ସଜନାପତ୍ରର ସ୍ବାସ୍ଥ୍ୟ ଉପକାରୀତା
1 min read

ସଜନାପତ୍ରର ସ୍ବାସ୍ଥ୍ୟ ଉପକାରୀତା

ଭାରତୀୟ ରୋଷେଇ ଗୃହରେ ସାଧାରଣତଃ ପନିପରିବା ଭାବେ ବ୍ୟବହୃତ ହେଉଥିବା ‘ସଜନା’ ନିଜର ପୋଷଣଗୁଣ ପାଇଁ ବିଶ୍ୱବ୍ୟାପୀ ‘ସୁପରଫୁଡ୍’ ଭାବେ ପରିଚିତ। ବିଶ୍ୱର ସବୁଠାରୁ ଅଧିକ ସଜନା ଉତ୍ପାଦନକାରୀ ଦେଶ ଭାରତରେ (ବାର୍ଷିକ ୧୦ରୁ ୧୩ ଲକ୍ଷ ଟନ୍) ଏହା ସହଜରେ ବୃଦ୍ଧି ପାଉଥିବା ବେଳେ, ଫିଲିପାଇନ୍ସ, ଶ୍ରୀଲଙ୍କା, ମାଲେସିଆ, ଇଣ୍ଡୋନେସିଆ ଓ ତାଇୱାନ୍ ଭଳି ଦେଶରେ ମଧ୍ୟ ଏହାର ବ୍ୟାପକ ଚାଷ କରାଯାଏ । ୨୦୨୪ରେ ବିଜ୍ଞାନ ପତ୍ରିକା ‘ହେଲିୟନ୍’ ରେ ପ୍ରକାଶିତ ଏକ ଗବେଷଣାତ୍ମକ ସମୀକ୍ଷା ଅନୁସାରେ, ସଜନା ପତ୍ରରେ ଫ୍ଲାଭୋନୋଏଡ୍, ଆଲକାଲୋଏଡ୍ ଏବଂ କ୍ୟାରୋଟିନୋଏଡ୍ ଭଳି ବାୟୋଏକ୍ଟିଭ୍ ଯୌଗିକ ଭରି ରହିଛି। ଯାହା ଶରୀରକୁ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି – ଡାୟାବେଟିକ୍, ଆଣ୍ଟି – ଇନ୍‌ଫ୍ଲାମେଟରୀ ଏବଂ ହୃଦ୍‌ରୋଗ ପ୍ରତିରୋଧକ ଗୁଣ ପ୍ରଦାନ କରିଥାଏ। ବିଶେଷଜ୍ଞଙ୍କ ମତରେ, ଏଥିରେ ବିଟା-କ୍ୟାରୋଟିନ୍ (ଯାହା ଶରୀରରେ ଭିଟାମିନ୍-ଏ’ରେ ରୂପାନ୍ତରିତ ହୁଏ), ଭିଟାମିନ୍ ବି, ସି, କେ ସହ କ୍ୟାଲସିଅମ୍, ଆଇରନ୍, ଜିଙ୍କ, ମ୍ୟାଗ୍ନେସିଅମ୍, ମାଙ୍ଗାନିଜ୍, ପ୍ରୋଟିନ୍, ଫାଇବର ଏବଂ କ୍ୱେରସେଟିନ୍ ଓ କ୍ଲୋରୋଜେନିକ୍ ଏସିଡ୍ ଭଳି ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା, ଇନସୁଲିନ୍ ସଂବେଦନଶୀଳତା ବୃଦ୍ଧି କରିବା, ଖରାପ କୋଲେଷ୍ଟ୍ରୋଲ୍ ଓ ରକ୍ତଚାପ କମାଇ ହୃଦ୍‌ରୋଗରୁ ସୁରକ୍ଷା ଦେବା, ଏବଂ କ୍ୟାଲସିଅମ୍ ଓ ଭିଟାମିନ୍-କେ ବଳରେ ହାଡ଼କୁ ମଜବୁତ କରି ଅଷ୍ଟିଓପୋରୋସିସ୍ ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ। ଏତଦ୍‌ବ୍ୟତୀତ, ଏଥିରେ ଥିବା ବିଟା-କ୍ୟାରେଟିନ୍ ଆଖି ଭଲ ରଖିବାରେ ସହାୟକ ହୋଇଥାଏ ।

Leave a Reply

Your email address will not be published. Required fields are marked *