1 min read

ଗମ୍ଭାରୀପଦରରେ ସପ୍ତାହେ ହେଲା ପଡ଼ି ରହିଛନ୍ତି ଅଜଣା ବୃଦ୍ଧ, ଉଦ୍ଧାର ପାଇଁ ଜିଲ୍ଲା ପରିଷଦ ସଦସ୍ୟଙ୍କ ଦାବି

ବୌଦ୍ଧ, ୨୪/୭: ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ବୌଦ୍ଧ ବ୍ଲକ ଅନ୍ତର୍ଗତ ଗମ୍ଭାରୀପଦର ଛକରେ ଥିବା ଯାତ୍ରୀ ବିଶ୍ରମାଗାରରେ ଗତ ରଥଯାତ୍ରା ଦିନ ଠାରୁ ଜଣେ ଅଜଣା ବ୍ଯକ୍ତି ଆଶ୍ରୟ ନେଉଥିବା ବେଳେ ତାଙ୍କୁ ଉଦ୍ଧାର ପାଇଁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ବିଶ୍ୱଜିତ ମିଶ୍ର l ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରର ଅଳିଆ ଆବର୍ଜନା, ସନ୍ତସନ୍ତିଆ ଓ ଆସ୍ଵାସ୍ଥ୍ୟକର ପରିବେଶରେ ରହୁଥିବାରୁ ମଶା କାମୁଡି ରୋଗ ହେବାର ଆଶଙ୍କା ରହିଛି । ଆଖପାଖ ଲୋକେ […]

1 min read

ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ବୌଦ୍ଧ, ୨୪/୭: ଶୁକ୍ରବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ସାପ କାମୁଡ଼ାରେ ମୃତ ଯୁବକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରା ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଗ୍ରାମର ରମାକାନ୍ତ ଦୀପଙ୍କ ପୁଅ ରାଧାକାନ୍ତ ଗୁରୁବାର  ରାତିରେ ନିଜ ଘରେ ଶୋଇଥିବା ବେଳେ ପ୍ରାୟ ରାତି ୩ଟା ସମୟରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ହରଭଙ୍ଗା […]

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ: ପେପର ଲିକ୍ ମାଫିଆଙ୍କ ବିରୁଦ୍ଧରେ ଆସିବ କଠୋର ଆଇନ

ନୂଆଦିଲ୍ଲୀ, ୨୪/୦୭: ଦେଶର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା ନିଟ୍ (NEET) ଏବଂ ଅନ୍ୟାନ୍ୟ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ (Paper Leak) ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିବାଦ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଷୟରେ ଏକ ଅତ୍ୟନ୍ତ କଠୋର ଏବଂ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅସାଧୁ ଚକ୍ର ଏବଂ ମାଫିଆମାନଙ୍କୁ ଦମନ କରିବା ପାଇଁ ସରକାର ଶୂନ୍ୟ ସହନଶୀଳତା […]

1 min read

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ଉପରେ ବର୍ଷିଲେ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ, ୨୩/୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ। ଓଡ଼ିଶାର ଅନ୍ୟ ୧୧ ଜଣ ଲୋକସଭା ସାଂସଦଙ୍କ ସହ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ମହତାବ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ “କକ୍ରୋଚ୍ ଜନତା ପାର୍ଟି” ସହ ହାତ ମିଳାଇ ନିଜର ସ୍ତର ବହୁତ ଳକୁ ଖସାଇ ଦେଇଛନ୍ତି। ଗତ […]

1 min read

ରାଜା ରଘୁବଂଶୀ ହତ୍ୟା ମାମଲା: ସୋନମ୍‌ଙ୍କ ଜାମିନ ଖାରଜ କଲେ ସୁପ୍ରିମକୋର୍ଟ, ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩/୭: ମେଘାଳୟର ବହୁଚର୍ଚ୍ଚିତ ‘ରାଜା ରଘୁବଂଶୀ ହତ୍ୟା ମାମଲା’ର ମୁଖ୍ୟ ଅଭିଯୁକ୍ତ ସୋନମ୍‌ଙ୍କୁ ପୁଣିଥରେ ଜେଲ୍ ଯିବାକୁ ପଡ଼ିବ। ସୁପ୍ରିମ୍ କୋର୍ଟ ତାଙ୍କ ଜାମିନ୍ ଖାରଜ କରିବା ସହ ୩ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସୋନମ୍ ଜାମିନ୍ ପାଇବାର ହକ୍‌ଦାର ନୁହଁନ୍ତି ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। 🏛️ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ 🔪 କ’ଣ ଥିଲା ପୂରା ଘଟଣା? […]

1 min read

ଅସ୍ତରଙ୍ଗରେ ମଦ ମାଫିଆଙ୍କ ରାଜ୍: ଥାନା ସାମ୍ନାରେ ଚୋରା ଚାଲାଣ, ପୋଲିସ ଓ ଅବକାରୀ ବିଭାଗ ନିଷ୍କ୍ରିୟ

ଅସ୍ତରଙ୍ଗ: ୨୩/୦୭: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଏବେ ମଦ ମାଫିଆଙ୍କ ପ୍ରାଦୁର୍ଭାବରେ କବଳିତ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅସ୍ତରଙ୍ଗ ମୁଖ୍ୟ ବଜାର ଆଜି ନିଶା କାରବାରର ଏକ ବଡ଼ ଆଡ୍ଡା ସ୍ଥଳୀରେ ପରିଣତ ହୋଇଛି, ଯାହା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିପନ୍ନ କରୁଛି। ସରକାରୀ ନିୟମକୁ ଖୁଲମଖୁଲ୍ଲା ଉଲ୍ଲଂଘନ ବଜାରର ମୁଖ୍ୟ ପ୍ରବେଶ ପଥରେ ସରକାରୀ ସ୍ୱୀକୃତି ପ୍ରାପ୍ତ ବିଦେଶୀ ମଦ ଦୋକାନ (ତ୍ରିଭୁଜ ଆକୃତି) ଅବସ୍ଥିତ। ଏପରିକି, ସାପ୍ତାହିକ ହାଟ ଭିତରେ […]

1 min read

ସବୁ ଶୁଭ କାର୍ଯ୍ୟ ପୂର୍ବରୁ କାହିଁକି କରାଯାଏ କଳସ ସ୍ଥାପନ ?

ସନାତନ ପରମ୍ପରାରେ ଯେକୌଣସି ପୂଜାର୍ଚ୍ଚନା, ଗୃହ ପ୍ରବେଶ, ବିବାହ କିମ୍ବା ମାଙ୍ଗଳିକ କାର୍ଯ୍ୟର ଶୁଭାରମ୍ଭ କଳସ ସ୍ଥାପନାରୁ ହିଁ ହୋଇଥାଏ । ନବରାତ୍ରି, ଦୀପାବଳି କିମ୍ବା ସତ୍ୟନାରାୟଣ ପୂଜା—ସବୁଠି ପୂଜା ମଣ୍ଡପରେ ସର୍ବପ୍ରଥମେ କଳସ ସ୍ଥାପନ କରାଯାଏ । କଳସକୁ ପବିତ୍ରତା, ସୁଖ-ସମୃଦ୍ଧି, ଶୁଭଫଳ ଏବଂ ସକାରାତ୍ମକ ଶକ୍ତିର ପ୍ରତୀକ ଭାବେ ଗ୍ରହଣ କରାଯାଏ । ତେବେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ କଳସ ସ୍ଥାପନର ଆବଶ୍ୟକତା କାହିଁକି ରହିଛି, ଆସନ୍ତୁ ଜାଣିବା । ୧. କଳସରେ ତ୍ରିଦେବଙ୍କ […]

1 min read

ଫିଫା ବିଶ୍ୱକପ ହିରୋଙ୍କ ଭାରତ ଲିଙ୍କ୍

ନୂଆଦିଲ୍ଲୀ,୨୩/୭: ଫେରାନ୍ ଟୋରେସ୍ ଫିଫା ବିଶ୍ୱକପ୍‌ର ଇତିହାସରେ ସବୁ ଦିନ ପାଇଁ ନିଜ ନାଁକୁ ଲିପିବଦ୍ଧ କରିଦେଇଛନ୍ତି।ଫାଇନାଲ ମ୍ୟାଚ୍‌ର ୧୦୬ତମ ମିନିଟ୍‌ରେ ତାଙ୍କର ଶକ୍ତିଶାଳୀ ଶଟ୍ ସ୍ପେନ୍‌କୁ ଦ୍ୱିତୀୟଥର ପାଇଁ ବିଶ୍ୱଚାମ୍ପିୟନ କରାଇ ଦେଇଛି। ଏହି ବିଜୟୀ ଗୋଲ୍ ପାଇଁ ବିଶ୍ୱ ତାଙ୍କୁ ସବୁବେଳେ ମନେ ରଖିବ।  ୨୬ ବର୍ଷୀୟ ଏହି ଫରୱାର୍ଡ କ୍ଲବ୍ ଫୁଟବଲ୍‌ରେ ଏଫ୍‌ସି ବାର୍ସେଲୋନା ପାଇଁ ଖେଳନ୍ତି। ଏବେ ତାଙ୍କ ଟ୍ରଫି କ୍ୟାବିନେଟ୍‌ରେ ଦୁଇଟି ସର୍ବବୃହତ୍ ଅନ୍ତର୍ଜାତୀୟ ଟ୍ରଫି ରହିଛି। କିନ୍ତୁ ଅନେକ ଜାଣି ନଥିବେ ଯେ ସ୍ପେନ୍‌ର ଫିଫା ବିଶ୍ୱକପ୍ ୨୦୨୬ର ହିରୋ ଫେରାନ୍ ଟୋରେସ୍‌ଙ୍କର ଭାରତ ସହ ବିଶେଷ ସମ୍ପର୍କ ରହିଛି। ବିଶ୍ୱକପ୍ ଫାଇନାଲ୍‌ରେ ତାଙ୍କ ଗୌରବମୟ ବିଜୟୀ ଗୋଲ୍‌ର ପ୍ରାୟ ୯ ବର୍ଷ ପୂର୍ବରୁ ୧୭ ବର୍ଷ ବୟସର ଜଣେ ଯୁବ ଖେଳାଳି ଭାବେ ଫେରାନ୍ ଟୋରେସ୍ ଭାରତ ଆସିଥିଲେ। ଏଠାରେ ସେ ସ୍ପେନ୍‌କୁ ଫିଫା ଅଣ୍ଡର ୧୭ ବିଶ୍ୱକପ୍ ୨୦୧୭ରେ ରୌପ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।  ସେତେବେଳେ ଭାଲେନ୍ସିଆର ଏକାଡେମୀର ଖେଳାଳି ଥିଲେ ଫେରାନ। ଟିମରେ ପ୍ରାୟତଃ ରାଇଟ୍-ୱିଙ୍ଗର୍ ଭାବେ ଖେଳୁଥିବା ଫେରାନ୍ ଫାଇନାଲ୍ ପର୍ଯ୍ୟନ୍ତ ସ୍ପେନ୍‌ର ଯାତ୍ରାରେ ୨ଟି ଗୋଲ୍ ଓ ୨ଟି ଆସିଷ୍ଟ୍ କରିଥିଲେ। ଫାଇନାଲ୍‌ରେ ଇଂଲଣ୍ଡ ବିପକ୍ଷରେ ସ୍ପେନ୍‌ର ୨-୫ ପରାଜୟ ମ୍ୟାଚ୍‌ରେ ମଧ୍ୟ ସେ ଷ୍ଟାର୍ଟିଂ ଏକାଦଶରେ ରହିଥିଲେ। ରବିବାର ଫାଇନାଲରେ ଐତିହାସିକ ଗୋଲ୍ ମାରିବାର ଅନେକ ବର୍ଷ ପୂର୍ବରୁ ଫେରାନ୍‌ଙ୍କ ଅସାଧାରଣ ପ୍ରତିଭାର ପ୍ରଥମ ଝଲକ ଭାରତର କୋଚି ସ୍ଥିତ ଜବାହରଲାଲ ନେହରୁ ଷ୍ଟାଡିୟମ୍ ଓ କୋଲକାତାର ବିବେକାନନ୍ଦ ଯୁବଭାରତୀ କ୍ରୀଡ଼ାଙ୍ଗନରେ ଦେଖିବାକୁ ମିଳିଥିଲା। ସ୍ପେନ୍‌ର ୨୦୨୬ ବିଶ୍ୱକପ୍ ବିଜେତା ଦଳରେ ଆଉ ଜଣେ ଏମିତି ଖେଳାଳି ଅଛନ୍ତି, ଯିଏ ଭାରତୀୟ ମାଟିରେ ମଧ୍ୟ ନିଜ ପ୍ରତିଭାର ପ୍ରଥମ ଛାପ ଛାଡ଼ିଥିଲେ। ଫେରାନ୍‌ଙ୍କ ବାର୍ସେଲୋନା ସାଥୀ ଓ ସେଣ୍ଟର୍-ବ୍ୟାକ୍ ଏରିକ୍ ଗାର୍ସିଆ ମଧ୍ୟ ସେହି ସ୍ପେନ୍ ଅଣ୍ଡର ୧୭ ଟିମର ସଦସ୍ୟ ଥିଲେ, ଯିଏ ଭାରତ ଗସ୍ତ କରିଥିଲା। ଆର୍ଜେଣ୍ଟିନା ବିପକ୍ଷରେ ଫିଫା ବିଶ୍ୱକପ୍ ୨୦୨୬ ଫାଇନାଲ୍‌ରେ ଏରିକ୍ ମାତ୍ର ୨୧ ମିନିଟ୍ ପାଇଁ ପଡ଼ିଆରେ ନଜର ଆସିଥିଲେ।  ବିଶ୍ୱକପ୍ ଫାଇନାଲ୍‌ରେ ଫେରାନ୍ ସଠିକ୍ ସମୟରେ ସଠିକ୍ ସ୍ଥାନରେ ଥିଲେ। ନିକୋ ୱିଲିୟମ୍ସଙ୍କ ହେଡର୍ ପୋଷ୍ଟରେ ବାଜି ଫେରିଆସିବା ମାତ୍ରେ ଟୋରେସ୍ ବିଜୁଳି ବେଗରେ ପ୍ରତିକ୍ରିୟା ଦେଖାଇ ୧୦୬ତମ ମିନିଟ୍‌ରେ ବଲ୍‌କୁ ନେଟ୍‌ ଭିତରକୁ ମାରିଦେଇଥିଲେ। ଏଥିପାଇଁ ତାଙ୍କୁ ଫାଇନାଲରେ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି। ସେହିପରି ସ୍ପେନ୍ ପାଇଁ ବିଶ୍ୱକପ୍ ବିଜୟୀ ଗୋଲ୍ କରିଥିବା ଖେଳାଳି ଆନ୍ଦ୍ରେସ୍ ଇନିଏସ୍ତାଙ୍କ ସହ ନିଜକୁ ସମକକ୍ଷ କରିପାରିଛନ୍ତି।  ବିପୁଳ ସଂଖ୍ୟାର ଦର୍ଶକ ସାମ୍ନାରେ ପ୍ରଦର୍ଶନ କରିବା ଫେରାନ୍‌ଙ୍କ ପାଇଁ ନୂଆ କଥା ନୁହେଁ। କ୍ୟାମ୍ପ ନୌରେ ସେ ପ୍ରତି ସପ୍ତାହରେ ପ୍ରାୟ ୧ ଲକ୍ଷ ଦର୍ଶକଙ୍କ ସାମ୍ନାରେ ଖେଳନ୍ତି। ଏବେ ସେ ବିଶ୍ୱକପ୍ ଫାଇନାଲ୍‌ରେ ୮୦ ହଜାରରୁ ଅଧିକ ଦର୍ଶକଙ୍କ ସାମ୍ନାରେ ସ୍ମରଣୀୟ ବିଜୟୀ ଗୋଲ୍ କରିଛନ୍ତି। କିନ୍ତୁ ଖଚାଖଚ ଭିଡ଼ ଷ୍ଟାଡିୟମ୍‌ରେ ଖେଳିବାର ପ୍ରଥମ ଅନୁଭବ ଫେରାନ ୨୦୧୭ରେ ଭାରତର କୋଚି ଓ କୋଲକାତାରେ ପାଇଥିଲେ। ସେ ନିଜ କ୍ୟାରିୟରର ପ୍ରଥମ ବଡ଼ ସମ୍ମାନ ଭାରତରେ ହିଁ ଜିତିଥିଲେ।

1 min read

ଇଂଲଣ୍ଡ ଗସ୍ତ ନିରାଶାଜନକ ଭାବେ ଶେଷ ହୋଇଛି; ଫିଟ୍ ନଥାଇ ବି ଖେଳୁଛନ୍ତି ଖେଳାଳି!

ନୂଆଦିଲ୍ଲୀ,୨୩/୭: ଭାରତୀୟ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଖେଳାଳିମାନଙ୍କ ବାରମ୍ବାର ଆଘାତ ସମସ୍ୟାକୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷ କରି ଖେଳାଳିଙ୍କ ହାମ୍‌ଷ୍ଟ୍ରିଙ୍ଗ୍ ସମସ୍ୟା ଦଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁସାରେ, ବେଙ୍ଗାଲୁରୁସ୍ଥିତ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’ (CoE), ଟିମ୍ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ମଧ୍ୟରେ ସଠିକ୍ ଯୋଗାଯୋଗ ହୋଇପାରୁ ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଖେଳାଳିମାନେ ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ପଡ଼ିଆକୁ ଓହ୍ଲାଉଛନ୍ତି। CoE ରେ ‘ନିତିନ ପଟେଲ’ ପଦ ଛାଡ଼ିବା ପରଠାରୁ ମୁଖ୍ୟ ମେଡିକାଲ ଅଫିସର ପଦବୀ ଖାଲି ପଡ଼ିଛି ଏବଂ ୨୦୨୩ର ଏସଓପି (SOP) ରେ କୌଣସି ଅପଡେଟ୍ ହୋଇନାହିଁ। ଚଳିତ ବର୍ଷ ଫେବ୍ରୁଆରୀ ଟି-୨୦ ବିଶ୍ୱକପ୍ ସମୟରେ ୱାଶିଂଟନ୍ ସୁନ୍ଦର ସମ୍ପୂର୍ଣ୍ଣ ଫିଟ୍ ନଥାଇ ମଧ୍ୟ ଦଳରେ ସାମିଲ ହୋଇଥିଲେ। ମ୍ୟାଚ୍ ଖେଳିବା ପାଇଁ ତାଙ୍କୁ ଅତି କମ୍‌ରେ ୧୦ ଦିନ ସମୟ ଦରକାର ଥିବା ବେଳେ ମ୍ୟାନେଜମେଣ୍ଟ ଜୋରଜବରଦସ୍ତ ତାଙ୍କୁ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଆଣ୍ଠୁ ଆଘାତ ପରେ ହର୍ଷିତ ରାଣା ନିଜର ପୂର୍ବ ଓଜନ ହାସଲ କରିନଥିଲେ ମଧ୍ୟ ଟିମ୍ ମ୍ୟାନେଜମେଣ୍ଟର ଜିଦ୍ ଯୋଗୁଁ CoE ତାଙ୍କୁ ଖେଳିବାକୁ କ୍ଲିୟରାନ୍ସ ଦେଇଥିଲା। ସେହିପରି ବୋଲିଂ ସ୍ପିଡ୍ ବୃଦ୍ଧି କରିବା ପାଇଁ ଇଂଲିଶ କୋଚ୍ ଷ୍ଟେଫାନ୍ ଜୋନ୍ସଙ୍କ ସହ କାମ କରୁଛନ୍ତି ନୀତିଶ। ମାତ୍ର ବଡ଼ ଟୁର୍ନାମେଣ୍ଟ ପୂର୍ବରୁ ହଠାତ୍ ଅଧିକ ସ୍ପିଡ୍ ପାଇଁ ବୋଲିଂ କରିବା ତାଙ୍କ ଉପରେ ଚାପ ପକାଉଛି।  ତେବେ ଗତବର୍ଷ କର୍ମଚାରୀଙ୍କ ପରିବର୍ତ୍ତନ ପରେ ସିନିୟର ଖେଳାଳିମାନେ ନୂଆ ନିୟମ ସହ ଅଭ୍ୟସ୍ତ ହୋଇପାରୁ ନାହାଁନ୍ତି। ଆଜିକାଲି ସବୁ ଫର୍ମାଟ୍ ଖେଳୁଥିବା ଖେଳାଳିଙ୍କ ସଂଖ୍ୟା କମ୍। ଯେଉଁ ଖେଳାଳିମାନେ CoE ରେ ରିହାବିଲିଟେସନ୍ କରୁନାହାଁନ୍ତି, ବୋର୍ଡର ମେଡିକାଲ ଟିମ୍ ସେମାନଙ୍କ ସହ କୌଣସି ଯୋଗାଯୋଗ ରଖୁନାହିଁ।  ଫଳରେ ଜାତୀୟ ଦଳରୁ ବାହାରେ ଥିବା ସମୟରେ ଖେଳାଳିମାନେ ନିଜର ଫିଟନେସ୍‌କୁ ନେଇ ଚିନ୍ତାରେ ରହୁଛନ୍ତି। ବୋର୍ଡର ମେଡିକାଲ ଟିମ୍ ଏବଂ ଟିମ୍ ମ୍ୟାନେଜମେଣ୍ଟ ମଧ୍ୟରେ ଏହି ଯୋଗାଯୋଗର ଅଭାବ ଏବେ ଭାରତୀୟ କ୍ରିକେଟ୍ ଦଳ ପାଇଁ ବଡ଼ ସଙ୍କଟ ।

1 min read

ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ୍ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ

ବୌଦ୍ଧ, ୨୩/୭: ବୁଧବାର ଦିନ ୨ ଘଣ୍ଟା ସମୟରେ ହରଭଙ୍ଗା ତହସିଲ କାର୍ଯ୍ୟାଳୟକୁ ଜମି ରେଜିଷ୍ଟ୍ରେସନ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ କିଛି ମାସ ହେଲା ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲଦାରଙ୍କୁ ଉପ ନିବନ୍ଧକ ଭାବେ ଦାୟିତ୍ବ ହସ୍ତାନ୍ତର କରା ଯାଇଛି | ତେଣୁ ସପ୍ତାହକୁ ଦୁଇ ଦିନ ୨୨ ଗୋଟି ଲେଖାଏଁ ଜମି ଜମା କ୍ରୟ ବିକ୍ରୟ ପଂଜିକରଣ କରା ଯାଉଛି l ବିକ୍ରେତା ମାନେ […]