1 min read

ଜର୍ମାନୀ ହେଲା FIH ହକି ବିଶ୍ୱଚାମ୍ପିୟନ; ଫାଇନାଲ୍‌ରେ ସ୍ପେନ୍‌କୁ ୧-୦ରେ ହରାଇଲା

ୱାଭ୍ରେ: ଏଫ୍‌ଆଇଏଚ୍‌ (FIH) ପୁରୁଷ ହକି ବିଶ୍ୱକପ୍‌ରେ ପୁଣିଥରେ ବିଶ୍ୱଚାମ୍ପିୟନ ହୋଇଛି ଜର୍ମାନୀ। ବେଲଜିୟମ୍‌ର ୱାଭ୍ରେଠାରେ ରବିବାର ଅନୁଷ୍ଠିତ ଫାଇନାଲ୍‌ରେ ଜର୍ମାନୀ ୧-୦ ଗୋଲ୍‌ରେ ସ୍ପେନ୍‌କୁ ପରାସ୍ତ କରି ଟାଇଟଲ୍‌ ବଜାୟ ରଖିଛି। ମ୍ୟାଚ୍‌ର ନିର୍ଣ୍ଣାୟକ ମୁହୂର୍ତ୍ତ ୪୪ତମ ମିନିଟ୍‌ରେ ଆସିଥିଲା। ମିଶେଲ୍ ଷ୍ଟ୍ରୁଥଫ୍ ଜର୍ମାନୀ ପାଇଁ ବିଜୟସୂଚକ ଗୋଲ୍‌ ସ୍କୋର କରିଥିଲେ। ଏହା ପରେ ସ୍ପେନ୍‌ ଗୋଲ୍‌ ପରିଶୋଧ ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଜର୍ମାନୀର ଦୃଢ଼ ରକ୍ଷଣଭାଗକୁ ଭେଦ କରିପାରିନଥିଲା। ଏହି ବିଜୟ […]

1 min read

ଓଡ଼ିଶା ସମବାୟ ଇତିହାସରେ ଯୋଡ଼ିହେବ ନୂଆ ଅଧ୍ୟାୟ; ‘ସମ୍ବନ୍ଧ’ ଅଭିଯାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସମବାୟ କ୍ଷେତ୍ରର ସମ୍ପ୍ରସାରଣ ଓ ସୁଦୃଢ଼ୀକରଣ ଲକ୍ଷ୍ୟରେ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ମେଗା ସମବାୟ ସଦସ୍ୟତା ଅଭିଯାନ **‘ସମ୍ବନ୍ଧ’**ର ଶୁଭାରମ୍ଭ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନର ଶୁଭାରମ୍ଭ କରିବେ। ‘ସମ୍ବନ୍ଧ’ ଅଭିଯାନ ମାଧ୍ୟମରେ ସମବାୟ ବିଭାଗ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରୁ ଅତିକମରେ ଜଣେ ସଦସ୍ୟଙ୍କୁ ସମବାୟ ସଂସ୍ଥା ସହ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି। ଏଥିସହ ଡିଜିଟାଲ ମାଧ୍ୟମରେ ସଦସ୍ୟତା ପଞ୍ଜୀକରଣକୁ ସହଜ ଓ ସ୍ୱଚ୍ଛ କରିବା ପାଇଁ ନୂଆ […]

1 min read

ଭାରତ ସହ ଭଲ ସମ୍ପର୍କ ଢାକାର ସର୍ବୋତ୍ତମ ସ୍ୱାର୍ଥ ପାଇଁ : ଶେଖ ହସିନା

ନୂଆଦିଲ୍ଲୀ: ଭାରତ ସହ ଭଲ ସମ୍ପର୍କ ରଖିବା ବାଂଲାଦେଶର ସର୍ବୋତ୍ତମ ସ୍ୱାର୍ଥରେ ବୋଲି ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଛନ୍ତି। ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେଉଥିବା ସମୟରେ ତାଙ୍କର ଏହି ମନ୍ତବ୍ୟ ସାମ୍ନାକୁ ଆସିଛି। ‘ଦି ସଣ୍ଡେ ଗାର୍ଡିଆନ’କୁ ଦେଇଥିବା ଏକ ସାକ୍ଷାତକାରରେ ହସିନା ବାଂଲାଦେଶର ବର୍ତ୍ତମାନର ରାଜନୈତିକ ପରିସ୍ଥିତି ଏବଂ ଭାରତ-ବାଂଲାଦେଶ ସମ୍ପର୍କ ନେଇ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ବାଂଲାଦେଶରେ କେବଳ କ୍ଷମତାର ମୁହଁ ବଦଳିଛି, କିନ୍ତୁ […]

1 min read

ଭାରତରେ ମୁସଲମାନଙ୍କୁ ଚାହୁଁ ନଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତି ନାହିଁ : ଭାଗବତ

ନ୍ୟୁୟର୍କ: ଭାରତର ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯେଉଁମାନେ ଭାବନ୍ତି, ସେମାନେ ହିନ୍ଦୁତ୍ୱର ମୂଳ ଧାରଣାକୁ ବୁଝିନାହାନ୍ତି ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି। ନ୍ୟୁୟର୍କର ମାଡିଶନ୍‌ ସ୍କୋୟାର ଗାର୍ଡେନ୍‌ରେ ଆୟୋଜିତ ‘ଏକ ବିଶ୍ୱ, ଏକ ମାନବତା’ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଭାଗବତ କହିଥିଲେ, ବିଭିନ୍ନ ଧର୍ମ ଏକ ଭଗବାନଙ୍କ ନିକଟକୁ ପହଞ୍ଚିବାର ଭିନ୍ନ ପଥ। ତେଣୁ ଜଣେ ପ୍ରକୃତ ହିନ୍ଦୁ ମୁସଲମାନଙ୍କୁ ବାଦ୍‌ […]

1 min read

‘ଇସଲାମର ଶତ୍ରୁ ମୁସଲମାନଙ୍କ ଭିତରେ ହିଁ ଅଛନ୍ତି’:  ଖାମେନି 

ତେହେରାନ: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ମୁସଲିମ ଦେଶଗୁଡ଼ିକୁ, ବିଶେଷକରି  ଉପସାଗରୀୟ  ରାଷ୍ଟ୍ରଗୁଡ଼ିକୁ, ସେମାନଙ୍କର ପ୍ରକୃତ ଶତ୍ରୁ ବିରୋଧରେ ଏକତ୍ର ହେବାକୁ ଆହ୍ୱାନ ଦେଇଛନ୍ତି। ମୁସଲିମ ରାଷ୍ଟ୍ରମାନଙ୍କ ମଧ୍ୟରେ ବିଭାଜନ କେବଳ ସେମାନଙ୍କ ବିରୋଧୀଙ୍କ ସ୍ୱାର୍ଥ ପୂରଣ କରୁଛି ବୋଲି ସେ କହିଛନ୍ତି।ଇସଲାମିକ୍ ୟୁନିଟି ସପ୍ତାହରେ ତାଙ୍କ ଟେଲିଗ୍ରାମ ଆକାଉଣ୍ଟରେ ପ୍ରକାଶିତ ଏକ ଲିଖିତ ବାର୍ତ୍ତାରେ, ମୋଜତାବା ମୁସଲିମ ଦେଶଗୁଡ଼ିକୁ ସହଯୋଗ ଏବଂ ପାରସ୍ପରିକ ପ୍ରତିରକ୍ଷାକୁ ସୁଦୃଢ଼ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଉପସାଗରୀୟ ଅଞ୍ଚଳର ଦେଶଗୁଡ଼ିକ ନିଜନିଜକୁ ବିଭାଜନ କରିବା ପରିବର୍ତ୍ତେ ସାଧାରଣ ବିପଦକୁ ଚିହ୍ନିବା ଉଚିତ୍। ମୋଜତାବାଙ୍କ ଏହି ଆବେଦନ ଉପସାଗର ପାଇଁ ଏକ ସମ୍ବେଦନଶୀଳ ସମୟରେ ଆସିଛି , ଯେତେବେଳେ ଏହି ଅଞ୍ଚଳ ଇରାନ ଏବଂ ଆମେରିକା ମଧ୍ୟରେ ଏକ କ୍ରମଶଃ ଅସ୍ଥିର ସୁରକ୍ଷା ପରିବେଶରେ ଫସି ରହିଛି। ତାଙ୍କର ବାର୍ତ୍ତା ଏପରି ସମୟରେ ଆସିଛି ଯେତେବେଳେ କିଛି ଉପସାଗରୀୟ ରାଷ୍ଟ୍ର ସେମାନଙ୍କର ସୁରକ୍ଷା ଏବଂ ଆର୍ଥିକ ମହତ୍ତ୍ୱାକାଂକ୍ଷା ପାଇଁ ଆମେରିକା-ଇରାନ ସଂଘର୍ଷର ପରିଣାମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ମୋଜତାବା ଉପସାଗରୀୟ ଆରବ ରାଷ୍ଟ୍ରଗୁଡ଼ିକର ଶାସକମାନଙ୍କୁ ସମ୍ବୋଧିତ କରି ପ୍ରଶ୍ନ କରିଛନ୍ତି ଯେ, ଯଦି ଏହି ଅଞ୍ଚଳର ସରକାର ଏବଂ ଲୋକମାନେ ଏକତ୍ରିତ ହୋଇଥାନ୍ତେ, ତେବେ ସେମାନଙ୍କର ଅଞ୍ଚଳ ଏବଂ ସ୍ୱାର୍ଥ ବିପଦରେ ପଡ଼ିଥାନ୍ତା କି? ଇସଲାମିକ ଦେଶଗୁଡ଼ିକର ଶାସକମାନଙ୍କୁ, ବିଶେଷକରି ପଶ୍ଚିମ ଏସିଆ ଏବଂ ଉପସାଗରୀୟ ଦେଶଗୁଡ଼ିକୁ ମୋର ସୁପାରିଶ ହେଉଛି ଯେ, ଆପଣଙ୍କର ପ୍ରକୃତ ଶତ୍ରୁକୁ ଚିହ୍ନନ୍ତୁ। ଶତ୍ରୁର ଯୋଜନାକୁ ବୁଝନ୍ତୁ ଏବଂ ମୁକାବିଲା କରନ୍ତୁ। ସେ ଗାଜାର ପରିସ୍ଥିତିକୁ ନେଇ ପ୍ରଶ୍ନ କରିଛନ୍ତି ଯେ, ଯଦି ମୁସଲମାନମାନେ ଏକଜୁଟ ହୋଇ ରହିଥାନ୍ତେ ତେବେ ପାଲେଷ୍ଟାଇନୀମାନେ ଏତେ ଅସହାୟ ହୋଇଥାନ୍ତେ କି? ସେ ବିଭିନ୍ନ କ୍ଷେତ୍ରରେ ଅଧିକ ସହଯୋଗ ଏବଂ ମୁସଲମାନ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦୃଢ଼ ସାମୂହିକ ପ୍ରତିରକ୍ଷା ପାଇଁ ଆହ୍ୱାନ କରିଛନ୍ତି। ଆମେରିକାର ପୂର୍ବତନ ବୈଦେଶିକ ବିଭାଗ ଆଲୋଚନାକାରୀ ଆରନ୍ ଡେଭିଡ୍ ମିଲର୍ ଆମେରିକା-ଇରାନ ବିବାଦରେ ଉପସାଗରୀୟ ରାଷ୍ଟ୍ରଗୁଡ଼ିକୁ ସବୁଠାରୁ ବଡ଼ କ୍ଷତିଗ୍ରସ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମିଲର କହିଛନ୍ତି ଯେ, ଯୁଦ୍ଧ କେବଳ ପଶ୍ଚିମ ଏସିଆକୁ ଅସ୍ଥିର କରିନାହିଁ ବରଂ ପର୍ଯ୍ୟଟନ, ଆର୍ଥିକ ଏବଂ ସଂସ୍କୃତିର ଏକ ବିଶ୍ୱ କେନ୍ଦ୍ର ଭାବରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଉପସାଗରର ଦୀର୍ଘକାଳୀନ ଯୋଜନାକୁ ମଧ୍ୟ ବିପଦରେ ପକାଇଛି। ସାଉଦି ଆରବ, ୟୁଏଇ, ଓମାନ ଏବଂ କାତାର ଭଳି ଦେଶମାନେ ଅର୍ଥନୈତିକ ବିବିଧତା ଏବଂ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ପ୍ରଚୁର ନିବେଶ କରିଛନ୍ତି।

1 min read

ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ତାସକେଣ୍ଟ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଓଲି ଦାରାଜାଲି ଦୁସ୍ତଲିକ’ ପ୍ରଦାନ କରାଯାଇଛି। ଉଜବେକିସ୍ତାନ ରାଷ୍ଟ୍ରପତି ଶାଭକାତ ମିର୍ଜିୟୋୟେଭ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଭାରତ-ଉଜବେକିସ୍ତାନ ମଧ୍ୟରେ ରଣନୈତିକ ସମ୍ପର୍କ ଓ ଦ୍ୱିପାକ୍ଷିକ ବନ୍ଧୁତାକୁ ମଜବୁତ କରିବାରେ ମୋଦୀଙ୍କ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଛି। ସମ୍ମାନ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦୁଇ ଦେଶର ଦୀର୍ଘଦିନର ବନ୍ଧୁତା ଏବଂ ଭାରତର ୧୪୦ କୋଟି ଲୋକଙ୍କୁ […]

1 min read

ଯୁଦ୍ଧକ୍ଷେତ୍ରରେ ଭାରତର ଶକ୍ତି ବଢ଼ାଇବ ଜାଭେଲିନ୍ ମିସାଇଲ୍‌! ଆମେରିକାଠାରୁ କିଣିବାକୁ ଯୋଜନା

ନୂଆଦିଲ୍ଲୀ: ଯୁଦ୍ଧକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିସାରିଥିବା ଆମେରିକାର ଜାଭେଲିନ୍ ଆଣ୍ଟି-ଟ୍ୟାଙ୍କ ମିସାଇଲ୍ ସିଷ୍ଟମ୍ କିଣିବାକୁ ଭାରତ ଯୋଜନା କରୁଥିବା ଜଣାପଡ଼ିଛି। ଶୁକ୍ରବାର ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ସର୍ଜିଓ ଗୋର୍ ଏନେଇ ସୂଚନା ଦେଇଛନ୍ତି। ଏହି ଅସ୍ତ୍ର ସାମିଲ ହେଲେ ଶତ୍ରୁପକ୍ଷର ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମରିକ ଯାନକୁ ମୁକାବିଲା କରିବାରେ ଭାରତୀୟ ସେନାର କ୍ଷମତା ଆହୁରି ବଢ଼ିପାରେ। ପ୍ରସ୍ତାବିତ କ୍ରୟ ଭାରତର ଅସ୍ତ୍ରଭଣ୍ଡାରରେ ଏକ ଆଧୁନିକ ଓ ନିଖୁଣ ଟାର୍ଗେଟ୍ କରିପାରୁଥିବା ଆଣ୍ଟି-ଆର୍ମର ଅସ୍ତ୍ରକୁ […]

1 min read

ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

କାଠମାଣ୍ଡୁ: ନେପାଳରେ ଆକସ୍ମିକ ବନ୍ୟାରେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଯିବା ସହ ହଜାର ହଜାର ଲୋକ ନିଖୋଜ ଥିବା ବେଳେ, ପ୍ରଥମ ଦେଶ ଭାବେ ଭାରତ ସାହାଯ୍ୟର ହାତ ବଢ଼ାଇ ନିଜର ”ନେବରହୁଡ୍ ଫାଷ୍ଟ” (ପଡ଼ୋଶୀ ପ୍ରଥମ) ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। ଭାରତୀୟ ବାୟୁସେନାର ୪ଟି ସ୍ୱତନ୍ତ୍ର ସାମରିକ ବିମାନ ଯୋଗେ ବର୍ତ୍ତମାନ ସୁଦ୍ଧା ୬୮.୫ ଟନ୍ ଜରୁରୀକାଳୀନ ରିଲିଫ ସାମଗ୍ରୀ କାଠମାଣ୍ଡୁ ପଠାଯାଇଛି। ଏଥିରେ ଅସ୍ଥାୟୀ ତମ୍ବୁ, କମ୍ବଳ, ଔଷଧ, ପାନୀୟ ଜଳ ବିଶୋଧନ ବଟିକା, ଜେନେରେଟର, ଖାଦ୍ୟ ସାମଗ୍ରୀ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଟନେଲ୍ ରେସକ୍ୟୁ ଟିମ୍, ମେଡିକାଲ ଟିମ୍ ଓ ଡିଏନଏ ପରୀକ୍ଷା ପାଇଁ ଫୋରେନ୍ସିକ୍ ବିଶେଷଜ୍ଞ ସାମିଲ ଅଛନ୍ତି। ଏହାସହିତ ଯାତାୟାତ ସ୍ୱାଭାବିକ କରିବାକୁ ୨୩୦ ଫୁଟର ମଡ୍ୟୁଲାର ଷ୍ଟିଲ୍ ବ୍ରିଜ୍ ନିର୍ମାଣ ସାମଗ୍ରୀ ଧରି ୧୬ଟି ଭାରତୀୟ ଟ୍ରକ୍ ନେପାଳରେ ପହଞ୍ଚିସାରିଛି। ଅନ୍ୟପଟେ ନେପାଳର ଏହି ମହାବିପତ୍ତି ସମୟରେ ବିଶ୍ୱର ବିଭିନ୍ନ ଦେଶ ଓ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ମଧ୍ୟ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି। ଚୀନ୍ ପକ୍ଷରୁ ୫୦ ଟନ୍ ରିଲିଫ ସାମଗ୍ରୀ ସହ ୫ ଜଣିଆ ଟନେଲ୍ ବିଶେଷଜ୍ଞ ଦଳ ପଠାଯାଇଛି। ସେହିପରି ୟୁଏଇ ୧୦ ମିଲିୟନ୍ ଡଲାର, ବ୍ରିଟେନ ୫ ମିଲିୟନ୍ ପାଉଣ୍ଡ, ଅଷ୍ଟ୍ରେଲିଆ ୫ ମିଲିୟନ୍ ଡଲାର, କାନାଡ଼ା ୫ ମିଲିୟନ୍ କାନାଡ଼ିଆନ୍ ଡଲାର, ଆମେରିକା ୩.୬ ମିଲିୟନ୍ ଡଲାରରୁ ଊର୍ଦ୍ଧ୍ୱ, ଦକ୍ଷିଣ କୋରିଆ ୧ ମିଲିୟନ୍ ଡଲାର ଏବଂ ଶ୍ରୀଲଙ୍କା ୧ ମିଲିୟନ୍ ଡଲାରର ଆର୍ଥିକ ଓ ଜରୁରୀକାଳୀନ ସହାୟତାଘୋଷଣା କରିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନିଜ ସୁରକ୍ଷା ବାହିନୀ ଦ୍ୱାରା ସମ୍ଭବ ଦର୍ଶାଇ ଚୀନ୍, ବ୍ରିଟେନ ଓ ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ସେବାକୁ ନେପାଳ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନେପାଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରେ ୫ ଶହ କୋଟିରୁ ଊର୍ଦ୍ଧ୍ୱ ନେପାଳୀ ଟଙ୍କା ଜମା ହୋଇସାରି

1 min read

ବୃହତ୍‌ ଶିଳ୍ପ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା: ଜମି ଅଧିଗ୍ରହଣଠାରୁ ଭିତ୍ତିଭୂମି ବିକାଶ ଯାଏଁ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱ

ଭୁବନେଶ୍ୱର: ଓଡ଼ିଶାରେ ବୃହତ୍‌ ଶିଳ୍ପ ନିବେଶ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ରହୁଥିବା ବିଭିନ୍ନ ସମସ୍ୟାର ସମାଧାନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ନାଲକୋ ଏବଂ ଆଦାନୀ ଗ୍ରୁପ୍‌ ପକ୍ଷରୁ ଓଡ଼ିଶାରେ ଚାଲୁଥିବା ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜମି ଅଧିଗ୍ରହଣ ଓ ହସ୍ତାନ୍ତର, ପୁନର୍ବାସ ଓ ଥଇଥାନ, ଜନଶୁଣାଣି, ଗ୍ରାମସଭା ଏବଂ ପ୍ରକଳ୍ପ ସହ […]

1 min read

ନେପାଳ ବନ୍ୟାର କରୁଣ ପରିଣତି: ମହାରାଜଗଞ୍ଜରେ ନାରାୟଣୀ ନଦୀରୁ ୪ ମୃତଦେହ ଉଦ୍ଧାର

ଗୋପାଳଗଞ୍ଜ: ନେପାଳରେ ହୋଇଥିବା ଭୟଙ୍କର ବନ୍ୟାର ପ୍ରଭାବ ଏବେ ବିହାରରେ ଅନୁଭୂତ ହେଉଛି। ନାରାୟଣୀ ନଦୀର ବନ୍ୟାଜଳ ସହ ଭାସି ଆସିଥିବା ମୃତଦେହ ମହାରାଜଗଞ୍ଜରେ ପହଞ୍ଚିଛି। ଏପର୍ଯ୍ୟନ୍ତ ନଦୀରୁ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ, ସେଥିରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ନାରାୟଣୀ ନଦୀର ପ୍ରବଳ ସ୍ରୋତରେ କେବଳ ପାଣି ନୁହେଁ, କାଠ, ଘରକରଣା ସାମଗ୍ରୀ, ସିଲିଣ୍ଡର ସମେତ ବିଭିନ୍ନ ଜିନିଷ ମଧ୍ୟ ଭାସି ଭାରତ ପଟେ ପହଞ୍ଚୁଛି। ଏହି ସମୟରେ ଉଦ୍ଧାରକାରୀ ଦଳ […]