Required fields are marked *