ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ
1 min read

ନେପାଳ ବନ୍ୟା: ପ୍ରଥମ ଦେଶ ଭାବେ ୬୮ ଟନ୍ ରିଲିଫ ସାମଗ୍ରୀ ପଠାଇଲା ଭାରତ

କାଠମାଣ୍ଡୁ: ନେପାଳରେ ଆକସ୍ମିକ ବନ୍ୟାରେ ୭୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନଯିବା ସହ ହଜାର ହଜାର ଲୋକ ନିଖୋଜ ଥିବା ବେଳେ, ପ୍ରଥମ ଦେଶ ଭାବେ ଭାରତ ସାହାଯ୍ୟର ହାତ ବଢ଼ାଇ ନିଜର ”ନେବରହୁଡ୍ ଫାଷ୍ଟ” (ପଡ଼ୋଶୀ ପ୍ରଥମ) ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। ଭାରତୀୟ ବାୟୁସେନାର ୪ଟି ସ୍ୱତନ୍ତ୍ର ସାମରିକ ବିମାନ ଯୋଗେ ବର୍ତ୍ତମାନ ସୁଦ୍ଧା ୬୮.୫ ଟନ୍ ଜରୁରୀକାଳୀନ ରିଲିଫ ସାମଗ୍ରୀ କାଠମାଣ୍ଡୁ ପଠାଯାଇଛି। ଏଥିରେ ଅସ୍ଥାୟୀ ତମ୍ବୁ, କମ୍ବଳ, ଔଷଧ, ପାନୀୟ ଜଳ ବିଶୋଧନ ବଟିକା, ଜେନେରେଟର, ଖାଦ୍ୟ ସାମଗ୍ରୀ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେନାର ଟନେଲ୍ ରେସକ୍ୟୁ ଟିମ୍, ମେଡିକାଲ ଟିମ୍ ଓ ଡିଏନଏ ପରୀକ୍ଷା ପାଇଁ ଫୋରେନ୍ସିକ୍ ବିଶେଷଜ୍ଞ ସାମିଲ ଅଛନ୍ତି। ଏହାସହିତ ଯାତାୟାତ ସ୍ୱାଭାବିକ କରିବାକୁ ୨୩୦ ଫୁଟର ମଡ୍ୟୁଲାର ଷ୍ଟିଲ୍ ବ୍ରିଜ୍ ନିର୍ମାଣ ସାମଗ୍ରୀ ଧରି ୧୬ଟି ଭାରତୀୟ ଟ୍ରକ୍ ନେପାଳରେ ପହଞ୍ଚିସାରିଛି।

ଅନ୍ୟପଟେ ନେପାଳର ଏହି ମହାବିପତ୍ତି ସମୟରେ ବିଶ୍ୱର ବିଭିନ୍ନ ଦେଶ ଓ ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ମଧ୍ୟ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି। ଚୀନ୍ ପକ୍ଷରୁ ୫୦ ଟନ୍ ରିଲିଫ ସାମଗ୍ରୀ ସହ ୫ ଜଣିଆ ଟନେଲ୍ ବିଶେଷଜ୍ଞ ଦଳ ପଠାଯାଇଛି। ସେହିପରି ୟୁଏଇ ୧୦ ମିଲିୟନ୍ ଡଲାର, ବ୍ରିଟେନ ୫ ମିଲିୟନ୍ ପାଉଣ୍ଡ, ଅଷ୍ଟ୍ରେଲିଆ ୫ ମିଲିୟନ୍ ଡଲାର, କାନାଡ଼ା ୫ ମିଲିୟନ୍ କାନାଡ଼ିଆନ୍ ଡଲାର, ଆମେରିକା ୩.୬ ମିଲିୟନ୍ ଡଲାରରୁ ଊର୍ଦ୍ଧ୍ୱ, ଦକ୍ଷିଣ କୋରିଆ ୧ ମିଲିୟନ୍ ଡଲାର ଏବଂ ଶ୍ରୀଲଙ୍କା ୧ ମିଲିୟନ୍ ଡଲାରର ଆର୍ଥିକ ଓ ଜରୁରୀକାଳୀନ ସହାୟତାଘୋଷଣା କରିଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନିଜ ସୁରକ୍ଷା ବାହିନୀ ଦ୍ୱାରା ସମ୍ଭବ ଦର୍ଶାଇ ଚୀନ୍, ବ୍ରିଟେନ ଓ ଦକ୍ଷିଣ କୋରିଆର ଉଦ୍ଧାରକାରୀ ଦଳ ସେବାକୁ ନେପାଳ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ନେପାଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରେ ୫ ଶହ କୋଟିରୁ ଊର୍ଦ୍ଧ୍ୱ ନେପାଳୀ ଟଙ୍କା ଜମା ହୋଇସାରି

Leave a Reply

Your email address will not be published. Required fields are marked *