Popular News
୨୦୨୬ କମନ୍ୱେଲ୍ଥ ଗେମ୍ସ୍ ସମାପ୍ତ; ୨୦୩୦ରେ ଅହମ୍ମଦାବାଦରେ ହେବ ପରବର୍ତ୍ତୀ ମହାକୁମ୍ଭ
ୱାଶିଂଟନ୍/ଗ୍ଲାସଗୋ: ଆନନ୍ଦ ଓ ଉତ୍ସାହର ମଧ୍ୟରେ ୨୦୨୬ କମନ୍ୱେଲ୍ଥ ଗେମ୍ସ୍ ର ଉଦ୍ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରୀଡ଼ା ମହାକୁମ୍ଭରେ ଭାରତ ସମୁଦାୟ ୩୯ଟି ପଦକ (୧୩ଟି ସ୍ୱର୍ଣ୍ଣ, ୧୭ଟି ରୌପ୍ୟ ଏବଂ ୯ଟି କାଂସ୍ୟ) ଜିତି ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହି କାର୍ଯ୍ୟ ସମାପ୍ତ କରିଛି। ଉଦ୍ଯାପନୀ ଦିବସରେ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୌଣସି ନୂତନ ପଦକ ଜିତିବାରେ ସଫଳ ହୋଇନଥିଲେ। ଉଦ୍ଯାପନୀ ଦିବସର ମୁଖ୍ୟ ଆକର୍ଷଣ: ଭାରତକୁ […]
ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]
ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର କଲେ ଉଦ୍ଘାଟନ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗଷ୍ଟ ୩ ତାରିଖ ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଓଡ଼ିଶାରେ ରହିବେ। ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ସେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ସେଠାରେ ତାଙ୍କୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୁଲତୋଡ଼ା ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହାପରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ […]
ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ
ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]
ରାଜ୍ୟରେ ସକ୍ରିୟ ମୌସୁମୀ ପୁଣି ଆରମ୍ଭ ହେଲା ବର୍ଷା; ଆସନ୍ତା ୪ ଦିନ ଯାଏଁ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କତା ଜାରି
ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଉଠିଛି ମୌସୁମୀ ବାୟୁ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ନେଇ ବିଶେଷ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ଏହି ପ୍ରବାହ ଜାରି ରହିବ। ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହାର ପ୍ରଭାବ […]
ଚାର୍ଜ ଥିବା ମୋବାଇଲ ବ୍ଲାଷ୍ଟ ହୋଇ ଘର ଜଳିଗଲା; ଅଳ୍ପକେ ବର୍ତିଲେ ପରିବାର ସମସ୍ତ ସଦସ୍ୟ
ଭବାନୀପାଟଣା /ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁପାଟି ଗ୍ରାମପଞ୍ଚୟତର କନ୍ଧ ବ୍ରାହ୍ମଣୀଗୁଡ଼ା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ଏହି ଗ୍ରାମର ବିକ୍ରମ ଜାନୀ (୩୫)ଙ୍କ ଘରେ ରାତି ୧୨ ଘଣ୍ଟା ସମୟରେ ମୋବାଇଲ କୁ ଚାର୍ଜ ରେ ଲଗାଇ ପରିବାରର ସମସ୍ତେ ସୋଇଥିବା ବେଳେ ପ୍ରାୟ ରାତ୍ର ୩ ଘଣ୍ଟା ସମୟରେ ଉକ୍ତ ମୋବାଇଲ ବ୍ଲାଷ୍ଟ ହୋଇଯାଇଥିଲା l ଏବଂ ଘରର ଏକ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା । କିଛି […]
ବିହାର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଐତିହାସିକ ବିଜୟ
ବିହାର ରାଜନୀତିରେ ଏକ ଅଭୂତପୂର୍ବ ଓ ଐତିହାସିକ ଆଲୋଡ଼ନ ସୃଷ୍ଟି ହୋଇଛି। କ୍ଷମତାସୀନ ବିଜେପି-ଜେଡିୟୁ (NDA) ମେଣ୍ଟର ସବୁଠାରୁ ମଜବୁତ ଗଡ଼ ବୋଲାଉଥିବା ଆସନରେ ପ୍ରଶାନ୍ତ କିଶୋରଙ୍କ ନବଗଠିତ ଦଳ ‘ଜନ ସୁରାଜ’ ଏକ ଆଶ୍ଚର୍ଯ୍ୟଜନକ ଓ ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ଦିନରୁ ବିଜେପିର ଏକଚାଟିଆ ଦବ୍ଦବା ରହିଥିବା ଏହି ବେଲ୍ଟରେ ପ୍ରଶାନ୍ତ କିଶୋରଙ୍କ ଦଳର ପ୍ରାର୍ଥୀ ବିଜୟୀ ହେବା ପରେ ଏବେ ସାରା ଦେଶର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି—ଏହା କ’ଣ […]
ଲଡ଼ୁବାବା ଓ ଦୁତିକେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼
ନୟାଗଡ: ବ୍ଲକଅନ୍ତର୍ଗତ ଶରଣକୁଳର ପ୍ରମୁଖ ଶୈବପୀଠ ଲଡୁବାବା ଓ ଓଡ଼ଗାଁ ନିକଟ ଜାମୁପାଟଣା ସ୍ଥିତ ବାବା ଦୁତିକେଶ୍ୱରଙ୍କ ମନ୍ଦିରରେ ସୋମବାର କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।କାଉଡ଼ିଆମାନେ ମାନସିକପୂର୍ଣ୍ଣ ପାଇଁ କଣ୍ଟିଲୋ ମହାନଦୀରୁ ପାଣିଉଠାଇ ଖାଲି ପାଦରେ ଚାଲିଚାଲି ଆସି ଶରଣକୁଳରେ ପହଞ୍ଚିଛନ୍ତି। କାଉଡ଼ିଆମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ପଡ଼ିଆରେ ପାଣିଭାର ରଖିବାର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଖୋଲିବା ପରେ ପ୍ରଥମେ ମହିଳାମାନଙ୍କୁ ପାଣି ଢାଳିବାର ସୁଯୋଗ ଦିଆଯିବା ସହିତ ପରେ ପୁରୁଷ […]
କୁତ୍ରିମ ଜଙ୍ଗଲ ଓ ସରୀସୃପ ମାନଙ୍କ ଆଡା ସ୍ଥଳ ପାଲଟିଛି ଆଇ ଲଭ୍ ୟୁ ବାଙ୍କୀ
ବାଙ୍କୀ: ବାଙ୍କୀ ଡମପଡା ବ୍ଲକ କୁସପଙ୍ଗି ପଞ୍ଚାୟତ ସ୍ଥିତ ଜାତମୁଣ୍ଡିଆ ଗୋଲେଇ ଛକ ଠାରେ ସୌନ୍ଦଯ୍ୟ କରଣ ପାଇଁ ଲକ୍ଷାଧିକ ସରକାରୀ ଟଙ୍କା ଖର୍ଚ୍ଚ କରି ଆଇ ଲଭ୍ ୟୁ ବାଙ୍କୀ ର ଏକ ସୁନ୍ଦର ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ସେଠାରେ ବିଭିନ୍ନ ପ୍ରକାର ଫୁଲ ଗଛ ସହିତ ରଙ୍ଗ ବେରଙ୍ଗ ଲାଇଟ୍ ଲଗାଯାଇ ଆଲୋକି କରଣ କରାଯାଇଥିଲା । ଫଳରେ ଯାତାୟାତ କରୁଥିବା ବାଟୋଇ ମାନେ ସେଠାରେ ଅଟକି ଅତି ସୁନ୍ଦର ପ୍ରକଳ୍ପ ର […]
କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ କାଉଡ଼ିଆଙ୍କ ଗମନାଗମନ ଉପରେ କଟକଣା ଜାରି
ଯାଜପୁର (ପିପିଏସ ): ଲଗାଣ ବର୍ଷା ଓ ବନ୍ୟା ଜଳ ଯୋଗୁଁ କୟାଁଗୋଲା-ଆରଡ଼ି ରାସ୍ତା ଜଳମଗ୍ନ ହୋଇପଡ଼ିଛି। ଆସନ୍ତା ଶ୍ରାବଣ ସୋମବାର ଅବସରରେ ବୋଲବମ୍ ଶ୍ରଦ୍ଧାଳୁ (କାଉଡ଼ିଆ) ଏବଂ ସାଧାରଣ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଗମନାଗମନ ଉପରେ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରାଯାଇଛି। ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କରଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ କୟାଁଗୋଲାଠାରେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ବ୍ୟାରିକେଡ୍ ସ୍ଥାପନ କରାଯାଇଛି। ରାସ୍ତା ଉପରେ […]
