କଟକ ଜିଲ୍ଲାସ୍ତରୀୟ ୧୨୭ତମ ଉତ୍କଳ କେଶରୀ ହରେକୃଷ୍ଣମହତାବ ଜୟନ୍ତୀ ପାଳିତ
କଟକ : କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,କଟକ ଉନ୍ନୟନ କର୍ତ୍ତୃପକ୍ଷ ଏବଂ କଟକ ମହାନଗର ନିଗମଙ୍କ ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ୧୨୭ତମ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ ଜୟନ୍ତୀ ଆଜି ପ୍ରେସଛକସ୍ଥିତ ମହତାବଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଡ଼ଃ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ କରି ଅତିଥିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ପରେ ଏକ ଜୟନ୍ତୀ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତୀ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ,ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଡଃ ହରେକୃଷ୍ଣ ମହତାବ ଏକାଧାରାରେ ଜଣେ ଜନନାୟକ, ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ, ନୀତି ନିର୍ଦ୍ଧାରକ ,ରାଜନୀତିଜ୍ଞ ତଥା ଦୂରଦର୍ଶୀ ରାଷ୍ଟ୍ରନୀତିଜ୍ଞ ଥିଲେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ନିର୍ମାଣ ଓ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ତାଙ୍କର ତ୍ୟାଗ, ସଂଘର୍ଷ ଓ ଜନସେବାର ଆଦର୍ଶ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହୋଇ ରହିବ ବୋଲି ସେ କହିଥିଲେ । ଡଃ ମହତାବ ଥିଲେ ଓଡିଆ ଜାତିର ସ୍ୱାଭିମାନ । ଆନ୍ଦୋଳନ ସମୟରେ ଅନ୍ୟାୟ ଓ ଶୋଷଣ ବିରୋଧରେ ତାଙ୍କର ସଂଗ୍ରାମ ଏବଂ ଜନସାଧାରଣଙ୍କ ଅଧିକାର ପାଇଁ ତାଙ୍କର ନିରନ୍ତର ପ୍ରୟାସ ତାଙ୍କୁ ଜଣେ ଅଦମ୍ୟ ସଂଗ୍ରାମୀ ଭାବେ ପରିଚିତ କରାଇଥିଲା । ଯେପର୍ଯ୍ୟନ୍ତ ଓଡ଼ିଆ ଜାତିର ରକ୍ତ ଆମ ଶରୀରରେ ପ୍ରବାହିତ ହେଉଥିବ, ସେପର୍ଯ୍ୟନ୍ତ ଆମେ ମହତାବଙ୍କ ବଳିଦାନକୁ କେବେ ଭୁଲିପାରିବା ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ସମ୍ମାନିତ ଅତିଥିଭାବେ କଟକ ଲୋକସଭା ସାଂସଦ ଡଃ ଭର୍ତ୍ତୃହରି ମହତାବ ଯୋଗ ଦେଇ ଡ଼ଃ ହରେକୃଷ୍ଣ ମହତାବଙ୍କ ବିଚାରଧାରା,ନବ ଓଡ଼ିଶା ଗଠନ ଓ ରାଜନୀତି ଜୀବନ ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଜୀବନର ବହୁବିଧ ସମାଜ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟିକା,ଇଂ ସୋଫିଆ ଫିରଦୋସ୍ ,କଟକ-ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ମାହାଙ୍ଗା ବିଧାୟକ,ଶ୍ରୀ ଶାରଦା ପ୍ରସାଦ ପ୍ରଧାନ, କୋରେଇ ବିଧାୟକ , ଶ୍ରୀ ଆକାଶ ଦାସନାୟକ, କଟକ ମହାନଗର ନିଗମ ମେୟର,ଶ୍ରୀ ସୁବାସ ଚନ୍ଦ୍ର ସିଂହ, ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ସଦସ୍ୟ,ଶ୍ରୀ ନୟନ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଲୋକପ୍ରତିନଧି ହିସାବରେ ଡ଼ଃ ମହତାବଙ୍କ ଅନୁଶୀଳନ,ବିଚାରଧାରା ଓ କାର୍ଯ୍ୟଶୈଳୀ ଧାରାରେ ଅନୁପ୍ରାଣିତ ହୋଇ ସାମାଜିକ କାର୍ଯ୍ୟକ୍ରମଗୁଡିକୁ ହାତକୁ ନେବା ଆବଶ୍ୟକ ଓ ପ୍ରତ୍ୟକ୍ଷ ଭାବେ ଆଚରଣ ଓ ଉଚ୍ଚାରଣରେ ସତ୍ୟନିଷ୍ଠ ହୋଇ କାର୍ଯ୍ୟ କରିବା ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ପୂର୍ବତନ ବିଧାୟକ ତଥା ମହତାବ ଜୟନ୍ତୀ କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀ ପ୍ରଭାତ ତ୍ରିପାଠୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମାନନୀୟା ଆୟୁକ୍ତ, କଟକ ମହାନଗର ନିଗମ ତଥା ମାନନୀୟା ଉପାଧ୍ୟକ୍ଷା, କଟକ ଉନ୍ନୟନ କତ୍ତୃପକ୍ଷ, ସୁଶ୍ରୀ କିରନଦୀପ କୌର ସହୋତା ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲାସ୍ତରୀୟ ଏହି କାର୍ଯକ୍ରମରେ ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ବ୍ୟକ୍ତିବିଶେଷ ଯୋଗଦେଇ ଶ୍ରଦ୍ଧାଞ୍ଜଳି ପୂର୍ବକ ଡଃ ମହତାବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଥିଲେ। ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ
ସ୍ୱାଗତିକା ବେହେରା ସ୍ଵାଗତ ପୂର୍ବକ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ । ଆଜିର ଏହି
କାର୍ଯ୍ୟକ୍ରମରେ ମହତାବ ଜୟନ୍ତୀ କମିଟିର ସଦସ୍ୟବୃନ୍ଦ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଖାନନଗର
ହାଇସ୍କୁଲର ଶିକ୍ଷକ ଶିୟୟିତ୍ରୀ, ଛାତ୍ରଛାତ୍ରୀ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।


