1 min read

ଆଡ଼ପ ମଣ୍ଡପରେ ବିଜେ କଲେ ମହାପ୍ରଭୁ; ଶ୍ରୀଗୁଣ୍ଡିଚା ମନ୍ଦିରରେ ସାତ ଦିନ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାର ଅନ୍ୟତମ ପବିତ୍ର ନୀତି ‘ଆଡ଼ପ ମଣ୍ଡପ ବିଜେ’ ସଫଳତାର ସହ ଶେଷ ହୋଇଛି। ପାରମ୍ପରିକ ପହଣ୍ଡି ବିଜେ ନୀତିରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ରଥରୁ ଓହ୍ଲାଇ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ବେଦ ମନ୍ତ୍ର, ଘଣ୍ଟ-ଘଣ୍ଟା, ହରିବୋଲ ଧ୍ୱନି ଏବଂ ଭକ୍ତଙ୍କ ଜୟଜଗନ୍ନାଥ ଧ୍ୱନି ମଧ୍ୟରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର […]

1 min read

ଅବସର ନେବେ କି ରୋହିତ ଶର୍ମା ?

ନୂଆଦିଲ୍ଲୀ, ଜୁଲାଇ ୧୮: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅବସରକୁ ନେଇ ସୋସିଆଲ ମିଡିଆ ଏବଂ କିଛି ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଥିବାବେଳେ, ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ, ଲର୍ଡସରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ରୋହିତଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ ହେବ ବୋଲି କୌଣସି ଆଧିକାରିକ ଆଲୋଚନା କିମ୍ବା ନିଷ୍ପତ୍ତି ହୋଇନାହିଁ। ତେବେ ଅବସର ସମ୍ପର୍କିତ […]

1 min read

ବିଶ୍ୱ ଜନସଂଖ୍ୟା ପକ୍ଷ-୨୦୨୬

ସୁସ୍ଥ ମା’ ଓ ସୁରକ୍ଷିତ ଶିଶୁ ପାଇଁ ବ୍ରହ୍ମପୁରରେ ଆଇଇସି ସଚେତନତା ରଥ ଶୁଭାରମ୍ଭ ବ୍ରହ୍ମପୁର(ପିପିଏସ୍): ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ସୁରକ୍ଷା, ଅନିଚ୍ଛିତ ଗର୍ଭଧାରଣର ପ୍ରତିରୋଧ, ଗର୍ଭଧାରଣ ମଧ୍ୟରେ ସୁସ୍ଥ ସମୟ ଓ ବ୍ୟବଧାନ ସମ୍ପର୍କରେ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୧ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ […]

1 min read

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ “ଆଣ୍ଡି ବର୍ନହାମ”!

ଲଣ୍ଡନ, ଜୁଲାଇ ୧୮(ପିପିଏସ୍): ବ୍ରିଟେନର ଶାସନ ବ୍ୟବସ୍ଥାରେ ଖୁବ୍ ଶୀଘ୍ର ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଲେବର ପାର୍ଟିର ନୂଆ ନେତା ଭାବେ ଆଣ୍ଡି ବର୍ନହାମଙ୍କୁ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିବାରୁ ସେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ ହୋଇଛି। ସୂଚନାନୁସାରେ, କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ରାଜା ଚାର୍ଲସ ତୃତୀୟଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ଦାଖଲ କରିବେ। ଇସ୍ତଫା ଗ୍ରହଣ […]

1 min read

ତୁଳସୀ କ୍ଷେତ୍ରରେ ଶ୍ରୀଗୁଣ୍ଡିଚାଯାତ୍ରା ସେବାୟତଙ୍କ ଭାର ହେଲା ବାଧକଦଶହାତ ଗଡିଲା ବ୍ରହ୍ମ ତାଳଧ୍ୱଜ

କେନ୍ଦ୍ରାପଡ଼ା,୧୬ା୭: ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମରେ ଫାଟି ପଡୁଥିଲା ତୁଳସୀକ୍ଷେତ୍ର ରଥଦାଣ୍ଡ । ବ୍ରହ୍ମ ତାଳଧ୍ୱଜ ରଥକୁ ଛୁଇଁବା ପାଇଁ ଭକ୍ତମାନଙ୍କ ମଧ୍ୟରେ ବେଶ ଆବେଗ ବଢି ଯାଇଥିଲା । ରଥାରୂଢ ଠାକୁରମାନଙ୍କୁ ଦର୍ଶନ କରିବା ପାଇଁ ରଥଦାଣ୍ଡ ପ୍ରସ୍ତୁତ ଥିଲା । ରଥାରୂଢ ଶ୍ରୀଜୀଉମାନଙ୍କୁ ଦେଖିବାକୁ ବ୍ୟାକୁଳ ହୋଇ ଉଠିଥିଲେ ଭକ୍ତମାନେ । ରଥ ଟାଣିବାର ଅପୂର୍ବ ଅନୁଭୂତିକୁ କେହି ହାତଛଡା କରିବାକୁ ଚାହୁଁନଥିଲେ । ବ୍ରହ୍ମ ତାଳଧ୍ୱଜ ରଥ ଉପରେ ମହାପ୍ରଭୁ ବଳଭଦ୍ର, […]

1 min read

କାକଟପୁର-ଅସ୍ତରଙ୍ଗରେ ଖୁଲମଖୁଲା ରାଜ୍: ଅବକାରୀ ନିୟମକୁ ବୁଢା ଆଙ୍ଗୁଳି ଦେଖାଉଛନ୍ତି ମଦ ବ୍ୟବସାୟୀ !

ଅସ୍ତରଙ୍ଗ, ୧୬|୦୭:  ସରକାରୀ ନିୟମ କେବଳ ଫାଇଲରେ। ବାସ୍ତବରେ ଚାଲିଛି ମଦ ବ୍ୟବସାୟୀ ଙ୍କ ରାଜ୍।ପୁରୀ ଜିଲ୍ଲା ନିମାପଡା ଅବକାରୀ କାର୍ଯ୍ୟାଳୟ ଅଧୀନରେ ଥିବା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନଗୁଡିକ ଏବେ ଆଇନକୁ ଖୋଲା ଚ୍ୟାଲେଞ୍ଜ ଦେଇ ବ୍ୟବସାୟ କରୁଛନ୍ତି। ଫଳରେ ଗ୍ରାହକଙ୍କୁ ଲୁଟୁଛନ୍ତି ଆଉ ସରକାରୀ ଖଜଣା ଖାଲି ହେଉଛି।  ଅବକାରୀ ଆଇନ ଅନୁଯାୟୀ କୌଣସି ଦୋକାନୀ ଏମ୍ ଆର ପି ଠାରୁ ଅଧିକ ଟଙ୍କା […]

1 min read

ଔଷଧ ଦରରେ ମନମାନି ଶେଷ; ଏଣିକି ପ୍ରତି ଦୋକାନରେ ଲାଗିବ ଦର ତାଲିକା

ଭୁବନେଶ୍ୱର,15 July(PPS): ରାଜ୍ୟରେ ଔଷଧ ବିକ୍ରି ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ପ୍ରତ୍ୟେକ ଔଷଧ ଦୋକାନ ସମ୍ମୁଖରେ ଔଷଧର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ। କେନ୍ଦ୍ର ସରକାର ୩୯ଟି ଜରୁରୀ ଔଷଧର ଦର ନିର୍ଦ୍ଧାରଣ କରିବା ପରେ ରାଜ୍ୟ ସରକାର ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛନ୍ତି। ଏହା ଫଳରେ ଔଷଧ ଦୋକାନୀମାନେ ଆଉ ଇଚ୍ଛାମତେ ଦର ନେଇପାରିବେ ନାହିଁ […]

1 min read

ଲଘୁଚାପ ପ୍ରଭାବ:୨୦ ଜିଲ୍ଲାକୁ ସତର୍କତା, ୩ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୧୫ ଜୁଲାଇ (ଉଦୟନାଥ): ଉତ୍ତର ବଙ୍ଗୋପସାଗର ଓ ଦକ୍ଷିଣ ବାଂଲାଦେଶ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ତିନି ଦିନ ଧରି ଉତ୍ତର ଓଡ଼ିଶା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, […]

1 min read

ବର୍ଷା ଦିନେ ଜରୁରୀ ସ୍ୱାସ୍ଥ୍ୟ ଖବର

କଟକ, ୧୪ⵏ୭(ପିପିଏସ): ବର୍ଷା ଦିନେ ନିଜର ଦୈନନ୍ଦିନ ଜୀବନଶୈଳୀରେ କିଛି ଛୋଟ ପରିବର୍ତ୍ତନ ଆଣି ଆପଣ ନିଜକୁ ଏବଂ ନିଜ ପରିବାରକୁ ରୋଗମୁକ୍ତ ରଖିପାରିବେ: ବର୍ଷା ଋତୁ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ଦେଇଥାଏ ସତ, କିନ୍ତୁ ଏହା ସହିତ ଅନେକ ପ୍ରକାରର ସଂକ୍ରମଣ ଏବଂ ରୋଗ ମଧ୍ୟ ନେଇ ଆସିଥାଏ। ଏହି ଦିନରେ ବାୟୁମଣ୍ଡଳରେ ଆଦ୍ରତା (humidity) ଅଧିକ ରହିବା ଯୋଗୁଁ ଜୀବାଣୁ ଓ ଭୂତାଣୁ ଶୀଘ୍ର ବଂଶବୃଦ୍ଧି କରନ୍ତି। ତେଣୁ ସାମାନ୍ୟ ଅସାବଧାନତା ଆପଣଙ୍କୁ ଅସୁସ୍ଥ […]

1 min read

ବର୍ଷା ଦିନେ କାଢ଼ା ଏକ ଅବ୍ୟର୍ଥ ଘରୋଇ ଉପଚାର

କଟକ, ୧୪ⵏ୭(ପିପିଏସ): ବର୍ଷା ଦିନେ ସର୍ଦ୍ଦି, କାଶ ଏବଂ ଗଳା ଦରଜ ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମ ପାରମ୍ପରିକ ଆୟୁର୍ବେଦିକ କାଢ଼ା ଏକ ଅବ୍ୟର୍ଥ ଘରୋଇ ଉପଚାର। ଏହା ଶରୀରକୁ ଭିତରୁ ଗରମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏଠାରେ ସହଜରେ ତିଆରି ହୋଇପାରୁଥିବା ଏକ ପ୍ରାକୃତିକ କାଢ଼ାର ସଠିକ୍ ପ୍ରସ୍ତୁତି ପ୍ରଣାଳୀ ଦିଆଗଲା: ଆବଶ୍ୟକୀୟ ଉପାଦାନ (୨ ଜଣଙ୍କ ପାଇଁ) ପ୍ରସ୍ତୁତି ପ୍ରଣାଳୀ 1.ପାଣି ଏବଂ ମସଲା ଗରମ କରିବା:୫ […]