1 min read

ମହାକାଶରେ ଚୀନ୍‌ର ‘ଦିତିଙ୍ଗ’, ଶୁଣିବ ପୃଥିବୀର ରେଡିଓ ସିଗନାଲ

ବେଜିଂ: ମହାକାଶରେ ନିଜର ‘କାନ’ ନିୟୋଜିତ କରିଛି ଚୀନ୍। ଜିଉକ୍ୱାନ୍ ସାଟେଲାଇଟ୍ ଲଞ୍ଚ୍ ସେଣ୍ଟରରୁ ଲିଜିଆନ୍-୧ ୱାଇ-୧୮ ରକେଟ୍ ଜରିଆରେ ମୋଟ ୯ଟି ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଏଥିରେ ‘ଦିତିଙ୍ଗ-୦୧’ର ତିନୋଟି ଉପଗ୍ରହ ରହିଛି। ଉପଗ୍ରହଗୁଡ଼ିକ ସଫଳତାର ସହ ନିର୍ଦ୍ଧାରିତ କକ୍ଷପଥରେ ପ୍ରବେଶ କରିଛନ୍ତି। ଚୀନ୍‌ର ପୌରାଣିକ କାହାଣୀର ଏକ ରହସ୍ୟମୟ ପ୍ରାଣୀ ‘ଦିତିଙ୍ଗ’ ନାମରେ ଏହି ଉପଗ୍ରହଗୁଡ଼ିକର ନାମକରଣ କରାଯାଇଛି। ପୌରାଣିକ ବର୍ଣ୍ଣନା ଅନୁସାରେ, ଦିତିଙ୍ଗ କେବଳ ଶବ୍ଦ ଶୁଣି ବସ୍ତୁ ଚିହ୍ନଟ କରିପାରୁଥିଲା। ସେହି […]

1 min read

ବଙ୍ଗୋପସାଗରରେ ଅବପାତ, ‘ଅର୍ଣ୍ଣବ’ ନେଇ ଚର୍ଚ୍ଚା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ଆହୁରି ଘନୀଭୂତ ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁସାରେ, ଏହି ଅବପାତ ଆଗାମୀ ସମୟରେ ଗଭୀର ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ସେପ୍ଟେମ୍ବର ୨୨ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ରହିଥିବା ବେଳେ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। IMDର ପୂର୍ବାନୁମାନ ଅନୁସାରେ, ଏହି ପାଣିପାଗ ପ୍ରଣାଳୀ ସେପ୍ଟେମ୍ବର […]

1 min read

ଏଣିକି LPG ସିଲିଣ୍ଡର ପାଇଁ e-KYC ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଘରୋଇ ରନ୍ଧନ ଗ୍ୟାସ୍‌ (LPG) ସିଲିଣ୍ଡର ଯୋଗାଣ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅକ୍ଟୋବର ୧ରୁ ସବସିଡି ବା ରିଆତି ମୂଲ୍ୟରେ ଘରୋଇ LPG ସିଲିଣ୍ଡର ପାଇବା ପାଇଁ ବାୟୋମେଟ୍ରିକ୍ ଆଧାର ପ୍ରମାଣୀକରଣ କିମ୍ବା e-KYC ବାଧ୍ୟତାମୂଳକ ହେବ। ନୂଆ ନିୟମ ଅନୁଯାୟୀ, ଯେଉଁ ଗ୍ରାହକ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି କିମ୍ବା ଏହା କରିବାକୁ ଇଚ୍ଛୁକ ନୁହନ୍ତି, ସେମାନଙ୍କୁ ଆଉ ୧୪.୨ କିଲୋଗ୍ରାମର ସବସିଡିଯୁକ୍ତ ସିଲିଣ୍ଡର ମିଳିବ ନାହିଁ। ଏଭଳି ଗ୍ରାହକଙ୍କୁ ବଜାର […]

1 min read

ଜରାଜୀର୍ଣ୍ଣ ଅବସ୍ଥାରେ ଦୁଗ୍ଧ ପ୍ରକ୍ରିୟାକରଣ କେନ୍ଦ୍ର

ଦୁଗ୍ଧ ସଂଗ୍ରହ ୫ ହଜାର ଲିଟରରୁ ୫୦୦ ଲିଟରକୁ ଖସିଲା ପାରଳାଖେମୁଣ୍ଡି: ସକାଳ ପାଇଲେ ସଭିଙ୍କୁ ଦୁଗ୍ଧର ଆବଶ୍ୟକତା ପଡ଼େ। ତେଣୁ ଦୁଗ୍ଧର ଚାହିଦା ମେଣ୍ଟାଇବା ପାଇଁ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନକୁ ଗୁରୁତ୍ୱ ଦେଇ ସାରା ରାଜ୍ୟରେ କାର୍ଯ୍ୟ କରୁଛି ଓମଫେଡ୍ କେନ୍ଦ୍ର। ଓମଫେଡ୍ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ କରୁଥିବା ଚାଷୀଙ୍କଠାରୁ ଉଚିତ ମୂଲ୍ୟରେ ଦୁଗ୍ଧ ସଂଗ୍ରହ କରି ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ଏକଦା ଲୋକଙ୍କ ଏକ ନିର୍ଭରଶୀଳ ସଂସ୍ଥା […]

1 min read

ଆଜିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଅଧୂରା କାମ ଶେଷ କରିବାକୁ ଧ୍ୟାନ ଦିଅନ୍ତୁ। ଧନ ସମ୍ବନ୍ଧୀୟ ନିଷ୍ପତ୍ତିରେ ତରବର ନହେବା ଭଲ। ବୃଷ: ପୁରୁଣା ପରିଚୟ କିମ୍ବା ଅଭିଜ୍ଞତା ଆଜି କାମରେ ଆସିପାରେ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ପରିବାରରେ ସମ୍ପର୍କ ମଧୁର ରହିବ। ମିଥୁନ: ଅଚାନକ ଖର୍ଚ୍ଚ ଚିନ୍ତା ବଢ଼ାଇପାରେ। କାର୍ଯ୍ୟାଳୟର କାଗଜପତ୍ର ଯାଞ୍ଚ କରି କାମ କରନ୍ତୁ। କଥାବାର୍ତ୍ତାରେ ସଂଯମ ରଖିବା ଆବଶ୍ୟକ। କର୍କଟ: ଘର ଓ ଆର୍ଥିକ ଦାୟିତ୍ୱ ଆଜି ପ୍ରମୁଖ ହୋଇପାରେ। […]

1 min read

କୋଟି କୋଟି ଖର୍ଚ୍ଚ, ୮ କିମି ପାଇଁ ଜୀବନ ଦୁର୍ବିଷହ: ବଣ୍ଡାଘାଟିରେ ବିକାଶ ଅପହଞ୍ଚ

ମାଲକାନଗିରି: ଆଦିମ ଜନଜାତି ବଣ୍ଡା ସମ୍ପ୍ରଦାୟର ବିକାଶ ପାଇଁ ଯୋଜନା ଓ ଅନୁଦାନର ଅଭାବ ନାହିଁ। ସରକାରୀ ଯୋଜନାକୁ ଛାଡ଼ିଲେ ସ୍ୱତନ୍ତ୍ର ଭାବେ କାମ କରୁଛି ବଣ୍ଡା ଉନ୍ନୟନ ସଂସ୍ଥା। ବାର୍ଷିକ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅଭାବୀ ଜୀବନ ବିତାଉଛନ୍ତି ବଣ୍ଡାଘାଟିର ବରଗୁଡ଼ା ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡ଼ା ପଞ୍ଚାୟତଠାରୁ ୮ କିମି ଦୂରରେ […]

1 min read

ବିକାଶ ଯୋଜନାର ଲମ୍ବା ତାଲିକା, ଲାଞ୍ଜିଆ ସଉରାଙ୍କ ଦୁଃଖ ସେମିତି ଯୋଜନା କାଗଜରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ବସବାସ କରୁଥିବା ଜନଜାତିଙ୍କ ମଧ୍ୟରୁ ଲାଞ୍ଜିଆ ସଉରା ଅନ୍ୟତମ। ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଏହି ସମ୍ପ୍ରଦାୟର ବିକାଶ ଲାଗି ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ବାଟମାରଣା କାରଣରୁ ଲାଞ୍ଜିଆଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଆସିନାହିଁ କାଞ୍ଚିତ ପରିବର୍ତ୍ତନ। ଆଦିତାଲ ଚିତ୍ରକଳା ଲାଞ୍ଜିଆ ସଉରାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିବାରୁ ଜିଆଇ ଟ୍ୟାଗ୍‌ ପ୍ରଦାନ କରିଛନ୍ତି ସରକାର। ହେଲେ ପ୍ରଚାର ପ୍ରସାର ଅଭାବରୁ ଏହି ଚିତ୍ରକଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି […]

1 min read

ଅଗ୍ନିସୁରକ୍ଷା ପ୍ରମାଣପତ୍ର ନାହିଁ, ଆବେଦନ ବି କରିନି ପ୍ରଶାସନ

ସମ୍ବଲପୁର: ସମ୍ବଲପୁରର ଜମାଦାରପାଲିଠାରେ ରାଜ୍ୟର ତୃତୀୟ ଡପଲର ରାଡାର ଷ୍ଟେସନ୍‌କୁ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। କିନ୍ତୁ ସୁରକ୍ଷିତ ନୁହେଁ ଏହି ରାଡାର ଷ୍ଟେସନ୍‌ର ୫ ମହଲା କୋଠା। କାରଣ ଏହି ଷ୍ଟେସନ୍‌ର ଅଗ୍ନିନିର୍ବାପକ ସୁରକ୍ଷା ପ୍ରମାଣପତ୍ର ସମେତ କୌଣସି ଜରୁରୀ କାଗଜପତ୍ର ନାହିଁ। ଆଶ୍ଚର୍ଯ୍ୟଜନକ ଭାବେ ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ବା ନିର୍ମାଣକାରୀ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ଆବେଦନ ମଧ୍ୟ ହୋଇନାହିଁ। କିନ୍ତୁ ବିନା ଅଗ୍ନିଶମ ପ୍ରମାଣପତ୍ରରେ ଏହି ଡପଲର […]

1 min read

ପିତାପଲ୍ଲୀ-ଗୋହିରା ଛକ ରାସ୍ତା ମରଣଯନ୍ତା; ୬.୫ କିମିରେ ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଦୈନିକ ନମ୍ବର ୫ ଜାତୀୟ ରାଜପଥର ପିତାପଲ୍ଲୀରୁ ଗୋହିରା ଛକ ପର୍ଯ୍ୟନ୍ତ ରାସ୍ତା ଦୁର୍ଘଟଣାପ୍ରବଣ ଅଞ୍ଚଳରେ ପରିଣତ ହୋଇଛି। ମାତ୍ର ୬.୫ କିଲୋମିଟରରାସ୍ତାରେ ୨୦୨୫ ମସିହାରେ ୩୨ଟି ଦୁର୍ଘଟଣା ଘଟିଥିବା ବେଳେ ୨୩ ଜଣଙ୍କ ଜୀବନ ଯାଇଛି। ସେହିପରି ୨୦୨୬ର ପ୍ରଥମ ୬ ମାସ ମଧ୍ୟରେ ୧୬ ଜଣ ମୃତ୍ୟୁବରଣ କରିଛନ୍ତି। ଇନ୍ଫୋଭ୍ୟାଲି ଥାନା ଅଧୀନରେ ଆସୁଥିବା ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଥିବା ବେଳେ ଏହା ମରଣଯନ୍ତା ପାଲଟିଛି। ଜିଲ୍ଲାର ଅନ୍ୟ ଥାନା ତୁଳନାରେ […]

1 min read

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଶୋକ

ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମୃତଦେହଗୁଡ଼ିକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶର ସ୍ଥାନୀୟ ପ୍ରଶାସନ ସହ ଆବଶ୍ୟକ ସମନ୍ୱୟ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁସାରେ, ଝରଣାରେ ପ୍ରବଳ ବଢ଼ି ପାଣି ଥିବା ସମୟରେ କାର୍‌ଟି ଏହାକୁ […]