1 min read

ରାଜ୍ୟ ପଣ୍ୟାଗାର ନିଗମରୁ ୨.୮୮ କୋଟି ଟଙ୍କା ଲାଭ

ଭୁବନେଶ୍ୱର, ୧୦ ଅଗଷ୍ଟ: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨ କୋଟି ୮୮ ଲକ୍ଷ ୩୭ ହଜାର ୯୧୩ ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷର ଲାଭ ଆଧାରରେ ଏହି ଲାଭାଂଶ ରାଶି ଦିଆଯାଇଛି। ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏହି ଲାଭାଂଶ ରାଶି ପ୍ରଦାନ କରାଯାଇଥିଲା। ଏହି ସମୟରେ ସମବାୟ ବିଭାଗର କମିଶନର-ତଥା-ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଏବଂ […]

1 min read

ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ କଟକଣା?

ଲୋକସଭାରେ ପ୍ରାଇଭେଟ୍ ବିଲ୍ ଆଣିଲେ ବିଜେପି ସାଂସଦ ନୂଆଦିଲ୍ଲୀ: ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦେଶରେ ବଢ଼ୁଥିବା ଚିନ୍ତା ମଧ୍ୟରେ ଲୋକସଭାରେ ଏକ ପ୍ରାଇଭେଟ୍ ମେମ୍ବର୍ସ ବିଲ୍ ତାଲିକାଭୁକ୍ତ ହୋଇଛି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପକ୍ଷରୁ ଆଗତ ଏହି ବିଲ୍‌ରେ ଶିଶୁ ଓ କିଶୋରଙ୍କୁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ପ୍ଲାଟଫର୍ମର କ୍ଷତିକାରକ ପ୍ରଭାବରୁ ସୁରକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ‘ସେଫଗାର୍ଡିଂ ହେଲ୍ଦି ଇଣ୍ଟରନେଟ୍ ଏନଭାୟରନମେଣ୍ଟସ ଫର୍ ଲିଟିଲ୍ ଡିଜିଟାଲ-ନେଟିଭ୍ସ (ସିଲ୍ଡ) ବିଲ୍, […]

1 min read

ପ୍ରଜାତନ୍ତ୍ରର ୭୯ତମ ପ୍ରତିଷ୍ଠା ଉତ୍ସବ

କଟକ(ପିପିଏସ୍): ୧୯୪୭ ଅଗଷ୍ଟ ୮ ତାରିଖକୁ ହିସାବ କଲେ ଏହା ୭୯ ବର୍ଷରେ ପଦାର୍ପଣ କରିଛି । ୧୯୨୩ ମସିହା ଅଗଷ୍ଟ ୨୩ ତାରିଖରେ ଏହା ପ୍ରଥମକରି ପ୍ରକାଶ ପାଇଥିଲା । ଯାହାର ୧୦୦ ବର୍ଷ ପାଳନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ପ୍ରଜାତନ୍ତ୍ର ପ୍ରକାଶନରେ ବହୁ ଆହ୍ୱାର ସମ୍ମୁଖୀନ ହେଉଛି । ତେବେ ‘ଗାଁ ମଜଲିସ୍’ ୧୯୮୩ ମସିହାର ୫୦ତମ ସଂସ୍କରଣ ସମ୍ପ୍ରତି ପ୍ରକାଶିତ ହୋଇଛି । ଏହାର ପ୍ରତିଷ୍ଠାତା ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବ […]

1 min read

୫ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଖର୍ଚ୍ଚ

ନୂଆଦିଲ୍ଲୀ, ୬/୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତକୁ ନେଇ ସଂସଦରେ ଖର୍ଚ୍ଚର ହିସାବ ଦେଇଛନ୍ତି କେନ୍ଦ୍ର ସରକାର। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଗୁରୁବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ତଥ୍ୟ ଅନୁଯାୟୀ, ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ୫୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୨୦୨୧ରେ ୩୬ କୋଟିରୁ ଅଧିକ, ୨୦୨୨ରେ ୫୫ କୋଟି, ୨୦୨୩ରେ ୯୩ କୋଟି, ୨୦୨୪ରେ ୧୦୯ କୋଟି ଏବଂ […]

1 min read

ରାଜନୀତିରେ ପାଦ ଥାପିବେ ଧନୁଷ? ରକ୍ତଦାନ ଶିବିରରେ ଅଭିନେତାଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

ଚେନ୍ନାଇ: ତାମିଲ ଅଭିନେତା ତଥା ନିର୍ଦ୍ଦେଶକ ଧନୁଷଙ୍କ ରାଜନୀତିକ ପ୍ରବେଶକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ପ୍ରଶଂସକଙ୍କ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିରରେ ଧନୁଷ ନିଜ ସମର୍ଥକଙ୍କୁ ଏକତାକୁ ଜନସେବାରେ ବ୍ୟବହାର କରିବାକୁ ଆହ୍ୱାନ ଦେବା ପରେ ତାଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଧନୁଷ କହିଥିଲେ, ବହୁ ସଂଖ୍ୟକ ପ୍ରଶଂସକ ଗୋଟିଏ ସ୍ଥାନରେ ଏକାଠି ହେବା ଏକ ବଡ଼ ଶକ୍ତିର ପରିଚୟ। ଏହି ଏକତାକୁ କେବଳ ସିନେମା […]

1 min read

ବଲିଉଡ୍‌ର ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି

ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର) ସହ ଦୀର୍ଘ ଦିନର ସଂଗ୍ରାମ ପରେ ବରିଷ୍ଠ ଅଭିନେତା ପ୍ରଦୀପ ରାୱତଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତ୍ରୀ ବିପନା ଥାପା ତାଙ୍କ ଦେହାନ୍ତ ଖବର ନିଶ୍ଚିତ କରିଛନ୍ତି। ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ଚଳଚ୍ଚିତ୍ର ଜଗତ ଓ ସାରା ଦେଶର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା […]

1 min read

ଟଳିଲା ଯୁଦ୍ଧ ଆଶଙ୍କା: ଇରାନ ଉପରେ ହେବାକୁ ଥିବା ଭୟଙ୍କର ଆକ୍ରମଣକୁ ସ୍ଥଗିତ ରଖିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ୍/ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଆଶଙ୍କା ଏବେ ହ୍ରାସ ପାଇବାରେ ଲାଗିଛି। ପରସ୍ପରର ଘୋର ବିରୋଧୀ ଥିବା ଏହି ଦୁଇ ଦେଶ ଏବେ ପୁଣି ଏକ ଶାନ୍ତି ଚୁକ୍ତି ଆଡ଼କୁ ଅଗ୍ରସର ହେଉଥିବା ଜଣାପଡ଼ିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ପକ୍ଷରୁ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ ହୋଇସାରିଥିଲା। ଟ୍ରମ୍ପଙ୍କ ମତରେ […]

1 min read

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶରେ ଫିଦାୟିନ୍ ହମଲା: ଶାନ୍ତି ରାଲି ସମୟରେ ଆତ୍ମଘାତୀ ବିସ୍ଫୋରଣ

ପାକିସ୍ତାନର ଖୈବର ପଖତୁନଖ୍ବା ପ୍ରଦେଶର ସ୍ବାତ ଜିଲ୍ଲାରେ ଏକ ମର୍ମନ୍ତୁଦ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ରବିବାର କାବାଲ ସହରରେ ଚାଲିଥିବା ଏକ ଶାନ୍ତି ରାଲି ସମୟରେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ଅତି କମରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୫ ଜଣ ପୋଲିସ କର୍ମଚାରୀ ଓ ସାଧାରଣ ନାଗରିକ ରହିଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। […]

1 min read

ଲଡ଼ୁବାବା ଓ ଦୁତିକେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼

ନୟାଗଡ: ବ୍ଲକଅନ୍ତର୍ଗତ ଶରଣକୁଳର ପ୍ରମୁଖ ଶୈବପୀଠ ଲଡୁବାବା ଓ ଓଡ଼ଗାଁ ନିକଟ ଜାମୁପାଟଣା ସ୍ଥିତ ବାବା ଦୁତିକେଶ୍ୱରଙ୍କ ମନ୍ଦିରରେ ସୋମବାର କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।କାଉଡ଼ିଆମାନେ ମାନସିକପୂର୍ଣ୍ଣ ପାଇଁ କଣ୍ଟିଲୋ ମହାନଦୀରୁ ପାଣିଉଠାଇ ଖାଲି ପାଦରେ ଚାଲିଚାଲି ଆସି ଶରଣକୁଳରେ ପହଞ୍ଚିଛନ୍ତି। କାଉଡ଼ିଆମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଯାତ୍ରା ପଡ଼ିଆରେ ପାଣିଭାର ରଖିବାର ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ଖୋଲିବା ପରେ ପ୍ରଥମେ ମହିଳାମାନଙ୍କୁ ପାଣି ଢାଳିବାର ସୁଯୋଗ ଦିଆଯିବା ସହିତ ପରେ ପୁରୁଷ […]

1 min read

ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବପିଢ଼ି ଜରୁରୀ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନିଶା ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ। ଯୁବପିଢ଼ିଙ୍କୁ ନିଶାମୁକ୍ତ ଜୀବନ ପାଇଁ ପ୍ରେରିତ କରିବା ସହ ଏକ ବିକଶିତ ଭାରତ ଗଠନରେ ସାମିଲ ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ  ଆରମ୍ଭ କରିଛନ୍ତି ‘ନିଶା ମୁକ୍ତ ଯୁବା ଫର୍ ବିକଶିତ ଭାରତ ସଂକଳ୍ପ ଅଭିଯାନ’।  ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଜାତୀୟ ଅଭିଯାନର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।   ନିଶାମୁକ୍ତ ଭାରତ ପାଇଁ ଆରମ୍ଭ ହୋଇଛି ୧୦୦ ସପ୍ତାହର ଜନଭାଗିଦାରୀ ଅଭିଯାନ। ପ୍ରତି ରବିବାର ସାରା ଦେଶରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନର ଦୂତ ହେବାକୁ ପ୍ରେରିତ କରିବା ହେଉଛି  ଏହି ଅଭିଯାନର ମୂଳ ଲକ୍ଷ୍ୟ।  ଅଭିଯାନ ଅଧୀନରେ କ୍ରୀଡ଼ା ପ୍ରତିଯୋଗିତା, ୱାକାଥନ୍, ଧ୍ୟାନ ଶିବିର, ସାଂସ୍କୃତିକ କାର୍ଯ୍ୟକ୍ରମ, ସଚେତନତା ରାଲି, ନୁକ୍କଡ଼ ନାଟକ, ଆଲୋଚନା ଚକ୍ର, ଚିତ୍ରାଙ୍କନ ପ୍ରତିଯୋଗିତା ଓ ବିଭିନ୍ନ ସାମାଜିକ ସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜନ କରାଯିବ।  ଏହା ମାଧ୍ୟମରେ ଡ୍ରଗ୍ସ ବିରୋଧରେ ଏକ ସାମୂହିକ ଜନଆନ୍ଦୋଳନ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଅଭିଯାନରେ ଦେଶର ୧୦ ହଜାରରୁ ଅଧିକ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି।  MY Bharat ସ୍ୱେଚ୍ଛାସେବକ, ନ୍ୟାସନାଲ୍ ସର୍ଭିସ୍ ସ୍କିମ୍ (NSS), ଯୁବ କ୍ଲବ୍, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ,  ଶିଳ୍ପ ସଂଘର ଯୁବ ଶାଖା ଓ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଛନ୍ତି।